Dharitri News
ବାଲେଶ୍ୱର

ଜଳପଥରେ ଚାଲାଣ ହେଉଛି କଳାହୀରା

ଜଳପଥରେ ଚାଲାଣ ହେଉଛି କଳାହୀରା ବାସୁଦେବପୁର,୨୧।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ତିହିଡି ଓ ଚାନ୍ଦବାଲି ମଧ୍ୟଭାଗରେ ପ୍ରବାହିତ ହେଉଥିବା ଜୁଆରିଆ ମନ୍ତେଇ ନଦୀ ଦେଇ କୋଇଲା (କଳାହୀରା) ଚୋରା ଚାଲାଣ ଜାରିରହିଛି। ନଦୀର ଜଳପଥ ଚୋରା କୋଇଲା ବେପାରୀଙ୍କ ମୁଖ୍ୟ ମାଧ୍ୟମ ପାଲଟିଛି । ସେମାନେ ନିରାପଦରେ ବିଭିନ୍ନ ସ୍ଥାନକୁ ଏହି କୋଇଲା ପଠାଉଛନ୍ତି। ଧାମରା ବନ୍ଦରରୁ ରପ୍ତାନି ହେଉଥିବା କୋଇଲା ଟ୍ରେନରେ ନିଆଯାଉଥିବା ବେଳେ ଚାନ୍ଦବାଲି ଓ ତିହିଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହାକୁ ଚତୁରତାର ସହ ଲୁଟ୍‌ କରାଯାଉଛି। ଟ୍ରେନ ବଗିରୁ କୋଇଲା କାଢି ଅଣାଯାଇ ପରବର୍ତ୍ତୀ ସମୟରେ ଏହାକୁ ବୁରାରେ ପୂରାଇ ବେପାରୀମାନେ ଭଦ୍ରକ ସମେତ ପଡୋଶୀ ଜିଲାକୁ ଚୋରା ଚାଲାଣ କରି ବ୍ୟାପକ ମୁନାଫା କମାଉଛନ୍ତି। ଏନେଇ ପୋଲିସ ଓ ପ୍ରଶାସନ ହାତବାନ୍ଧି ବସିଥିବାରୁ ଦିନକୁ ଦିନ ଏହି କାରବାର ବଢିବାରେ ଲାଗିଛି। ଚୋରା ବେପାରୀମାନେ ପୋଲିସ ଆଖିରେ ଧୂଳି ଦେବା ଲାଗି ବିଳମ୍ବିତ ରାତିରେ ଏହି କାରବାର କରୁଥିବା ଲକ୍ଷ୍ୟ କରାଯାଉଛି । ସ୍ଥଳ ଭାଗରେ ଧରାପଡିବାର ଭୟ ଥିବାରୁ ସେମାନେ ଜଳପଥରେ କୋଇଲା ଚୋରା ଚାଲାଣ କରୁଛନ୍ତି। ମନ୍ତେଇ ନଦୀ ଅତ୍ୟନ୍ତ ଗଭୀର। ଏହା ଜୁଆରିଆ ରହୁଥିବାରୁ ଯନ୍ତ୍ରଚାଳିତ ବୋଟରେ ସବୁବିଧାରେ କୋଇଲା ନିଆଯାଇ ଏହାକୁ ବାଲିଆପାଳ ଘାଟ, ଚାରିବାଟିଆ ଘାଟରେ ପାର କରାଯାଉଛି। ଏପରି କି ନଦୀରେ ଓଭରଲୋଡ କରି କୋଇଲା ଚୋରା ଚାଲାଣ ହେଉଛି। ଜଳପଥ ଦେଇ କୋଇଲା ଚାରିବାଟିଆ ଓ ବାଲିଆପାଳ ଘାଟରେ ପହଞ୍ଚିବା ପରେ ସେଠାରୁ ସ୍ଥଳପଥରେ ବିଭିନ୍ନ ସ୍ଥାନକୁ ପଠାଯାଉଛି। ବିଳମ୍ବିତ ରାତିରେ ନାୟକାଣିଡିହୀ ଦେଇ ବାସୁଦେବପୁର ଥାନା ଅଞ୍ଚଳର ବିଭିନ୍ନ ରାସ୍ତାରେ ଚୋରା କୋଇଲା ଚାଲାଣ ହେଉଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଢେଉ ମାଡରେ ମନ୍ତେଇ ନଦୀର ଦୁଇପାଖ କୂଳ ଅତଡା ଖାଉ ଥିବାରୁ ଏହା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି। ଚୋରା ବେପାରୀମାନେ ନିୟମିତ ବ୍ୟବଧାନରେ ନଦୀପଥ ଦେଇ କୋଇଲା ଚାଲାଣ କରୁଥିବାରୁ ଏହା ନଈ କୂଳିଆ ଜନବସତି ପାଇଁ ଘାତକ ସାଜୁଛି । ଚୋରା କୋଇଲା ବେପାରୀ କେତେକ ପୋଲିସ କର୍ମଚାରୀଙ୍କୁ ହାତ କରି ଏହି କଳାହୀରା କାରବାର କରୁଥିବା ସ୍ଥାନୀୟ ଲୋକେ ସନ୍ଦେହ କରି ଏହା ଉପରେ ତୁରନ୍ତ ଅଙ୍କୁଶ ଲଗାଇବାକୁ ନଦୀ ତଟବର୍ତ୍ତୀ ଗ୍ରାମବାସୀ ଦାବି କରିଛନ୍ତି।

ବାଲେଶ୍ୱର

ବରିଷ୍ଠ ଆଇନଜୀବୀ ବିମାନଙ୍କ ପରଲୋକ

ଭଦ୍ରକ ଅଫିସ,୧୯।୧-ଭଦ୍ରକର ବରିଷ୍ଠ ଦେୱାନୀ ଆଇନଜୀବୀ ବିମାନ ଚନ୍ଦ୍ର ରାୟ(୭୨)ଙ୍କ ପରଲୋକ ଘଟିଛି। ଗତ କିଛି ଧରି ସେ ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।

ତେଜିଲା ମଦ ବିରୋଧୀ ଆନ୍ଦୋଳନ

ଚାନ୍ଦବାଲି,୧୯।୧(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ବଢି ଚାଲିଛି।

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ନିଶା ସାହିତ୍ୟ, ପେଶା ଚା’ ଦୋକାନ

ଭଦ୍ରକ ଅଫିସ,୧୯।୧-ନିଶାରେ ଜଣେ ସାହିତ୍ୟ ସାଧକ, ହେଲେ ପେଶା ଚା’ ଦୋକାନ। ଜୀବନ ଜୀବିକା ପାଇଁ ସକାଳ ୫ରୁ ରାତି ୧୧ଟା ପର୍ଯ୍ୟନ୍ତ ଚା’ ଦୋକାନରେ ଗ୍ରାହକଙ୍କ ସହ ସେ ସମୟ ବିତାଇଥାନ୍ତି। କେବେ କେମିତି ଅବସର ପାଇଲେ ସେ ସାହିତ୍ୟର ଆକର୍ଷଣରେ ବାନ୍ଧି ହୋଇଯାଆନ୍ତି।

ପୂରଣ ହେଉନି ରାଜସ୍ବ ଆଦାୟ ଲକ୍ଷ୍ୟ

ଭଦ୍ରକ ଅଫିସ,୧୯।୧ -ଭଦ୍ରକ ଜିଲାରେ ଥିବା ତହସିଲଗୁଡ଼ିକରୁ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ରାଜସ୍ବ ଆଦାୟ କରାଯାଇପାରୁନାହିଁ। ଆଗାମୀ ମାଚ୍ଚ ସୁଦ୍ଧା ୨୯କୋଟି ରାଜସ୍ବ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ମାତ୍ର ୯କୋଟି ରାଜସ୍ବ ସଂଗ୍ରହ ହୋଇଛି। ଏହାକୁ ନେଇ ପ୍ରଶାସନିକ ମହଲରେ ତନାଘନା ଆରମ୍ଭ ହୋଇଛି।

ହେମନ୍ତଙ୍କୁ ଭେଟିଲେ ରାଜସ୍ବ ନିରୀକ୍ଷକ

ଖଇରା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ନହଙ୍ଗ ପଞ୍ଚାୟତ ଅଧିନ ରୁସ୍ତମପୁର ଗ୍ରାମରେ ୩ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଥିବା ହେମନ୍ତ କୁମାର ସେଠୀଙ୍କୁ ଡୁଙ୍ଗୁରା ରାଜସ୍ବ ନିରୀକ୍ଷକ ବସନ୍ତ କୁମାର ବେଜ ଭେଟିଛନ୍ତି।

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଭୋଟ ଗଣତି ଦାବିକୁ ନେଇ ଗଣ୍ଡଗୋଳ

ଉଦଳା, ୧୯।୧(ଡି.ଏନ.ଏ.) -ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତର ୨ ନଂ ୱାର୍ଡ ଓ ରାଢୋ ପଞ୍ଚାୟତର ୧୨ ନଂ ୱାର୍ଡରେ ଶୁକ୍ରବାର ୱାର୍ଡ ସଭ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଉଭୟ ଓ୍ବାର୍ଡରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ୨ ନଂ ଓ୍ବାର୍ଡବାସୀ କିନ୍ତୁ ସଙ୍ଗେ ସଙ୍ଗେ ଗଣତି କରିବାକୁ ଦାବି କରିଥିଲେ।

ପରିତ୍ୟକ୍ତ କୂଅରେ ପଡି ଶିଶୁ ମୃତ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ଥାନା ଗୁଆପାଳ ଗ୍ରାମର ବଂଶୀଧର ଓଝାଙ୍କର ପୁଅ ରାଜା ଓଝା (୬) ଖେଳୁଥିବା ବେଳେ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲେ।

ମଧ୍ୟାହ୍ନଭୋଜନ ଆତ୍ମସାତ

ନୀଳଗିରି, ୧୯।୧(ଡି.ଏନ.ଏ.)-ନୀଳଗିରି ବ୍ଲକ ହଳଦୀ ପାଟଣା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଔପଦା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଆରସିସି ବଂଶୀଧର ଜେନା ଓ ଦକ୍ଷିଣ ନରସିଂହପୁର ସିଆରସିସି ଈଶ୍ୱର ଚନ୍ଦ୍ର ରଥ ଉକ୍ତ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରି ଫେରିଯାଇଛନ୍ତି।

ନିମ୍ବ କାଠ ଜବତ କଲା ବନବିଭାଗ

ନିମ୍ବ କାଠ ଜବତ କଲା ବନବିଭାଗ

ରୂପ୍‌ସା,୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ରେଞ୍ଜ ଅଫିସର ପ୍ରଫୁଲ କୁମାର ମଲିକଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ବସ୍ତା ଥାନା ଅନ୍ତର୍ଗତ ବାହାର୍ଦ୍ଦା ଗ୍ରାମରେ ଅଚାନକ ଚଢ଼ାଉ କରାଯାଇଛି।

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ନୂତନ ଜିଲାପାଳଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୯।୧-ବାଲେଶ୍ୱରରେ ନବନିଯୁକ୍ତ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଦିବ୍ୟାଙ୍ଗ ସଙ୍ଗଠନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସଙ୍ଗଠନ ସଭାପତି ଭିନ୍ନକ୍ଷମ ଜାତୀୟ କ୍ରୀଡ଼ାବିତ୍‌ ସୁଧାକର ସେଠୀ, କର୍ମକର୍ତ୍ତା ଜ୍ୟୋତିର୍ମୟୀ ଶତପଥି, ନିରଞ୍ଜନ ଜେନା, ସୁରେନ୍ଦ୍ର ଦାସ, ଉପଦେଷ୍ଟା ଉଷାରାଣୀ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିଲେ।

ଅଙ୍ଗନୱାଡ଼ି କେନ୍ଦ୍ରରେ ଅନିୟମିତତା, ଜିଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

ଖଇରା,୧୯।୧(ଡି.ଏନ.ଏ.)-ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅଧୀନ ଅନନ୍ତପୁର ଶାସନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ଗ୍ରାମର ମହେନ୍ଦ୍ର ପଣ୍ଡା, ସୁକାନ୍ତି ମିଶ୍ର, ହରିପ୍ରୀୟା ମିଶ୍ରଙ୍କ ସମେତ ଆଉ କେତେକ ଗ୍ରାମବାସୀ ବାଲେଶ୍ୱର ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

୧୦ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ, ୧୯।୧: ଭଦ୍ରକ ଜିଲା ନୂଆବଜାରସ୍ଥିତ ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଶୁକ୍ରବାର କିଛି ଦୁର୍ବୃତ୍ତ ଜଣେ ଜମାକାରୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଏକ ପଲ୍‌ସର ବାଇକ୍‌ରେ ଆସି ଏହି କାଣ୍ଡ ଘଟାଇଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।