ବାଲେଶ୍ୱର

ତାରଟଣାକୁ ଗ୍ରାମବାସୀଙ୍କ ବିରୋଧ

ତାରଟଣାକୁ ଗ୍ରାମବାସୀଙ୍କ ବିରୋଧ

ଚାନ୍ଦବାଲି,୨୧ ।୧୨(ଡି.ଏନ.ଏ.)-ଧାମରା ବନ୍ଦର କମ୍ପାନୀ ଲାଗି ୧୩୨କେଭିର ବିଦ୍ୟୁତ୍‌ ଟାୱାର ଲାଇନର ତାର ଟଣା ଯାଉଛି । ଏବେ ଧାମରା ଆରଆଇ ସର୍କଲ ଅଧୀନ ନରସିଂହ ପ୍ରସାଦ ଗାଁ ନିକଟରେ କାମ ଚାଲିଛି । କମ୍ପାନୀ ପକ୍ଷରୁ ଦିଆଯାଉଥିବା କ୍ଷତିପୂରଣ ରାଶି ପର୍ଯ୍ୟାପ୍ତ ନୁହେଁ ଦର୍ଶାଇ ତାରଟଣାକୁ ସ୍ଥାନୀୟ ଲୋକ ବିରୋଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ବୁଧବାରଠାରୁ ତାରଟଣା କାମ ଆଗେଇ ନେବାକୁ ଉଦ୍ୟମ କରାଯାଉଛି । ଗଣ୍ଡଗୋଳ ଆଶଙ୍କା ଥିବାରୁ ଧାମରାରେ ନବ ନିଯୁକ୍ତ ଅତିରିକ୍ତ ତହସିଲଦାର ସେଠାରେ ମାଜିଷ୍ଟ୍ରେଟ ଦାୟିତ୍ୱ ତୁଲାଉଛନ୍ତି। ଧାମରା ଓ କଇଥଖୋଲା ଆରଆଇ ସର୍କଲର ଅଧିକାଂଶ କର୍ମଚାରୀ ନରସିଂହ ପ୍ରସାଦରେ ଡେରା ପକାଇଛନ୍ତି । ଅଧିଗ୍ରହଣ ହୋଇଥିବା ଜମିର ମାପଚୁପ ଚାଲିଛି । ଆରଆଇ ଅଫିସରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ କ୍ଷତିପୂରଣ ଆବେଦନ ପାଇଁ ଜମିର ପାଉତି କାଟିବାକୁ ଆସି ଫେରୁଥିବା ଅଭିଯୋଗ କରୁଛନ୍ତି । ସେହିପରି ସାର୍ଟିଫିକେଟର ଅନଲାଇନ କାମ ମଧ୍ୟ ଅଟକି ରହିଛି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

All Right Reserved By

ବାଲେଶ୍ୱର

୪ ବଖରା ଜଳିଗଲା

ସିମୁଳିଆ, ୧୯।୬(ଡି.ଏନ.ଏ.)-ସୋମବାର ରାତି ପ୍ରାୟ ସାଢେ ୧୦ଟା ବେଳେ ସିମୁଳିଆ ବ୍ଲକ ଗୋବିନ୍ଦପୁର ଅଞ୍ଚଳର ଗୌରୀ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟି ୪ ବଖରା ଜଳିଯାଇଛି।

 ଯୁବକ ସଂଘ ପକ୍ଷରୁ ପରୀ ରଥ

ଯୁବକ ସଂଘ ପକ୍ଷରୁ ପରୀ ରଥ

ଆନନ୍ଦପୁର,୧୮।୬(ସ୍ବ.ପ୍ର.): ଶିଶୁଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପରୀ ରଥ କାର୍ଯ୍ୟକ୍ରମ ୧୫ ଦିନ ଧରି ବିଭିନ୍ନ ଥାନା, ସଦରମହକୁମାରେ ପରିକ୍ରମା କରିଛି।

ବିଚାରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ସୋର, ୧୮।୬(ଡି.ଏନ.ଏ.)-ସୋର ପ୍ରୋଗ୍ରେସିଭ ବାର ଆସୋସିଏସନ ତରଫରୁ ନୂତନ ଭାବେ ଯୋଗ ଦେଇଥିବା କନିଷ୍ଠ ଦେୱାନୀ ବିଚାରପତି ଋତୁପର୍ଣ୍ଣା ମିଶ୍ରଙ୍କୁ ସୋମବାର ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସମ୍ବର୍ଦ୍ଧନା ସଭାରେ ସଭାପତି ରମେଶ ଚନ୍ଦ୍ର ନାୟକ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

କବିତା ପୁସ୍ତକ ଉନ୍ମୋଚିତ

ସୋର, ୧୮।୬(ଡି.ଏନ.ଏ.)- ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ”ଛୁଇଁଦେଲେ ଢେଉ“ କବିତା ପୁସ୍ତକ ଉନ୍ମୋଚିତ ହୋଇଯାଇଛି। କବି ଅନାଦିଚରଣ ଜେନାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥିଭାବେ ପ୍ରବନ୍ଧକ ପ୍ରଫେସର ଡ. ବୈଷ୍ଣବି ଚରଣ ସାମଲ ଏହାକୁ ଉଦ୍‌ଘାଟନ କରିଥିଲେ।

ଅଂଶୁଘାତରେ ୨ ଗୁରୁତର

ସୋର, ୧୮।୬(ଡି.ଏନ.ଏ.)-ସୋରରେ ପ୍ରଚଣ୍ଡ ରୌଦ୍ର ଖରା ଯୋଗୁ ଅଂଶୁଘାତରେ ଶିକାର ହୋଇ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋର ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ବାସଦେବପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଗୋବିନ୍ଦ ମଲ୍ଲିକ (୨୮) ସ୍ଥାନୀୟ ଉତ୍ତରେଶ୍ୱର ଗଳାପୋଲ ନିକଟରେ ଅଚେତ ହୋଇ ପଡ଼ିଯାଇଥିଲେ।

ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ସୋର, ୧୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ପଞ୍ଚାୟତର ବୃନ୍ଦାଦେଇପୁର ଗ୍ରାମର ଜଣେ ଯୁବକ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ସେ ହେଲେ ମୁଳିସିଂ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପୁତ୍ର ଦିଲ୍ଲିପ ନାୟକ (୨୨)।

୨୧ରେ ଯୋଗ ଶିବିର

ରୂପ୍‌୍‌ସା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ଯୋଗ ସମିତି ଆନୁକୂଲ୍ୟରେ ଆସନ୍ତା ୨୧ ତାରିଖ ସକାଳେ ଏକ ନିଃଶୁଳ୍କ ଯୋଗ ଶିବିର ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି। ଅନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଏହି ଶିବିର କସିପଦା ପଞ୍ଚାୟତ ହାଇସ୍କୁଲରେ ହେବା ପାଇଁ ନିଷ୍ପତ୍ତି ହୋଇଛି।

ସର୍ଟସର୍କିଟ୍‌ରେ ୫ ବଖରା ପୋଡିଗଲା

ସର୍ଟସର୍କିଟ୍‌ରେ ୫ ବଖରା ପୋଡିଗଲା

ଜଳେଶ୍ୱର,୧୮ା୬ (ଡି.ଏନ.ଏ./ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଓଲମାରା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମାପୁର ମୁସଲମାନ୍‌ ବସ୍ତିରେ ସୋମବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟି ସେକ୍‌ ଆବୁ ସାହାଦତ୍‌ଙ୍କ ୫ ବଖରା ପୋଡ଼ିଯାଇଛି।

ମକ୍‌ଡ୍ରିଲ୍‌ ପାଇଁ ପ୍ରସ୍ତୁତି ବୈଠକ

ଉଦଳା, ୧୮।୬ (ଡି.ଏନ.ଏ.) -ଓଡିଶା ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ନିର୍ଦ୍ଦେଶକ୍ରମେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମଙ୍ଗଳବାର ରାଜ୍ୟ ବ୍ୟାପୀ ମକଡ୍ରିଲ୍‌ ପ୍ରଦର୍ଶନ କରାଯିବ। ଏହି ପରିପ୍ରେକ୍ଷୀରେ ସୋମବାର ଉଦଳା ବ୍ଲକରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା

ବିଦ୍ୟାଳୟ ବାରଣ୍ଡାରେ ଅସହାୟ ବୃଦ୍ଧ

ବିଦ୍ୟାଳୟ ବାରଣ୍ଡାରେ ଅସହାୟ ବୃଦ୍ଧ

ବାରିପଦା ଅଫିସ,୧୮।୬- ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଖେଳପଡିଆ ସ୍ଥିତ ଏକ ସ୍କୁଲ ବାରଣ୍ଡାରେ ଦୀର୍ଘ ଦିନ ହେବ ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ପଡି ରହିଛନ୍ତି। ତାଙ୍କ ପରିଚୟ ନେବାରୁ ୧୦ ନଂ. ୱାର୍ଡର ଦୀପ୍ତି ପ୍ରୟାସ ଘୋଷ ବୋଲି କହିଛନ୍ତି।

ଛୁଟିଦିନରେ ଖୋଲିଲା ବିଦ୍ୟାଳୟ, ଅଭିଭାବକ ମହଲରେ ଅସନ୍ତୋଷ

ଛୁଟିଦିନରେ ଖୋଲିଲା ବିଦ୍ୟାଳୟ, ଅଭିଭାବକ ମହଲରେ ଅସନ୍ତୋଷ

ନୟାଗଡ଼ ଅଫିସ,୧୮।୬- ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି ରାଜ୍ୟର ସମସ୍ତ ବିଦ୍ୟାଳୟକୁ ସରକାରଙ୍କ ତରଫରୁ ଛୁଟି ଅବଧି ୩ ଦିନ ବଢ଼ାଯାଇଥିଲା। ୧୮ ତାରିଖରେ ସ୍କୁଲ ଖୋଲିବାକୁ ଥିବା ବେଳେ ୨୧ ତାରିଖରେ ଖୋଲା ହେବା ପାଇଁ ଘୋଷଣା କରାଯାଇଛି।

‘ସମବାୟ ଆପଣଙ୍କ ଦ୍ୱାରରେ’ ସଚେତନତା କାର୍ଯ୍ୟକ୍ରମ

‘ସମବାୟ ଆପଣଙ୍କ ଦ୍ୱାରରେ’ ସଚେତନତା କାର୍ଯ୍ୟକ୍ରମ

ଧାମନଗର,୧୮।୬(ଡି.ଏନ.ଏ.)-ଧାମନଗର ସେବା ସମବାୟ ଅଧୀନରେ ସୋମବାର ‘ସମବାୟ ଆପଣଙ୍କ ଦ୍ୱାରରେ’ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ପରିଷଦର ବରିଷ୍ଠ ସଭ୍ୟ ଭାସ୍କର ଚନ୍ଦ୍ର ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ଚାଷୀଙ୍କ କଲ୍ୟାଣ ନିମନ୍ତେ ସମବାୟର ଭୂମିକା, ଯୁଗ୍ମ ଦେୟ ଗଠନ, ମଧ୍ୟମକାଳୀନ ଋଣ ନିମନ୍ତେ ଅଂଶଧନ ହ୍ରାସ, କ୍ଷୁଦ୍ର ଏଟିଏମ୍‌ ପ୍ରତିଷ୍ଠା, ଚାଷୀଙ୍କ ବଳକା ବିକ୍ରି ଯୋଗ୍ୟ ଫସଲର ବିକ୍ରିବଟା ପାଇଁ ସରକାରଙ୍କର ଯୋଜନା ବିଷୟରେ ସଚେତନ କରାଯାଇଥିଲା।

Model This Week

ପ୍ରଭାତ