ବାଲେଶ୍ୱର

ବ୍ଲକସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା: ଭାଗ ନେଲେ ୧୫୦ ପ୍ରତିଯୋଗୀ

ବ୍ଲକସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା: ଭାଗ ନେଲେ ୧୫୦ ପ୍ରତିଯୋଗୀ
ସିମୁଳିଆ,୨୧।୧୨(ଡି.ଏନ.ଏ.)-ଗୁରୁବାର ସିମୁଳିଆ ବ୍ଲକ ଅଧୀନ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ପରିସର ମିନି ଷ୍ଟାଡିୟମ୍‌ରେ ବ୍ଲକସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସବ୍‌ଜୁନିୟର ବାଳିକା ବିଭାଗରେ ୩୫ଜଣ, ବାଳକ ବିଭାଗରେ ୫୦ଜଣ, ଜୁନିର ବାଳକ ବିଭାଗରେ ୨୭ଜଣ, ବାଳିକା ବିଭାଗରେ ୧୧ଜଣ, ସିନିୟର ବାଳିକା ବିଭାଗରେ ୧୦ଜଣ ମୋଟ ୧୫୦ଜଣ ପ୍ରତିଯୋଗୀ ଦୌଡ, ଜାଭଲିନ ଥ୍ରୋ, କବାଡି, ଭଲି ଓ ଫୁଟବଲ ବିଭାଗରେ ଅଂଶଗ୍ରହଣ କରିଥିଲେ। ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜିତେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ଉସତ୍ବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ବିଡିଓ ସବ୍ୟସାଚୀ ପଣ୍ଡା, ବିଇଓ ଡ. ମାୟାଧର ସାହୁ, ଜନମଙ୍ଗଳ ଅଧିକାରିଣୀ ଊର୍ମିଳା ଗୋଚ୍ଛାୟତ, ମାର୍କୋଣା ଆଥ୍‌ଲେଟିକ ଆସୋସିଏଶନର ସମ୍ପାଦକ ରମାକାନ୍ତ ପଣ୍ଡା, ଜନଜାତି ବିଭାଗର ବରିଷ୍ଠ ଖେଳାଳି ରାମଚନ୍ଦ୍ର ସିଂ ପ୍ରମୁଖ ଯୋଗ ଦେଇଥିଲେ । ରଘୁନାରାୟଣ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଭୁଦତ୍ତ ରଥ ଅତିଥି ପରିଚୟ ପ୍ରଦାନ, କ୍ରୀଡାବିତ୍‌ ରଜନୀ ସିଂ ଓ ଦୀପକ ସରେନ କ୍ରୀଡାବିତ୍‌ମାନଙ୍କୁ ଶପଥପାଠ କରାଇଥିଲେ । ଆଥ୍‌ଲେଟିକ ଆସୋସିଏସନର ସଭାପତି ଗଦାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବ୍ରଜମୋହନ ଦାଶ, କୌଶଲ୍ୟା ପୃଷ୍ଟି, ରମାକାନ୍ତ ନାୟକ ଓ ଆସୋସିଏଶନର ବବିତା ନାୟକ, ରମାକାନ୍ତ ପଣ୍ଡା ଓ ରାମଚନ୍ଦ୍ର ସିଂ କ୍ରୀଡା ପରିଚାଳନା କରିଥିଲେ ।
All Right Reserved By

ବାଲେଶ୍ୱର

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି। 

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ସେତୁ ୪ ମାସ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଗୋଟିଏ ପାର୍ଶ୍ୱର ପିଲାରରୁ ବ୍ୟରିଂ ଖସିବା ପରେ  ଗୋଟିଏ ସ୍ପାନ୍‌ ଦବି ଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ  ସେତୁର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେତୁ ପ୍ରତି ବିପଦ ରହିଥିବା ଅନୁଭବ କରିଥିଲେ। 

ନକଲି ଜର୍ଦ୍ଦା କାରଖାନା ଠାବ

ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୬।୧୦- ଭଦ୍ରକ ଟାଉନ ପୋଲିସ ସହରର ବଙ୍କସାହିରେ ଚଢ଼ାଉ କରି ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ଏହି କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି। 

ବଧୂହତ୍ୟା ମାମଲା: ଶ୍ୱଶୁର ଗିରଫ

ପଦ୍ମପୁର,୧୬।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ଥାନା ପୋଲିସ ବଧୂହତ୍ୟା ମାମଲାରେ ଶ୍ୱଶୁର ବାଲିମୁଣ୍ଡା ଗ୍ରାମର ହରିପଦ ମଣ୍ଡଳଙ୍କୁ ଗିରଫ କରିଛି। 

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୬।୧୦-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତର ୪ ନମ୍ବର ୱାର୍ଡର କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗଁାର କେତେକ ନେତା ହଡ଼ପ କରିନେଇଥିବା ସୋମବାର ହିତାଧିକାରୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। 

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

ବାରିପଦା ଅଫିସ,୧୬।୧୦- ଆସନ୍ତା ୨୧ ତାରିଖରେ ବାରିପଦାସ୍ଥିତ ଛଉପଡ଼ିଆଠାରେ ହେବାକୁ ଥିବା  ଦୁର୍ନୀତି ଭ୍ରଷ୍ଟାଚାର ବିରୋଧି ମହାସମାବେଶକୁ ସଫଳ କରିବା ପାଇଁ ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ପକ୍ଷରୁ ପାଲବଣିଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ମା’ ଅମ୍ବିକା ମନ୍ଦିର: ନବ ରାତ୍ରରେ ଜମୁଛି ଭିଡ

ବାରିପଦା ଅଫିସ,୧୬।୧୦- ବାରିପଦା ରାଧାମୋହନ ମନ୍ଦିର ନିକଟରେ ଅବସ୍ଥିତ ଇଷ୍ଟାଦେବୀ ମା’ ଅମ୍ବିକାଙ୍କ ମନ୍ଦିରରେ  ନବରାତ୍ର ସମୟରେ   ଦେବୀ  ଦୁର୍ଗା ୯ ବେଶରେ ପୂଜା ପାଇଥାନ୍ତି। 

କୁନ୍ତଳା କଲ୍ୟାଣୀ ସାହିତ୍ୟ ସଂସଦର ଶାରଦୀୟ ଆସର

କୁନ୍ତଳା କଲ୍ୟାଣୀ ସାହିତ୍ୟ ସଂସଦର ଶାରଦୀୟ ଆସର

ଖଇରା, ୧୬।୧୦(ଡି.ଏନ.ଏ.)-କୁନ୍ତଳା କଲ୍ୟାଣି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶାରଦୀୟ କବିତା ଆସର ରବିବାର ଖଇରା ବ୍ଲକ ଅଧୀନ ଗଣ୍ଡିବେଡସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ା

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ପୂଜା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା: ୨୦ ପ୍ଲାଟୁନ ଫୋର୍ସଙ୍କ ଫ୍ଲାଗ୍‌ମାର୍ଚ୍ଚ

ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସହର ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି। ଚଳିତବର୍ଷ ସହରରେ ୭୦ ମେଢ଼ରେ ଦୁର୍ଗତୀନାଶିନୀ ମା’ ଦୁର୍ଗା ପୂଜା ପାଉଛନ୍ତି।

କାନ୍ଥ ପଡ଼ି ବୃଦ୍ଧ ମୃତ

କାନ୍ଥ ପଡ଼ି ବୃଦ୍ଧ ମୃତ

ବାଲେଶ୍ୱର ଅଫିସ, ୧୫।୧୦-ରବିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ପାଖରାବାଡ଼ ଗାଁର ଗୋକୁଳି ବେହେରା (୬୦) ନାମକ ବୃଦ୍ଧଙ୍କ କାନ୍ଥ ପଡ଼ି ମୃତ୍ୟୁ ଘଟିଛି। 

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ଯୁବକଙ୍କ ମାଡ଼ରେ ବୃଦ୍ଧାଙ୍କ ଜୀବନ ଗଲା

ତିହିଡ଼ି, ୧୫ା୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡି ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧୀନ ତଳହଂସପାଟ ଗ୍ରାମର ଜଣେ ଯୁବକଙ୍କ ମାଡ଼ରେ ସେହି ଗ୍ରାମର ଲକ୍ଷ୍ମୀ ନାୟକ (୭୫) ନାମ୍ନୀ ଜଣେ ବୃଦ୍ଧାଙ୍କର ଜୀବନ ଯିବା ଘଟଣା ସେଠାରେ ଆଲୋଡ଼ନ ସୃଷ୍ଟି କରିଛି।

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ମାଛ ହାଟ ଆବର୍ଜନାରେ ପୋତି ହେଉଛି ନାଳ: ଲୋକେ ଅଣନିଃଶ୍ୱାସୀ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ବଜାର ତଳି ମାଛ ହାଟର ଆବର୍ଜନା ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ହୋଇଛି। ମାଛ ବ୍ୟବସାୟୀଙ୍କ  ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ମୁଖ୍ୟ ନାଳ ପୋତି ହୋଇପଡ଼ିଛି।