ବାଲେଶ୍ୱର

ବିପଦସଙ୍କୁଳ ରାସ୍ତା ମରାମତି ଆରମ୍ଭ

 ବିପଦସଙ୍କୁଳ ରାସ୍ତା ମରାମତି ଆରମ୍ଭ

ବହଳଦା,୨୧।୧୨(ଡି.ଏନ.ଏ)-ବହଳଦା ଧର୍ମଶାଳା ବଜାରରୁ ବ୍ୟାଙ୍କ ଅଫ ଇଣ୍ଡିଆ ଦେଇ ଯାଇ ରାଞ୍ଛତ୍- ବିଜୟୱାଡା ଜାତୀୟ ରାଜପଥକୁ ସଂଯୋଗ କରୁଥବା ରାସ୍ତାଟି ଦୀର୍ଘ ଦିନ ହେଲା ଶୋଚନୀୟ ହୋଇପଡିଥିଲା। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୁରୁଣା ନେସାନଦୀ ପୋଲ ଭଙ୍ଗାଯିବା ଯୋଗୁ ରୋଗୀ, ଛାତ୍ରୀଛାତ୍ର ସ୍କୁଲ ଓ ସାଧାରଣ ଲୋକେ ନଦୀ ଅତିକ୍ରମ କରିବାକୁ ବହୁ ଅସୁବିଧବାର ସମ୍ମୁଖିନ ହେଉଥିଲେ। ପାଦଚଲା ଓ ଦୁଇ ଚକିଆ ‌ଯାନ ଯିବା କ୍ଷମତା ଥିବା ବାଇପାସ ରାସ୍ତାରେ ଜିପ,ବସ,ଭାରିଯାନ ଯିବାଦ୍ୱାରା ରାସ୍ତାରୁ ମେଟାଲ ବାହାରି ଯାଇ ବଡବଡ ଗାତ ହୋଇଗଲା । ଫଳରେ ରାସ୍ତାରେ ଚାଲିବା ବି ଅନୁପଯୋଗୀ ହୋଇପଡିଲା । ଏନେଇ ଧରିତ୍ରୀରେ ଖବର ପ୍ରକାଶ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ମରାମତି କାମ ଆରମ୍ଭ ହୋଇଛି।

All Right Reserved By

ବାଲେଶ୍ୱର

ସାଇକେଲ ଚୋରଙ୍କ ପାଖରୁ ମିଳିଲା ବନ୍ଧୁକ

କେନ୍ଦୁଝର, ୧୬।୭(ସ୍ବ.ପ୍ର)-କେନ୍ଦୁଝର ସହର ବୃନ୍ଦାବନ ବିହାରରେ ସାଇକେଲ ଚୋରି କରୁଥିବା ଜଣେ ବଙ୍ଗାଳୀ ମିସ୍ତ୍ରୀ ପାଖରୁ ବନ୍ଧୁକ ମିଳିବା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପରେ ସାହି ଲୋକ ଚୋରଙ୍କୁ ପୋଲିସକୁ ଜିମା ଦେଇଛନ୍ତି। ପରେ ପୋଲିସ ମିସ୍ତ୍ରୀ କାମ କରୁଥିବା କେତେକ ଲୋକଙ୍କୁ ଆଣି ପଚରା ଉଚୁରା କରୁଥିବା ଜଣାପଡିଛି। ଧରା ପଡ଼ିଥିବା ଯୁବକ ସ୍ଥାନୀୟ ଜଣେ ଲୋକଙ୍କ ଘରୁ ସାଇକେଲ ଚୋରି କରି ଫେରାର ହୋଇଯାଉଥିଲା। ତାଙ୍କ ପକେଟ ଯାଞ୍ଚ ବେଳେ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଦେଖି ଲୋକେ ପୋଲିସକୁ ଜଣାଇଥିଲେ। କେନ୍ଦୁଝର ସହରରେ ଏଭଳି ବନ୍ଧୁକ ଧରି ବେଧଡକ ବୁଲୁଥିବା ଘଟଣା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି।

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ବାରିପଦା ଅଫିସ,୧୬ା୭- ମୟୂରଭଞ୍ଜ ସାହିତ୍ୟ ପରିଷଦର ମାସିକ ସାରସ୍ବତ ଆଲୋଚନାଚକ୍ର ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମୋରଡା, ୧୬।୭-ଦୀର୍ଘ ଦିନ ହେବ ମୋରଡା ବ୍ଲକ ଅଧୀନ ପଳାଶମୁଣ୍ଡୁଳି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ହେଉ ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ।

ପୋଖରୀରେ ବୁଡ଼ିଗଲେ ୨ ଶିଶୁକନ୍ୟା

ଘଟଗାଁ, ୧୬ା୭(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ବଡ଼ଜାମୁପଶି ଗ୍ରାମ ପଞ୍ଚାୟତ ନାଳଢିପା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମ ନିକଟ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିବା ୨ ଶିଶୁଙ୍କ ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।

ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଘେରାଉ

ବାଲିଆପାଳ,୧୬।୭(ଡି.ଏନ.ଏ.)-ବିହନ ଯୋଗାଣ ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସୋମବାର ଜିଲା କୃଷକମୋର୍ଚ୍ଚା ଭାଜପା ବାଲିଆପାଳ ମଣ୍ଡଳ ପକ୍ଷରୁ ଆମତ୍ା ଶାଖା କାର୍ଯ୍ୟାଳୟ (କୃଷି ସୂଚନା ପରାମର୍ଶ କେନ୍ଦ୍ର)କୁ ଘେରାଉ କରାଯାଇଥିଲା।

କାନ୍ଥ ଭୁଶୁଡ଼ି ମା’, ଝିଅ ଆହତ

ରୂପ୍‌ସା,୧୬।୭(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ପଞ୍ଚାୟତ ଅନ୍ତର୍ଗତ ପାଟପୁର-୨ ଗ୍ରାମରେ ଜଣେ ମହିଳାଙ୍କ ଘରେ ପାଣି ପଶି ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ମା’ ମିନକୀ ସିଂ (୬୦) ଓ ଝିଅ ମାଳତୀ ସିଂ (୪୦) ଗୁରୁତର ଆହତ ହୋଇଛନ୍ତି।

ଫକୀରମୋହନ ଜୁନିୟର କଲେଜରେ ଏନଏସ୍‌ଏସ୍‌ କୋ-ଅର୍ଡ଼ିନେଟର

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ଫକୀରମୋହନ ଜୁନିୟର ମହାବିଦ୍ୟାଳୟର ଏନଏସଏସ୍‌ ସୋସିଆଲ କ୍ୟାମ୍ପକୁ ରବିବାର ଏନଏସଏସ୍‌ କୋ-ଅଡ଼ିନେଟର ଡ. ଦୀପକ କୁମାର ବେହେରା ପରିଦର୍ଶନ କରିଥିଲେ।

ଶାନ୍ତିଶୃଙ୍ଖଳାରେ ସରିଲା ଘୋଷଯାତ୍ରା

ରାଇସୁଆଁ,୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଯୋଗୀ ମଠଠାରେ ମହାସମାରୋହରେ ରଥଯାତ୍ରା ପାଳନ ହୋଇଯାଇଛି। ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ଜନସାଧାରଣ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ଏବଂ ବଳଭଦ୍ରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ବିଭିନ୍ନ ସମସ୍ୟା ନେଇ ଆଲୋଚନା

ତେଲକୋଇ, ୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ଚଷା ସମାଜ ଗୃହରେ ଶୁକ୍ରବାର ବ୍ଲକ ଭାଜପାର ବୁଦ୍ଧିଜୀବୀ ଓ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଭାଜପା ସାଂସଦ ଅନନ୍ତ ଚରଣ ନାଏକ, ଜିଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ବ୍ଲକ ମହିଳା ମୋର୍ଚ୍ଚାର ସଭାପତି ସବିତା ହାଇବୃ,ବ୍ଲକ ମଣ୍ଡଳ ସଭାପତି ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅବସର କାଳୀନ ସମ୍ବର୍ଦ୍ଧନା

କୋଳିମାଟି, ୧୬।୭-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଧକୋଠା ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଫୁଲ କୁମାର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ପୂର୍ବାହ୍ନ ୧୦ଟାରେ ବିଦ୍ୟାଳୟରେ ଏକ ସଭା ହୋଇଥିଲା।

ଓଡିଶା କର୍ମଚାରୀ ମହାମଞ୍ଚର ବୈଠକ

ବାରିପଦା ଅଫିସ,୧୬।୭- ଓଡିଶା ସରକାରଙ୍କ ଆଉଟ ସୋର୍ସିଙ୍ଗ, ଠିକା ଓ ଚୁକ୍ତି ଭିତ୍ତିକ କର୍ମଚାରୀ ମହାମଞ୍ଚର ମୟୂରଭଞ୍ଜ ଶାଖାର ଏକ ସ୍ବତନ୍ତ୍ର ବୈଠକ ରୋଟାରି କ୍ଳବରେ ଅନୁଷ୍ଠିତ ହୋଇଯାଇଛି।

ଉତ୍ତମ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଲେ କୃଷି ବୈଜ୍ଞାନିକ

ଉତ୍ତମ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଲେ କୃଷି ବୈଜ୍ଞାନିକ

ବାହାନଗା, ୧୬।୭(ଡି.ଏନ.ଏ.)-ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରେ ଚାଷୀମାନଙ୍କୁ ଉତ୍ତମ ଚାଷ ଉପରେ ପ୍ରଶିକ୍ଷଣ ଦିଆଯାଇଛି। କୃଷି ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଉପସ୍ଥିତ ହୋଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କିପରି ଉତ୍ତମ ଚାଷ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

Model This Week

ରୂପେଶ