ବାଲେଶ୍ୱର

ଛାତ୍ର ସହଯୋଗୀ ମେଧାବୃତ୍ତି ପ୍ରୋତ୍ସାହନା କାର୍ଯ୍ୟକ୍ରମ

 ଛାତ୍ର ସହଯୋଗୀ ମେଧାବୃତ୍ତି ପ୍ରୋତ୍ସାହନା କାର୍ଯ୍ୟକ୍ରମ
ବାରିପଦା ଅଫିସ,୨୧।୧୧- ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଗୁରୁବାର ଆମ ମୟୂରଭଞ୍ଜ ଟେଲିଭିଜନ ନେଟୱର୍କ ପକ୍ଷରୁ ଛାତ୍ର ସହଯୋଗୀ ମେଧାବୃତ୍ତି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲା ଜରୁରୀ ଅଧିକାରୀ ଦୟାସିନ୍ଧୁ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ସୁରେନ୍ଦ୍ର କୁମାର ମୀନା, ମୁଖ୍ୟ ବକ୍ତା ଭାବେ ଭାରାପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ.ପ୍ରଣବଶଙ୍କର ଦାସ, ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ମହମ୍ମଦ ଅବଦୁଲ ଅଖତାର ଯୋଗଦେଇଥିଲେ। ଏହି ଅବସରରେ ଆମ ମୟୂରଭଞ୍ଜ ଟେଲିଭିଜନର ମୁଖ୍ୟ ସୁବ୍ରତ କୁମାର ସାହୁ ଯୋଗଦେଇ କହିଥିଲେ ଯେ,୨୦୦୦ମସିହା ଜାନୁଆରୀ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଚ୍ୟାନେଲ ପକ୍ଷରୁ ଛାତ୍ର ପ୍ରୋତ୍ସୋହନ ମେଧାବୃତ୍ତି ଯୋଜନାରେ ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ମୋଟ ୧୭୬ଜଣଙ୍କୁ ୧ଲକ୍ଷ୭୬ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ଚଳିତବର୍ଷ ଅନ୍ଧ,ମୂକ,ବଧୀର ସ୍କୁଲମାନଙ୍କରୁ ୧୫ଜଣ ଛାତ୍ରଛାତ୍ରୀ ତଥା ବିଭିନ୍ନ କାମ କରୁଥିବା ବେଳେ ଉଦ୍ଧାର ହୋଇ ପାଠପଢାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ୧୧ଜଣଙ୍କୁ ଛାତ୍ରବୃତ୍ତିି ପ୍ରଦାନ କରାଯାଇଛି। ଏହି ଅବସରରେ ବେତନଟୀ ବ୍ଲକର ରାଇକମା ହାଇସ୍କୁଲରେ ପାଠ ପଢ଼ୁଥିବା ବିଜୟ କୁମାର ସାମଲ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏନଏସଏସ ଭଲ୍ୟୁଣ୍ଟର ସୁକନ୍ୟା ବାନାର୍ଜିୀଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନିରୁଦ୍ଧ ପାତ୍ର,ଦିଲ୍ଲୀପ ଅଗ୍ରୱାଲ,ଅନୀଲ କୁମାର ସାହୁ,ମାନସ ଦାସ,ସମରେନ୍ଦ୍ର ବସା,ସ୍ଯଯଜିତ ବେହେରା,ପର୍ଶୁରାମ ତୁଙ୍ଗ,ବ୍ରଜ କିଶୋର ଧଡ଼ା, ଚିତ୍ତରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ମୟୂରଭଞ୍ଜ ପୁସ୍ତକମେଳାର ସମ୍ପାଦକ ମନୋଜ ଦଳବେହେରା ଧନ୍ୟବାଦ ଦେଇଥିଲେ।
All Right Reserved By

ବାଲେଶ୍ୱର

୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

୪ ଶିଶୁଙ୍କୁ ଜନ୍ମ ଦେଲେ ମହିଳା

ବାରିପଦା ଅଫିସ,୨୩।୧୦- ବାରିପଦା ପିଆରଏମ ମେଡିକାଲ କଲେଜରେ ମଙ୍ଗଳବାର ଜଣେ ଗର୍ଭବତୀ ମହିଳା ୪ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି।  ଏହି ଶିଶୁ ମାନଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ପୁଅ ଅଛନ୍ତି।

ଅସହାୟ ମହିଳା ଗଲେ ସୁଧାର ଗୃହ

ଅସହାୟ ମହିଳା ଗଲେ ସୁଧାର ଗୃହ

ବାଲେଶ୍ୱର ଅଫିସ,୨୩।୧୦-ବାଲେଶ୍ୱର ସଦର ଥାନା ଅଧୀନ ଗେଙ୍ଗୁଟି ଗ୍ରାମପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଘରେ ଜଣେ ଅସହାୟ ମହିଳା ସୋମବାର ବିଳମ୍ବିତ ରାତିରେ ପ୍ରବେଶ କରିବା ଜାଣିପାରି ତାଙ୍କ ପୁଅ ଗୋପୀନାଥ ମାନବାଧିକାର କର୍ମୀ ସୁଧାକର ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା

ଶ୍ୱଶୁର ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା

ଜଳେଶ୍ୱର, ୨୩ା୧୦(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଉପରତୋଟା ଗ୍ରାମର ରାମଚନ୍ଦ୍ର ମୁର୍ମୁଙ୍କ ଜ୍ୱାଇଁ ଦିଲୀପ ସିଂ (୪୦)  ସୋମବାର ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। 

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧାମନଗର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ମୁନିସିପାଟଣା ଗ୍ରାମର  ତପିନା ମଲିକ(୨୨)ଙ୍କ ଝୁଲନ୍ତା ମୃତଦେହ ତାଙ୍କ ପାଇଖାନାରୁ   ମଙ୍ଗଳବାର ସକାଳେ ପୋଲିସ ଉଦ୍ଧାର କରିଛି। 

ଭ୍ରାମଣ କାହାଣୀ ଓଡ଼ିଆ ସହିତ୍ୟକୁ ସମୃଦ୍ଧ କରିଛି

ଭ୍ରାମଣ କାହାଣୀ ଓଡ଼ିଆ ସହିତ୍ୟକୁ ସମୃଦ୍ଧ କରିଛି

ବାଲିଆପାଳ, ୨୩।୧୦(ସ୍ବ.ପ୍ର.)-ଓଡ଼ିଆ ସାହିତ୍ୟରେ କବିତା, ପ୍ରବନ୍ଧ, ଉପନ୍ୟାସ  ଓ ପରିଭ୍ରମଣ କାହାଣୀ ଆମ ସାହିତ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇପାରିଛି ବୋଲି ବିଶିଷ୍ଟ ଶିକ୍ଷକନେତା ନାରାୟଣ ପ୍ରସାଦ ସାହୁଙ୍କ ରଚିତ ‘ପରିବ୍ରାଜକର ଡାଏରୀ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତ ଦେଇଛନ୍ତି। 

ଏଟିଏମ୍‌ରୁ ଟଙ୍କା ଠକେଇ: ଯୁବକ ଗିରଫ

ଏଟିଏମ୍‌ରୁ ଟଙ୍କା ଠକେଇ: ଯୁବକ ଗିରଫ

ବାସୁଦେବପୁର,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କିଆପଡ଼ା ଗ୍ରାମର ଗୋବିନ୍ଦ ମହାରଣାଙ୍କ ଏଟିଏମ୍‌ କାର୍ଡ ଚୋରି କରି ନେଇ ଟଙ୍କା ଉଠାଣ କରିବା ଅଭିଯୋଗରେ ପୋଲିସ ମଧୁସୂଦନପୁର ଗ୍ରାମର ଦୀନବନ୍ଧୁ ପାଣିଗ୍ରାହୀଙ୍କୁ ମଙ୍ଗଳବାର ଗିରଫ କରିଛି। 

ଚୋରା ବେପାରୀଙ୍କୁ ଅନୁକମ୍ପା

ଚୋରା ବେପାରୀଙ୍କୁ ଅନୁକମ୍ପା

ନୀଳଗିରି, ୨୩।୧୦(ଡି.ଏନ.ଏ.)-ନୀଳଗିରି ତହସିଲ ପକ୍ଷରୁ ଜବତ ଚୋରା ମୋରମ ବୋଝେଇ ଡମ୍ପର ମାଲିକଙ୍କୁ ଅନୁକମ୍ପା ଦେଖାଇ ଜରିମାନା ହ୍ରାସ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଡମ୍ପରରୁ ୧ଲକ୍ଷ ୫୭୬ ଟଙ୍କା ଜରିମାନା ହୋଇଥିବାର ସହକାରୀ ଜିଲାପାଳ ତଥା ଅତିରିକ୍ତ ତହସିଲଦାର ଦାୟିତ୍ୱରେ ଥିବା ରାଜେନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ଜଣାଇଥିଲେ। ହେଲେ ଏହାର ୬ ଦିନ ପରେ ଜରିମାନା ଅର୍ଥ ହ୍ରାସ ପାଇ ୭୦ ହଜାର ୫୭୬ ଆଦାୟ କରାଯାଇଥିବା ଜଣାପଡିଛି।

ଇଞ୍ଜିନିୟରିଂ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ:  ଘଟଣା ଏବେ ବି  ରହସ୍ୟ ଘେରରେ

ଇଞ୍ଜିନିୟରିଂ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ: ଘଟଣା ଏବେ ବି ରହସ୍ୟ ଘେରରେ

ବାରିପଦା ଅଫିସ,୨୩।୧୦- ବାରିପଦା ସହରର ଏକ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିବା ଜଣେ ୨ୟ ବର୍ଷ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ଏବେବି ରହସ୍ୟ ଘେରରେ ରହିଛି। ଘଟଣାକୁ ମାସାଧିକ କାଳ ବିତିଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏ ଆସି ନାହିଁ ା ଛାତ୍ରୀଙ୍କ ପରିବାର ଏନେଇ ମୁହଁ ଖୋଲୁୁ ନ ଥିବା ବେଳେ କେତେକ  ସାମଜିକ କର୍ମୀ ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ଦର୍ଶାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି। ପ୍ରେମ ସମ୍ପର୍କ ଛାତ୍ରୀଙ୍କ ମୃତ୍ୟୁର କାରଣ ଏବଂ ଏହା ପଛରେ ଅନେକ ରହସ୍ୟ ଲୁଚି ରହିଛି ବୋଲି  ସେ ଘରୋଇମେସ୍‌ର କର୍ମଚାରୀ ଓ କେତେକ ସହପରଠିପାଠିନୀ  କହୁଛନ୍ତି।

ରାଶନକାର୍ଡରୁ ବଞ୍ଚିତ ହିତାଧିକାରୀ: ବିଧାୟକଙ୍କ ତଦନ୍ତ ନିର୍ଦ୍ଦେଶ

ରାଶନକାର୍ଡରୁ ବଞ୍ଚିତ ହିତାଧିକାରୀ: ବିଧାୟକଙ୍କ ତଦନ୍ତ ନିର୍ଦ୍ଦେଶ

ତିହିଡ଼ି,୨୩।୧୦(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆବିନ୍ଧା ପଞ୍ଚାୟତ ପାଳିଆ ଗ୍ରାମର ଏକ ଭିନ୍ନକ୍ଷମ ପରିବାରକୁ ରାଶନକାର୍ଡ଼ରୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ହିତାଧିକାରୀ ଜୟନ ବିବି ଏ ସମ୍ପର୍କରେ ଧାମନଗର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏହାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ମତଦାନ କେନ୍ଦ୍ର ସ୍ଥାନାନ୍ତର ନ ହେଲେ ଭୋଟ ବର୍ଜନ ଚେତାବନୀ

ମତଦାନ କେନ୍ଦ୍ର ସ୍ଥାନାନ୍ତର ନ ହେଲେ ଭୋଟ ବର୍ଜନ ଚେତାବନୀ

ରୂପ୍‌ସା, ୨୩।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ପଞ୍ଚାୟତ ସୀମାରେ ରହିଛି ମୟୂରଭଞ୍ଜ ବେତନଟୀ ବ୍ଲକର ଆମ୍ବଗଡ଼ିଆ ପଞ୍ଚାୟତ। ଏହି ପଞ୍ଚାୟତର ଭଗବାନପୁର, ଅଙ୍ଗାରଗଡ଼ିଆ, ଚୁରମରା, ଟିକିରାସାହି ଓ ବଙ୍ଗାଳିଡ଼ାହି ଗ୍ରାମର ଗ୍ରାମବାସୀ ମତଦାନ କେନ୍ଦ୍ର ସ୍ଥାନାନ୍ତର ପାଇଁ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏହି ୫ଟି ଗ୍ରାମର ୫୬୧ଜଣ ଭୋଟର ଜଙ୍ଗଲ ଓ ରେଳଧାରଣା ପାର ହୋଇ ବିପଦଜନକ ଭାବେ ୯କି.ମି. ଦୂର ଆମ୍ବଗଡ଼ିଆ ୟୁପି ସ୍କୁଲ (ବୁଥ୍‌ ନଂ-୧୨୬)କୁ ଭୋଟ୍‌ ଦେବା ପାଇଁ ଯାଇଥାନ୍ତି। ହେଲେ ଶତ ପ୍ରତିଶତ ଭୋଟରଙ୍କ ଅନିଚ୍ଛା ଯୋଗୁ ଶତକଡ଼ା ୩୦ଭାଗ ମତଦାନ ଦେଇଥାନ୍ତି। ଏହି ମତଦାନ କେନ୍ଦ୍ରକୁ ସ୍ଥାନୀୟ ଭଗବାନପୁର ନୂତନ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। 

ସୌଭାଗ୍ୟ ଯୋଜନା ବାଟବଣା: ବିଦ୍ୟୁତ୍‌ ସଂଯୋଗ ନ କରି ବିଲ୍‌ ଉଠାଣ ଅଭିଯୋଗ

ସୌଭାଗ୍ୟ ଯୋଜନା ବାଟବଣା: ବିଦ୍ୟୁତ୍‌ ସଂଯୋଗ ନ କରି ବିଲ୍‌ ଉଠାଣ ଅଭିଯୋଗ

ବାଲେଶ୍ୱର ଅଫିସ, ୨୩।୧୦-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁଳିଗାଁ ପଞ୍ଚାୟତ ରେହେଙ୍ଗା ଗ୍ରାମର ସୌଭାଗ୍ୟ ଯୋଜନାରେ ହିତାଧିକାରୀଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ ନ କରି ଠିକାଦାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଉକ୍ତ ଗ୍ରାମର ଅଧିବାସୀ  ସୋମବାର ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଠାରେ ଅଭିଯୋଗ କରିଛନ୍ତି। ଗ୍ରାମରେ ସୌଭାଗ୍ୟ ଯୋଜନାରେ ସର୍ଭେ କରାଯାଇ ବିଦ୍ୟୁତ୍‌ ସଂଯୋଗ ଯୋଗାଇ ଦେବା ପରେ ଠିକାଦାରଙ୍କୁ ବିଲ୍‌ ମିଳିବା କଥା। 

ତେଲ ବୋଝେଇ ପିକ୍‌ଅପ୍‌ ଜବତ

ତେଲ ବୋଝେଇ ପିକ୍‌ଅପ୍‌ ଜବତ

ବାସୁଦେବପୁର, ୨୩।୧୦(ଡି.ଏନ.ଏ.): ବାସୁଦେବପୁର-ଜାମୁଝାଡି ରାସ୍ତାର ମାତାଜି ମଠ ନିକଟରୁ ପୋଲିସ ସୋମବାର ରାତିରେ ଏକ ତେଲ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିଛି।