ବାଲେଶ୍ୱର

ଡ଼ମ୍ପର ଧକ୍କାରେ ୨ ମୃତ

ଡ଼ମ୍ପର ଧକ୍କାରେ ୨ ମୃତ

ରେମୁଣା, ୨୧।୧୨(ଡି.ଏନ.ଏ.)-ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ସମ୍ମୁଖରେ ଡ଼ମ୍ପର ଧକ୍କାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ନରେ ମନ୍ଦିର ସମ୍ମୁଖରେ ଗାଡ଼ିକୁ ଫୁଲ ଦେଉଥିବା ବେଳେ ବାଲେଶ୍ୱରରୁ ଏକ ବାଲି ବୋଝେଇ ଡମ୍ପର (ନଂ. ଓଡ଼ି୦୧ସି-୩୯୨୭) ୨ଜଣଙ୍କୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତକ ହେଲେ ସୁଠଙ୍ଗ ଗ୍ରାମର ଅମୟ ଦାସ ଓ ରାକେଶ ଦାଶ। ଖନ୍ତାପଡ଼ା ପୋଲିସ ପହଞ୍ଚତ୍ ମୃତକଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ପଠାଇଥିଲେ। ଡମ୍ପରକୁ ଜବତ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

All Right Reserved By

ବାଲେଶ୍ୱର

ଟଙ୍କା ହଡ଼ପ ଅଭିଯୋଗରେ ବିଜେଡିର ଆନ୍ଦୋଳନ

ଟଙ୍କା ହଡ଼ପ ଅଭିଯୋଗରେ ବିଜେଡିର ଆନ୍ଦୋଳନ

ଧାମନଗର,୧୯।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଜେଡି ପକ୍ଷରୁ ଗୁରୁବାର ଧୂଷୁରୀଠାରେ ଆନ୍ଦୋଳନ କରାଯାଇଛି। କଲ୍ୟାଣମଣ୍ଡପ ପାଇଁ ମଞ୍ଜୁର ହୋଇଥିବା ୨୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗରେ ଏହି ଆନ୍ଦୋଳନ କରାଯାଇଛି।

ବିଦ୍ୟୁତ୍‌ ବିଭ୍ରାଟ ନେଇ ଆନ୍ଦୋଳନ

ବିଦ୍ୟୁତ୍‌ ବିଭ୍ରାଟ ନେଇ ଆନ୍ଦୋଳନ

ଧାମନଗର,୧୯।୭(ଡି.ଏନ୍‌.ଏ): ବିଦ୍ୟୁତ୍‌ ବିଭ୍ରାଟ ନେଇ ଭଦ୍ରକ ଜିଲା ଧାମନଗର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଏବଂ ଷ୍ଟ୍ରକଚରରେ ଉପଭୋକ୍ତା ସଂଘ ପକ୍ଷରୁ ଗୁରୁବାର ତାଲା ପକାଯାଇ ଆନ୍ଦୋଳନ କରାଯାଇଛି। ପରେ ସାନବଜାର ଛକରେ ରାସ୍ତା ଅବରୋଧ ମଧ୍ୟ କରାଯାଇଛି।

ବେଆଇନ ମୋରମ ଚାଲାଣ ଅଭିଯୋଗରେ ରାସ୍ତାରୋକୋ

ବେଆଇନ ମୋରମ ଚାଲାଣ ଅଭିଯୋଗରେ ରାସ୍ତାରୋକୋ

ସଜନାଗଡ଼,୧୯।୭(ଡି.ଏନ୍‌.ଏ.): ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶୁଳା ଛକଠାରେ ଗୁରୁବାର ସକାଳ ୬ଟାରୁ ୧୯ ନମ୍ବର ରାଜ୍ୟ ରାଜପଥକୁ ପ୍ରକୃତି ସୁରକ୍ଷା ମଞ୍ଚ ପକ୍ଷରୁ ଅବରୋଧ କରାଯାଇଛି। ବେଆଇନ ମୋରମ ଚାଲାଣ ଅଭିଯୋଗରେ ଏହି ରାସ୍ତାରୋକୋ କରାଯାଇଛି।

ଭାଉଜଙ୍କୁ ହତ୍ୟା କରି ଦିଅରଙ୍କ ଆତ୍ମସମର୍ପଣ

ରାସଗୋବିନ୍ଦପୁର, ୧୯।୭(ଡ଼ି.ଏନ୍‌.ଏ) -ରାସଗୋବିନ୍ଦପୁର ବ୍ଲକ ରାଘବପୁର ଛକରେ ବୁଧବାର ଦିଅର ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ଦିଅର ଅଜିତ ରାମ ବଡ଼ାମପୁର ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି।

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ବିଶୋଇ, ୧୯।୭ :ପ୍ରସବ ନିମନ୍ତେ ମୟୂରଭଞ୍ଜ ଜିଲା ବିଶୋଇ ପ୍ରାଥମିକ ଚିକିତ୍ସାଳୟରେ ବୁଧବାର ଭର୍ତ୍ତି ହୋଇଥିବା ଜଣେ ମହିଳା ଡାକ୍ତରଙ୍କ ଅନୁପସ୍ଥିତିରେ ସନ୍ତାନ ପ୍ରସବ କରିଛନ୍ତି। ଉକ୍ତ ସମୟରେ କେହି ବି ମେଡିକାଲ କର୍ମଚାରୀ ତାଙ୍କ ନିକଟରେ ଉପସ୍ଥିତ ନ ଥିଲେ।

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

ଠାକୁରମୁଣ୍ଡା,୧୯।୭(ଡି.ଏନ.ଏ)-ଠାକୁରମୁଣ୍ଡା ବ୍ଲକର ମହିଳାମାନଙ୍କୁ ରାଜମିସ୍ତ୍ରୀ ତାଲିମ ପ୍ରଦାନ କରି ରୋଜଗାରକ୍ଷମ କରାଇବା ନିମନ୍ତେ ୧୫୦ଜଣ ମହିଳାଙ୍କୁ ଜୀବିକା ମିଶନ ପକ୍ଷରୁ ଚୟନ କରାଯାଇଛି।

ଖେଳଣା କିଟ୍‌ ଦୁର୍ନୀତି: ରସିଦରେ ପଡିଛି ୩ ମାସ ଆଗୁଆ ତାରିଖ

ବାରିପଦା ଅଫିସ,୧୯।୭-ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକମାନ ବଢ଼ାଇବା ଲାଗି ମୟୂରଭଞ୍ଜ ଜିଲାର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଖେଳଣା କିଟ୍‌ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଘଟଣାର ତଦନ୍ତ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିଯୋଗୁ କର୍ମୀ ଓ ଅଧିକାରୀଙ୍କ ମଧ୍ୟରେ ଶଙ୍କା ସୃଷ୍ଟି ହୋଇଛି।

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

କପ୍ତିପଦା,୧୯।୭(ଡି଼.ଏନ୍‌.ଏ) -ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ବିଭିନ୍ନ ଜନଜାତି ମଧ୍ୟରୁ ମାଙ୍କଡିଆ ଜନଜାତି ମୁଖ୍ୟତଃ କପ୍ତିପଦା ବ୍ଲକରେ ଦେଖାଦେଇଛନ୍ତି।

ବିରି, ମୁଗ ବିହନ ବିକି ନ ପାରି ଚାଷୀ ହତାଶ

ବାଲେଶ୍ୱର ଅଫିସ,୧୯।୭- ବାଲେଶ୍ୱର ଜିଲାରେ ଚଳିତବର୍ଷ ଉତ୍ପାଦନ ହୋଇଥିବା ମୁଗ, ବିରି ବିହନ ଚାଷୀମାନେ ବିକି ନ ପାରି ହଇରାଣ ହେଉଛନ୍ତି। ଚଳିତବର୍ଷ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ବିହନ ନିଗମ ବିରି ବିହନ କିଣା ପରିମାଣ ହ୍ରାସ କରିବାରୁ ସମ୍ପୃକ୍ତ ଚାଷୀଙ୍କୁ ହତାଶ ହେବାକୁ ପଡିଛି ବୋଲି ବିହନ ଉତ୍ପାଦନକାରୀ କୃଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ଅଜଣା ରୋଗ ଆତଙ୍କ: ନିମାତପୁରରେ ପହଞ୍ଚିଲେ ୨ ଡାକ୍ତରୀ ଦଳ

ଭୋଗରାଇ,୧୯।୭(ଡି.ଏନ.ଏ.)- ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅଞ୍ଚଳରେ ଅଜଣା ରୋଗର ଆତଙ୍କ ସୃଷ୍ଟି ହୋଇଛି। ଏହି ବ୍ଲକ ଅଧୀନ ନିମାତପୁର ଗ୍ରାମର ଅମୂଲ୍ୟ ଜେନାଙ୍କ ଦୁଇପୁଅ ଉତ୍ତମ (୨୨) ଓ ବରେନ୍ଦ୍ର (୨୬) ଗୋଆରେ ଏକ ହୋଟେଲରେ କାମ କରୁଥିବା ବେଳେ ଅଜଣା ରୋଗରେ ମୃତ୍ୟୁବରଣ କରିବା ପରେ ସେଠାରୁ ଅନ୍ୟ ଓଡ଼ିଆ ଶ୍ରମିକମାନେ ଏବେ ଭୟରେ ଗାଁକୁ ଫେରି ଆସୁଛନ୍ତି।

ଓଲଟିଲା ବସ୍‌, ଜଣେ ଗୁରୁତର

ଖୁଣ୍ଟା,୧୯।୭(ଡି.ଏନ୍‌.ଏ.): ଖୁଣ୍ଟା ଥାନା ଅଧୀନ ଖୁଣ୍ଟା-ବାଲେଶ୍ୱର ରାସ୍ତାର ପୁରୁଣାବାରିପଦା ନିକଟ ପଟୁଆ ଛକଠାରେ ବୁଧବାର ଅପରାହ୍ନରେ ଏକ ଯାତ୍ରିବାହୀ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଥିବା ବେଳେ ଜଣେ ବୃଦ୍ଧଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ବର୍ଷାପାଣି ନିଷ୍କାସନ ନ ହେବାରୁ ଧାନତଳି ନଷ୍ଟ

ଜଳେଶ୍ୱର,୧୯।୭ (ଡି.ଏନ୍‌.ଏ)- ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳରୁ ପଶ୍ଚିମବାଡ ପର୍ଯ୍ୟନ୍ତ ଦୀର୍ଘ ୧୬ କି.ମି. କପାସିଆ ରାସ୍ତାର ଉଭୟ ପାର୍ଶ୍ୱରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଦୀର୍ଘ ୭ ଦିନଧରି ଜମି ରହିଥିବାରୁ ପ୍ରାୟ ୧୫୦ ହେକ୍ଟର ଧାନ ତଳି ନଷ୍ଟ ହେବାରେ ବସିଛି।

Model This Week

ରୂପେଶ