ବାଲେଶ୍ୱର

ଅବକାରୀ ଚଢ଼ାଉ: ଦେଶୀ, ବିଦେଶୀ ମଦ ଜବତ

ଅବକାରୀ ଚଢ଼ାଉ: ଦେଶୀ, ବିଦେଶୀ ମଦ ଜବତ

ଚମ୍ପୁଆ, ୨୧।୧୨(ଡି.ଏନ୍‌.ଏ.)-ଚମ୍ପୁଆ ଅଞ୍ଚଳରେ ବୃଦ୍ଧି ପାଉଥିବା ଚୋରାମଦ କାରବାରକୁ ରୋକିବା ପାଇଁ ପ୍ରଶାସନ ତପତ୍ତରତା କରିଛି। ଏ ନେଇ ଅବକାରୀ, ପୋଲିସ ବିଭାଗ ଓ ସ୍ଥାନୀୟ ପ୍ରଶାସନ ପ୍ରମୁଖ ଉପଜିଲାପାଳ ପାରୁଲ ପଟ୍ଟାୱରୀଙ୍କ ଦ୍ୱାରା ଜୋରଦାର ଚଢାଉ ଆରମ୍ଭ ହୋଇଯାଇଛି। ଚମ୍ପୁଆ ଉପଖଣ୍ଡର ଉଖୁଣ୍ଡା, ବାରିଆ, ରିମୁଳି, ଚମ୍ପୁଆ, ବାସୁଦେବପୁର ଆଦି ଅଞ୍ଚଳରେ ଏହି ଚଢ଼ାଉ ହୋଇଥିଲା। ଏଥିରେ ପୋଚ ନଷ୍ଟ କରାଯାଇ, ବିଦେଶୀ, ମହୁଲି ମଦ ସହ ଗାଡ଼ି ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସୂଚନାନୁଯାୟୀ, ଉପଜିଲାପାଳ, ଚମ୍ପୁଆ ଥାନା ଅଧିକାରୀ ସୁମିତ ସୋରେନଙ୍କ ସହିତ ମିଳିତ ଭାବରେ ବାରିଆ ଓ ଉଖୁଣ୍ଡା ଅଞ୍ଚଳରେ ୨ଥର ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏଠାରେ ପ୍ରଶ୍ନ ଉଠେ ଅବକାରୀ ବିଭାଗ ଚଢ଼ାଉରେ କେବଳ ଦେଶୀ ମଦ ଧରିବାରେ ସକ୍ଷମ ହେଉଥିବା ବେଳେ ବିଦେଶୀ ମଦର ଟେର ପାଉନାହିଁ। ଚମ୍ପୁଆ ପୋଲିସ ପକ୍ଷରୁ ଚଢ଼ାଉ ବେଳେ କେବଳ ବିଦେଶୀ ମଦ ହିଁ ଜବତ ହେବାରେ ଲାଗିଛି। ଏପରିକି ଚମ୍ପୁଆ ପ୍ରଶାସନ ଉଖୁଣ୍ଡା ଓ ବାରିଆ ଅଞ୍ଚଳରେ ଚଢ଼ାଉ କରି ବିଦେଶୀ ମଦ ଜବତ କରୁଥିଲେ ହେଁ ଅବକାରୀ ବିଭାଗ ମଦ ବିକ୍ରିର ସୁରାକ ମଧ୍ୟ ପାଉନାହାନ୍ତି। ଏ ନେଇ ଅବକାରୀ ବିଭାଗ ଇନ୍ସସ୍ପେକଟର ନିମାଇ ଚରଣ ସିଂକୁ ପଚାରିବାରୁ ଆମ୍ଭ ପାଖରେ ୩ କନେଷ୍ଟବଳ, ଜଣେ ସବ୍‌ଇନ୍ସପେକ୍ଟର ଓ ଜଣେ ଅଫିସର ରହୁଛନ୍ତି। ଫଳରେ କର୍ମଚାରୀ ଅଭାବରୁ ଅବଶ୍ୟକ ଚଢାଉ କରାଯାଇ ପାରୁନାହିଁ। ରାତିରେ ଉପଜିଲାପାଳ ଓ ଚମ୍ପୁଆ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ବାରିଆ ଅଞ୍ଚଳରେ ଚଢ଼ାଉ କରି ୧୫୦ବୋତଲ ବିଦେଶୀ ମଦ ଜବତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି ବୋଲି କହିଥିଲେ।

All Right Reserved By

Model This Week

ନିକିତା

ବାଲେଶ୍ୱର

ନବୋଦୟ ପରୀକ୍ଷାରୁ ୯ ଛାତ୍ରୀ ବଞ୍ଚିତ

ଯୋଡ଼ା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାସୁଦେବପୁର ସରକାରୀ ବାଳିକା ବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଥିବା ନବୋଦୟ ପରୀକ୍ଷା ଦେବାରୁ ୯ଜଣ ଛାତ୍ରୀ ବଞ୍ଚତ୍ତ ହୋଇଛନ୍ତି।

ଗ୍ରାମାଞ୍ଚଳରେ ଜଳଛତ୍ର ପାଲଟିଛି ପ୍ରହସନ

ଗ୍ରାମାଞ୍ଚଳରେ ଜଳଛତ୍ର ପାଲଟିଛି ପ୍ରହସନ

ଝୁମ୍ପୁରା,୨୧।୪(ଡି.ଏନ.ଏ.)- ଖରାତାତି ସାଙ୍ଗକୁ ବଢୁଛି ଜଳକଷ୍ଟ। କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅଞ୍ଚଳରେ ପଥଚାରୀଙ୍କୁ ପାନୀୟଜଳ ଯୋଗାଣ ଲାଗି ଏଯାଏ ଆବଶ୍ୟକ ଜଳଚ୍ଛତ୍ର ଖୋଲାଯାଇ ନାହିଁ। ଫଳରେ ପଥଚାରୀମାନେ ଜଳଚ୍ଛତ୍ର ସେବା ନ ପାଇ ହଇରାଣ ହେଉଛନ୍ତି।

ବିଜେଡିର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

କୁଳିଅଣା, ୨୧।୪(ଡି.ଏନ.ଏ.)-ସାରା ଦେଶର ଏଟିଏମ ଏବେ ଖାଲି ପଡିଥିବା ବେଳେ ‘ନୋ କ୍ୟାଶ ନୋଟିସ’ ଲଗାଯାଇଛି। ଏହା ଲୋକଙ୍କ ପ୍ରତି ଏକ ଉପହାସ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ପ୍ରତିବାଦରେ ଶନିବାର ବିଜେଡି ପକ୍ଷରୁ କୁଳିଅଣା ବଜାରସ୍ଥିତ ପିଏନବି ବ୍ୟାଙ୍କ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ୨ ଘଣ୍ଟିଆ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

 ଉଦଳାରେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଉଦଳାରେ ବ୍ୟାଙ୍କ ସମ୍ମୁଖରେ ପ୍ରତିବାଦ ସଭା

ଉଦଳା,୨୧।୪(ଡି.ଏନ.ଏ.)-ଉଦଳା ଅଞ୍ଚଳରେ ଏଟିଏମରୁ ଆବଶ୍ୟକ ଟଙ୍କା ବାହାରୁ ନ ଥିବାରୁ ହଇରାଣର ସମ୍ମୁଖିନ ହେଉଛନ୍ତି ସାଧାରଣ ଲୋକେ। ଏହା ପ୍ରତିବାଦରେ ଶନିବାର ଉଦଳାସ୍ଥିତ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି।

ଥାନା ଭଙ୍ଗାରୁଜା ଘଟଣାରେ ୯ କୋର୍ଟଚାଲାଣ

ଠାକୁରମୁଣ୍ଡା,୨୧।୪(ଡି.ଏନ.ଏ.)-ନାବାଳିକା ବଳାତ୍କାର ମାମଲାକୁ କେନ୍ଦ୍ର କରି ଗତ ୧୯ ତାରିଖରେ ଠାକୁରମୁଣ୍ଡା ଅଶାନ୍ତ ହୋଇ ଉଠିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଢେଲାପଥର ମାଡ କରିଥିଲେ। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

୨ ମାସ ପରେ ଆତ୍ମସର୍ମପଣ କଲେ ନାବାଳିକା ପ୍ରେମିକା

ସଜନାଗଡ, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡା ଥାନା ଅଞ୍ଚଳରୁ ୨ ମାସ ତଳେ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କ ମଧ୍ୟରୁ ଶନିବାର ନାବାଳିକା ପ୍ରେମିକା ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏସ୍‌ପି ଉକ୍ତ ନାବାଳିକାଙ୍କୁ ନୀଳଗିରି ପୋଲିସ ଦାୟିତ୍ୱରେ ଛାଡିବା ପରେ ଥାନା ଆଇଆଇସି ତାଙ୍କର ବୟାନ ରେକର୍ଡ କରିଥିଲେ। ଏହାପରେ ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇ ନୀଳଗିରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ବୟାନ ରେକର୍ଡ କରାଯିବା ପରେ ସେ ମା’ ବାପାଙ୍କ ପାଖରେ ରହିବାକୁ ମନା କରିଥିଲେ।

ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ଧାରଣା

ଆର୍ଥିକ ପରିଚାଳନାରେ ଅପାରଗତା ବିରୋଧରେ ବିଜେଡିର ଧାରଣା

ବାହାନଗା, ୨୧।୪(ଡି.ଏନ.ଏ.)-କେନ୍ଦ୍ର ସରକାରଙ୍କ ଆର୍ଥିକ ପରିଚାଳନାର ଅପାରଗତା ବିରୋଧରେ ଶନିବାର ବିଜେଡି ତରଫରୁ ବ୍ୟାଙ୍କ ଓ ଏଟିଏମ୍‌ ସମ୍ମୁଖରେ ଧାରଣା ଦିଆଯାଇଛି।

ଅଗ୍ନିଶମ ସପ୍ତାହ ପାଳିତ

ଅଗ୍ନିଶମ ସପ୍ତାହ ପାଳିତ

ଭଣ୍ଡାରିପୋଖରୀ,୨୧।୪(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଗ୍ନିଶମ କର୍ମଚାରୀମାନଙ୍କ ପକ୍ଷରୁ ଅଗ୍ନିଶମ ସପ୍ତାହ ପାଳିତ ହୋଇଛି।

ବ୍ୟାଙ୍କ ଆଗରେ ବିକ୍ଷୋଭ

ଧାମନଗର,୨୧।୪(ଡି.ଏନ.ଏ)-ଏଟିଏମରୁ ଟଙ୍କା ନ ବାହାରିବା ନେଇ ଧାମନଗର ବ୍ଲକର ବିଭିନ୍ନ ବ୍ୟାଙ୍କ ଆଗରେ ଯୁବ, ଛାତ୍ର ବିଜେଡି ଓ କୃଷକ ବାହିନୀ ପକ୍ଷରୁ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

୨ଟି ବାଇକ ଧକ୍କା: ଜଣେ ମୃତ

ଝୁମ୍ପୁରା,୨୧।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ଅସନପାଟ ଗ୍ରାମଦେବତୀ ଶାଳ ଛକ ନିକଟରେ ୨୦ତାରିଖ ବିଳମ୍ବିତ ରାତ୍ରୀରେ ଦୁଟି ବାଇକ ମଧ୍ୟରେ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ଘଟିଛି।

ଆଗରପଡ଼ାରେ ନୂତନ ଥାନାଧିକାରୀ

ବନ୍ତ,୨୧।୪(ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଥାନାରେ ମାନସ ରଞ୍ଜନ ଦେଓ ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି ।

ଦୁଇ ଅବହେଳିତ ଶକ୍ତିପୀଠ

ଦୁଇ ଅବହେଳିତ ଶକ୍ତିପୀଠ

ବାସୁଦେବପୁର,୨୧।୪(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧୀନ ଭୈରବପୁର ଗ୍ରାମର ଦୁଇ ପାର୍ଶ୍ୱରେ ରହିଛି ମା’ ସର୍ବମଙ୍ଗଳା ଓ ମା’ ଭୈରବୀଙ୍କ ପୀଠ । ଏହି ଦୁଇ ଠାକୁରାଣୀଙ୍କୁ ଲୋକେ ଆରାଧ୍ୟ ଦେବୀ ଭାବେ ପୂଜା କରୁଛନ୍ତି।