ବାଲେଶ୍ୱର

୯ ବାଇକ୍‌ ଜବତ, ୫ ଗିରଫ

୯ ବାଇକ୍‌ ଜବତ, ୫ ଗିରଫ
ବଡ଼ବିଲ, ୨୧।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଗୁରୁବାର ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ବଡ଼ବିଲର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୯ ବାଇକ୍‌ ସହ ଏକ ଚେସିସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବଡ଼ବିଲ ସୟାବାଲି ଅଞ୍ଚଳର ଅର୍ଜ୍ଜୁନ ସୋରେନ ଓରଫ ଲାଓ, ଦାମୁହଟିଂ ଅଞ୍ଚଳର ଅନିଲ ପାତ୍ର ଓରଫ ଭୁସୁ, ରେଲୱେ କ୍ରସିଂ ନିକଟ ଜୟସୁଆଲ କଲୋନୀ ଅଞ୍ଚଳର ବିକାଶ ପ୍ରଧାନ, ଆଜାଦ ବସ୍ତିର ଏମଡି ଆଜିମ୍‌ ଏବଂ ଲକ୍ଷ୍ମୀନଗରର ୧୭ ବର୍ଷିୟ ନାବାଳକ ରହିଛନ୍ତି। ବୁଧବାର ରାତିରେ ଗୋପବନ୍ଧୁ ଛକ ନିକଟରେ ପୋଲିସ ପାଟ୍ରୋଲିଂ ଟିମ ୨ ଚକିଆ ଯାନ ତନଖି କରୁଥିଲା। ଏହି ସମୟରେ ଏକ କଳାରଙ୍ଗର ପଲସର ଦ୍ରୁତଗତିରେ ଯାଉଥିବା ଦେଖି ପୋଲିସ ତାକୁ ଅଟକାଇଥିଲା। ସମ୍ପୃକ୍ତ ଆରୋହୀଙ୍କୁ ବାଇକ ସମ୍ପର୍କିତ କାଗଜପତ୍ର ମାଗିଥିଲେ ହେଁ ସେ ଦେଖାଇବାରେ ଅସମର୍ଥ ହୋଇଥିଲେ। ଏଥିସହ ପୋଲିସ ପ୍ରଶ୍ନର ଠିକ ଉତ୍ତର ଦେଇ ନ ପାରିବାରୁ ସନ୍ଦେହ ଘନୀଭୂତ ହୋଇଥିଲା। ଉଭୟଙ୍କୁ ପୋଲିସ ଥାନାକୁ ଆଣି ପଚରା କରିବାରୁ ବାଇକ୍‌ ଚୋରି ରାକେଟ ବା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ଉଦ୍ଧାର ହୋଇଥିବା ବାଇକ ଗୁଡିକର ନମ୍ବର ପ୍ଲେଟକୁ ଲୁଟେରାମାନେ ବଦଳାଇଦେଇଛନ୍ତି। ଇଞ୍ଜନ ନମ୍ବର ଓ ଚେସିସ ନମ୍ପର କିଛି ଅଂଶ ଲିଭାଇଦେଇଥିବା ଜଣାପଡିଛି। ପୋଲିସ ବଡ଼ବିଲ ଥାନାରେ ଏକ ମାମଲା (ନଂ.୧୯୯/୧୭) ରୁଜୁ କରି ଅଭିଯୁକ୍ତଙ୍କୁ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।
All Right Reserved By

ବାଲେଶ୍ୱର

ବ୍ଲେଡରେ ମହିଳାଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ

ବ୍ଲେଡରେ ମହିଳାଙ୍କୁ ଆକ୍ରମଣ, ହତ୍ୟା ଉଦ୍ୟମ

ବାଲେଶ୍ୱର ଅଫିସ,୧୯।୧: ସୋର ଥାନା ଅଞ୍ଚଳରେ ଶୁକ୍ରବାର ରାତି ୧୧ଟା ୩୦ରେ ଜନୈକ ମହିଳା ଶୌଚ ପାଇଁ ଯାଇଥିଲେ। ୨ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ସେଠାରେ ପହଞ୍ଚି ମହିଳାଙ୍କୁ ଟଣାଓଟରା କରିଥିଲେ। ତାଙ୍କୁ କୌଣସି ଏକ ତରଳ ପଦାର୍ଥ ପିଆଇବାକୁ ଚେଷ୍ଟା କରିବା ସହ ବ୍ଲେଡରେ ଆକ୍ରମଣମଧ୍ୟ କରିଥିଲେ। 

ବେତଡ଼ା ବଜାର ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବେତଡ଼ା ବଜାର ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ବାସୁଦେବପୁର, ୧୯।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଥିବା ଗୋଦାବରୀ ଜୁଏଲର୍ସ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକନ କାନ୍ଥକୁ ତାଡ଼ି ଭିତରେ ପଶି ପ୍ରାୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଚୋରିକରି ନେଇଛନ୍ତି। 

୩୦ରୁ ‘ସ୍ପର୍ଶ ଅଭିଯାନ’  ଗ୍ରାମସଭାରେ କରାଯିବ ଜନଜାଗରଣ

୩୦ରୁ ‘ସ୍ପର୍ଶ ଅଭିଯାନ’ ଗ୍ରାମସଭାରେ କରାଯିବ ଜନଜାଗରଣ

ବାଲେଶ୍ୱର ଅଫିସ, ୧୯।୧-କୁଷ୍ଠରୋଗ ଚିହ୍ନଟୀକରଣ ଏବଂ ଭ୍ରାନ୍ତ ଧାରଣା ହ୍ରାସ ଉପରେ ଗୁରୁତ୍ୱାରୋପ କରି ଶୁକ୍ରବାର ଅପରାହ୍ନରେ ବାଲେଶ୍ୱର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ମତ୍ସ୍ୟ ଚାଷୀଙ୍କୁ ଋଣ ଯୋଗାଇବା ଉପରେ ଗୁରୁତ୍ୱ

ମତ୍ସ୍ୟ ଚାଷୀଙ୍କୁ ଋଣ ଯୋଗାଇବା ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୧୯।୧-ବାଲେଶ୍ୱର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ୨୧ତମ ଜିଲାସ୍ତରୀୟ ଉପକୂଳ ଜଳକୃଷି ପ୍ରାଧିକରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। 

ସରିଲା କବିତା ଦରବାର

ସରିଲା କବିତା ଦରବାର

ରୂପ୍‌ସା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିଂଲା ଥାନା ବଂଶୀଧର ପାଠାଗାର ଓ ପଠନ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ କବିତା ଦରବାର ଉଦ୍‌ଯାପିତ ହୋଇଯାଇଛି। ପ୍ରାକ୍ତନ ପ୍ରାଧ୍ୟାପକ ଯତୀନ୍ଦ୍ରନାଥ ପରିଡ଼ା ଉତ୍ସବକୁ ଉଦ୍‌ଘାଟନ କରିଥିଲେ। 

ବିରଳ ଶାଳିଆପତନି ଉଦ୍ଧାର

ବିରଳ ଶାଳିଆପତନି ଉଦ୍ଧାର

ଉଦଳା, ୧୯।୧ (ଡି.ଏନ.ଏ.) - ଉଦଳା ବନଖଣ୍ଡ ଅଧୀନ ଦୁଗୁଧା ଗ୍ରାମର  ଗୌରୀ ଜେନାଙ୍କ ଘରୁ ଏକ ବିରଳ ପ୍ରଜାତିର ଶାଳିଆପତନି  ଉଦ୍ଧାର ହୋଇଛି।  ଖବର ପାଇ ଉଦଳା ରେଞ୍ଜ ଅଧିକାରୀ ଅଜୟ କୁମାର ଦାସ ଏବଂ ବନବିଭାଗ କର୍ମଚାରୀମାନେ ପହଞ୍ଚତ୍ ଉକ୍ତ ଶାଳିଆପତନିକୁ ଉଦ୍ଧାର କରିଥିଲେ।  

କ୍ରିଷ୍ଣା କ୍ଲୋରେଟ କମ୍ପାନୀ: ହୋଇପାରୁନି ଦ୍ୱିପାକ୍ଷିକ ଆଲୋଚନା

କ୍ରିଷ୍ଣା କ୍ଲୋରେଟ କମ୍ପାନୀ: ହୋଇପାରୁନି ଦ୍ୱିପାକ୍ଷିକ ଆଲୋଚନା

ବାରିପଦା ଅଫିସ,୧୯।୧- ୨୦୧୬ ଅଗଷ୍ଟ ୨୩ ତାରିଖ ଠାରୁ ବନ୍ଦ ଥିବା   କ୍ରିଷ୍ଣା କ୍ଲୋରେଟ ସ୍ପିନିଂ ମିଲ୍‌କୁ  ତୁରନ୍ତ ଖୋଲିବା  ଲାଗି ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଛି। ଉକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଶ୍ରମିକ କଲ୍ୟାଣ ମଞ୍ଚର ସଭାପତି ତଥା ଜିଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି ଦାବି କରିଛନ୍ତି।

‘ଘରୁ ଲୁଚି ପଳାଇଥିଲି’

‘ଘରୁ ଲୁଚି ପଳାଇଥିଲି’

କେନ୍ଦୁଝର, ୧୯ା୧(ସ୍ବ.ପ୍ର.): କଳା ଶିକ୍ଷା ପାଇଁ ଘରେ ଥିବା ଏକ ଗାଈ ବିକି ଦେଇଥିଲି। ଲୁଚିଛପି ଘରୁ ପଳାଇ ପ୍ରଥମେ ଭୁବନେଶ୍ୱରରେ ଠୁଙ୍ଗା ଓ ପେପର ବିକିବାକୁ ପଡ଼ିଥିଲା। ନିଜର ସାଧନ ବଳରେ ଆଜି ଜିଲା ତଥା ବାହାରେ ପ୍ରତିଷ୍ଠିତ ହୋଇପାରିଛି। ଘରେ ମା’ବାପାଙ୍କ ତାଗିଦ ଓ ଷ୍ଟେଜରେ ଦର୍ଶକଙ୍କ ତାଚ୍ଛଲ୍ୟ ସତ୍ତ୍ୱେ ହାର ମାନିନି ବୋଲି ଧରିତ୍ରୀକୁ ଏକ ସାକ୍ଷାତକାରରେ ଟିଭି ସିରିଏଲ ତାରକା ଗୁରୁ ଦାସ କହିଛନ୍ତି।

ନାବାଳିକାଙ୍କୁ ଅପହରଣ: ଯୁବକ ଗିରଫ

ନାବାଳିକାଙ୍କୁ ଅପହରଣ: ଯୁବକ ଗିରଫ

ବନ୍ତ, ୧୯।୧ (ସ୍ବ.ପ୍ର.) - ଭଦ୍ରକ ଜିଲା ଆଗରପଡ଼ା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ସହ ତାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଆଗରପଡ଼ା  ଥାନା ଅଧୀନ ରାଉତରାପୁର ଗ୍ରାମର ଚନ୍ଦ୍ରା ଦେହୁରୀ(୨୫)। 

୧୪୮ ଜିଆର୍‌ଏସ୍‌ ବହିଷ୍କୃତ

୧୪୮ ଜିଆର୍‌ଏସ୍‌ ବହିଷ୍କୃତ

ଭଦ୍ରକ ଅଫିସ, ୧୯।୧ - ଭଦ୍ରକ ଜିଲାର ବିଭିନ୍ନ ବ୍ଲକର ୧୪୮ ଜିଆର୍‌ଏସ୍‌(ଗ୍ରାମରୋଜଗାର ସେବକ)ଙ୍କୁ ଶୁକ୍ରବାର ଜିଲାପାଳ ଚାକିରିରୁ ବହିଷ୍କୃତ କରିଛନ୍ତି। ସେମାନେ କାର୍ଯ୍ୟରେ ଯୋଗ ନ ଦେଇ ଆନ୍ଦୋଳନରେ ସାମିଲ ଥିବାରୁ ବହିଷ୍କୃତ କରାଯାଇଥିବା ଜିଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ ଅଫିସ, ୧୯।୧ - ଭଦ୍ରକ ଜିଲା ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତିହିଡ଼ି ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଗତ ବୁଧବାର ଜିଲା ଚିକିତ୍ସାଳୟରେ ଡାକ୍ତର ସମୟ ହୋଇ ନ ଥିବା କହି ଫେରାଇ ଦେଇଥିଲେ।

ଗୋପାଳପୁରକୁ ଛୁଇଁନି ବିକାଶ

ଗୋପାଳପୁରକୁ ଛୁଇଁନି ବିକାଶ

ଆରଡ଼ି, ୧୯।୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ତଳଦୁମୁକା ଗୋପାଳପୁର ଗାଁକୁ ବିକାଶ ଛୁଇଁନି। ଗ୍ରାମ ରାସ୍ତା, ବିଦ୍ୟାଳୟ,  ଜଳ, ପରିମଳ ଆଦି ବିଭିନ୍ନ ସମସ୍ୟାରେ ବୁଡ଼ିରହିଛି ଏହି ଗାଁ। କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟି ଚାଲିଛନ୍ତି। ବିଚ୍ଛିନ୍ନାଞ୍ଚଳ କଥା ଦୂରେ ଥାଉ ଉପକୂଳ ଜିଲାର ଏହି ଗାଁରେ ବିକାଶ ଅପହଞ୍ଚ। ସରକାରଙ୍କ ବହୁ ଯୋଜନାରୁ ଏହି ଗାଁ ଲୋକେ ବଞ୍ଚିତ ହୋଇଛନ୍ତି।