ବାଲେଶ୍ୱର

ଧାନ କିଣାପାଇଁ ସମନ୍ବୟ ବୈଠକ

ଧାନ କିଣାପାଇଁ ସମନ୍ବୟ ବୈଠକ

ଭଦ୍ରକ ଅଫିସ,୨୧।୧୨: ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଗୁରୁବାର ଧାନ କିଣାପାଇଁ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୦୮ ସେବା ସମବାୟ ମାଧ୍ୟମରେ ଚାଷୀଙ୍କଠାରୁ କିପରି ସୁରୁଖୁରୁରେ ଧାନ କିଣାଯାଇ ପାରିବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଜିଲାପାଳ ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଗାଣ ନିଗମ, ମିଲର ଓ ସେବା ସମବାୟ ସମିତି କର୍ମକର୍ତ୍ତାମାନେ ଯୋଗଦେଇଥିଲେ।

All Right Reserved By

ବାଲେଶ୍ୱର

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ମୟୂରଭଞ୍ଜ ସାହିତ୍ୟ ପରିଷଦ ଆଲୋଚନାଚକ୍ର

ବାରିପଦା ଅଫିସ,୧୬ା୭- ମୟୂରଭଞ୍ଜ ସାହିତ୍ୟ ପରିଷଦର ମାସିକ ସାରସ୍ବତ ଆଲୋଚନାଚକ୍ର ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ସରପଞ୍ଚଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମୋରଡା, ୧୬।୭-ଦୀର୍ଘ ଦିନ ହେବ ମୋରଡା ବ୍ଲକ ଅଧୀନ ପଳାଶମୁଣ୍ଡୁଳି ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ସମାଧାନ ହେଉ ନ ଥିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ସୋମବାର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ।

ପୋଖରୀରେ ବୁଡ଼ିଗଲେ ୨ ଶିଶୁକନ୍ୟା

ଘଟଗାଁ, ୧୬ା୭(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ବଡ଼ଜାମୁପଶି ଗ୍ରାମ ପଞ୍ଚାୟତ ନାଳଢିପା ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମ ନିକଟ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପାଠ ପଢ଼ିବାକୁ ଯାଇଥିବା ୨ ଶିଶୁଙ୍କ ସୋମବାର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।

ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଘେରାଉ

ବାଲିଆପାଳ,୧୬।୭(ଡି.ଏନ.ଏ.)-ବିହନ ଯୋଗାଣ ମହାଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ସୋମବାର ଜିଲା କୃଷକମୋର୍ଚ୍ଚା ଭାଜପା ବାଲିଆପାଳ ମଣ୍ଡଳ ପକ୍ଷରୁ ଆମତ୍ା ଶାଖା କାର୍ଯ୍ୟାଳୟ (କୃଷି ସୂଚନା ପରାମର୍ଶ କେନ୍ଦ୍ର)କୁ ଘେରାଉ କରାଯାଇଥିଲା।

କାନ୍ଥ ଭୁଶୁଡ଼ି ମା’, ଝିଅ ଆହତ

ରୂପ୍‌ସା,୧୬।୭(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ପଞ୍ଚାୟତ ଅନ୍ତର୍ଗତ ପାଟପୁର-୨ ଗ୍ରାମରେ ଜଣେ ମହିଳାଙ୍କ ଘରେ ପାଣି ପଶି ରବିବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ ମା’ ମିନକୀ ସିଂ (୬୦) ଓ ଝିଅ ମାଳତୀ ସିଂ (୪୦) ଗୁରୁତର ଆହତ ହୋଇଛନ୍ତି।

ଫକୀରମୋହନ ଜୁନିୟର କଲେଜରେ ଏନଏସ୍‌ଏସ୍‌ କୋ-ଅର୍ଡ଼ିନେଟର

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ଫକୀରମୋହନ ଜୁନିୟର ମହାବିଦ୍ୟାଳୟର ଏନଏସଏସ୍‌ ସୋସିଆଲ କ୍ୟାମ୍ପକୁ ରବିବାର ଏନଏସଏସ୍‌ କୋ-ଅଡ଼ିନେଟର ଡ. ଦୀପକ କୁମାର ବେହେରା ପରିଦର୍ଶନ କରିଥିଲେ।

ଶାନ୍ତିଶୃଙ୍ଖଳାରେ ସରିଲା ଘୋଷଯାତ୍ରା

ରାଇସୁଆଁ,୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଯୋଗୀ ମଠଠାରେ ମହାସମାରୋହରେ ରଥଯାତ୍ରା ପାଳନ ହୋଇଯାଇଛି। ଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ଜନସାଧାରଣ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥ, ସୁଭଦ୍ରା, ଏବଂ ବଳଭଦ୍ରଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ବିଭିନ୍ନ ସମସ୍ୟା ନେଇ ଆଲୋଚନା

ତେଲକୋଇ, ୧୬।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ମୁଖ୍ୟାଳୟର ଚଷା ସମାଜ ଗୃହରେ ଶୁକ୍ରବାର ବ୍ଲକ ଭାଜପାର ବୁଦ୍ଧିଜୀବୀ ଓ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଭାଜପା ସଭାପତି ରାଧାକାନ୍ତ ମହାନ୍ତଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଭାଜପା ସାଂସଦ ଅନନ୍ତ ଚରଣ ନାଏକ, ଜିଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ବ୍ଲକ ମହିଳା ମୋର୍ଚ୍ଚାର ସଭାପତି ସବିତା ହାଇବୃ,ବ୍ଲକ ମଣ୍ଡଳ ସଭାପତି ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅବସର କାଳୀନ ସମ୍ବର୍ଦ୍ଧନା

କୋଳିମାଟି, ୧୬।୭-କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଧକୋଠା ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ପ୍ରଫୁଲ କୁମାର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସୋମବାର ପୂର୍ବାହ୍ନ ୧୦ଟାରେ ବିଦ୍ୟାଳୟରେ ଏକ ସଭା ହୋଇଥିଲା।

ଓଡିଶା କର୍ମଚାରୀ ମହାମଞ୍ଚର ବୈଠକ

ବାରିପଦା ଅଫିସ,୧୬।୭- ଓଡିଶା ସରକାରଙ୍କ ଆଉଟ ସୋର୍ସିଙ୍ଗ, ଠିକା ଓ ଚୁକ୍ତି ଭିତ୍ତିକ କର୍ମଚାରୀ ମହାମଞ୍ଚର ମୟୂରଭଞ୍ଜ ଶାଖାର ଏକ ସ୍ବତନ୍ତ୍ର ବୈଠକ ରୋଟାରି କ୍ଳବରେ ଅନୁଷ୍ଠିତ ହୋଇଯାଇଛି।

ଉତ୍ତମ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଲେ କୃଷି ବୈଜ୍ଞାନିକ

ଉତ୍ତମ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଲେ କୃଷି ବୈଜ୍ଞାନିକ

ବାହାନଗା, ୧୬।୭(ଡି.ଏନ.ଏ.)-ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରେ ଚାଷୀମାନଙ୍କୁ ଉତ୍ତମ ଚାଷ ଉପରେ ପ୍ରଶିକ୍ଷଣ ଦିଆଯାଇଛି। କୃଷି ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଉପସ୍ଥିତ ହୋଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କିପରି ଉତ୍ତମ ଚାଷ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ।

ବେଳାଭୂମି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବାହାନଗା, ୧୬।୭(ଡି.ଏନ.ଏ.)-ବାହାନଗା ବ୍ଳକ ଅଭଣାସ୍ଥିତ ବେଳାଭୂମି ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।

Model This Week

ରୂପେଶ