ବାଲେଶ୍ୱର

ସାରୁଗାଁ ଗ୍ରାମରୁ ସିରିଜ୍‌ ଚୋରି

ସାରୁଗାଁ ଗ୍ରାମରୁ ସିରିଜ୍‌ ଚୋରି

ଖଇରା,୨୧।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ଗ୍ରାମରୁ ବୁଧବାର ବିଳମ୍ବିତ ରାତିରେ ତିନୋଟି ସ୍ଥାନରେ ଚୋରି ହୋଇଛି। ଏ ନେଇ ଗୁରୁବାର ସକାଳେ ଖଇରା ଥାନାରେ ଅଭିଯୋଗ ହୋଇଛି। ଖଇରା ମହାବିଦ୍ୟାଳୟ ଅଧ୍ୟାପକ ପ୍ରବୋଧ ମହାପାତ୍ରଙ୍କ ଅନୁପସ୍ଥିତିରେ କେତେକ ଦୁର୍ବୃତ୍ତ ତାଙ୍କ ଘରର ଝରକା ଗ୍ରୀଲ ତାଡ଼ିି ଅଳଙ୍କାର ଓ ଆସବାବପତ୍ର ଚୋରି କରିଛନ୍ତି। ଅନୁରୂପ ଭାବେ ସେହି ଗ୍ରାମର ସରୋଜ ମହାପାତ୍ର ଏବଂ ରାମଚନ୍ଦ୍ର ପରିଡ଼ାଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ କ୍ରମାଗତ ଚୋରି ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି।

All Right Reserved By

ବାଲେଶ୍ୱର

ବିଦେଶୀ ମଦ ଜବତ, ଜଣେ ଗିରଫ

ଭଣ୍ଡାରିପୋଖରୀ, ୧୬।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ନୂଆପୋଖରୀ ଛକରେ ଚୋରା ମଦ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ରବିବାର ସନ୍ଧ୍ୟାରେ ଭଣ୍ଡାରିପୋଖରୀ ପୋଲିସ ଗିରଫ କରିଛି।

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର/ନୂଆଦିଲ୍ଲୀ,୧୬।୭: ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ସମ୍ପନ୍ନ ହୋଇଛି।

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦବଜା ଗ୍ରମାରେ ରବିବାର ପୂର୍ବାହ୍ନରେ ଜଣେ ମହିଳା ଏକ ଅଟୋରେ ପ୍ରସବ କରିବାର ୨୪ ଘଣ୍ଟା ନ ପୂରୁଣୁ ସୋମବାର ପୁଣି ୨ ଜଣ ଡାକ୍ତରଖାନା ଅଣାଯିବା ରାସ୍ତାରେ ପ୍ରସବ କରିଛନ୍ତି। ଉକ୍ତ ମହିଳା ଦ୍ୱୟ ହେଲେ କଳେଇପଶି ପଞ୍ଚାୟତ ସିଲିଦା ଗ୍ରାମର ଲତା ମୁଣ୍ଡା ଏବଂ ଡୁମୁରିଆ ପଞ୍ଚାୟତ ରହିଣିଦୁମା ଗ୍ରାମର କୁସୁମିତା ମହାନ୍ତ।

ବେଳାଭୂମି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବେଳାଭୂମି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବାହାନଗା,୧୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ଗ୍ରାମରେ ଥିବା ବେଳାଭୂମି ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗ ଦେଇଥିଲେ।

ପର୍ଯ୍ୟଟନ କେନ୍ଦ୍ରରେ ଅପହଞ୍ଚ ଦୂର ସଞ୍ଚାର

ପର୍ଯ୍ୟଟନ କେନ୍ଦ୍ରରେ ଅପହଞ୍ଚ ଦୂର ସଞ୍ଚାର

କେନ୍ଦୁଝର, ୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପର୍ଯ୍ୟଟନ କେନ୍ଦ୍ରଗୁଡିକର ବିକାଶ ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ଦୂରସଞ୍ଚାର କ୍ଷେତ୍ରରେ ପର୍ଯ୍ୟଟନ କେନ୍ଦ୍ରକୁ ଅବହେଳା କରାଯାଉଥିବାରୁ ପର୍ଯ୍ୟଟକମାନେ ଅସୁବିଧା ଭୋଗୁଛନ୍ତି।

ପୋଲିସ ବାରିକେଡ ନେଉଛି ଜୀବନ

କେନ୍ଦୁଝର, ୧୬।୭(ସ୍ବ.ପ୍ର.): ପୋଲିସ ପକ୍ଷରୁ ରାସ୍ତାର ବିଭିନ୍ନ ସ୍ଥାନରେ ରଖାଯାଇଥିବା ବାରିକେଡ ଦୁର୍ଘଟଣା ଘଟି ମୃତାହତର କାରଣ ବୋଲି ଅଭିଯୋଗ ହେଉଛି। କ୍ଷୀପ୍ର ଗତିରେ ଯାତାୟାତ କରୁଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ବେଳେ ଏଭଳି ଗତିରୋଧ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ରାସ୍ତାରେ ବାରିକେଡ ରଖାଯାଉଛି।

ଭାରିଯାନ ଚଳାଚଳରେ ଲାଗିବ ରୋକ

ଆନନ୍ଦପୁର,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଲାଇଫଲାଇନ୍‌ କୁହାଯାଉଥିବା ବୈତରଣୀ ସେତୁର ଗୋଟିଏ ସ୍ପାନରୁ ୧୦ ଦିନ ପୂର୍ବରୁ ୨ ଟନ୍‌ ଓଜନର ଗୋଟିଏ ବେରିଂ ଖସି ପଡ଼ିଥିଲା। ଏହି ଘଟଣାରେ ରବିବାର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ସେତୁର ବେରିଂ ଭାଙ୍ଗିଥିବା ସ୍ଥାନ ପରିଦର୍ଶନ କରି ଫେରିଛନ୍ତି।

ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିଶନଙ୍କଠାରେ ମାମଲା

ଭଦ୍ରକ ଅଫିସ,୧୬।୭-ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଧାମନଗର ଚୁଡାକୁଟି ଦଇପୁରର ଦେବସ୍ମିତା ନାମ୍ନୀ ଜଣେ ୧୩ ବର୍ଷର ଛାତ୍ରୀଙ୍କ ଚିକିତ୍ସା ଅବହେଳାଜନିତ ମୃତ୍ୟୁ ଘଟଣାରେ ପ୍ରଶାସନର ଉଦାସୀନତା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାମଧ୍ୟରେ ୧୨ଦିନ ବିତିଲାଣି।

ଧାମନଗରରେ ନାବାଳିକା ବିବାହ ଉଦ୍ୟମ

ଧାମନଗର,୧୬।୭(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଷୋଳଗାଁ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହ ଦେବା ଉଦ୍ୟମ ଫସର ଫାଟିଛି। ବାହାଘର ପୂର୍ବରୁ ପୋଲିସ ଏହି ନାବାଳିକାଙ୍କୁ ଥାନାକୁ ନେଇ ଭଦ୍ରକ ଚାଇଲ୍ଡ ଲାଇନକୁ ପଠାଇଛି।

୧୧୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ

୧୧୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ

ଭଣ୍ଡାରିପୋଖରୀ,୧୬।୭(ଡି.ଏନ.ଏ.)-ଜଣେ ମାତ୍ର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନେଇ ଚାଲିଛି ୪୨ ବର୍ଷର ପୁରାତନ ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ବିଦ୍ୟାପୀଠ। ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୧୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରଚ୍ଛନ୍ନ ହୋଇପଡ଼ିଛି।

ମନେପଡ଼େ ସେଦିନର କଥା

ମନେପଡ଼େ ସେଦିନର କଥା

ଭଦ୍ରକ ଅଫିସ,୧୬।୭-ରଥଯାତ୍ରା କି ଗୁଣ୍ଡିଚା ଦିନ ଆସିଲେ ମନେପଡ଼େ ୩୦ବର୍ଷ ତଳର କଥା। ନିଜେ କିଛି ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ଏବଂ ପରିବାର ଚଳାଇବା ଚିନ୍ତାରେ ସେ ଉପାୟ ଖୋଜି ବୁଲୁଥିଲେ। ଶେଷରେ ଗୁଣ୍ଡିଚା ଦିନ ସେ ଆରମ୍ଭ କରିଥିଲେ ଚା’ ଦୋକାନ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏହି ଚା’ ଦୋକାନ କରି ସେ ରୋଜଗାରକ୍ଷମ ହୋଇପାରିଛନ୍ତି।

ରଥଯାତ୍ରା ସମୟରେ ୩ ସ୍ଥାନରୁ ଚୋରି

ଭଞ୍ଜକିଆ,୧୬।୭(ଡି.ଏନ.ଏ.)- ଏଠାକାର ଶୁକୃଳି ବେଗୁନାବିନ୍ଧା ଗ୍ରାମର ଜଗନ୍ନାଥ ଗିରି ଏବଂ ଶରତ ଗିରିଙ୍କ ପରିବାର ଶନିବାର ଘରେ ତାଲା ପକାଇ ରଥଯାତ୍ରା ଦେଖିବାକୁ ଯାଇଥିବେଳେ ସେମାନଙ୍କ ଘରୁ ଚୋରି ହୋଇଛି। ରଥରୁ ଫେରି ଉଭୟଙ୍କ ଘରେ ତାଲା ଏବଂ ଆଲମିରା ଭାଙ୍ଗି ଚୋରି ହୋଇଥିବା ଜାଣଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।

Model This Week

ରୂପେଶ