ସମ୍ବଲପୁର

ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ: ଧାନର ସହାୟକ ମୂଲ୍ୟ ୩ ହଜାର ଟଙ୍କା ଦାବି

ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ବିକ୍ଷୋଭ: ଧାନର ସହାୟକ ମୂଲ୍ୟ ୩ ହଜାର ଟଙ୍କା ଦାବି
ସମ୍ବଲପୁର, ୨୧। ୧୨ (ବ୍ୟୁରୋ)- ଓଡିଶା ଶିଳ୍ପ ମାନଚିତ୍ରରେ ସମ୍ବଲପୁର ଜିଲା ଏକ ସ୍ବତନ୍ତ୍ର ସ୍ଥାନ ବହନ କରିଛି। ଖଣିଜ ସମ୍ପଦରେ ଭରା ଏହି ଜିଲା ସବୁ କ୍ଷେତ୍ରରେ ଅବହେଳିତ ହୋଇଛି। ଜିଲାରେ ଶ୍ରମଶକ୍ତି ବିନିଯୋଗ କ୍ଷେତ୍ରରେ ଅବ୍ୟବସ୍ଥା ଓ ମନମୁଖି କାର୍ଯ୍ୟ ଚାଲିଛି। ତେଣୁ ବିସ୍ଥାପିତ ପରିବାରର ଯୁବତୀ ଯୁବକ ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଧାନର ସହାୟକ ମୂଲ୍ୟ ୩ ହଜାର ଟଙ୍କା, ସ୍ଥାନୀୟ ନିଯୁକ୍ତି ସହ ୧୧ଦଫା ଦାବିରେ ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସମ୍ବଲପୁର ଜିଲା ଶାଖା ପକ୍ଷରୁ ଗୁରୁବାର ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲାର କାର୍ଯ୍ୟରତ ଶ୍ରମିକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରି ପ୍ରଦାନ, ଅସଙ୍ଗଠିତ ଶିଳ୍ପ ଶ୍ରମିକ ସମେତ ଜିଲାର ସମସ୍ତ ଶ୍ରମଜୀବୀଙ୍କ ତୁରନ୍ତ ଇପିଏଫ ଓ ଇଏସଆଇ ପଞ୍ଜିକୃତ କରିବା, ବିଭିନ୍ନ କଳକାରଖାନା ଓ ନିର୍ମାଣଧିନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ସରଞ୍ଜାମ ପ୍ରଦାନ, କୃଷି ଶ୍ରମିକଙ୍କ ମଙ୍ଗଳ ବୋର୍ଡ ଗଠନ, ଠିକାଦାର ଓ ଆଉଟ୍‌ ସୋର୍ସିଂ ବ୍ୟବସ୍ଥାକୁ ସମ୍ପର୍ଣ୍ଣ ବନ୍ଦ କରିବା ଏବଂ ନିୟମିତ କର୍ମଚାରୀଙ୍କ ଭଲି ଠିକା ଶ୍ରମିକମାନଙ୍କୁ ମଜୁରି ପ୍ରଦାନ କରିବା, ଶ୍ରମିକମାନଙ୍କ ସର୍ବନିମ୍ନ ମାସିକ ମଜୁରି ୧୮ହଜାର ଟଙ୍କା ଧାର୍ଯ୍ୟ କରିବା ଦାବିରେ ବିକ୍ଷୋଭକାରୀମାନେ ସ୍ଲୋଗାନ ଦେଇଥିଲେ। ଏଥିସହ ପ୍ରତ୍ୟେକ ଚାଷୀ ପରିବାରକୁ ମାସିକ ସର୍ବନିମ୍ନ ୧୦ହଜାର ଟଙ୍କାର ରୋଜଗାର ବନ୍ଦୋବସ୍ତ କରିବା ଏବଂ ଚାଷୀଙ୍କ ଧାନର ସହାୟକ ମୂଲ୍ୟ ୩ହଜାର ଟଙ୍କାକୁ ବୃଦ୍ଧି କରି କୃଷି ଶ୍ରମିକ ଓ ଅସଙ୍ଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସମ୍ବଲପୁର ଶାଖା ସଭାପତି ବବିତା ବଡପଣ୍ଡାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ, ରାଜ୍ୟ କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ, ମୁଖପାତ୍ର କୈଳାସ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ସନ୍ଦିପ ଦେହୁରୀ, ରାଜେଶ ଖୁରା, ମଧୁମିତା ନାୟକ, ନଜଦ୍‌ ବେଗମ୍‌ ଯୋଗଦେଇଥିଲେ। ଅଇଁଠାପାଲି ବିର୍ସା ଛକଠାରେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ପରେ ରାଲି ସହର ପରିକ୍ରମା କରିଥିଲା। ମୁଦିପଡାଛକ ସ୍ଥିତ ଡା. ଭୀମରାଓଜୀ ଆମ୍ବେଦକର, ଜିଲା ସ୍କୁଲ ଛକସ୍ଥିତ ଡ. ଏପିଜେ ଅବଦୁଲ କଲାମ, ଜେଲ ଛକ ସ୍ଥିତ ବୀରସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ରାଲିକୁ ସହରର ବିଭିନ୍ନ ଛକଠାରେ ସ୍ବାଗତ କରାଯାଇଥିଲା। ଏହା ପରେ ଜିଲାପାଳ କାର୍ଯ୍ୟାଳୟଠାରେ ଆନ୍ଦୋଳନକାରୀମାନେ ପହଞ୍ଚତ୍ଥିଲେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ତ୍ରିଲୋଚନ ମାଝିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ଓଡିଶା ସାଂସ୍କୃତିକ ସମାଜ ଭବନଠାରେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ଏଥିରେ ଶ୍ରମିକ, କୃଷକ, ଛାତ୍ରଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ପିସିସି ରାଜ୍ୟ ସମ୍ପାଦକ ଜୟଶଙ୍କର ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
All Right Reserved By

ସମ୍ବଲପୁର

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଟ୍ରକ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଜମନକିରା,୨୩।୧(ଡି.ଏନ୍‌.ଏ):ସମ୍ବଲପୁର ଜିଲା ଜମନକିରା ଥାନା ଅଧୀନ ଟିକିଲିପଡ଼ା ନିକଟରେ ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଛି। ଏକ ଟ୍ରକ୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଖସି ପଳାଇଛି। 

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଯୁବକ ଜୀବନ୍ତ ଦଗ୍ଧ

ବୀରମହାରାଜପୁର,୨୩।୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଲୁଟୁପଙ୍କ ପଞ୍ଚାୟତ ଘିଚାପାଲି ଗ୍ରାମରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର  ରଞ୍ଜନ ବିଭାର(୨୯) ଶୋଇଥିବା ବେଳେ କୌଣସି କାରଣରୁ  ଘରେ ନିଆଁ ଲାଗିଯାଇଥିଲା।

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| 

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ସଫଳତା ପାଇଁ କଠିନ ପରିଶ୍ରମର ବିକଳ୍ପ ନାହିଁ

ବୀରମହାରାଜପୁର, ୨୩।୧ (ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର କଲେଜର ୩୭ତମ ବାର୍ଷିକ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏଥିରେ ଯୋଗଦେଇଥିବା ଅତିଥିମାନେ ଉଦ୍‌ବୋଧନ ପ୍ରସଙ୍ଗରେ ମତପ୍ରକାଶ କରିଥିଲେ ଯେ, କଠିନ ପରିଶ୍ରମର ବିକଳ୍ପ ନାହିଁ। 

ଜୋଙ୍କ ଜଳ ବିବାଦ ଘଟଣା  ଜିଲାପାଳ, ଏସପିଙ୍କ ମାରାଥନ ବୈଠକ  ଆଗକୁ ଆସିଛନ୍ତି ଦୁଇ ପକ୍ଷ

ଜୋଙ୍କ ଜଳ ବିବାଦ ଘଟଣା ଜିଲାପାଳ, ଏସପିଙ୍କ ମାରାଥନ ବୈଠକ ଆଗକୁ ଆସିଛନ୍ତି ଦୁଇ ପକ୍ଷ

ନୂଆପଡା ଅଫିସ,୨୩ା୧-ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନ ବିବାଦ ଚରମ ସୀମାରେ ପହଞ୍ଚତ୍ଥିବା ବେଳେ ଜିଲା ପ୍ରଶାସନ ତରଫରୁ ଜିଲାପାଳ  ଏବଂ ଏସପି ତପତ୍ରତା ପ୍ରକାଶ କରି ମାରାଥନ ବୈଠକ ଚଳାଇଛନ୍ତି। 

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ପରିବାରକେ ଆହାର ଯୁଗଉଛନ୍‌ ନାବାଲିକା ଚନ୍ଦ୍ରକଳା

ଳଡୁଗାଁ,୨୩।୧(ଡି.ଏନ.ଏ):  କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଭିରକାପଡ଼ାର ଚନ୍ଦ୍ରକଳା ଧଙ୍ଗଡାମାଝୀ(୧୭)। 

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ଘଣ୍ଟାପଡା,୨୩ା୧(ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ସୁଖାମୁଣ୍ଡାରେ କୃଷି ଭିତିକ୍‌ ଗଣପରବ୍‌ ଭୀମ ଯାତ୍‌ରା ଆର ଥାନୀୟ ଭାଷାରେ ପୁଷ୍‌ପୁନି ପରବ୍‌ ଜାକ୍‌ଜମକ୍‌ରେ ପାଲିତ ହେଇଯାଇଛେ। 

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ଲାଠୋର,୨୩ା୧(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ସବୁଜ ପ୍ରତିକାଧାରୀ ପରିବାରମାନକୁ ସରକାରୀ ହିସାବେ ଯେନ୍‌ସବୁ ସୁବିଧା ସୁଯୋଗ ମିଲବାର କଥା ନାଇଁ ମିଲୁଥିବାର ଅଭିଯୋଗ ହେଇଛେ।

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସୁସ୍ଥ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗୀର ଅଫିସ, ୨୨ା୧: ବଲାଙ୍ଗୀର ଆର୍ଯ୍ୟ ମନ୍ଦିର ପରିସରରେ ନିଖିଳ ଉତ୍କଳ ଶିକ୍ଷକ କଂଗ୍ରେସ ବଲାଙ୍ଗୀର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ବଲାଙ୍ଗୀର ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ଯୋଗଦାନ କରିଥିଲେ । ସମ୍ମିଳନୀ ଆବାହକ ତଥା ସଂଯୋଜକ ବାମଦେବ ମିଶ୍ର ସଭାରେ  ସଂଯୋଜନା କରିଥିଲେ। 

ଜୈବିକ କୃଷି ସମୟର ଆହ୍ବାନ

ଜୈବିକ କୃଷି ସମୟର ଆହ୍ବାନ

ସୋନପୁର,୨୨।୨(ନି.ପ୍ର.)ଖାଦ୍ୟ ସଙ୍କଟକୁ ଦୂର କରିବା ତଥା ଚାଷୀର ଅର୍ଥନୈତିକ ସ୍ଥିତିର ଉନ୍ନତି ପାଇଁ ଆଧୁନିକ ପ୍ରଣାଳୀରେ ଚାଷ କରାଯାଉଛି। କମ୍‌ ଜମିରୁ ଅଧିକ ଅମଳ ପାଇଁ ପ୍ରତିଯୋଗିତା ଚାଲିଛି। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

ଧଂଗଡା ଧାଂଗଡିକର ଉସ୍‌ନାକ୍‌ର ଦିନ ଧାଙ୍ଗଡି ଦୋଲା

କଲମପୁର,୨୨।୧(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ବରଦୋଳି ଗଁାରେ ରଏବାର ଟୋକି ପରବ୍‌ ପାଲନ ହେଇଥିଲା। ସେନ୍‌ତା ଧୁମଧାମରେ ସୋମବାର ଦାଙ୍ଗଡି ଦୋଲା ପାଲନ କରାଯାଇଛେ।