ସମ୍ବଲପୁର

ଚାଣ୍ଟି ହତ୍ୟାକାଣ୍ଡର ରାୟ ପ୍ରକାଶ: ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଚାଣ୍ଟି ହତ୍ୟାକାଣ୍ଡର ରାୟ ପ୍ରକାଶ: ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ
ମାନେଶ୍ୱର, ୨୧।୧୨(ଡି.ଏନ୍‌.ଏ)-ସମ୍ବଲପୁର ଜିଲା ହୀରାକୁଦ ଥାନା ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସୁରଜ ଧରୁଆ (ଚାଣ୍ଟି) ହତ୍ୟାକାଣ୍ଡର ରାୟ ଗୁରୁବାର ପ୍ରକାଶ ପାଇଛି। ସମ୍ବଲପୁର ଜିଲା ଦୌରାଜଜ୍‌ ସରୋଜ କୁମାର ପତି ୬ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଅର୍ଥ ଜରିମାନା ଶୁଣାଇଛନ୍ତି। ଜରିମାନା ଟଙ୍କା ଅନାଦେୟ ହେଲେ ୧ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି। ଏହା ସହ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ୨ବର୍ଷ ଅଧିକ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ରହିଛି। ଟଙ୍କା ଅନାଦେୟ ହେଲେ ୬ ମାସ ଜେଲ ଦଣ୍ଡ ଅଧିକ ହେବ ବୋଲି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନେ ହେଲେ ହୀରାକୁଦ ଥାନା ରିସ୍କାପଡାର ବସନ୍ତ କୁମ୍ବାର (ତୋଫାନ), ଟାଉନ ଥାନା ମୁଦିପଡାର ଏନ.ଚିରଞ୍ଜୀବି ରାଓ (ସୁନିଲ), ସୁଜିତ କର୍ଣ୍ଣ (୩୬), ସଦର ମେଡିକାଲ ପରିସରର ଲୋକନାଥ ବେନେଟ (ଜିତେନ), ଠେଲକୋପଡାର ଆଦେଶ ବାଗ ଓ ଗଣେଶ ବନଛୋର। ଗୁରୁବାର ଅପରାହ୍ନ ୪ଟାରେ ପୋଲିସର କଡା ସୁରକ୍ଷା ବଳୟରେ ୬ ଅଭିଯୁକ୍ତଙ୍କୁ କୋର୍ଟକୁ ନିଆଯାଇଥିଲା। ପରେ ଉଭୟ ପକ୍ଷ ଓକିଲ ଓ ପରିବାର ସର୍ମ୍ପକୀୟ କୋର୍ଟ ରୁମ ଭିତରକୁ ଯାଇଥିଲେ। ୪ଟା ୩୦ରେ ବିଚାରପତି ରାୟ ଶୁଣାଇବା ଆରମ୍ଭ କରିଥିଲେ। ଅଭିଯୁକ୍ତ ପକ୍ଷ ଓକିଲ ବିଚାରପତିଙ୍କୁ ରାୟ ପ୍ରକାଶ କରିବାରେ ସମୟ ମାଗିଥିଲେ। ହେଲେ ବିଚାରପତି ମନା କରି ଦେଇଥିଲେ। ସରକାରୀ ଓକିଲକୁ କିଛି କହିବା ପାଇଁ ସମୟ ଦେଇ ରାୟ ଶୁଣାଇଥିଲେ। କିନ୍ତୁ ଏହି ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍‌ ଥିବା ସରକାରୀ ଓକିଲ କହିଛନ୍ତି। ଚେତା ଶୂନ୍ୟ ହେଲେ ମା’ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ପ୍ରକାଶ ପରେ ପରିବାରବର୍ଗ ଭାଙ୍ଗି ପଡିଥିଲେ। ଜଣେ ଅଭିଯୁକ୍ତଙ୍କ ମା’ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ। ପରିବାର ବର୍ଗ ଅଟୋ ସାହାଯ୍ୟରେ ଘରକୁ ନେଇଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡି ନିରିହ ପୁଅକୁ ଫସାଇ ଦିଆହୋଇଛି। ଆଜି ପର୍ଯନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଧରା ହୋଇନାହିଁ ବୋଲି ସେମାନେ କୋହଭରା କଣ୍ଠରେ କହୁଥିଲେ। କେମିତି ଘଟିଥିଲା ଘଟଣା ୨୦୧୧ ସେପ୍ଟେମ୍ବର ୨୦ ତାରିଖ ଅପରାହ୍ନ ୨ଟାରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ। ହୀରାକୁଦ ପୁରୁଣା ମାର୍କେଟକୁ ଅଇଁଠାପାଲି ଥାନା ବରେଇପାଲିର ସୁରଜ ଦୁଇ ସାଙ୍ଗଙ୍କ ସହ ଯାଇଥିଲେ। ସେ ସମୟରେ ୮ଜଣ ଯୁବକ ଆସି ଖଣ୍ଡା, ଭୁଜାଲିରେ ପ୍ରଥମେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପଡିଥିବା ସମୟରେ ଫେରାର ଥିବା ଅଭିଯୁକ୍ତ ନିକଟରୁ ଗୁଳି ମାରିଥିଲେ। ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁଳି ଫୁଟିବା ଦ୍ୱାରା ପାଖ ଲୋକ ମଧ୍ୟ ଆହତ ହୋଇଥିଲେ। ଦିନ ଦ୍ୱିପ୍ରହରରେ ଘଟଣା ଘଟିିବାରୁ ସାଧାରଣ ଲୋକ ଭୟଭୀତ ହୋଇଯାଇଥିଲେ। ହୀରାକୁଦ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ସୁରଜଙ୍କୁ ନେଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୁରଜଙ୍କ ଭାଇ ମନୋଜ ଧରୁଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ଏହି ଘଟଣାରେ ପୋଲିସ ୮ଜଣଙ୍କ ନାମରେ ଅଭିଯୁକ୍ତ ଦର୍ଶାଇ ଚାର୍ଜସିଟ ଦାଖଲ କରିଥିଲା।
All Right Reserved By

ସମ୍ବଲପୁର

 ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପ୍ୟାକ୍ସ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି।  ନିଜସ୍ବ ଗୋଦାମ ଘର ନ ଥିବାରୁ ପେଥେଇ ପ୍ରଭାବ ଜନିତ ଲଗାଣ ବର୍ଷାରେ ମଙ୍ଗଳବାର ମଣ୍ଡିକୁ ଆସିଥିବା ୭ଶହ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନବସ୍ତା ପାଣିରେ ଭିଜି ଯାଇଛି ।

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

 ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚକଡା ରୋଗରେ ଧାନଚାଷ କ୍ଷତି ପରେ ଏବେ ପେଥେଇ ଚାଷୀଙ୍କୁ ଦାଉ ସାଜିଛି ା ଗତ ଦୁଇଦିନ ହେଲା ପେଥାଇ ପ୍ରଭାବରେ  ଲଗାଣ ବର୍ଷାରେ ଦେଓଗାଁ ବ୍ଲକର ଅନେକ ଚାଷୀଙ୍କ ପାଚିଲା ଧାନ ସାଙ୍ଗକୁ କପା, ପନିପରିବା ଓ ଡାଲିଜାତୀୟ ଶସ୍ୟ ନଷ୍ଟ ହୋଇଛି ଚାଷୀ ଏବେ ବିଲରେ ବର୍ଷା ପାଣିରେ ବୁଡି ରହିଥିବା ପାଚିଲା ଧାନକୁ ଦେଖି ଦୁଃଖରେ ଭାଙ୍ଗିପଡିଛିି । 

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା:  ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା: ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

ବାଲେଶ୍ୱର ଅଫିସ,୧୮।୧୨- ବାଲେଶ୍ୱର ଜିଲାର କ୍ରୀଡ଼ା ସଂସଦରୁ କ୍ରିକେଟ୍‌କୁ ଅଲଗା କରି ପୃଥକ୍‌ ଭାବେ କ୍ରିକେଟ୍‌ ସଂସଦ ଗଠନ ଦାବିରେ ସୋମବାର ଜିଲାର ଶତାଧିକ କ୍ରିକେଟ୍‌ ଖେଳାଳୀ ପରମିଟ୍‌ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିଭିନ୍ନ ସ୍ଲୋଗାନ ଦେବା ସହ ଏକ ପ୍ରତିନିଧି ଦଳ ମିଳିତ ଜନ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରିଥିଲେ। 

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଲୋଇସିଂହା,୧୮।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଗଲାପାଲି ଗଁାର ସାମିଲ ବାଗ(୭୦)। ସେ ଝନେ ପଞ୍ଚବାଦ୍ୟ କଳାକାର। ପଞ୍ଚବାଦ୍ୟର ମୁହୁରୀଆ ହିସାବେ ସେ ଅଂଚଲରେ ନଁା କମେଇଛନ୍‌। ତାକରଠାନୁ ୮ ଝନ୍‌ ଚେଲା ଇ କଳାକେ ଶିଖିଛନ୍‌। 

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ବଲାଙ୍ଗୀର ଅଫିସ, ୧୮ା୧୨ଚଳିତ ଖରିଫ୍‌ ଋତୁରେ ବର୍ଷାଭାବ ଯୋଗୁ ଜିଲାର ବିଭିନ୍ନ ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଥିଲା ା ସରକାର ଜିଲାର ୧୪ଟି ବ୍ଲକରୁ ୧୦ଟିରେ ଫସଲ ପ୍ରଭାବିତ ହୋଇଥିବା ଘୋଷଣା କରି ମରୁଡି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

ବୀରମହାରାଜପୁର, ୧୭ା୧୨(ଡି.ଏନ୍‌.ଏ): କୋସଲ ରାଏଜ୍‌ ସମନ୍ବୟ ସମିତି ଅହ୍ବାନ କ୍ରମେ ସୋମବାର ବୀରମହାରାଜପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି। 

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲି,୧୭।୧୨(ଡି.ଏନ.ଏ): ବରଗଡ଼ ଜିଲା ଭଟଲିଠାରେ ଅଦିନିଆ ଲଘୁଚାପ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ସୃଷ୍ଟି କରିଛିା ଚାଷୀମାନେ ଅମଳ ହୋଇଥିବା ଧାନକୁ ବିକ୍ରିପାଇଁ ମଣ୍ଡିରେ ପକାଇଥିଲୋ 

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କେସିଙ୍ଗା,୧୭।୧୨(ଡି.ଲନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଶଳ ରାଜ୍ୟ ଦାବିକୁ ନେଇ ସୋମବାର ସକାଳ ୭ରୁ ମହାବନ୍ଦ ପାଳନ କରାଯାଇଛି। 

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼,୧୭।୧୨(ସ୍ବ.ପ୍ର.): ସମନ୍ବୟସମିତି ଦେବଗଡ଼ ଶାଖା ପକ୍ଷରୁ ପଶ୍ଚିମ ଓଡ଼ିଶାକୁ  ସ୍ବତନ୍ତ୍ର ରାଜ୍ୟ ଦାବିରେ ଦେବଗଡ଼   ଜିଲାରେ ସୋମବାର ମହାବନ୍ଦ ଡ଼ାକରା ଦିଆଯାଇଛି।

 କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

ବରଗଡ଼ ଅଫିସ୍‌,୧୭।୧୨-ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ଚାଲିଛି। କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି।

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ନୂଆପଡା ଅଫିସ,୧୭ା୧୨: ସରକାର ସବୁବେଲେ ଗରିବ୍‌ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା ତିଆର କରୁଛନ୍‌। କେହି ଯେନ୍‌ଥେଇ ବାସହୀନ ହେଇ ନାଇଁ ରହେବେ, ରୋଗ୍‌ରେ ନାଇଁ ମରବେ, ସେଥିରଲାଗି ଭିନେ ଭିନେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ଇ ଯୋଜ୍‌ନାର ସୁଫଲ ପାଏବାରୁ ଗରିବଦୁଖି ବଁଚିତ ହେଉଛନ୍‌।