ସମ୍ବଲପୁର

୪ଶହ ଫୁଟ ତଳକୁ ଖସିଲା ଡମ୍ପର

୪ଶହ ଫୁଟ ତଳକୁ ଖସିଲା ଡମ୍ପର

ଟେନ୍‌ସା,୨୦।୧୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ଟେନସା ଫାଣ୍ଡି ଅଧୀନ ଟେନସା-ବରସୁଅଁା ରାସ୍ତା ୧୬ ନମ୍ବର ବୁଲାଣି ନିକଟରେ ଗୁରୁବାର ଏକ ଡମ୍ପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଡି୧୪-ଏଫ୍‌୨୦୦୬ନଂ ଡମ୍ପରଟି ଭାରସାମ୍ୟ ହରାଇ ୪ଶହ ଫୁଟ ତଳକୁ ଖସିପଡ଼ିଛି। ପୂର୍ବାହ୍ନ ୧୦ଟାରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ୫/୬ ଘଣ୍ଟା ବିଳମ୍ବରେ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଡମ୍ପର ମଧ୍ୟରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଗ୍ୟାସ କଟର ଜରିଆରେ ଗାଡ଼ିର ଆବଦ୍ଧ ଦ୍ୱାରକୁ କାଟି ମୃତଦେହକୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଡମ୍ପରଟି ହଠାତ୍‌ ନିଆଁ ଲାଗି ଜଳି ଉଠିଥିଲା। ଦମକଳ ବାହିନୀକୁ ଡକାଯାଇଥିଲା। ନିଆଁକୁ ଆୟତ୍ତ କରାଯାଇଛି। ହେଲେ ସନ୍ଧ୍ୟା ହୋଇଯିବାରୁ ଓଲଟି ପଡ଼ିଥିବା ଗାଡ଼ି ମଧ୍ୟରୁ ମୃତଦେହକୁ ଉଦ୍ଧାର କରାଯାଇନାହିଁ।

All Right Reserved By

ସମ୍ବଲପୁର

ରବିଙ୍କ ପରିବାରକୁ ଚାଷୀ ସଙ୍ଗଠନର ସହାୟତା

ରବିଙ୍କ ପରିବାରକୁ ଚାଷୀ ସଙ୍ଗଠନର ସହାୟତା

ସମ୍ବଲପୁର,୧୯।୭(ବ୍ୟୁରୋ) ସମ୍ବଲପୁର ମହାନଗର ସାପଲହରା ଗ୍ରାମର ଚାଷୀ ରବି ମିର୍ଦ୍ଧାଙ୍କ ସୋମବାର ବିଜଳି ଆଘାତ ପାଇ ମୃତ ହୋଇଥିଲେ। ବୁଧବାର ଜିଲା କୃଷକ ସଙ୍ଗଠନ ରବିଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି । ଆର୍ଥତ୍କ ରାଶି ପ୍ରଦାନ କରି ସମବେଦନା ଜଣାଇଛନ୍ତି।

ଭ୍ୟାନ ଦୁର୍ଘଟଣା, ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିଥିବା ସଞ୍ଜୀବ ନାଥ ସମ୍ବର୍ଦ୍ଧିତ

ଭ୍ୟାନ ଦୁର୍ଘଟଣା, ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିଥିବା ସଞ୍ଜୀବ ନାଥ ସମ୍ବର୍ଦ୍ଧିତ

ସମ୍ବଲପୁର, ୧୯।୭ (ବ୍ୟୁରୋ) ସେଣ୍ଟ୍‌ ଯୋଶେଫ୍‌ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଭ୍ୟାନ ଅଇଁଠାପାଲି ଥାନା ନିକଟରେ ଗତ ୧୧ ତାରିଖ ସକାଳ ୭ଟା ୧୫ ମିନିଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ସମୟରେ ଦୁର୍ଘଟଣାସ୍ଥଳ ନିକଟରେ ଛିଡ଼ା ହୋଇଥିବା ସଞ୍ଜୀବ ନାଥ ଉପସ୍ଥିତ ବୁଦ୍ଧି ଖଟାଇ ଭ୍ୟାନ ମଧ୍ୟରୁ ୭ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଆହତଙ୍କୁ ତୁରନ୍ତ ସଦର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ବନ୍ୟା ମୁକାବିଲା, ସତର୍କ ରହିବାକୁ ନିର୍ଦ୍ଦେଶ

ବନ୍ୟା ମୁକାବିଲା, ସତର୍କ ରହିବାକୁ ନିର୍ଦ୍ଦେଶ

ସମ୍ବଲପୁର,୧୯।୭(ବ୍ୟୁରୋ) ସମ୍ବଲପୁର ଜିଲାପ୍ରଶାସନ ପକ୍ଷରୁ ବୁଧବାର ଦ୍ୱିତୀୟ ପର୍ଯ୍ୟାୟରେ ବନ୍ୟା ମୁକାବିଲା ପାଇଁ ଏକ ଜରୁରୀ ବୈଠକ ଜିଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକରେ ବନ୍ୟାର ମୁକାବିଲା ନେଇ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗକୁ ଜିଲାପାଳ ବର୍ମା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗିରିଶ୍ଚନ୍ଦ୍ରପୁର ଡାକ୍ତରଖାନାକୁ ମିଳିଲା ୧୦୮ ଆମ୍ବୁଲାନ୍ସ

ଗିରିଶ୍ଚନ୍ଦ୍ରପୁର ଡାକ୍ତରଖାନାକୁ ମିଳିଲା ୧୦୮ ଆମ୍ବୁଲାନ୍ସ

ନାକଟିଦେଉଳ,୧୯।୭ (ଡି.ଏନ.ଏ) ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ମାଓବାଦୀ ପ୍ରଭାବିତ ଗିରିଶ୍ଚନ୍ଦ୍ରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ରାଜ୍ୟ ସରକାର ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଗିରିଶ୍ଚନ୍ଦ୍ରପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରେଢ଼ାଖୋଲ ବିଧାୟକ ତଥା ଉପମୁଖ୍ୟ ସଚେତକ ଇଂ. ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ୧୦୮ ଆମ୍ବୁଲାନ୍ସର ସେବାର ଶୁଭାରମ୍ଭ କରିଥିଲେ।

ସଡ଼କ ଦୁର୍ଘଟଣା : ଚିକିତ୍ସାଧୀନ ୨ ଗୁରୁତର ମୃତ

ସଡ଼କ ଦୁର୍ଘଟଣା : ଚିକିତ୍ସାଧୀନ ୨ ଗୁରୁତର ମୃତ

ବୁର୍ଲା,୧୯।୭(ଡି.ଏନ.ଏ.) ପୃଥକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୀମସାର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଲୁଇସିଂହା ଥାନା ପଣ୍ଡୋନିନୀ ଗ୍ରାମର ଗୁଣନିଧି ଧରୁଆ (୪୦)। ମଙ୍ଗଳବାର ସନ୍ଧ୍ୟାରେ ସାଇକଲରେ ଆସୁଥିବା ବେଳେ, ଏକ ମଟରସାଇକଲ ତାଙ୍କୁ ଧକ୍କା ଦେଇଥିଲା। ଏେ ନଇ ବୁର୍ଲା ଥାନାରେ ଏକ ମାମଲା (ନଂ. ୬୧୪/୧୮) ରୁଜୁ ହୋଇଛି।

ଆଦର୍ଶ ବିବାହ :ଅନାଥ ଝିଅଙ୍କୁ ଜୀବନସାଥୀ କଲେ ଦୀପକ

ଆଦର୍ଶ ବିବାହ :ଅନାଥ ଝିଅଙ୍କୁ ଜୀବନସାଥୀ କଲେ ଦୀପକ

ସମ୍ବଲପୁର,୧୯।୭(ବ୍ୟୁରୋ) ସୁଖମୟ ଦାମ୍ପତ୍ତ୍ୟ ଜୀବନ ପାଇଁ କେବଳ ମନ ପସନ୍ଦର ଜୀବନସାଥୀଟିଏ ଲୋଡ଼ା। ଏହି ଆଦର୍ଶ ଚିନ୍ତାଧାରାକୁ ସାକାର କରିବାକୁ ଯାଇ ବରଗଡ଼ର ଦୀପକ ଅଗ୍ରଓ୍ବାଲ ଜଣେ ଅନାଥ ଝିଅ କ୍ରୀଷ୍ଣାଙ୍କୁ ଆଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଫୁଲଝରଣ ଆଇଜାକ୍‌ ସାନ୍ଥ୍ରା ବାଲ୍‌ନିକେତନ ପରିସରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।

ଛତାବର ରାସ୍ତା ଶୋଚନୀୟ  ଘଟଣା: ପୋଲିସ ଉପସ୍ଥିତିରେ ଜମି ଚିହ୍ନଟ, ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଛତାବର ରାସ୍ତା ଶୋଚନୀୟ ଘଟଣା: ପୋଲିସ ଉପସ୍ଥିତିରେ ଜମି ଚିହ୍ନଟ, ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଦେବଗଡ,୧୯।୭(ସ୍ବ.ପ୍ର.) -ଛତାବର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାବେଳେ ଏ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ, ଗ୍ରାମବାସୀ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ। ଫଳରେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଶେଷରେ ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ବାଧ୍ୟହୋଇ ଜାତୀୟ ରାଜପଥର ସଂପ୍ରସାରଣ ପାଇଁ ଅଧିକୃତ ସରକାରୀ ଓ ବେସରକାରୀ ଜମିର ଚିହ୍ନଟ ଓ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ:ବ୍ଲକ ଅଫିସରେ ତାଲା ମାରିବାକୁ ଗ୍ରାମବାସୀଙ୍କ ଧମକ

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର ଅଭିଯୋଗ:ବ୍ଲକ ଅଫିସରେ ତାଲା ମାରିବାକୁ ଗ୍ରାମବାସୀଙ୍କ ଧମକ

ସଇଁତଲା, ୧୯।୭ (ଡି.ଏନ.ଏ.) ସଇଁତଲା ବ୍ଲକର କେରମେଲି ପଞ୍ଚାୟତର ସାନଦାସମୁଣ୍ଡା ଗ୍ରାମଠାରୁ ଜାତୀୟ ରାଜପଥ ୨୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ତିଆରି ହେଉଛି। ହେଲେ ଏହା ଅତ୍ୟନ୍ତ ନିମ୍ନମାନର କରାଯାଉଛି। ବୁଧବାର ଗ୍ରାମବାସୀ ବିଡିଓଙ୍କଠାରେ ଏହି ଅଭିଯୋଗ କରିଛନ୍ତି। ୨ ଦିନରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ନ ହେଲେ ବ୍ଲକ ଅଫିସରେ ତାଲା ମାରିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି।

ସତୀଘାଟ ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ସତୀଘାଟ ଗାଁରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର ଅଫିସ/ମୁରିବାହାଲ, ୧୯।୭ (ଡି.ଏନ୍‌.ଏ.)-ମୁରିବାହାଲ ଥାନା ଅନ୍ତର୍ଗତ ବାନ୍ଦୁପଲା ପଞ୍ଚାୟତ ସତୀଘାଟ ଗଁ।ରେ ବୁଧବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଗୁରୁବାର ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ମୃତା ମହିଳାଙ୍କ ବାପା କିନ୍ତୁ ଅଭିଯୋଗ କରିଛନ୍ତି ଯେ, ପେଟ୍ରୋଲ ଢାଳି ତାଙ୍କ ଝିଅକୁ ହତ୍ୟା କରାଯାଇଛି। ମୁରିବାହାଲ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା (ନଂ.୭୨/୧୮) ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତା ମହିଳାଙ୍କ ସ୍ବାମୀକୁ ଅଟକ ରଖିଛି ।

ସାମାଜିକ ପରିବର୍ତ୍ତନ ସକାଶେ ଛାତ୍ରୀଛାତ୍ର ସଙ୍କଳ୍ପ ନେବା ଉଚିତ

ସାମାଜିକ ପରିବର୍ତ୍ତନ ସକାଶେ ଛାତ୍ରୀଛାତ୍ର ସଙ୍କଳ୍ପ ନେବା ଉଚିତ

ସୋନପୁର,୧୯।୭(ନି.ପ୍ର.)-ଯୋଗ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆସିପାରିବ। ବ୍ୟକ୍ତିଗତ, ପାରିବାରିକ ତଥା ରାଷ୍ଟ୍ରିୟ ସମାଧାନ ଦିଗରେ ଯୋଗ ସହାୟକ ହୋଇଥାଏ। ରୋଗମୁକ୍ତ ରହିବା ତଥା ବଳିଷ୍ଠ ବ୍ୟକ୍ତିତ୍ୱର ବିକାଶ କ୍ଷେତ୍ରରେ ମଧ୍ୟ ଯୋଗାଭ୍ୟାସ ଲାଭ ଦାୟକ । ତେଣୁ ଛାତ୍ରୀଛାତ୍ର ଯୋଗର ପ୍ରଚାର ପ୍ରସାର ପାଇଁ ସଙ୍କଳ୍ପ ନେବା ଆବଶ୍ୟକ ବୋଲି ପତଞ୍ଜଳି ଯୋଗପୀଠର ସ୍ବାମୀ ଓମ୍‌ ଦେବଜୀ କହିଛନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗ: ଜଣେ ଅଟକ, ଯୁବତୀ ଉଦ୍ଧାର

ଖପ୍ରାଖୋଲ,୧୯।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି। ଉଭୟଙ୍କୁ ପୋଲିସ ପଚରାଉଚରା କରୁଛି। ତେବେ ପୋଲିସ ଅଟକ ରଖିଥିବା ବ୍ୟକ୍ତି ଜଣକ ଗାଁରେ ଦୀର୍ଘ ଦିନ ହେଲା ଏହି ଅନୈତିକ କାର୍ଯ୍ୟକଳାପ ଚଳାଇ ଆସୁଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଚାଷୀଙ୍କ ଅଂଶଧନ ୧୨.୨୪ ଲକ୍ଷ ହେରଫେର ଘଟଣା: ଭିଜିଲାନ୍ସ ତଦନ୍ତ ଆରମ୍ଭ

ବରଗଡ଼ ଅଫିସ୍‌,୧୯।୭ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ (ଏନଏଫଏସଏ)ରେ ବରଗଡ଼ ଜିଲା କୃଷି ବିଭାଗରେ କୃଷି ଯନ୍ତ୍ରପାତିରେ ଚାଷୀଙ୍କ ଅଂଶଧନ ବାବଦକୁ ସଂଗୃହୀତ ୧୨.୨୪ ଲକ୍ଷ ଟଙ୍କା ହେରଫେର ଘଟଣାର ତଦନ୍ତ ଭାର ଭିଜିଲାନ୍ସ ନିଜ ହାତକୁ ନେଇଛି। ତଦନ୍ତ ହାତକୁ ନେବା ପରେ ବରଗଡ଼ ଭିଜିଲାନ୍ସ ଡିଏସପି ବି. କେ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଏହାକୁ ନେଇ ତନାଘନା ଆରମ୍ଭ କରିଛନ୍ତି ।

Model This Week

ରୂପେଶ