ସମ୍ବଲପୁର

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ନେଇ ବରଗଡ଼ରେ ଦାମଙ୍କୁ ପିଣ୍ଡଦାନ

ବ୍ରାହ୍ମଣ ବିରୋଧୀ ମନ୍ତବ୍ୟକୁ ନେଇ ବରଗଡ଼ରେ ଦାମଙ୍କୁ ପିଣ୍ଡଦାନ

ବରଗଡ଼ ଅଫିସ,୨୧।୧୨- ଆଦିବାସୀମାନେ କେବେ ଭିକ ମାଗନ୍ତିନାହିଁ। ଭିକ କେବଳ ବ୍ରାହ୍ମଣମାନେ ମାଗନ୍ତି। ଆଦିବାସୀମାନଙ୍କୁ ଖୁସି କରିବାକୁ ରାଜ୍ୟ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ ଦିନକ ତଳେ ଦେଇଥିବା ଏହି ମନ୍ତବ୍ୟକୁ ନେଇ ବିବାଦ ଘନେଇବାରେ ଲାଗିଛି। ବୁଧବାର ପୁରୀ ଓ ଭୁବନେଶ୍ୱରରୁ ଲାଗିଥିବା ଦାମ ବିରୋଧୀ ନିଆଁ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି। ବରଗଡ଼ ଜିଲା ସଦର ମହକୁମାରେ ପଶ୍ଚିମ ଉତ୍କଳ ପଣ୍ଡିତ ସଭା ସଭାପତି କୁଳମଣି ରଥଙ୍କ ନେତୃତ୍ୱରେ ଗୁରୁବାର ବ୍ରାହ୍ମଣମାନଙ୍କ ପକ୍ଷରୁ ଦାମଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ରାହ୍ମଣମାନଙ୍କ ପ୍ରତି ଦାମଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଅପମାନଜନକ ବୋଲି ମତ ପ୍ରକାଶ ପାଇଥିଲା। ସମାଜର ସମସ୍ତ ବର୍ଗଙ୍କ କଲ୍ୟାଣ ପାଇଁ ତଥା ବିଶ୍ୱ କଲ୍ୟାଣ ଓ ଶାନ୍ତି ପାଇଁ ବ୍ରାହ୍ମଣ ସମାଜ ଯୁଗ ଯୁଗ ଧରି କାର୍ଯ୍ୟ କରୁଛି। ବର୍ତ୍ତମାନର ରାଜନୈତିକ ଓ ଭୋଟ ସର୍ବସ୍ବ ଓ ବ୍ୟକ୍ତି କୈନ୍ଦ୍ରୀକ ସମାଜରେ ବ୍ରାହ୍ମଣମାନଙ୍କ ସମାଜ ଗଠନ ପାଇଁ ତ୍ୟାଗ ଅତୁଳନୀୟ ବୋଲି ସଭ୍ୟମାନେ ମତ ଦେଇଥିଲେ। ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ବ୍ରାହ୍ମଣ ସମାଜ ସମସ୍ତଙ୍କ ଉନ୍ନତି ପାଇଁ ସଂକଳ୍ପବଦ୍ଧ। ଯଦିଓ ବର୍ତ୍ତମାନର ସଂରକ୍ଷଣ ନୀତି ଯୋଗୁ ବ୍ରାହ୍ମଣମାନେ କ୍ଷତିଗ୍ରସ୍ତ, ତଥାପି ବ୍ରାହ୍ମଣ ଦେଶ ଓ ଜାତି ପାଇଁ ଅହରହ କର୍ତ୍ତବ୍ୟରତ। ଏଣୁ ବ୍ରାହ୍ମଣଙ୍କୁ ଉପହାସ କରିବା ଭଳି ଡା. ରାଉତଙ୍କ ଟିପ୍ପଣୀରେ ବ୍ରାହ୍ମଣ ସମାଜ ଅତ୍ୟନ୍ତ ମର୍ମାହତ ବୋଲି ବକ୍ତାମାନେ କହିଥିଲେ। କର୍ମକର୍ତ୍ତାମାନେ ପ୍ରଥମେ ଶ୍ୟାମାକାଳୀ ମନ୍ଦିର ନିକଟରୁ ଶୋଭାଯାତ୍ରାରେ ବାହାରି ଥାନା ଛକରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ପରେ ମନ୍ତ୍ରୀ ଡା. ରାଉତଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ପିଣ୍ଡଦାନ କରାଯାଇଥିଲା।

All Right Reserved By

ସମ୍ବଲପୁର

ହାତୀ ଭାଙ୍ଗିଲା ଘର କାନ୍ଥ  ଶିଶୁ କନ୍ୟା ମୃତ, ୩ ଗୁରୁତର

ହାତୀ ଭାଙ୍ଗିଲା ଘର କାନ୍ଥ ଶିଶୁ କନ୍ୟା ମୃତ, ୩ ଗୁରୁତର

ରେଙ୍ଗାଲି,୨୧ା୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବନଖଣ୍ଡର ଛତରବଗା ଥାନା ଅଧୀନ ପଟାମାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ହାତୀ ପଶି ଆସି ବ୍ୟାପକ କ୍ଷୟକ୍ଷତି କରିଛି ା

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ରାଉରକେଲା ଅଫିସ,୨୧।୬- ସହରର ବିଭିନ୍ନ ଶପିଂ ମଲ, ହୋଟେଲ, ଆପାର୍ଟମେଣ୍ଟ, କଲ୍ୟାଣ ମଣ୍ଡପ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁବାର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇଛି।

ଯୋଗମୟ ଷ୍ଟିଲ ସିଟି  ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ଯୋଗମୟ ଷ୍ଟିଲ ସିଟି ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ରାଉରକେଲା ଅଫିସ,୨୧।୬- ଗୁରୁବାର ଷ୍ଟିଲ୍‌ ସିଟିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ସହରରେ ଯୋଗମୟ ପରିବେଶ ସୃଷ୍ଟି ହୋଇଥିଲା।

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

ପଞ୍ଚାୟତ କମିଟି ଉପରେ ଗୁରୁତ୍ୱ

କୋକସରା,୨୧।୬(ଡି.ଏନ.ଏ.)କୋକସରାଠାରେ ଥିବା ଆରଏମସି ପରିସରରେ କୋକସରା ବ୍ଲକ ବିଜୁ ଜନତା ଦଳର ମହିଳା ଓ ଯୁବ ବାହୀନିର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସଚେତନତା ସଭା ଗୁରବାର ଅନୁଷ୍ଠିତ ହୋଇଯାଇଛି।

 ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ଜୁନାଗଡ଼,୨୧।୬(ଡି.ଏନ୍‌.ଏ)ରାଜ୍ୟ ଖାଦ୍ୟ ସଚିବ ତଥା କଳାହାଣ୍ଡି ଜିଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବୀର ବିକ୍ରୟ ୟାଦବ ଗୁରୁବାର ଜୁନାଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ପ୍ରଥମେ ବ୍ଲକର ବଳଦିଆମାଲ ଓ ପରେ ମହିଚଲା ପଞ୍ଚାୟତ ପରିଦର୍ଶନ କରିଥିଲେ।

ଆଶଙ୍କାରେ ଭଟଲି ରଥଯାତ୍ରା

ଆଶଙ୍କାରେ ଭଟଲି ରଥଯାତ୍ରା

ଭଟଲି,୨୧।୬(ଡି.ଏନ.ଏ) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଦଧିବାମନ ପୀଠରେ ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ୬ ଦିନ ବାକି ରହିଛି ।

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ଡିଗ୍ରୀ କଲେଜରେ ଗୁରୁବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱ ତଥା ଅଧ୍ୟ୍ୟାପିକା ରିଙ୍କି ସେଠଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ପରିଚାଳନା ସଭାପତି ବିଜୟ କୁମାର ସାହୁ ଯୋଗଦେଇଥିଲେ।

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ବଲାଙ୍ଗୀର ଅଫିସ, ୨୧ା୬ ୨୦୧୭-୧୮ ଆର୍ଥିକବର୍ଷରେ ବ୍ୟବସାୟିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଅରୁନ୍ଧତୀ ହିରୋ ବଲାଙ୍ଗୀର ଓ ଅରୁନ୍ଧତୀ ହିରୋ ଭବାନୀପାଟଣାକୁ ଆମେରିକା ଏବଂ ଅଷ୍ଟ୍ରେଲିଆରେ ସମ୍ମାନିତ କରାଯାଇଛି।

ନାରାୟଣ ଥିଲେ ସମ୍ବେଦନଶୀଳ, ସୁଭଦ୍ର ଚେତନା

ନାରାୟଣ ଥିଲେ ସମ୍ବେଦନଶୀଳ, ସୁଭଦ୍ର ଚେତନା

ବଲାଙ୍ଗୀର ଅଫିସ, ୨୧ା୬ ସମଗ୍ର ପଶ୍ଚିମ ଓଡିଆରେ ସ୍ବର୍ଗତ ପୃଷେଠ୍‌ ଥିଲେ ସର୍ବାଧିକ ଜନପ୍ରିୟ। ସେ ଥିଲେ ସ୍ପର୍ଶକାତର, ସମ୍ବେଦନଶୀଳ ଓ ସୁଭଦ୍ର ଚେତନା ା ଅନ୍ୟକୁ ଶ୍ରଦ୍ଧା ପ୍ରକାଶ କରିବାରେ ସେ କେବେ କାର୍ପଣ୍ୟତା ପ୍ରକାଶ କରୁ ନ ଥିଲେ ା

ସମବାୟ ଆନ୍ଦୋଳନ ବ୍ୟାପକ କରିବାକୁ ଆହ୍ବାନ

ସମବାୟ ଆନ୍ଦୋଳନ ବ୍ୟାପକ କରିବାକୁ ଆହ୍ବାନ

ଟିଟିଲାଗଡ, ୨୧।୬ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗଁାଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସମବାୟ ମୋଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି ା ସ୍ବାସ୍ଥ୍ୟକେନ୍ଦ୍ରରେ ନିୟମିତଭାବେ କାର୍ଯ୍ୟରତ ଡାକ୍ତର ଆଶିଷ କୁମାର ସାହୁଙ୍କୁ ଚଳିତ ମାସ ୪ତାରିଖରେ ବଲାଙ୍ଗୀର ମୁଖ୍ୟାଳୟ ଡାକ୍ତରଖାନାକୁ ଡେପୁଟେସନରେ ବଦଳି କରିଦେବା ଫଳରେ ଏଠାକାର ସ୍ବାସ୍ଥ୍ୟସେବାରେ ବ୍ୟାଘାତ ଦେଖାଦେଇଛି ା ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବନ୍ଧପଡା ପଞ୍ଚାୟତ ସମେତ ସିଂହାମୁଣ୍ଡା, ଧଣ୍ଡାମାଲ, ଲଣ୍ଡାପଥର, ବ୍ରାହ୍ମଣୀଯୋର ଆଦି ପଞ୍ଚାୟତର ଜନସାଧାରଣ ନିର୍ଭର କରନ୍ତି ା

ବିହନ ଧାନ ଯୋଗାଣରେ ବିଳମ୍ବ ହେତୁ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୪ଘଣ୍ଟା ତାଲାବନ୍ଦ

ବିହନ ଧାନ ଯୋଗାଣରେ ବିଳମ୍ବ ହେତୁ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ୪ଘଣ୍ଟା ତାଲାବନ୍ଦ

କେସିଙ୍ଗା, ୨୧।୬ (ଡି.ଏନ.ଏ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଚାଷୀମାନେ ଚାଷ କରିବା ପାଇଁ ବିହନ ଧାନର ଆବଶ୍ୟକତା ଥିବାରୁ କୃଷି ବିଭାଗ ପକ୍ଷରୁ ବିହନ ଧାନ ଯୋଗାଇବାରେ ବିଳମ୍ବ ହୋଇଛି। ଏହାକୁ ନେଇ କେସିଙ୍ଗା କୃଷକ ସମାଜ ଗତ ୧୧ ତାରିଖ ୮ଦଫା ଦାବିପତ୍ର କେସିଙ୍ଗା ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ପ୍ରଦାନ କରିଥିଲେ।

Model This Week

ପ୍ରଭାତ