ସମ୍ବଲପୁର

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ: ଜେଲ ଗଲେ ଜର୍ଜ ତିର୍କୀଙ୍କ ପୁଅ

ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ: ଜେଲ ଗଲେ ଜର୍ଜ ତିର୍କୀଙ୍କ ପୁଅ

ରାଉରକେଲା ଅଫିସ,୨୧।୧୨- ଜଣେ ଗରିବ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରାଜେଶ ତିର୍କୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଛି। ପୋଲିସ ସହ ଦୀର୍ଘଦିନ ଲୁଚକାଳି ଖେଳୁଥିବା ରାଜେଶଙ୍କୁ ଶେଷରେ ଜେଲ ଯିବାକୁ ପଡ଼ିଛି। ରାଜେଶ ଫେରାର ହୋଇ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ୩ଥର ତାଙ୍କ ଜାମିନ ନାମଞ୍ଜୁର କରିଥିଲେ। ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ହାଇକୋର୍ଟ ରାଜେଶଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଳ କୋର୍ଟଙ୍କ ରାୟ ଉପରେ ଜାମିନ ନିର୍ଭର କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଇ ରାଜେଶ ବୁଧବାର ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେ ଅସୁସ୍ଥ ଥିବା ଦର୍ଶାଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ। ହେଲେ ଏସ୍‌ଡିଜେଏମ୍‌ କୋର୍ଟ ପୂର୍ବାହ୍ନରେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଫଳରେ ଅପରାହ୍ନରେ ରାଜେଶଙ୍କ ଓକିଲ ପ୍ରଥମ ଏଡିଜେଙ୍କ କୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। ଏହି ଅଦାଲତ ମଧ୍ୟ ଜାମିନ ମଞ୍ଜୁର ନ କରିବାରୁ ଶେଷରେ ରାଜେଶଙ୍କୁ ଜେଲ ଯିବାକୁ ପଡ଼ିଛି। ଜାମିନ ଆବେଦନ ଶୁଣାଣି ବେଳେ ପୀଡ଼ିତା କୋର୍ଟରେ ଉପସ୍ଥିତ ଥିଲେ। ପୀଡ଼ିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିଛି। ଜଣେ ଝିଅର ଜୀବନ ସହ ଖେଳ ଖେଳିବାର ଶାସ୍ତି କୋର୍ଟ ତାଙ୍କୁ ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରାଜେଶ ସେକ୍ଟର-୧୫ ଅଞ୍ଚଳର ଜଣେ ଗରିବ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ୩ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ହେଲେ ବିବାହ କରିବାକୁ ମନା କରିଦେଇଥିଲେ। ଗତ ସେପ୍ଟେମ୍ବର ୫ରେ ଯୁବତୀ ଜଣକ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଏହାକୁ ହାଲୁକାଭାବେ ଗ୍ରହଣ କରିଥିଲା। ତେଣୁ ପୀଡ଼ିତା ଏ ନେଇ ଏସ୍‌ପି ଉମାଶଙ୍କର ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ମହିଳା ଥାନାରେ ଏକ ବଳାତ୍କାର ମାମଲା (ନଂ. ୩୮/୨୦୧୭) ରୁଜୁ ହୋଇଥିଲା। ପୋଲିସ ରାଜେଶଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ହେଲେ ସେ ସବୁଥର ଖସି ପଳାଉଥିଲେ। ଫେରାର ଥିବା ସମୟରେ ସେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଜାମିନ ପ୍ରଦାନ ନ କରି ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅଜୟ କୁମାର ପ୍ରଧାନ ଏହି ମାମଲା ପରିଚାଳନା କରୁଛନ୍ତି।

All Right Reserved By

Model This Week

Model This Week

ସମ୍ବଲପୁର

ସତ୍ୟ ମହିମା ଧର୍ମର ଧର୍ମ ସଭା

ମଣ୍ଡଲ, ୨୫।୪ (ଡି.ଏନ.ଏ)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁର ନିକଟସ୍ଥ ଅମ୍ବାବୁଲା ଗ୍ରାମଠାରେ ସତ୍ୟ ଅଲେଖ ମହିମା ଧର୍ମର ଧର୍ମସଭା ଅନୁଷ୍ଠିତ ହୋଇଯାଇଛି ।

ବିନା ସୂଚନା ଫଳକରେ ଚାଲିଛି ଡ୍ରେନ ନିର୍ମାଣ କାମ

ବିନା ସୂଚନା ଫଳକରେ ଚାଲିଛି ଡ୍ରେନ ନିର୍ମାଣ କାମ

ଅତାବିରା, ୨୫।୪ (ଡି.ଏନ.ଏ)-ବରଗଡ ଜିଲା ଭେଡେନ ବ୍ଲକ ଦେଶଭଟିଲି ପଞ୍ଚାୟତସ୍ଥିତ ଉଦେପୁର ଗାଁରେ ପଞ୍ଚାୟତ ତରଫରୁ ଏକ ଡ୍ରେନ ନିର୍ମାଣ କାମ ଚାଲିଛି । ହେଲେ ସରକାରଙ୍କ ନିର୍ଦ୍ଦେଶକୁ ଖୋଲା ଖୋଲି ଭାବରେ ଏଠାରେ ଉଲ୍ଲଘଂନ କରାଯାଉଥିବା ଦେଖାଯାଇଛି ।

ଟ୍ରକ୍‌-ବାଇକ୍‌ ଧକ୍କାରେ ୨ ଯୁବକ ଗୁରୁତର

ଟ୍ରକ୍‌-ବାଇକ୍‌ ଧକ୍କାରେ ୨ ଯୁବକ ଗୁରୁତର

ଜମନକିରା, ୨୫।୪ (ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ଜମନକିରା ଥାନା ଟିକିଲିପଡ଼ା ସାପ୍ତାହିକୀ ବଜାର ନିକଟରେ ଏକ ବାଇକ୍‌କୁ ଅଜଣା ଟ୍ରକ୍‌ ଧକ୍କା ଦେବା ଫଳରେ ଆରୋହୀ ଓ ଚାଳକ ଗୁରୁତର ଆହତ ହୋଇଛନ୍ତି।

ମ୍ୟାଲେରିଆମୁକ୍ତ ଜିଲା ଗଠନ ପାଇଁ ଶପଥ ପାଠ

ମ୍ୟାଲେରିଆମୁକ୍ତ ଜିଲା ଗଠନ ପାଇଁ ଶପଥ ପାଠ

ବରଗଡ଼ ଅଫିସ୍‌,୨୫।୪-ବରଗଡ଼ ଜିଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ ବୁଧବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସବିତା ପଟେଲ, ଜିଲା ମ୍ୟାଲେରିଆ ଅଧିକାରୀ ଡା.ସାଧୁଚରଣ ଦାଶଙ୍କ ସମେତ ଅନ୍ୟ ଚିକିତ୍ସାଧିକାରୀ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବରଗଡ଼ ଜିଲାକୁ ମ୍ୟାଲେରିଆମୁକ୍ତ କରିବା ପାଇଁ ସଭାରେ ଉପସ୍ଥିତ ସମସ୍ତ ଅଧିକାରୀ, ଆଶାକର୍ମୀ ଓ ଅନ୍ୟମାନେ ଶପଥ ନେଇଥିଲେ । ଜିଲାପାଳ ତ୍ରିପାଠୀ ଶପଥ ପାଠ କରାଇଥିଲେ।

ନୂଆପଡାରେ ମ୍ୟାଲେରିଆ ଦିବସ ପାଳିତ

ନୂଆପଡାରେ ମ୍ୟାଲେରିଆ ଦିବସ ପାଳିତ

ନୂଆପଡା ଅଫିସ, ୨୫।୪-ବୁଧବାର ପୂର୍ବାହ୍ନରେ ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଛି। ସିଡିଏମଓ ଡାକ୍ତର ଶଙ୍କର ପ୍ରସାଦ ମେହେର, ଜିଲା ପରିଷଦ ଅଧ୍ୟକ୍ଷା ନମିତା ପଧାନ, ଡାକ୍ତର ବି.ବି. ଜଗତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ମ୍ୟାଲେରିଆର କାରଣ ଓ ନିରାକରଣ ନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା।

ସହରରେ ଲାଗିଲା ୧୨ ସିସିଟିଭି କ୍ୟାମେରା

ସହରରେ ଲାଗିଲା ୧୨ ସିସିଟିଭି କ୍ୟାମେରା

ରାଉରକେଲା ଅଫିସ,୨୫।୪ ଏଣିକି ଅପରାଧୀମାନେ ଅପରାଧ ଘଟାଇ ଆଉ ସହଜରେ ଖସିଯାଇ ପାରିବେ ନାହିଁ। ସେମାନଙ୍କୁ ଚିହ୍ନଟ କରିବାରେ ପୋଲିସକୁ ଆଉ ନାକେଦମ ହେବାକୁ ପଡ଼ିବ ନାହିଁ। କାରଣ ଷ୍ଟିଲ୍‌ ସିଟିର ବିଭିନ୍ନ ସ୍ଥାନରେ ଲାଗିଛି ୧୨ ସିସିଟିଭି କ୍ୟାମେରା। ଏସ୍‌ପି ଅଫିସ ଛକ, ବାସନ୍ତୀ କଲୋନୀ ଓଭର ବ୍ରିଜ, ବାସନ୍ତୀ କଲୋନୀ ଜଗନ୍ନାଥ ମନ୍ଦିର, ସିଭିଲ ଟାଉନ୍‌ଶିପ ପ୍ରମୁଖ ସ୍ଥାନରେ ପରୀକ୍ଷାମୂଳକ ଭାବେ ସିସିଟିଭି କ୍ୟାମେରା ଲଗାଯାଇଛି।

ଝାରସୁଗୁଡ଼ାରେ ମୃତ୍ୟୁ ସଂଖ୍ୟା ତଥ୍ୟ ଅସମ୍ପୂର୍ଣ୍ଣ

ଝାରସୁଗୁଡ଼ା ଅଫିସ,୨୫।୪ ପ୍ରତ୍ୟେକ ବର୍ଷ ଏପ୍ରିଲ ୨୫ରେ ପାଳନ ହେଉଛି ବିଶ୍ୱ ମ୍ୟାଲେରିଆ ଦିବସ। ଏହିଦିନ ସରକାରୀ ଓ ବେସରକାରୀ ସ୍ତରରେ ମ୍ୟାଲେରିଆ ନିରାକରଣ, ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ଆଲୋଚନା, ପର୍ଯ୍ୟାଲୋଚନା ଓ ସମୀକ୍ଷା ହୁଏ। କିନ୍ତୁ ବର୍ଷସାରା ଏହି ପ୍ରସଙ୍ଗରେ ଆଉ ସାମାନ୍ୟତମ ଆଲୋଚନା ହୁଏନାହିଁ। ସେଥିପାଇଁ ଝାରସୁଗୁଡ଼ା ଭଳି ଏକ ଛୋଟ ଜିଲାରେ ମ୍ୟାଲେରିଆ ଜନିତ ମୃତ୍ୟୁକୁ ରୋକାଯାଇ ପାରୁନାହିଁ। ପ୍ରତ୍ୟେକ ବର୍ଷ ଜିଲାରେ ମ୍ୟାଲେରିଆରେ ପୀଡ଼ିତ ହୋଇ ଲୋକ ମରୁଛନ୍ତି। ସରକାରୀ ଭାବେ ଝାରସୁଗୁଡ଼ା ଜିଲାରେ ୨୦୧୦-୨୦୧୮ ମଧ୍ୟରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏହା ହେଉଛି ଜିଲାର ଅସମ୍ପୂର୍ଣ୍ଣ ରିପୋର୍ଟ। କାରଣ ଅନେକ ଘରୋଇ ହସ୍ପିଟାଲ, ନର୍ସିଂହୋମ ସମେତ ଏମ୍‌ସିଏଲ୍‌ ଦ୍ୱାରା ପରିଚାଳିତ ମଣ୍ଡଳିଆସ୍ଥିତ କେନ୍ଦ୍ରୀୟ ହସ୍ପିଟାଲ ମ୍ୟାଲେରିଆ ଜନିତ ତଥ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଦିଅନ୍ତି ନାହିଁ। ଫଳରେ ଜିଲା ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ଦିଆଯାଉଥିବା ମ୍ୟାଲେରିଆ ଜନିତ ତଥ୍ୟ ଅସମ୍ପୂର୍ଣ୍ଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ୨୦୧୦ରୁ ୨୦୧୮ ଭିତରେ ୭୬୦୪ ଲୋକଙ୍କ ଠାରେ ମ୍ୟାଲେରିଆ ଜ୍ୱର ନିରୂପଣ କରାଯାଇଥିବା ବେଳେ ସେଥିରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ସୂଚନାରୁ ଜଣାପଡ଼ିଛି।

କଳାହାଣ୍ଡି ଜିଲା: ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ୧୩୨ ଡାକ୍ତର

କଳାହାଣ୍ଡି ଜିଲା: ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ୧୩୨ ଡାକ୍ତର

ଭବାନୀପାଟଣା,୨୫।୪(ଡି.ଏନ.ଏ.)- କଳାହାଣ୍ଡି ଜିଲାବାସୀ ନିଜର ମୌଳିକ ଉଚ୍ଚ ମାନର ସ୍ବାସ୍ଥ୍ୟ ସୁବିଧା ଆଜି ସୁଦ୍ଧା ପାଇପାରୁନାହାନ୍ତି । ଜିଲାର ପ୍ରାୟ ୧୬ ଲକ୍ଷ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଅଛନ୍ତି ମାତ୍ର ୧୩୪ ଜଣ ଡାକ୍ତର । ୮୪ ଡାକ୍ତର ପଦବୀ ଖାଲି ପଡ଼ିଛି। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଆରମ୍ଭ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଡାକ୍ତର ପଦବୀ ଖାଲି । କେଉଁଠି ଡାକ୍ତର ଥିଲେ ଶଯ୍ୟା ନାହିଁ, ଶଯ୍ୟା ଥିଲେ ଡାକ୍ତର ନାହାନ୍ତି । ବହୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଓ ଅନ୍ୟ ପଦବୀ ଖାଲି ଥିବାରୁ କେଉଁଠି ଫର୍ମାସିଷ୍ଟ ଭରସାରେ ଚାଲିଛି ତ’ କେଉଁଠି ସରକାର ଓ ସ୍ବାସ୍ଥ୍ୟ ବିଭାଗ ଡାକ୍ତର ଓ ଅନ୍ୟ ପଦବୀକୁ ଏଡଜେଷ୍ଟମେଣ୍ଟ କରି କାମ ଚଳାଇ ନେବାର ବ୍ୟବସ୍ଥା କରିଛନ୍ତି । ଫଳରେ ପ୍ରତିଦିନ ଜିଲାରୁ ଶହ ଶହ ରୋଗୀ ଜିଲା ଓ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି ।

ଗୁଟେ ନଲଚୁଅଁ।କେ ୫ ହଜାର ଲୋକ୍‌

ଗୁଟେ ନଲଚୁଅଁ।କେ ୫ ହଜାର ଲୋକ୍‌

ଜୁନାଗଡ, ୨୫।୪(ସ୍ବ.ପ୍ର.)- ଜୁନାଗଡ଼ ଅଂଚଲରେ ଏହେଦେ ମୁଡ୍‌ଫଟା ଖରା ଜାରି ରହିଛେ। ସେଥିର୍‌ଲାଗି ପିଇଲା ପାଏନ୍‌ ସମସିଆଟା ଗଁ।ବାସୀକୁ ଅଥଏ କରିପକଉଛେ। ପଲାସ ପନ୍‌ଚେତ୍‌ର ପଲାସ ଗଁ।ରେ ପାଖାପାଖି ୫ ହଜାରରୁ ଅଧ୍‌କା ଲୋକ୍‌ ରହୁଛନ୍‌।

ଉର୍ଲାଦାନୀ ଷ୍ଟେଟ ବ୍ୟାଙ୍କ ଶାଖା: ଟଙ୍କା ନ ମିଳିବା ନେଇ ଜନଅସନ୍ତୋଷ

ଉର୍ଲାଦାନୀ ଷ୍ଟେଟ ବ୍ୟାଙ୍କ ଶାଖା: ଟଙ୍କା ନ ମିଳିବା ନେଇ ଜନଅସନ୍ତୋଷ

ମ.ରାମପୁର,୨୫।୪(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ପାର୍ବତ୍ୟାଞ୍ଚଳ ସମୁହର ଗ୍ରାମ ପଞ୍ଚାୟତ ସଦର ମହକୁମା ଉର୍ଲାଦାନୀଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ରହିଛି । ଉକ୍ତ ବ୍ୟାଙ୍କର ହିତାଧିକାରୀଙ୍କୁ ହଠାତ୍‌ ଟଙ୍କା ଆବଶ୍ୟକ ହେଲେ ମିଳି ପାରୁନାହିଁ । ଲୋକେ ପାର୍ବତ୍ୟାଞ୍ଚଳରୁ ୨ ରୁ ୧୫ କି.ମି. ପାଦଚଲା ରାସ୍ତାରେ ଚାଲି ଟଙ୍କା ଉଠାଣ ପାଇଁ ଆସି ବ୍ୟାଙ୍କରେ ଟଙ୍କା ନ ଥିବାରୁ ହତାଶ ହେବା ସହିତ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ମଉଲିକ୍‌ ସୁବିଧାରୁ ବଁଚିତ୍‌ ଭୁରୁଷିବାଂଜି ଗଁ।ବାସୀ

ଖପ୍ରାଖୋଲ ୨୫।୪(ଡି.ଏନ.ଏ) : ଖପ୍ରାଖୋଲ ବ୍ଲକ୍‌ ଭାନପୁର ପନ୍‌ଚେତ ତୁର୍ଲା ଗଁ।ର ପଡ଼ା ଗଁ। ହେଉଛେ ଭୁରୁଷିବାଂଜି। ଗଁ।ର ଲୋକ୍‌ ସଂଖ୍ୟା ପାଖାପାଖି ୨୫୦। ତୁର୍ଲା ଗଁ।ନୁ ପାଖାପାଖି ୨ କି.ମି. ଦୂରିଆଥି ଅଛେ ଇ ଆଦିବାସୀ ବହୁଲ ଭୁରୁଷିବାଂଜି ପଡ଼ା ଗଁ।। ଇ ଗଁ। ଟା ୧୯୬୫ ସାଲ୍‌ ଆଗ୍‌ରୁ ଥାପିତ୍‌ ହେଇଥିଲେ ଭିଲ୍‌ ଆଏଜ୍‌ତକ୍‌ ସାଧାରନ୍‌ ମଉଲିକ୍‌ ସେବାରୁ ବଁଚିତ ଅଛନ୍‌ ଗଁ।ବାସୀ। ଗଁ।କେ ଗୁଟେ ସବୁଦିନିଅଁ।

ବନ୍ଧୁକ ଦେଖାଇ ନେଇଗଲେ ୭ ଲକ୍ଷ ୮୦ ହଜାର ଟଙ୍କା

ବନ୍ଧୁକ ଦେଖାଇ ନେଇଗଲେ ୭ ଲକ୍ଷ ୮୦ ହଜାର ଟଙ୍କା

ସୁନ୍ଦରଗଡ, ୨୫।୪(ଡି.ଏନ.ଏ.)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଲିପ୍‌ଲୋଇ ପାଖ ବିଜୁ ଏକ୍ସପ୍ରେସ ଓ୍ବେର ଟୋଲପ୍ଲାଜା ନିକଟରେ ଡକାୟତି ଘଟିଛି। ଟୋଲ ପ୍ଲାଜାର ୭ ଲକ୍ଷ ୮୦ ହଜାର ଟଙ୍କାକୁ ଏକ ବ୍ୟାଗରେ ଏଚଡିଏଫସିର ଜଣେ ଏଜେଣ୍ଟ ଏକୁଟିଆ ବାଇକରେ ନେଇ ବ୍ୟାଙ୍କକୁ ଜମା କରିବାକୁ ଯାଉଥିଲେ।