ସମ୍ବଲପୁର

ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ : ୧୨ ଘଣ୍ଟା ଝାରସୁଗୁଡା ସହର ବନ୍ଦ

ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ : ୧୨ ଘଣ୍ଟା ଝାରସୁଗୁଡା ସହର ବନ୍ଦ

ଝାରସୁଗୁଡା ଅଫିସ, ୨୧।୧୨-ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ନିଷ୍ପତ୍ତି ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ଝାରସୁଗୁଡ଼ା ସହରରେ ବନ୍ଦ ପାଳନ କରାଯାଇଛି। ହନୁମାନ ମନ୍ଦିର ସେବା ସମିତି ଡାକରାରେ ଏହି ବନ୍ଦ ପାଳନ କରାଯାଇଥିବାବେଳେ ରାଜନୈତିକ ଦଳର ପରୋକ୍ଷ ସହଯୋଗ ରହିଥିଲା। ବନ୍ଦ ପ୍ରଭାବରେ ଯାତ୍ରୀସେବା, ଗମନାଗମନ ବ୍ୟାହତ ହୋଇଥିଲା। ବ୍ୟାଙ୍କ, ପେଟ୍ରୋଲ ପମ୍ପ, ସ୍କୁଲ, କଲେଜ ଅଦିନିଆ ଛୁଟି ହୋଇଥିଲା। ଗାଡିମୋଟର ଚଳାଚଳ ବନ୍ଦ କାରଣରୁ ରୋଗୀସେବା ବାଧାପ୍ରାପ୍ତ ହୋଇଥିଲା। ଝାରସୁଗୁଡ଼ା ସହର ବ୍ୟତୀତ ବିଟିଏମ୍‌, ବଢେଇମୁଣ୍ଡା, ବଡମାଲ, ସରବାହାଲ, ବମ୍ବେଛକ, ବକ୍ସିଛକ, ଜିଲାପାଳ କାର୍ଯ୍ୟାଳୟ ଅଞ୍ଚଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇ ନ ଥିଲା। ଏହିସବୁ ସ୍ଥାନରେ ଗାଡି ଚଳାଚଳ ସ୍ବାଭାବିକ ରହିଥିଲା। ସହର ଭିତରେ ଦୁଇଚକିଆ ଯାନ ଚଳାଚଳ ଜାରି ରହିଥିଲା। ପୋଲିସ ସୁରକ୍ଷା ବଳୟରେ ସରକାରୀ କାର୍ଯ୍ୟାଳୟ ବିଳମ୍ବରେ ଖୋଲିଥିଲା।
ଶୁକ୍ରବାରଠାରୁ ମଙ୍ଗଳବଜାର ହନୁମାନ ମନ୍ଦିର ସେବା ସମିତି ଧାରଣା ଏବଂ ଆମରଣ ଅନଶନ ଜାରି ରଖିଛି। ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପ୍ରସଙ୍ଗରେ ପ୍ରଶାସନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁ ନ ଥିବାରୁ ସେବା ସମିତି ପକ୍ଷରୁ ବୁଧବାର ବନ୍ଦ ପାଳନ କରାଯାଇଥିଲା। ବୁଧବାର ସକାଳ ୬ଟାରୁ ପ୍ରତିବାଦକାରୀମାନେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପ୍ରଶାସନିକ ବିରୋଧୀ ସ୍ଲୋଗାନ ଦେଇ ମନ୍ଦିର ସେବା ସମିତିର କର୍ମକର୍ତ୍ତା, ସ୍ବେଚ୍ଛାସେବୀ ଏବଂ କେତେକ ରାଜନୈତିକ ଦଳର ବ୍ୟକ୍ତିବିଶେଷ ସହରରେ ଘୁରି ବୁଲିଥିଲେ। ପ୍ରତ୍ୟେକ୍ଷ ଭାବେ ବନ୍ଦରେ ସାମିଲ ନ ହେଲେ ମଧ୍ୟ ପରୋକ୍ଷରେ ନିର୍ଦ୍ଦିଷ୍ଟ କେତେକ ରାଜନୈତିକ ଦଳ, ସଙ୍ଗଠନ, ସଂଘ ବନ୍ଦକୁ ସମର୍ଥନ କରିଥିଲେ। ଫଳରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା।
ସ୍ଥାନାନ୍ତର ପ୍ରସଙ୍ଗରେ ଆମରଣ ଅନଶନରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜ୍ୟୋତ୍ସ୍ନାରାଣୀ ବଗର୍ତ୍ତି ଏବଂ ବିବେକ ଶର୍ମା ଅସୁସ୍ଥ ହୋଇପଡିଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବିଜେଡି ଜିଲା ସଭାପତି କିଶୋର କୁମାର ମହାନ୍ତି ଏବଂ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଅନଶନକାରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଜିଲାପାଳ ୧୯ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ଚିଠି ଲେଖିଛନ୍ତି। ଲିଖିତ ପ୍ରତିଶ୍ରୁତି ନ ମିଳିଲେ ଅନଶନ ପ୍ରତ୍ୟାହାର କରିବେ ନାହିଁ ବୋଲି ହନୁମାନ ମନ୍ଦିର ସେବା ସମିତି ସଦସ୍ୟ କହିଛନ୍ତି। ହସ୍ପିଟାଲର ସମ୍ପୂର୍ଣ୍ଣ ସ୍ଥାନାନ୍ତରକୁ ବିରୋଧ କରାଯାଉଥିବାରୁ ପୁରୁଣା ସ୍ଥାନରେ ଉପଖଣ୍ଡ ଚିକିତ୍ସାଳୟ କିମ୍ବା ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ପାଇଁ ଅନୁମତି ଦେବାକୁ ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ଚିଠିସତ୍ତ୍ୱେ ବୁଧବାର ଝାରସୁଗୁଡା ସହରରେ ବନ୍ଦ ପାଳନ କରାଯାଇଥିଲା।

All Right Reserved By

ସମ୍ବଲପୁର

ଦୁବୃର୍ତ୍ତଙ୍କ ଗୁଳିମାଡ଼: ଜଣେ ମୃତ, ଦୁଇ ଗୁରୁତର: ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ

ଦୁବୃର୍ତ୍ତଙ୍କ ଗୁଳିମାଡ଼: ଜଣେ ମୃତ, ଦୁଇ ଗୁରୁତର: ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ

ଲହୁଣୀପଡା/ବଣାଇଁ, ୨୦।୬ (ଡି.ଏନ.ଏ/ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଶଶ୍ୟକଳା ପଞ୍ଚାୟତ ବାଉଁରକେଲା କୁସୁମୁଡିହି ରାସ୍ତାରେ ମଙ୍ଗଳବାର ରାତିରେ ଗୁଳିକାଣ୍ଡ ଘଟିଛି। ଦୁବୃର୍ତ୍ତଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଉଁରକେଲା ଗ୍ରାମର ସୁନୀଲ ମୁଣ୍ଡା। ଗୁରୁତର ହେଲେ ଉକ୍ତ ଗ୍ରାମର ଟୁଇଚି ମୁଣ୍ଡା ଏବଂ ଫ୍ରାନ୍ସିସ୍‌ ମୁଣ୍ଡା।

ନିମ୍ନମାନର ସ୍ବେରେଜ କାମ ବନ୍ଦ କଲା ଭାଜପା: ଠିକା ସଂସ୍ଥା ବିରୁଦ୍ଧରେ ବିକ୍ଷୋଭ

ନିମ୍ନମାନର ସ୍ବେରେଜ କାମ ବନ୍ଦ କଲା ଭାଜପା: ଠିକା ସଂସ୍ଥା ବିରୁଦ୍ଧରେ ବିକ୍ଷୋଭ

ରାଉରକେଲା ଅଫିସ,୨୦।୬-ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟିଲ ସିଟିରେ ସ୍ବେରଜ ଲାଇନ ନେଇ କାର୍ଯ୍ୟ ଜାରି ରହିଛି। ଏହାକୁ ବୁଧବାର ବିରୋଧ କରିଛି ଭାଜପା। ଛେଣ୍ଡ ଅଞ୍ଚଳରେ ଚାଲିଥିବା କାମ ନିମ୍ନମାନର ଦର୍ଶାଯାଇ ଘଟଣାସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଭାଜପା ନେତା ଓ କର୍ମୀ। ରାଜ୍ୟ ସମ୍ପାଦକ ଧିରେନ ସେନାପତିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ।

ବିଭିନ୍ନ ଦାବି ନେଇ ବିଏମ୍‌ଏସ୍‌ ସହବନ୍ଧିତ ଶ୍ରମିକ ସଙ୍ଗଠନ ଗୁଡ଼ିକର ଆନ୍ଦୋଳନ: ଉଦିତନଗରରେ ଧାରଣା, ଦାବିପତ୍ର

ବିଭିନ୍ନ ଦାବି ନେଇ ବିଏମ୍‌ଏସ୍‌ ସହବନ୍ଧିତ ଶ୍ରମିକ ସଙ୍ଗଠନ ଗୁଡ଼ିକର ଆନ୍ଦୋଳନ: ଉଦିତନଗରରେ ଧାରଣା, ଦାବିପତ୍ର

ରାଉରକେଲା ଅଫିସ, ୨୦।୬-ବିଭିନ୍ନ ଦାବି ନେଇ ବୁଧବାର ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ସହବନ୍ଧିତ ଶ୍ରମିକ ସଙ୍ଗଠନଗୁଡିକ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଉଦିତନଗରଠାରେ ସଙ୍ଗଠନଗୁଡିକ ପକ୍ଷରୁ ଧାରଣା ଦିଆଯାଇଥିଲା। ପରେ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଟ୍ରେନ୍‌ରୁ ଖସିପଡି ଯୁବକ ମୃତ

ରାଉରକେଲା ଅଫିସ,୨୦।୬-ବ୍ରାହ୍ମଣୀ ବ୍ରିଜ ଟ୍ରେନ ଲାଇନ ମଝିରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚନ୍ଦ୍ରଶେଖର ବିଶୋୟୀ(୩୪)। ସେ କାଲୁଙ୍ଗା ଶିଳ୍ପାଞ୍ଚଳ ଠାରେ ଥିବା ଏକ ଘରୋଇ କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ଚିକିତ୍ସା ଅବହେଳା ପାଇଁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳା ପାଇଁ ଶିଶୁକନ୍ୟାର ମୃତ୍ୟୁ ଅଭିଯୋଗ

ଝାରସୁଗୁଡା ଅଫିସ୍‌/ ଲଖନପୁର,୨୦।୬(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ସଦର ମହକୁମା ଡାକ୍ତରଖାନାରେ ବୁଧବାର ଚିକିତ୍ସା ଅବହେଳାରୁ ଜଣେ ଶିଶୁକନ୍ୟା (୫ବର୍ଷ)ର ମୁତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍ଥାନୀୟ ଏକତା ମଞ୍ଚର କର୍ମକର୍ତ୍ତାମାନେ ଡାକ୍ତରଖାନାରେ ପହଞ୍ଚି ଡାକ୍ତରଙ୍କ ଅବହେଳାକୁ ଦାୟୀକରି ହୋହାହ୍ଲା କରିଛନ୍ତି।

କଂଗ୍ରେସର ବିଶାଳ ରାଲି, ବ୍ଲକ ଘେରାଉ

କଂଗ୍ରେସର ବିଶାଳ ରାଲି, ବ୍ଲକ ଘେରାଉ

ସିନାପାଲି,୨୦।୬(ଡି.ଏନ.ଏ.)-ଗତ ଖରିଫ ଋତୁର ଫସଲ ବୀମା ପ୍ରଦାନ, ବ୍ଲକରେ ଚାଲିଥିବା ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ଆଦି ଦାବି ନେଇ ବୁଧବାର ନୂଆପଡ଼ା ଜିଲା ସିନାପାଲି ବ୍ଲକ କଂଗ୍ରେସ ପକ୍ଷରୁ

ବାଲ୍ୟ ବିବାହ ଉପରେ ସଚେତନତା କାର୍ଯ୍ୟକ୍ରମ

ବାଲ୍ୟ ବିବାହ ଉପରେ ସଚେତନତା କାର୍ଯ୍ୟକ୍ରମ

ନୂଆପଡା ଅଫିସ,୨୦ା୬- ଗ୍ରାମାଞ୍ଚଳରେ କିଶୋରୀକିଶୋରମାନଙ୍କୁ ବାଲ୍ୟ ବିବାହ ରୋକିବା, ଯୌନ ସ୍ବାସ୍ଥ୍ୟ ଓ ଅଧିକାର ଉପରେ ଅବଗତ କରାଇ ଏକ ହିଂସାମୁକ୍ତ ସମାଜ ଗଠନ କରିବା ଦିଗରେ ଜିଲା ଶିଶୁ ସୁରକ୍ଷା ବିଭାଗ ଏବଂ ସେଭ ଦି ଚିଲଡ୍ରେନର ସହାୟତାକ୍ରମେ ଆଶା ଓଡିଶା ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ହଲଦୀଗାଁରେ ଅନୁଷ୍ଠିତ ହୋଇଯାଇଛି ।

ବିଦ୍ୟୁତ୍‌ ଖୁଣ୍ଟ ଗାତରେ ପଡି ଗାଈ ମୃତ

ବିଦ୍ୟୁତ୍‌ ଖୁଣ୍ଟ ଗାତରେ ପଡି ଗାଈ ମୃତ

ନୂଆପଡା ଅଫିସ/ଖଡିଆଳ,୨୦।୬(ଡି.ଏନ.ଏ.)- ନୂଆପଡା ଜିଲା ଖଡିଆଳ ବ୍ଲକର କୋଟି ପଦର ଗାଁ ମୁଣ୍ଡରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଏକ ଠିକା କମ୍ପାନୀ ଗାତ ଖୋଳି ଥିବାବେଳେ ସେଥିରେ ପଡି ଏକ ଗାଈର ମୃତ୍ୟୁ ଘଟିଛି । ଆଜକୁ ୨/୩ ମାସ ହେବ କମ୍ପାନୀ ତରଫରୁ ଗାତ ଖୋଳା ଯାଇଥିଲା ।

ଜିଲାସ୍ତରୀୟ ଚାଷୀ ସମାବେଶ

ଜିଲାସ୍ତରୀୟ ଚାଷୀ ସମାବେଶ

ଜୁନାଗଡ,୨୦।୬(ଡି.ଏନ.ଏ.)- ରାଜ୍ୟ ବ୍ୟାପୀ ସମବାୟ ସମିତି ଜରିଆରେ କୃଷି ଓ କୃଷକମାନଙ୍କ ଆର୍ଥତ୍କ ମାନଦଣ୍ଡ ବଢାଇବା ସହ ସରକାର ଯୋଗାଇ ଦେଉଥିବା ବିଭିନ୍ନ କୃଷି ଯୋଜନା ସମ୍ପର୍କରେ ଚାଷୀଙ୍କୁ ବାର୍ତ୍ତା ଦେବା ପାଇଁ ଜୁନ ୧ରୁ ସମବାୟ ଆପଣଙ୍କ ଦ୍ୱାରରେ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ଆଏବାର୍‌ ବଛର୍‌ ଫେର୍‌ ଭେଟ୍‌ ପଡ଼ମା

ଆଏବାର୍‌ ବଛର୍‌ ଫେର୍‌ ଭେଟ୍‌ ପଡ଼ମା

ସମ୍ବଲପୁର, ୨୦।୬ (ବ୍ୟୁରୋ)- ସଁସ୍‌କୁର୍‌ତି ଆର୍‌ ପରଂପରାର୍‌ ସହର ସମ୍ବଲପୁର। ନାଁକରା ଶୀତଲଷଷ୍ଠୀ ଯାତ୍‌ରା ଦେଖ୍‌ବାକେ ମଂଗଲ୍‌ବାର ରାଏଜ ଆର୍‌ ରାଏଜ୍‌ ବାହାରୁ ଲକ୍ଷ ଲକ୍ଷ ଭକତ୍‌ ଠୋଲ୍‌ ହେଇଥିଲେ। ସୋମବାର ଅଧ୍‌ରାତିରୁ ଦେବଦମ୍ପତିକଁର ନଗର ବୁଲା ଦେଖ୍‌ବାକେ ଭକତ୍‌କଁର ଧାର୍‌ ଲମିଥିଲା।

ଭୀମ ସେଠୀ ହତ୍ୟାକାଣ୍ଡ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଭୀମ ସେଠୀ ହତ୍ୟାକାଣ୍ଡ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ମନମୁଣ୍ଡା,୨୦।୬ (ଡି.ଏନ.ଏ)- ଭୀମ ସେଠୀ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ମନମୁଣ୍ଡା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦେଉଳିର ଏସ୍‌ ଚରଣ(୨୨), ସୋନୁ ମାଝି(୧୮), ଦୀପକ ଚୌଧୁରୀ (୧୮)। ଏନେଇ ଏକ ହତ୍ୟା ମାମଲା (ନଂ.୧୦୭/୧୮) ରୁଜୁ କରାଯାଇଥିବା ଆଇଆଇସି ଭାବାନନ୍ଦ ପ୍ରଧାନ ପ୍ରକାଶ କରିଛନ୍ତି । ଅଭିଯୁକ୍ତମାନେ ଜେରାବେଳେ ପୋଲିସ ଆଗରେ ଦୋଷ ସ୍ବୀକାର କରିଛନ୍ତି ।

ମାନସିକ ଭିନ୍ନକ୍ଷମ ବାଳକ ନିଖୋଜ

ମାନସିକ ଭିନ୍ନକ୍ଷମ ବାଳକ ନିଖୋଜ

ବଡଗାଁ, ୨୦। ୬ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଥାନା କୁକୁଡା ପଞ୍ଚାୟତ ଜଲଡିହି ଗ୍ରାମର ଜଣେ ମାନସିକ ଭିନ୍ନକ୍ଷମ ବାଳକ ନିଖୋଜ ହୋଇଛନ୍ତି। ୨ମାସ ହେଲା ମାନସିକ ଭାରସାମ୍ୟ ହରାଇଥିବା ଶୁଶିଲ ଖାଲଖୋ (୧୭) ସୋମବାର ସକାଳେ ଘରୁ ବାହାରିଥିଲେ।

Model This Week

ପ୍ରଭାତ