ସମ୍ବଲପୁର

ରେଲୱେ ସମସ୍ୟା ନେଇ ଡିଆରଏମ୍‌ଙ୍କ ସହ ଆଲୋଚନା

ରେଲୱେ ସମସ୍ୟା ନେଇ ଡିଆରଏମ୍‌ଙ୍କ ସହ ଆଲୋଚନା

ଝାରସୁଗୁଡା ଅଫିସ,୨୧।୧୨- ଦକ୍ଷିଣ-ପୂର୍ବ ରେଳପଥ ଚକ୍ରଧରପୁର ରେଲୱେ ଡିଭିଜନ ମ୍ୟାନେଜର ଛତ୍ରପାଲ ସିଂ ବୁଧବାର ଝାରସୁଗୁଡା ଗସ୍ତରେ ଆସିଥିଲେ। ଏହି ଅବସରରେ ଝାରସୁଗୁଡାର ରେଳ ଷ୍ଟେଶନର ବିଭିନ୍ନ ସମସ୍ୟା ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର କୁମାର ମହାନ୍ତି, ଆଞ୍ଚଳିକ ବିକାଶ ପରିଷଦର ମନମୋହନ ପାଣ୍ଡେ ଡିଆରଏମ୍‌ଙ୍କ ସହ ଆଲୋଚନା କରିଥିଲେ। ଚୌକିପଡା, ବାଲିଯୋରୀଠାରେ ରେଲୱେ ଓଭର ବ୍ରିଜ୍‌ ନିର୍ମାଣ, ରେଲୱେ କଲୋନୀ ଅଞ୍ଚଳରେ ରାସ୍ତା ମରାମତି, ରେଳପଥ ବିଭାଗ ତରଫରୁ ପାର୍କ ନିର୍ମାଣ, ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ, ଖେଳପଡିଆ, ୟୁରିନାଲ, କର୍ମଚାରୀଙ୍କ କ୍ୱାର୍ଟର୍ସ ମରାମତି ଆଦି ଶୀଘ୍ର କରିବାକୁ ଦାବି କରାଯାଇଥିଲା। ସେହିପରି ରେଲୱେ ତରଫରୁ ଏକ କଲ୍ୟାଣମଣ୍ଡପ ନିର୍ମାଣ ନେଇ ଡିଆରଏମ୍‌ଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଥିଲା। ଦାବି ବିଷୟରେ ଅନୁଧ୍ୟାନ କରି ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ଡିଆରଏମ୍‌ ସିଂ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନାବେଳେ ବରଗଡ ଏମ୍‌.ପି.ଙ୍କ ପ୍ରତିନିଧି ରମନ୍ନା ରାଓ, ତ୍ରିନାଥ ଗୁଆଲ, ତପସ୍ବିଲାଲ ତିୱାରୀ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

All Right Reserved By

Model This Week

ନିକିତା

ସମ୍ବଲପୁର

୨୪ରେ ଏୟାରଟେଲ ମୋବାଇଲ ସେବା ବିରୋଧରେ ଆନ୍ଦୋଳନ

ବୋଡ଼େନ,୨୨।୪(ଡି.ଏନ୍‌.ଏ.)- ବର୍ତ୍ତମାନ ସରକାର ସମସ୍ତ ସେବାକୁ ଅନ୍‌ଲାଇନ କରିଛନ୍ତି। ଅନ୍‌ଲାଇନ ମାଧ୍ୟମରେ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଇ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ସାଧାରଣ ଲୋକେ ଅନ୍‌ଲାଇନ ସହ ଓତଃପ୍ରୋତ ଭାବେ ଜଡ଼ିତ ହୋଇସାରିଛନ୍ତି। ତେବେ ନୂଆପଡ଼ା ଜିଲାର ପଛୁଆ ଆଦିବାସୀ ଅଞ୍ଚଳ

୩୫ଲକ୍ଷ ଟଙ୍କାର ୭ ପ୍ରକଳ୍ପକୁ ମଞ୍ଜୁରୀ

୩୫ଲକ୍ଷ ଟଙ୍କାର ୭ ପ୍ରକଳ୍ପକୁ ମଞ୍ଜୁରୀ

ନୂଆପଡ଼ା ଅଫିସ,୨୨।୪- ସରକାର ଗ୍ରାମ ସ୍ବରାଜ ଉପରେ ପ୍ରାଧାନ୍ୟ ଦେଇ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ଏଥିରେ ପଞ୍ଚାୟତ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜନମତ ଆଧାରରେ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ କରାଯିବାକୁ ସରକାରଙ୍କ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ

କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ତରଭା,୨୨।୪(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ମରାଡୁଗୁଛା ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ଶନିବାର ତାଙ୍କ ବଗିଚା ପରିସର କୂଅରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ହୃଷୀକେଶ ବେହେରା (୭୦)। କମସରା ଫାଣ୍ଡି ପୋଲିସ ମୃତଦେହ ଉଦ୍ଧାର କରି ତରଭା ଡାକ୍ତରଖାନାରେ ରଖିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ. ୫/୧୮) ରୁଜୁ କରାଯାଇ ତଦନ୍ତ ଜାରି

ନବୋଦୟ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର

ନବୋଦୟ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୨।୪-ଅମ୍ବାଭୋନା ବ୍ଲକ ଲାଇମ ଷ୍ଟୋନ ପ୍ରାଥମିକ ସ୍କୁଲ ଡୁଙ୍ଗୁରୀର ମେଧାବୀ ଛାତ୍ର ଧନଞ୍ଜୟ କାଲୋ ଶନିବାର ନବୋଦୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଆଡ୍‌ମିଟ୍‌ କାର୍ଡ ଧରି ସେ ଅମ୍ବାଭୋନା ବ୍ଲକର ଭୁକ୍ତା ଜନତା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥିଲେ। ମାତ୍ର ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ତାଙ୍କୁ

ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୩୩୩ ଛାତ୍ରୀଛାତ୍ର

ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୩୩୩ ଛାତ୍ରୀଛାତ୍ର

ପାଇକମାଳ,୨୨।୪ (ଡି.ଏନ.ଏ)-ପାଇକମାଳ ଉଚ୍ଚ ବିଦ୍ୟାଳୟଠାରେ ଜବାହର ନବୋଦୟ ବିଦ୍ୟାଳୟ ଷଷ୍ଠ ଶ୍ରେଣୀରେ ପଢିବା ପାଇଁ ଶନିବାର ପାଇକମାଳ ବ୍ଲକର ମୋଟ ୩୩୩ ଜଣ ଛାତ୍ରୀଛାତ୍ର ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ୩୯୨ ଜଣ ଛାତ୍ରୀଛାତ୍ର ଆବେଦନ କରିଥିବାବେଳେ ୫୯ ଜଣ ଅନୁପସ୍ଥିତ ଥିଲେ। ହାଇସ୍କୁଲର ପ୍ରଧାନ ଶିକ୍ଷକ ଚାରୁ ଚରଣ ମହାନ୍ତି ସୁପରିଣ୍ଟେଣ୍ଡେଣ୍ଟ

ନବାହ୍ନ ପାରାୟଣ: ସୀତା ଠାବ,  ଲଙ୍କା ଦହନ

ନବାହ୍ନ ପାରାୟଣ: ସୀତା ଠାବ, ଲଙ୍କା ଦହନ

ଭେଡ଼େନ,୨୨।୪(ଡ଼ି.ଏନ.ଏ)- ଭେଡ଼େନ ବ୍ଲକ ଅନ୍ତର୍ଗତ ଅରେଇଗୁଡ଼ି ଗ୍ରାମପଞ୍ଚାୟତର ସାଲେପାଲି ଗ୍ରାମରେ ନବାହ୍ନ ପାରାୟଣ ଚାଲିଛି। ଶନିବାର ରାମକଥା ପ୍ରବଚନରେ ରାମଲୀଳା ସୁନ୍ଦରାକାଣ୍ଡରେ ହନୁମାନଙ୍କ ଲଙ୍କା ଗମନ, ସୀତା ସନ୍ଧାନ, ଲଙ୍କା ଦହନ ଆଦି ଅଭିନୀତ ହୋଇଥିଲା। ଗତ ୧୫ ତାରିଖରୁ ଚାଲିଥିବା ଏହି ନବଦିନବ୍ୟାପୀ ମାନସ ପାରାୟଣରେ ଗ୍ରାମର ବିଭିନ୍ନ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଅଧ୍ୟାପକଙ୍କ ସହ ୪ ସନ୍ଦିଗ୍ଧଙ୍କୁ ଉଠାଇଲା କ୍ରାଇମବ୍ରାଞ୍ଚ

ବଲାଙ୍ଗୀର ଅଫିସ,୨୨।୪- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ନୂଆ ମୋଡ଼ ନେଇଛି। ରବିବାର ସକାଳ ୫ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପାଟଣାଗଡ଼ ମେହେରପଡ଼ାସ୍ଥିତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଘରେ ଚଢ଼ାଉ କରି ତାଙ୍କ ଲାପଟପ୍‌, ଡାଏରୀ ଜବତ କରିବା ସହ ତାଙ୍କୁ ଉଠାଇ ନେଇଛି। ସୂଚନାଯୋଗ୍ୟ, ମେହେର ଭଇଁଷା କଲେଜରେ ଅଧ୍ୟାପକ ଭାବେ

ମୁଣ୍ଡଫଟା ଖରାରେ ନବୋଦୟ ପ୍ରବେଶିକା ପରୀକ୍ଷା

ମୁଣ୍ଡଫଟା ଖରାରେ ନବୋଦୟ ପ୍ରବେଶିକା ପରୀକ୍ଷା

ରେଢ଼ାଖୋଲ,୨୨।୪(ଡି.ଏନ.ଏ.)ଜବାହର ନବୋଦୟ ବିଦ୍ୟାଳୟ ପକ୍ଷରୁ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ରେଢ଼ାଖୋଲ ଉପଖଣ୍ଡରେ ପ୍ରାୟ ୮ଶହ ଛାତ୍ରୀଛାତ୍ର ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ହେଲେ ରେଢ଼ାଖୋଲରେ ଏବେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁ ଥିବା ବେଳେ ନବୋଦୟ ବିଦ୍ୟାଳୟ ଉଚ୍ଚ କର୍ତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ସମୟ ଦିନ ସାଢେ ୧୧ ଟାରୁ ଦେଢଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ କରିଥିଲେ। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ଡ୍ରପ୍‌ଆଉଟ ବଦଳରେ ନାମ ଲେଖାଉଛନ୍ତି ନିୟମିତ ଛାତ୍ରୀ

ରାଉରକେଲା ଅଫିସ,୨୨।୪- ପାନପୋଷ ଉପଖଣ୍ଡ ଅନ୍ତର୍ଗତ ବିଶ୍ରା, ଲାଠିକଟା କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକରେ ରହିଛି ୪ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ (କେଜିବିଭି)। ପ୍ରତ୍ୟେକ ବିଦ୍ୟାଳୟରେ ୧୦୦ଛାତ୍ରୀ ରହି ପାଠ ପଢ଼ିବାର ବ୍ୟବସ୍ଥା ରହିଛି। ତେବେ ଏନେଇ ରହିଥିବା ସରକାରୀ ନିର୍ଦ୍ଦେଶାବଳୀକୁ ପାଳନ କରାଯାଉ ନାହିଁ। ଅଧାରୁ ପାଠ ଛାଡ଼ିଥିବା (ଡ୍ରପ୍‌ଆଉଟ) କିମ୍ବା କୌଣସି କାରଣରୁ ଶିକ୍ଷାରୁ ବଞ୍ଚିତ ୫ମରୁ ୮ମ ଛାତ୍ରୀ ଏହି ବିଦ୍ୟାଳୟରେ ନାମ ଲେଖାଇବା ନେଇ ସମସ୍ତ ସୁବିଧା ରହିଛି।

ଆନ୍ତଃ ବିଦ୍ୟାଳୟ ସଫ୍ଟ ବଲ୍‌ ଚାମ୍ପିୟନଶିପ

ରାଉରକେଲା ଅଫିସ,୨୨।୪- ରାଉରକେଲା ସଫ୍ଟ ବଲ ଆସୋସିଏଶନ ପକ୍ଷରୁ ୨ଦିନିଆ ଆନ୍ତଃ ସ୍କୁଲ ପ୍ରତିଯୋଗିତା ଦିଲ୍ଲୀ ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦିତନଗର ସ୍କୁଲ, ଦିଲ୍ଲୀ ପବ୍ଲିକ ସ୍କୁଲ, ବାଜି ରାଉତ ସ୍କୁଲ, ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ ଓ ଏନ୍‌ଆଇଟି ଭଳି ୫ଟି ଶିକ୍ଷାନୁଷ୍ଠାନ ଭାଗ ନେଇଥିଲେ। ବାଳକ ବିଭାଗରେ ଏନ୍‌ଆଇଟି ଓ ବାଳିକା ବିଭାଗରେ ଉଦିତନଗର ବିଜୟୀ ହୋଇଛନ୍ତି। ଦିଲ୍ଲୀ ପବ୍ଲିକ୍‌ ସ୍କୁଲର ବାଳକ ଓ ବାଳିକା ଟିମ୍‌ ରନର୍ସଅପ୍‌ ହୋଇଛନ୍ତି।

ବଦଳି ନିର୍ଦ୍ଦେଶକୁ ଶିକ୍ଷକଙ୍କ ବେଖାତିର

ରାଉରକେଲା ଅଫିସ,୨୨।୪- ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ଶିକ୍ଷକଙ୍କ ବଦଳି ଝିରପାଣି ହାଇସ୍କୁଲକୁ ହୋଇଥିବାବେଳେ ସେ ନୂତନ ସ୍ଥାନରେ ଯୋଗଦେଉ ନାହାନ୍ତି। ବିଭିନ୍ନ ବାହାନା ଦେଖାଇ ଛୁଟିରେ ରହିଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ହୋଇପାରୁନି ପଲିଥିନମୁକ୍ତ ସ୍ମାର୍ଟ ସିଟି

ହୋଇପାରୁନି ପଲିଥିନମୁକ୍ତ ସ୍ମାର୍ଟ ସିଟି

ରାଉରକେଲା ଅଫିସ,୨୨।୪- ରାଉରକେଲା ସ୍ମାର୍ଟ ସିଟି ପ୍ରଶାସନ ଏବେ ରାଉରକେଲା ସହରକୁ ବାହ୍ୟ ମଳତ୍ୟାଗମୁକ୍ତ ସହରରେ ପରିଣତ କରିବା ପାଇଁ ଜୋରସୋରରେ ଲାଗିପଡ଼ିଛି। ଏ ନେଇ ପ୍ରାଥମିକ ଅବସ୍ଥାରେ ୱାର୍ଡ ନଂ. ୧୫ରେ ଥିବା ତେଲୁଗୁପଡ଼ା ବସ୍ତିକୁ ବାହ୍ୟ ମଳତ୍ୟାଗମୁକ୍ତ ବସ୍ତି ଭାବେ ଘୋଷଣା କରାଯାଇଛି। ଅନ୍ୟ ୨୭ଟି ଅଞ୍ଚଳକୁ ବାହ୍ୟ ମଳତ୍ୟାଗମୁକ୍ତ ବସ୍ତିରେ ପରିଣତ କରିବା ପାଇଁ ପ୍ରଶାସନ ଲାଗିପଡ଼ିଛି। ହେଲେ ସ୍ମାର୍ଟ ସିଟି ରାଉରକେଲା ଆଜିପର୍ଯ୍ୟନ୍ତ ପଲିଥିନମୁକ୍ତ ହୋଇପାରି ନାହିଁ। ପ୍ଲାଷ୍ଟିକ ୱେଷ୍ଟ ମ୍ୟାନେଜମେଣ୍ଟ ଆଣ୍ଡ ହ୍ୟାଣ୍ଡଲିଂ ରୁଲ୍‌ସ-୨୦୧୬ ଅନୁଯାୟୀ ୫୦ ମାଇକ୍ରନରୁ କମ୍‌ ପଲିଥିନ ବ୍ୟବହାର ଯୋଗ୍ୟ ନୁହେଁ। କାରଣ ଏହାକୁ ରିସାଇକେଲ କରିହେବ ନାହିଁ।