ସମ୍ବଲପୁର

୮.୨ କୋଟିର ଧାନ ହେରଫେର ଘଟଣା: ବଜରଙ୍ଗବାଲୀ ରାଇସ୍‌ ମିଲ୍‌ ସିଲ୍‌

୮.୨ କୋଟିର ଧାନ ହେରଫେର ଘଟଣା: ବଜରଙ୍ଗବାଲୀ ରାଇସ୍‌ ମିଲ୍‌ ସିଲ୍‌

ଝାରସୁଗୁଡା ଅଫିସ, ୨୧।୧୨- ଝାରସୁଗୁଡ଼ା ପଣ୍ଡରିପଥରସ୍ଥିତ ବଜରଙ୍ଗବାଲୀ ରାଇସ୍‌ ମିଲ୍‌ ମାଲିକଙ୍କ ଦ୍ୱାରା ପୂର୍ବ ଖରିଫ୍‌ ମାର୍କେଟିଂ ଋତୁରେ ୮କୋଟି ୨୦ ଲକ୍ଷ ଟଙ୍କାର ଧାନ ହେରଫେର କରାଯାଇଥିଲା। ଏହି ମାମଲାରେ ଜିଲା ଯୋଗାଣ ଅଫିସର ୩ ଜଣ ସରକାରୀ ଅଧିକାରୀ ନିଲମ୍ବିତ ହୋଇଥିଲେ। ଏହି ମାମଲାରେ ମିଲ ମାଲିକ ପ୍ରତି କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ବଜରଙ୍ଗବାଲୀ ରାଇସ୍‌ ମିଲ୍‌କୁ ସିଲ୍‌ କରାଯାଇଛି। ଅତିରିକ୍ତ ତହସିଲଦାର ଏ.ବାଗ୍‌ଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍‌ ପଣ୍ଡରିପଥର ଯାଇଥିଲେ। ମିଲର ପ୍ରମୁଖ ଦ୍ୱାରରେ ତାଲାଦେଇ ଜଉମୁଦ ଦ୍ୱାରା ସିଲ୍‌ କରିଛନ୍ତି। ଧାନ ହେରଫେର ନେଇ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ମିଲ ମାଲିକ ନାମରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ, ଖରିଫ୍‌ ୨୦୧୬-୧୭ରେ କଷ୍ଟମ ମିଲିଂ ପାଇଁ ଝାରସୁଗୁଡ଼ା ବଜରଙ୍ଗବାଲୀ ରାଇସ ମିଲକୁ ବିଭିନ୍ନ ପ୍ୟାକ୍ସରୁ ୭୯,୩୮୮.୬୭ କୁଇଣ୍ଟାଲ ଧାନ ଦିଆଯାଇଥିଲା। ଏହା ବଦଳରେ ମିଲ ମାଲିକ ଦିଲୀପ ଅଗ୍ରୱାଲ ଯୋଗାଣ ବିଭାଗକୁ ୫୩୯୮୪.୩୦ କୁଇଣ୍ଟାଲ ଚାଉଳ ପ୍ରଦାନ କରିବା କଥା। ନିୟମ ଅନୁସାରେ ସେପ୍ଟେମ୍ବର ୩୦ ସୁଦ୍ଧା ବିଭାଗ ନିକଟରେ ଚାଉଳ ଦାଖଲ କରିବା କଥା। ହେଲେ ମିଲ ମାଲିକ ସେପ୍ଟେମ୍ବର ୨୧ ତାରିଖ ସୁଦ୍ଧା ମାତ୍ର ୧୯୪୦୯.୪୯ କୁଇଣ୍ଟାଲ ଚାଉଳ ଯୋଗାଣ କରିଛନ୍ତି। ଅବଶିଷ୍ଟ ଧାନ ହେରଫେର କରିଛନ୍ତି ଏବଂ ସେ ବାବଦ ୩୪୫୭୪.୮୧ କୁଇଣ୍ଟାଲ ଚାଉଳ ଯୋଗାଣ ବିଭାଗକୁ ଦେଇନାହାନ୍ତି। ଫେରାଇ ନ ଥିବା କଷ୍ଟମ୍‌ ମିଲିଂ ବାବଦ ୫୦୮୪୫.୩୦ କୁଇଣ୍ଟାଲ ଧାନର ମୂଲ୍ୟ ୮ କୋଟି ୨୦ ଟଙ୍କା। ଏହି ମୂଲ୍ୟର ଧାନ, ୧.୧ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଦେଇ ମିଲ ମାଲିକ ଫେରାର୍‌ ହୋଇଯାଇଛନ୍ତି।

All Right Reserved By

ସମ୍ବଲପୁର

ପାଣି ଘେରରେ ସ୍କୁଲ, ପାଠପଢା ବ୍ୟାହତ

ପାଣି ଘେରରେ ସ୍କୁଲ, ପାଠପଢା ବ୍ୟାହତ

ପଦ୍ମପୁର, ୧୬।୭ (ଡି.ଏନ.ଏ): ଲଘୁଚାପ ଯୋଗୁ ିଗତ ୨ଦିନ ଧରି ହୋଇଥିବା ବୃଷ୍ଟିପାତରେ ପଦ୍ମପୁର ସହରର ଅଧିକାଂଶ ସ୍ଥାନରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

ଝସକେତନଙ୍କ ପାଇଁ ଯୋଜନେ ଦୂରରେ ଆବାସ ଯୋଜନା

ଝସକେତନଙ୍କ ପାଇଁ ଯୋଜନେ ଦୂରରେ ଆବାସ ଯୋଜନା

ଖପ୍ରାଖୋଲ, ୧୬ା୭(ଡି.ଏନ.ଏ.): ସରକାର ଅସହାୟ ଗରିବ, ଗୃହହୀନ ପରିବାରକୁ ଘର ଯୋଗାଇଦେବା ପାଇଁ ଇନ୍ଦିରା ଆବାସ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

ନାମକୁ ମାତ୍ର ଜିଲାପାଳ, ଏସପିଙ୍କ ଜନଶୁଣାଣି

ନାମକୁ ମାତ୍ର ଜିଲାପାଳ, ଏସପିଙ୍କ ଜନଶୁଣାଣି

ପାଟଣାଗଡ,୧୬।୭ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ପାଟଣାଗଡଠାରେ ମାସର ତୃତୀୟ ସୋମବାର ଜିଲାପାଳ ଏବଂ ଏସପିଙ୍କ ଯୁଗ୍ମ ଜନଶୁଣାଣୀ ହୋଇଥାଏ। ହେଲେ ଜନଶୁଣାଣୀରେ ଜିଲାପାଳ କିମ୍ବା ଏସ୍‌ପି ନିଜେ ନ ଆସି ତାଙ୍କ ପ୍ରତିନିଧି ମାନଙ୍କୁ ପଠାଇ ଦେଉଥିବାରୁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି।

ବ୍ଲକସ୍ତରୀୟ ଜିଲାପାଳଙ୍କ ଜନଶୁଣାଣି

ବ୍ଲକସ୍ତରୀୟ ଜିଲାପାଳଙ୍କ ଜନଶୁଣାଣି

କେସିଙ୍ଗା,୧୬।୭(ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭା ଗୃହରେ ସୋମବାର ବ୍ଲକସ୍ତରୀୟ ଜିଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ହାତୀ ନଦୀରେ ପ୍ରଥମ ବନ୍ୟା: ଚାଷ ଜମିରେ ପାଣି ମାଡି ଧାନ ଫସଲ ନଷ୍ଟ

ହାତୀ ନଦୀରେ ପ୍ରଥମ ବନ୍ୟା: ଚାଷ ଜମିରେ ପାଣି ମାଡି ଧାନ ଫସଲ ନଷ୍ଟ

ଜୁନାଗଡ,୧୬।୭(ଡି.ଏନ.ଏ.)- କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀ ନଦୀରେ ସୋମବାର ସକାଳେ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି। ମଙ୍ଗଳପୁର ବ୍ୟାରେଜରୁ ପାଣି ଛଡା ଯାଇ ନ ଥିଲେ ମଧ୍ୟ ଶନିବାରଠାରୁ ଉପରମୁଣ୍ଡାରେ ଲଗାଣ ବର୍ଷା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ଉପୁଜୁଛି। ବନ୍ୟାରେ ନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।

ଦେଓଗାଁ ରେଳ ଷ୍ଟେଶନ ପରିଦର୍ଶନ କଲେ ଏମ୍‌ପି: ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଦେଓଗାଁ ରେଳ ଷ୍ଟେଶନ ପରିଦର୍ଶନ କଲେ ଏମ୍‌ପି: ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ

ଦେଓଗାଁ,୧୬।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ରେଳ ଷ୍ଟେଶନକୁ ସୋମବାର ଏମ୍‌ପି କଳିକେଶ ନାରାୟଣ ସିଂଦେଓ ଅଚାନକ ପରିଦର୍ଶନ କରିଛନ୍ତି। ଷ୍ଟେଶନ ଆଧୁନିକୀକରଣ କାର୍ଯ୍ୟ ନିମ୍ନମାନକୁ ନେଇ ୧୧ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା।

ମାଉସୀ ମନ୍ଦିରକୁ ବିଜେ ହେଲେ ମହାପ୍ରଭୁ

ମାଉସୀ ମନ୍ଦିରକୁ ବିଜେ ହେଲେ ମହାପ୍ରଭୁ

କୋଲାବିରା,୧୬।୭(ଡି.ଏନ.ଏ.) କୋଲାବିରା ବ୍ଲକ ସମାସିଂହାଠାରେ ଭକ୍ତିମୟ ପରିବେଶରେ ରଥଯାତ୍ରା ପାଳିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପ୍ରତ୍ୟୁଷରୁ ମଙ୍ଗଳ ଆଲତୀ ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ହୋଇଥିଲା। ଭକ୍ତଙ୍କ ବାହୁଦୋଳିରେ ଝୁଲିଝୁଲି ଠାକୁର ରଥାରୁଢ଼ ହୋଇଥିଲେ। ଗୌନ୍ତିଆ ବଳରାମ ପଟେଲ ଛେରାପହରା କରିଥିଲେ। କ୍ଷୀରୋଦ ପୂଝାରୀ, ଆଶୀଷ ପୂଝାରୀ ରଥ ପୂଜା କାର୍ଯ୍ୟ ତୁଲାଇଥିଲେ।

 ଦନ୍ତା ଉପଦ୍ରବ : ଭାଙ୍ଗିଲା ଘର, ଖାଇଲା ଧାନ

ଦନ୍ତା ଉପଦ୍ରବ : ଭାଙ୍ଗିଲା ଘର, ଖାଇଲା ଧାନ

କୋଲାବିରା,୧୬।୭(ଡିଏନଏ) କୋଲାବିରା ରେଞ୍ଜ୍‌ ଅନ୍ତର୍ଗତ ଦଣ୍ଡାବୁଡ଼ା ଗ୍ରାମରେ ଏକ ଦନ୍ତା ହାତୀ ଉପଦ୍ରବ କରି ଘରୁ ଧାନ, ଚାଉଲ ଖାଇବା ସହ ଘର କାନ୍ଥ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଗୋଠଖଣ୍ଡିଆ ହୋଇ ଏଣେତେଣେ ବୁଲୁଥିବା ଦନ୍ତାଟି ରବିବାର ବିଳମ୍ବିତ ରାତିରେ ଦଣ୍ଡାବୁଡା ଗ୍ରାମକୁ ପଶି ଆସିଥିଲା। ପ୍ରଥମେ ରୂପଧର ପଟେଲଙ୍କ ଘର କାନ୍ଥ ଭାଙ୍ଗି ଘରୁ ଧାନ ଚାଉଲ ଖାଇଥିଲା। ମାଛଚାଷ କରାଯାଇଥିବା ପୋଖରୀରେ ଦେବାକୁ ଥିବା ଦାନାକୁ ମଧ୍ୟ ଖାଇଦେଇଥିଲା। ପରେ ଅନ୍ୟ ଘର ଆଡ଼କୁ ମୁହଁ।ଇଥିଲା।

ଶ୍ରୀଜୀଉଙ୍କ ମତ୍ସ୍ୟ ଅବତାର

ଶ୍ରୀଜୀଉଙ୍କ ମତ୍ସ୍ୟ ଅବତାର

କୋଲାବିରା,୧୬।୭(ଡି.ଏନ.ଏ.) ରବିବାର କୋଲାବିରାସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଶ୍ରୀଜୀଉ ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶ ଦେଖିବା ପାଇଁ ସନ୍ଧ୍ୟାରେ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ସାନ୍ଧ୍ୟ ଆଳତୀ ସମୟରେ ଗିନି, ମୃଦଙ୍ଗ ତଥା ଶଙ୍ଖବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା।

୭ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ଦାବି, ଆନ୍ଦୋଳନ ଚେତାବନୀ

୭ ଦିନ ମଧ୍ୟରେ ଡାକ୍ତର ପଦବୀ ପୂରଣ ଦାବି, ଆନ୍ଦୋଳନ ଚେତାବନୀ

ଖଡ଼ିଆଳ,୧୬।୭ (ଡି.ଏନ୍‌.ଏ.)- ନୂଆପଡ଼ା ଜିଲା ଖଡ଼ିଆଳସ୍ଥିତ ଉନ୍ନୀତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଭିନ୍ନ ବିଭାଗରେ ବିଶେଷଜ୍ଞ ନ ଥିବାରୁ ଜରୁରୀକାଳୀନ ଚିକିତ୍ସା ଓ ଅସ୍ତ୍ରୋପଚାରରେ ସମସ୍ୟା ଦେଖାଦେଇଛି। ରୋଗୀମାନେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚତ୍ତ ହୋଇଚାଲିଛନ୍ତି। ଡାକ୍ତରଙ୍କ ଅଭାବରୁ ବିଭିନ୍ନ ସମସ୍ୟା ଦେଇ ସ୍ବାସ୍ଥ୍ୟକେନ୍ଦ୍ର ଗତି କରୁଛି। ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ପକ୍ଷରୁ ଡାକ୍ତର ନିଯୁକ୍ତି ନେଇ ବାରମ୍ବାର ଦାବି ଓ ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ

କେସିଙ୍ଗା,୧୬।୭(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନ ବୋରିଆ ଗ୍ରାମ ମାଝିପଡ଼ା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ଅନୁଯାୟୀ ପରିବର୍ତ୍ତିତ ପରିପୂରକ ପୁଷ୍ଟିକର କାର୍ଯ୍ୟକ୍ରମ କରାଯାଇଛି। ଜିଲାପାଳ ଅଞ୍ଜନ କୁମାର ମାଣିକ ୩ରୁ ୬ ବର୍ଷର ପ୍ରାକ୍‌ ବିଦ୍ୟାଳୟର କୁନି କୁନି ଶିଶୁ, ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର,୧୬।୭(ବ୍ୟୁରୋ) ହଜରତ୍‌ ଖ୍ବାଜା ଗରୀବ ନୱାଜ୍‌ କମିଟି ପକ୍ଷରୁ ରବିବାର ସମ୍ବର୍ଦ୍ଧନା ଉତ୍ସବ ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୨ ହଜ୍‌ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ଉତ୍ସବରେ ପୂର୍ବରୁ ହଜ୍‌ ଯାତ୍ରା କରିଥିବା ଓ କମିଟିର ପ୍ରାୟ ୩ଶହ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Model This Week

ରୂପେଶ