Dharitri News
ସମ୍ବଲପୁର

୧୬ ଦଫା ଦାବିନେଇ ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

୧୬ ଦଫା ଦାବିନେଇ ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ନୂଆପଡା ଅଫିସ,୨୧।୧୨- ଜିଲାରେ ମରୁଡି, ଚକଡା ପୋକ, ଅଦିନିଆ ବର୍ଷା ଯୋଗୁ ଚାଷୀ ଭୁଲୁଣ୍ଠିତ ହୋଇଛନ୍ତି। ବିଭିନ୍ନ ସମସ୍ୟାରେ ଜିଲାବାସୀ ଚିନ୍ତିତ ହୋଇପଡିଛନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ ବୁଧବାର ୧୬ଦଫା ଦାବି ନେଇ ଭାଜପା ଜିଲାପାଳଙ୍କ କାଯର୍‌ୟାଳୟକୁ ଘେରାଉ କରିଥିଲା। ଦୀର୍ଘ ୧୦କି.ମି ଦୂର ବାଇକ ଶୋଭାଯାତ୍ରାରେ ଆସି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଡା.ପୋମା ଟୁଡୁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମଧ୍ୟାହ୍ନ ଗୋଟାଏବେଳେ ସ୍ଥାନୀୟ ଖରିଆରରୋଡରୁ ରାଜ୍ୟ ଭାଜପା ସଭାପତି ବସନ୍ତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା, ଚାଷୀମାନେ ବାଇକ୍‌ ଶୋଭାଯାତ୍ରାରେ ବାହାରିଥିଲେ। ଏଠାରେ ପହଞ୍ଚି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ କରିଥିଲେ। ଏଥିରେ ଜାତୀୟ ସମ୍ପାଦକ ସୁରେଶ ପୂଜାରୀ, ଜିଲା ପ୍ରଭାରୀ ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଜିଲା ତଥା ରାଜ୍ୟ ସରକାରଙ୍କ ସ୍ଥିତି ନକରାତ୍ମକ ବୋଲି ସମାଲୋଚନା କରିଥିଲେ। ରାଜ୍ୟସଭାପତି ପଣ୍ଡା ନୂଆପଡା ସମେତ ପଶ୍ଚିମ ଓଡିଶାର ଜିଲାଗୁଡିକର ଚାଷୀମାନଙ୍କ ସ୍ଥିତି ଗମ୍ଭୀର ହୋଇପଡିଛି । ହେଲେ ରାଜ୍ୟସରକାର କୁମ୍ଭକର୍ଣ୍ଣୀ ନିଦ୍ରାରେ ଶୋଇ ପଡିଛନ୍ତି ବୋଲି କହିଥିଲେ। ଦାବି ଗୁଡିକ ମଧ୍ୟରେ ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ରାଶି ଯୋଗାଇଦେବା, ପ୍ରଧାନମନ୍ତ୍ରୀ ଫସଲ ବୀମା କରିବାରୁ ବଞ୍ଚିତ ଚାଷୀଙ୍କ ପାଇଁ ସରକାର ବିକଳ୍ପ ବ୍ୟବସ୍ଥା କରିବା, ନକଲି ବିହନ ଓ ସାର ଯୋଗାଣ କରିଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ କ୍ଷତିପୂରଣ, ଜିଲାରେ ଆଗାମୀ ଦିନରେ ମରୁଡିକୁ ଏଡାଇବାକୁ ଜଳସେଚନର ବ୍ୟବସ୍ଥା କରିବା, ୨୦୧୫ମସିହାରେ ସରକାର ଘୋଷଣା କରିଥିବା ୧୦୦ଟଙ୍କା ବୋନସ ରାଶି ସବୁ ଚାଷୀଙ୍କୁ ପ୍ରଦାନ ଆଦି ଦାବି ପ୍ରମୁଖ ରହିଛି । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ସଭାପତି ଶିବ ପ୍ରସାଦ ମୁଣ୍ଡ, ଖାମସିଂ ମାଝି, ଜିଲା କିଷାନ ମୋର୍ଚ୍ଚା ସଭାପତି ସଞ୍ଜୟ ତିୱାରୀ, ଜିଲା ଯୁବ ମୋର୍ଚ୍ଚା ସଭାପତି ଦିଲୀପ କୁମାର ନିର୍ମଲକର, ପପୁ ଠାକୁର, ଚତୁର୍ଭୁଜ ଶର୍ମା, ଗୋଲ୍ଡି ଅଗ୍ରୱାଲ, ସୁଶାନ୍ତ କୁମାର ପତି, ମୁନ୍ନା ମହାପାତ୍ର, ମନିଜର ସୁନା, ଟିଟୁ ପଣ୍ଡା, ମୂରଲୀ ସୁନା, ତୁଳସ ପଟେଲ, ମୁଲଚାନ୍ଦ ସୁନାନୀ, କବି ଦାସ ପ୍ରମୁଖ ସାମିଲ ଥିଲେ।

ସମ୍ବଲପୁର

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ଆଇଜିଏଚ୍‌ ଡାକ୍ତରଙ୍କ ନିଷ୍ଠାପର ଉଦ୍ୟମ, ବଞ୍ଚିଗଲା ୩ ବର୍ଷର ଶିଶୁ, ଶ୍ୱାସନଳୀରୁ ବାହାରିଲା ଚିନାବାଦାମ ମଞ୍ଜି

ରାଉରକେଲା ଅଫିସ,୨୩।୧- ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ଡାକ୍ତରଙ୍କ ନିଷ୍ଠାପର ପ୍ରୟାସ ଓ ନିପୂଣ ଚିକିତ୍ସାର ଫଳସ୍ବରୂପ ଏଠାରେ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି ହୋଇଥିବା ଏକ ଶିଶୁର ଜୀବନ ରକ୍ଷା ପାଇଯାଇଛି। ଜଣେ ୩ ବର୍ଷର ଶିଶୁକନ୍ୟାଙ୍କ ଶ୍ୱାସନଳୀରେ ଅଟକି ରହିଥିବା ଦୁଇଟି ଚିନାବାଦାମ ମଞ୍ଜିକୁ ସଫଳତାର ସହ ନିଷ୍କାସନ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ହୀରାକୁଦ ଜଳଭଣ୍ଡାର ଉପରେ ବ୍ରିଜ୍‌, ସୀମାନ୍ତ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ

ଝାରସୁଗୁଡ଼ା ଅଫିସ,୨୩।୧- ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମାଣ ହୋଇଥିବା ସେତୁ ଝାରସୁଗୁଡ଼ା ଓ ପଡ଼ୋଶୀ ଛତିଶଗଡ଼ ଲୋକଙ୍କ ପାଇଁ ଉତ୍ତମ ସ୍ବାସ୍ଥ୍ୟସେବାର ମାଧ୍ୟମ ସାଜିବ। ବୁର୍ଲା ମେଡିକାଲ ଉପରେ ନିର୍ଭରଶୀଳ ଜନସାଧାରଣ ପ୍ରତ୍ୟକ୍ଷ ଭାବେ ଏହି ସେତୁ ଦ୍ୱାରା ଲାଭବାନ ହେବେ। ବିଶେଷକରି ଝାରସୁଗୁଡ଼ା ଜିଲାର ଲଖନପୁର ବ୍ଲକ, ବେଲପାହାଡ଼ ପୌରପରିଷଦ ଓ ପଡ଼ୋଶୀ ଛତିଶଗଡ଼ର

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟ୍ରକ୍‌ ଧକ୍କାରେ ଆଇନଜୀବୀ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଲାବିରା,୨୩।୧(ଡି.ଏନ୍‌.ଏ.)- ମକର ଯାତ୍ରାରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିବା କୋଲାବିରା ଥାନା ଅନ୍ତର୍ଗତ ଯୁଗିଆଡିହି ଗ୍ରାମର ଆଇନଜୀବୀ କୃଷ୍ଣଚନ୍ଦ୍ର ବେହେରାଙ୍କର ରବିବାର ରାତିରେ ମୃତ୍ୟୁ ଘଟିଛିି। କୃଷ୍ଣଚନ୍ଦ୍ରଙ୍କ ଦୁଇଗୋଡ଼ ଟ୍ରକ୍‌ ଚକ ତଳେ ଚାପି ହୋଇଯାଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଆମ୍ବୁଲାନ୍ସରେ ତାଙ୍କୁ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ରାସ୍ତାରେ ହିଁ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

କଦଳୀଡ଼ିହି ଗାଁକୁ ପ୍ରଥମଥର ଗଡ଼ିଲା ଆମ୍ବୁଲାନ୍ସ

ବାରକୋଟ,୨୨।୧(ଡି.ଏନ.ଏ.)- ଦେବଗଡ଼ ଜିଲା ବାରକୋଟ ବ୍ଲକ ହେଡକ୍ବାର୍ଟରରୁ ୪୮ କିମି ଓ ସରୁଆଳି ଗ୍ରାମ ପଞ୍ଚାୟତରୁ ୧୮ କିମି ଦୂର ଅପହଞ୍ଚ ପାହାଡ଼ିଆ ଇଲାକାରେ ରହିଛି କଦଳୀଡ଼ିହି ଗାଁ। ଏହି ପାହାଡ଼ଘେରା ଗାଁରେ ମୋଟ ୨୯ ପରିବାରର ୧୭୫ ପାହାଡ଼ି ଭୂୟାଁ ଜନଜାତିର ଲୋକେ ବାସ କରନ୍ତି।

୨ ବାଇକ୍‌ ମଧ୍ୟରେ ଧକ୍କା : ଜଣେ ମୃତ

ବିଶ୍ରା,୨୨।୧(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅନ୍ତର୍ଗତ ପ୍ରଧାନଟୋଲା ଚୌକଠାରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ଘଟିଛି।

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସ୍ପଷ୍ଟ ଦିବାଲୋକରେ ଡକାୟତି ଘଟଣାର ପର୍ଦ୍ଦାଫାସ

ସମ୍ବଲପୁର, ୨୧।୧(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଫାଟକସ୍ଥିତ ମୁଥୁଟ୍‌ ଫାଇନାନ୍ସ କମ୍ପାନୀରୁ ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ବିହାର ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ସୁବୋଧ କାଣ୍ଡ ସିଂଙ୍କ ସହ ଅନ୍ୟ ୫ଜଣଙ୍କୁ ଶନିବାର ବିଳମ୍ବିତ ରାତିରେ ବିହାରରୁ ଗିରଫ କରାଯାଇଛି।

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ସଡ଼କ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକଙ୍କ ଲଙ୍କାକାଣ୍ଡ

ରାଉରକେଲା ଅଫିସ,୨୧।୧: ରାଉରକେଲା ରିଂ ରୋଡ଼ର ସ-ମିଲ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରବିବାର ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ପାଇଁ ପୋଲିସ ଓ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀକରି ସ୍ଥାନୀୟଲୋକେ ପୋଲିସ ଉପରକୁ ଆକ୍ରମଣ କରିଛନ୍ତି।

‘ଥିଏଟର ଜୀଇଁବା ଶିଖାଏ’

‘ଥିଏଟର ଜୀଇଁବା ଶିଖାଏ’

ବଲାଙ୍ଗୀର ଅଫିସ,୨୧।୧- ଥିଏଟର ବା ମଞ୍ଚ ନାଟକ ଜୀଇଁବା ଶିଖାଏ। ଥିଏଟର ଜଣକ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରେ। ଜୀବନକୁ ଶୃଙ୍ଖଳିତ ଓ ରୁଦ୍ଧିମନ୍ତ କରିଥାଏ। ଥିଏଟରରେ ସାମିଲ ହୋଇ ଜୀବନକୁ ବୁଝିବାକୁ ଚେଷ୍ଟା କରିଛି। ଥିଏଟରରେ ଜୀବନକୁ ଉପଭୋଗ କରିଛି। ଥିଏଟରରୁ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ରହିଛି ବୋଲି ପ୍ରଖ୍ୟାତ ବଲିଉଡ୍‌ ଅଭିନେତା ତଥା ଥିଏଟର କର୍ମୀ ରଘୁବୀର ଯାଦବ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଛନ୍ତି। ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବରେ ଯୋଗଦେବା ପାଇଁ ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ ଅଭିନେତା ଯାଦବ ଶନିବାର ବଲାଙ୍ଗୀରରେ ପହଞ୍ଚତ୍ବା ପରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ରଘୁବୀର ଯାଦବଙ୍କ ସହ ଏକ ସନ୍ଧ୍ୟା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

୨.୧୫ ଗ୍ରାମ ବ୍ରାଉନସୁଗର ଜବତ: ଦିବ୍ୟାଙ୍ଗ ଯୁବକ ଗିରଫ

କୁତ୍ରା,୨୧।୧(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅଧୀନ ଗଙ୍ଗାଜଳସ୍ଥିତ ରାଜଗାଙ୍ଗପୁର ଓସିଏଲ୍‌ ଡେର୍ଲିମାର୍କେଟରୁ ଜଣେ ଦିବ୍ୟାଙ୍ଗ ଯୁବକ ରିତେଶ ଘୋଷଙ୍କଠାରୁ ୨.୧୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ପୋଲିସ ସୂଚନାନୁଯାୟୀ, ଅଭିଯୁକ୍ତ ରିତେଶ ରାଜଗାଙ୍ଗପୁର ସହରରେ ବ୍ରାଉନସୁଗର ସମେତ ବିଭିନ୍ନ ନିଶା ଦ୍ରବ୍ୟ କାରବାର କରିଆସୁଥିଲେ।

ଯୁବତୀଙ୍କୁ ଏସିଡ୍‌ ମାଡ଼ ଘଟଣା: ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦରୁ ଗିରଫ

କଲମପୁର,୨୦।୧(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଲକ ବଙ୍କାପଲା ଗ୍ରାମରେ ଗତ ୧୫ତାରିଖ ସକାଳେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ ହୋଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ କଳାହାଣ୍ଡି ଜିଲା ପୋଲିସ ଶନିବାର ସନ୍ଧ୍ୟାରେ ହାଇଦ୍ରାବାଦରୁ ଗିରଫ କରିଛି। ଘଟଣା ଦିନ ଖଣ୍ଡି ଡଙ୍ଗରିଗୁଡାର ଜଣେ ଯୁବତୀଙ୍କୁ ସେହି ଗ୍ରାମର ପର୍ଶୁରାମ ମାଝି ବଙ୍କାପଲା ବଜାର ପଡିଆ ନିକଟରେ ଏସିଡ୍‌ ମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା।

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ମେଟାକାନୀ ମନ୍ଦିର ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ

ଉଲୁଣ୍ଡା,୨୦।୧(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କୁତମେଣ୍ଡାସ୍ଥିତ ସୁବର୍ଣ୍ଣପୁର ଜିଲାର ଅନ୍ୟତମ ଶକ୍ତିପୀଠ ମା’ ମେଟାକାନୀଙ୍କ ମନ୍ଦିରରେ ଥିବା ଦାନବାକ୍ସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି।