ମନୋରଞ୍ଜନ |

ତୈମୁର୍‌ଙ୍କୁ ଜଙ୍ଗଲ ଉପହାର

ତୈମୁର୍‌ଙ୍କୁ ଜଙ୍ଗଲ ଉପହାର
ନୂଆଦିଲ୍ଲୀ:ସନ୍ତାନସନ୍ତତିଙ୍କ ଜନ୍ମଦିନ ଅବସରରେ ସାଧାରଣତଃ ମାତାପିତାମାନେ ଖେଳଣା ସାଙ୍ଗକୁ ବିଭିନ୍ନ ଉପକରଣ ଉପହାର ସ୍ବରୂପ ଦେଇଥାନ୍ତି। ପଟୌଦି ବଂଶର ଛୋଟେ ନଓ୍ବାବ୍‌ ତୈମୁର ଅଲି ଖାନ୍‌ଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ସାମାନ୍ୟ ଭିନ୍ନ। ସେଲିବ୍ରିଟି ଦମ୍ପତି ଶୈଫ୍‌ ଅଲି ଖାନ୍‌ ଏବଂ କରୀନା କପୁର ଖାନ୍‌ ନିଜର ପ୍ରଥମ ସନ୍ତାନ ତୈମୁର୍‌ଙ୍କୁ ଉପହାର ଦେଇଛନ୍ତି ଏକ ଜଙ୍ଗଲ। ଛୋଟେ ନଓ୍ବାବ୍‌ ବର୍ତ୍ତମାନ ଏକ ଜଙ୍ଗଲର ମାଲିକ। ଡିସେମ୍ବର ୨୦ରେ ତୈମୁର ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି। ଛୋଟେ ନଓ୍ବାବ୍‌ଙ୍କ ପ୍ରଥମ ଜନ୍ମଦିନକୁ ସ୍ବତନ୍ତ୍ର କରିବା ଲାଗି ଯଥାସମ୍ଭବ ପ୍ରୟାସ କରିଥିଲେ ଶୈଫ୍‌-କରୀନା। ତୈମୁର୍‌ ପାଇଁ ସେମାନେ ସୋନାଭେଠାରେ ଏକ ଜଙ୍ଗଲ କିଣିଛନ୍ତି। ୧୦୦୦ ବର୍ଗମିଟର ପରିବ୍ୟାପ୍ତ ଉକ୍ତ ଜଙ୍ଗଲରେ ୧୦୦ଟି ଗଛ ରହିଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଠାରେ ଥିବା ସମସ୍ତ ଗଛର ବୟସ ମଧ୍ୟ ହେଉଛି ଏକବର୍ଷ। ଜଙ୍ଗଲରେ ରହିଛି ୩ ଜାମୁ ଗଛ, ଗୋଟିଏ ପଣସ, ଗୋଟିଏ ଅଁଳା, ୪୦ଟି କଦଳୀ, ୧୪ ମୋରିଙ୍ଗା, ଗୋଟିଏ ଅମୃତଭଣ୍ଡା, ଗୋଟିଏ ଲେମ୍ବୁ ଆଦି ଅନେକ ପ୍ରକାରର ଗଛ ରହିଛି। ଲଙ୍କା, ଅଦା, ହଳଦୀ ଧନିଆପତ୍ର ଆଦି ମଧ୍ୟ ସେଠାରେ ଚାଷ କରାଯାଇଛି। ଅନେକ ଫୁଲ ଗଛ ମଧ୍ୟ ସେଠାରେ ଲଗାଯାଇଛି। ତେବେ ଗଛ ଲଗାଇବା ପଛରେ ଶୈଫ-କରୀନଙ୍କ ଉଦ୍ଦେଶ୍ୟ ହେଲା, ବର୍ତ୍ତମାନର ସହରୀ ସଭ୍ୟତାରେ ଜୀବନରେ ତୈମୁର କେବେ ପକ୍ଷୀ, ମହୁମାଛି, ପ୍ରଜାପତିଙ୍କୁ ପ୍ରାକୃତିକ ପରିବେଶରେ ଦେଖିବାର ସୁଯୋଗ ପାଇ ନ ପାରନ୍ତି। ଏହି ଛୋଟିଆ ଜଙ୍ଗଲରେ ଛୋଟେ ନଓ୍ବାବ୍‌ ସେ ସବୁର ଆନନ୍ଦ ପାଇପାରିବେ।
All Right Reserved By

ମନୋରଞ୍ଜନ |

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

ନୂଆଦିଲ୍ଲୀ: ‘ୟୋର୍ସ ଟ୍ରୁଲି’ରେ ମହେଶ ଭଟ୍ଟ, ସୋନି ରାଜଦାନ୍‌ ଏବଂ ପଙ୍କଜ ତ୍ରିପାଠୀଙ୍କ ସହିତ କାର୍ଯ୍ୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି ଅଭିନେତ୍ରୀ ଆହାନା କୁମ୍ରା।

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ମୁମ୍ବାଇ: ସଲମାନ ଖାଁଙ୍କ ବହୁ ଚର୍ଚ୍ଚିତ ଗର୍ଲ ଫ୍ରେଣ୍ଡ ଲୁଲିଆ ଭାନ୍ତୁରଙ୍କୁ ନେଇ ଏକ ଖବର ଏବେ ଚର୍ଚ୍ଚାକୁ ଆସିଛି। ବେଶ୍‌ କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ଔପଚାରିକ ଭାବେ ଘୋଷଣା କରାଯାଇଛି।

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ଝିଅ ନିଶା କୌରଙ୍କ ତୃତୀୟ ଜନ୍ମଦିବସ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। ସ୍ବାମୀ ଡାନିଏଲ ଓ୍ବେବରଙ୍କ ସହ ସୁଦୂର ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଛନ୍ତି ସନ୍ନି।

ରବିନାଙ୍କ ନଁାରେ ମାମଲା

ରବିନାଙ୍କ ନଁାରେ ମାମଲା

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଅଡ଼ୁଆରେ ପଡ଼ିଯାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ। ତାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମାମଲା ଦାଏର କରିଛନ୍ତି ଜଣେ ଆଇନଜୀବୀ।

ଶୋ’ ଷ୍ଟପର ବନିଲେ ସୁସ୍ମିତା

ଶୋ’ ଷ୍ଟପର ବନିଲେ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ପୁଣି ଥରେ ଦେଖାଇଛନ୍ତି ତାଙ୍କ ଜଲଓ୍ବା। ନିକଟରେ ଶେୟାର କରିଥିବା ଏକ ଭିଡିଓ କ୍ଲିପ୍‌ରେ ସେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଯାହାକୁ ଦେଖିଲେ ଲାଗୁଛି ବୟସ ଯେମିତି ତାଙ୍କ ନିକଟରେ ଅଟକି ଯାଇଛି।

‘କୁଛ କୁଛ ହୋତା ହୈ’କୁ ମନେ ପକାଇ କରନ ଦେବେ ଗ୍ରାଣ୍ଡ ପାର୍ଟି

‘କୁଛ କୁଛ ହୋତା ହୈ’କୁ ମନେ ପକାଇ କରନ ଦେବେ ଗ୍ରାଣ୍ଡ ପାର୍ଟି

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ନିକଟରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିବା ଶୁଣିବାକୁ ମିଳିଛି। କାରଣ ତାଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ଫିଲ୍ମ ‘କୁଛ କୁଛ ହୋତା ହୈ’କୁ ପୂରଣ ହୋଇଛି ୨୦ ବର୍ଷ। 

କରନଙ୍କ ଉପରେ ବର୍ଷିଲେ କଙ୍ଗନା

କରନଙ୍କ ଉପରେ ବର୍ଷିଲେ କଙ୍ଗନା

ମୁମ୍ବାଇ: #ମିଟୂ କ୍ୟାମ୍ପେନକୁ ନେଇ ଏବେ ବଲିଉଡ ଏକପ୍ରକାର ୨ ଭାଗରେ ବିଭକ୍ତ ହୋଇ ଗଲାଣି କହିଲେ ଚଳେ। ଦିନକୁ ଦିନ ବଲିଉଡରେ ଯୌନ ଶୋଷଣର ଅଭିଯୋଗ ବଢିବାରେ ଲାଗିଥିବାରୁ ବଲିଉଡରେ ଏମିତି ପରିସ୍ଥିତି ଦେଖା ଦେଇଛି।

ଅଜସ୍ର ଯଶର ଅଧିକାରୀ ହେବାକୁ ଚାହେଁ ନାହିଁ

ଅଜସ୍ର ଯଶର ଅଧିକାରୀ ହେବାକୁ ଚାହେଁ ନାହିଁ

ଏକ ସୁଖ୍ୟାତ ପରିବାରରୁ ଆସିଥିବା ସତ୍ତ୍ୱେ ଅଜସ୍ର ଯଶର ଅଧିକାରୀ ହେବାକୁ ଚାହାନ୍ତି ନାହିଁ ବଲିଉଡ୍‌ ଅଭିନେତ୍ରୀ ସୋହା ଅଲି ଖାନ୍‌। ସେ ନିଜ ବ୍ୟକ୍ତିତ୍ୱ ବଜାୟ ରଖିବାକୁ ପସନ୍ଦ କରନ୍ତି ଏବଂ ନିଜ ନାମ ସହିତ  ଅଧିକ କିଛି ଯୋଡିବାକୁ ଚାହାନ୍ତି ନାହିଁ।

କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷାକଲେ ଅନୁଭବ

କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷାକଲେ ଅନୁଭବ

କଟକ ଅଫିସ,୧୪।୧୦: ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର ତଥା ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ଏକ ଭିନ୍ନ ଅନ୍ଦାଜ ରବିବାର ଦେଖିବାକୁ ମିଳିଛି। ଅନୁଭବ ତାଙ୍କର ଜଣେ କୁନି ଭିନ୍ନକ୍ଷମ ପ୍ରଶଂସକ ତଥା ଫ୍ୟାନ୍‌ଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଭେଟିବାକୁ ଯାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଧୋତି ପିନ୍ଧି ଦୌଡ଼ିଥିଲେ ସୈଫ

ଧୋତି ପିନ୍ଧି ଦୌଡ଼ିଥିଲେ ସୈଫ

ଶୁଟିଂ ସେଟ୍‌ରେ କଳାକାରଙ୍କ ମଧ୍ୟରେ ବେଶ୍‌ ଥଟ୍ଟା ତାମସା ହୋଇଥାଏ। କେହି କେହି ଅନ୍ୟଙ୍କୁ ହସେଇ ହସେଇ ବେଦମ କରିଥାଆନ୍ତି ତ ଆଉ କେତେଜଣ ଅନ୍ୟକୁ ଚିଡାଇବାକୁ, ଡରାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏସବୁ ମୂଳରେ ମଜା ଲୁଚି ରହିଥାଏ। 

ଇଶାନଙ୍କ ପ୍ରଶଂସାରେ ଜାହ୍ନବୀ

ଇଶାନଙ୍କ ପ୍ରଶଂସାରେ ଜାହ୍ନବୀ

ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟରଙ୍କୁ କିଛି ମାସ ପୂର୍ବରୁ ରିଲିଜ୍‌ ହୋଇଥିବା ‘ଧଡକ’ରେ ବ୍ରେକ୍‌ ମିଳିଥିଲା। କରନ୍‌ ଜୋହର ଏହି ଯୋଡିକୁ ପ୍ରଥମେ ବ୍ରେକ୍‌ ଦେଇଥିଲେ। 

ଆଇଟମ ପାଇଁ ଟେନ୍‌ସନ

ଆଇଟମ ପାଇଁ ଟେନ୍‌ସନ

ଜ୍ୟାକ୍‌ଲିନ ଫର୍ନାଡିସ୍‌ ଦୋ’ଛକିରେ ପଡିଯାଇଛନ୍ତି। ଅଫରଟିକୁ ହାତଛଡ଼ା କରିବେ କି ସେଥିରେ ରାଜି ହେବେ ତାହା ତାଙ୍କ ଟେନ୍‌ସନ ବଢ଼ାଇ ଦେଇଛି।