ମନୋରଞ୍ଜନ |

ବିବାଦୀୟ ଫଟୋକୁ ନେଇ ଚର୍ଚ୍ଚାରେ ନଓ୍ବାଜୁଦ୍ଦିନ

ବିବାଦୀୟ ଫଟୋକୁ ନେଇ ଚର୍ଚ୍ଚାରେ ନଓ୍ବାଜୁଦ୍ଦିନ
ନୂଆଦିଲ୍ଲୀ: ଏବେ ଚାଲିଛି ବାଇଓପିକ୍‌ର ଜମାନା। କେବେ ଖେଳାଳିଙ୍କୁ ନେଇ ତ ପୁଣି କେବେ ରାଜନେତାଙ୍କୁ ନେଇ। ବଲିଉଡର ଫିଲ୍ମ ନିର୍ମାତା ଏଥର ଶିବସେନା ମୁଖ୍ୟ ବାଲ ଠାକ୍‌ରେଙ୍କ ବାଇଓପିକ୍‌ ନିର୍ମାଣ କରିବାକୁ ଯୋଜନା କରିଥିଲେ। ଏଥିରେ ଠାକ୍‌ରେଙ୍କ ଭୂମିକା ପାଇଁ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ନେବାକୁ ଚାହୁଁଥିଲେ ଫିଲ୍ମ ନିର୍ମାତା। ହେଲେ ତା’ପୂର୍ବରୁ ନଓ୍ବାଜ ନିଜ ଫଟୋ ସହ ବାଲ ସାହେବଙ୍କ ଫଟୋକୁ ଭାଇରାଲ କରିବା ପରେ ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ ନିଜର ଜୀବନୀକୁ ନେଇ ଲେଖିଥିବା ପୁସ୍ତକରେ ସିଦ୍ଦିକି ଏମିତି କିଛି କଥା ଉଲ୍ଲେଖ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ବିବାଦୀୟ ହୋଇ ପଡିଥିଲା। ତେଣୁ ଏହି ବିବାଦୀୟ ଚରିତ୍ରଙ୍କୁ ନେଇ ଫିଲ୍ମ କରିବା କଥା ନିର୍ମାତା ଚିନ୍ତା କରିବା ସମୟରେ ହିଁ ସେ ନିଜେ ଏମିତି ଏକ ଫଟୋ ଭାଇରାଲ କରିବାରୁ ତାଙ୍କୁ ଫିଲ୍ମର ମୁଖ୍ୟ ଚରିତ୍ରରୁ ବିଦା କରାଯାଇଥିବା ଶୁଣିବାକୁ ମିଳୁଛି। ଫଟୋରେ ସିଦ୍ଦିକିଙ୍କ ସହ ବାଲ ଠାକ୍‌ରେଙ୍କ ଫଟୋ ତାଙ୍କୁ ବିବାଦ ଭିତରକୁ ଟାଣି ନେଇଛି।
All Right Reserved By

ମନୋରଞ୍ଜନ |

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ଡିସେମ୍ବର ୨ରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବିଦେଶୀ ପ୍ରେମିକଙ୍ ନିକ୍‌ ଜୋନାଙ୍କ ବିବାହ ତାରିଖ ସ୍ଥିର ହୋଇଛି।

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ରଣବୀରଙ୍କ ସହ ଛୁଟି କାଟୁଛନ୍ତି ଆଲିଆ

ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପ୍ରେମକୁ ଯେତେ ଲୁଚାଇଲେ ମଧ୍ୟ ତାହା ପଦାକୁ ଚାଲିଆସୁଛି। 

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

‘ୟୋର୍ସ ଟ୍ରୁଲି’ ପାଇଁ ଖୁସି ଅଛନ୍ତି ଆହାନା

ନୂଆଦିଲ୍ଲୀ: ‘ୟୋର୍ସ ଟ୍ରୁଲି’ରେ ମହେଶ ଭଟ୍ଟ, ସୋନି ରାଜଦାନ୍‌ ଏବଂ ପଙ୍କଜ ତ୍ରିପାଠୀଙ୍କ ସହିତ କାର୍ଯ୍ୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି ଅଭିନେତ୍ରୀ ଆହାନା କୁମ୍ରା।

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ବଲିଉଡ୍‌ରେ ଡେବ୍ୟୁ କରିବେ ସଲମାନଙ୍କ ବାନ୍ଧବୀ

ମୁମ୍ବାଇ: ସଲମାନ ଖାଁଙ୍କ ବହୁ ଚର୍ଚ୍ଚିତ ଗର୍ଲ ଫ୍ରେଣ୍ଡ ଲୁଲିଆ ଭାନ୍ତୁରଙ୍କୁ ନେଇ ଏକ ଖବର ଏବେ ଚର୍ଚ୍ଚାକୁ ଆସିଛି। ବେଶ୍‌ କିଛି ଦିନ ହେବ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଏହା ଔପଚାରିକ ଭାବେ ଘୋଷଣା କରାଯାଇଛି।

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଲେ ସନ୍ନି ଲିଓନି

ଝିଅ ନିଶା କୌରଙ୍କ ତୃତୀୟ ଜନ୍ମଦିବସ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଅଭିନେତ୍ରୀ ସନ୍ନି ଲିଓନି। ସ୍ବାମୀ ଡାନିଏଲ ଓ୍ବେବରଙ୍କ ସହ ସୁଦୂର ମେକ୍ସିକୋରେ ନିଶାଙ୍କ ଜନ୍ମଦିନ ପାଳିଛନ୍ତି ସନ୍ନି।

ରବିନାଙ୍କ ନଁାରେ ମାମଲା

ରବିନାଙ୍କ ନଁାରେ ମାମଲା

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଅଡ଼ୁଆରେ ପଡ଼ିଯାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ। ତାଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ମାମଲା ଦାଏର କରିଛନ୍ତି ଜଣେ ଆଇନଜୀବୀ।

ଶୋ’ ଷ୍ଟପର ବନିଲେ ସୁସ୍ମିତା

ଶୋ’ ଷ୍ଟପର ବନିଲେ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ପୁଣି ଥରେ ଦେଖାଇଛନ୍ତି ତାଙ୍କ ଜଲଓ୍ବା। ନିକଟରେ ଶେୟାର କରିଥିବା ଏକ ଭିଡିଓ କ୍ଲିପ୍‌ରେ ସେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଯାହାକୁ ଦେଖିଲେ ଲାଗୁଛି ବୟସ ଯେମିତି ତାଙ୍କ ନିକଟରେ ଅଟକି ଯାଇଛି।

‘କୁଛ କୁଛ ହୋତା ହୈ’କୁ ମନେ ପକାଇ କରନ ଦେବେ ଗ୍ରାଣ୍ଡ ପାର୍ଟି

‘କୁଛ କୁଛ ହୋତା ହୈ’କୁ ମନେ ପକାଇ କରନ ଦେବେ ଗ୍ରାଣ୍ଡ ପାର୍ଟି

ମୁମ୍ବାଇ: ବଲିଉଡର ଆଗଧାଡିର ନିର୍ଦ୍ଦେଶକ କରନ ଜୋହର ନିକଟରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିବା ଶୁଣିବାକୁ ମିଳିଛି। କାରଣ ତାଙ୍କ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ଫିଲ୍ମ ‘କୁଛ କୁଛ ହୋତା ହୈ’କୁ ପୂରଣ ହୋଇଛି ୨୦ ବର୍ଷ। 

କରନଙ୍କ ଉପରେ ବର୍ଷିଲେ କଙ୍ଗନା

କରନଙ୍କ ଉପରେ ବର୍ଷିଲେ କଙ୍ଗନା

ମୁମ୍ବାଇ: #ମିଟୂ କ୍ୟାମ୍ପେନକୁ ନେଇ ଏବେ ବଲିଉଡ ଏକପ୍ରକାର ୨ ଭାଗରେ ବିଭକ୍ତ ହୋଇ ଗଲାଣି କହିଲେ ଚଳେ। ଦିନକୁ ଦିନ ବଲିଉଡରେ ଯୌନ ଶୋଷଣର ଅଭିଯୋଗ ବଢିବାରେ ଲାଗିଥିବାରୁ ବଲିଉଡରେ ଏମିତି ପରିସ୍ଥିତି ଦେଖା ଦେଇଛି।

ଅଜସ୍ର ଯଶର ଅଧିକାରୀ ହେବାକୁ ଚାହେଁ ନାହିଁ

ଅଜସ୍ର ଯଶର ଅଧିକାରୀ ହେବାକୁ ଚାହେଁ ନାହିଁ

ଏକ ସୁଖ୍ୟାତ ପରିବାରରୁ ଆସିଥିବା ସତ୍ତ୍ୱେ ଅଜସ୍ର ଯଶର ଅଧିକାରୀ ହେବାକୁ ଚାହାନ୍ତି ନାହିଁ ବଲିଉଡ୍‌ ଅଭିନେତ୍ରୀ ସୋହା ଅଲି ଖାନ୍‌। ସେ ନିଜ ବ୍ୟକ୍ତିତ୍ୱ ବଜାୟ ରଖିବାକୁ ପସନ୍ଦ କରନ୍ତି ଏବଂ ନିଜ ନାମ ସହିତ  ଅଧିକ କିଛି ଯୋଡିବାକୁ ଚାହାନ୍ତି ନାହିଁ।

କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷାକଲେ ଅନୁଭବ

କୁନି ପ୍ରଶଂସକଙ୍କ ଅନୁରୋଧ ରକ୍ଷାକଲେ ଅନୁଭବ

କଟକ ଅଫିସ,୧୪।୧୦: ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର ତଥା ରାଜ୍ୟସଭା ସଦସ୍ୟ ଅନୁଭବ ମହାନ୍ତିଙ୍କ ଏକ ଭିନ୍ନ ଅନ୍ଦାଜ ରବିବାର ଦେଖିବାକୁ ମିଳିଛି। ଅନୁଭବ ତାଙ୍କର ଜଣେ କୁନି ଭିନ୍ନକ୍ଷମ ପ୍ରଶଂସକ ତଥା ଫ୍ୟାନ୍‌ଙ୍କ ଅନୁରୋଧ ରକ୍ଷା କରି ତାଙ୍କୁ ଭେଟିବାକୁ ଯାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 

ଧୋତି ପିନ୍ଧି ଦୌଡ଼ିଥିଲେ ସୈଫ

ଧୋତି ପିନ୍ଧି ଦୌଡ଼ିଥିଲେ ସୈଫ

ଶୁଟିଂ ସେଟ୍‌ରେ କଳାକାରଙ୍କ ମଧ୍ୟରେ ବେଶ୍‌ ଥଟ୍ଟା ତାମସା ହୋଇଥାଏ। କେହି କେହି ଅନ୍ୟଙ୍କୁ ହସେଇ ହସେଇ ବେଦମ କରିଥାଆନ୍ତି ତ ଆଉ କେତେଜଣ ଅନ୍ୟକୁ ଚିଡାଇବାକୁ, ଡରାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏସବୁ ମୂଳରେ ମଜା ଲୁଚି ରହିଥାଏ।