ଅପରାଧ |

ଉଦ୍ଧାର ଟଙ୍କା ନେଇ ଗଣ୍ଡଗୋଳ: ଯୁବକଙ୍କୁ ହତ୍ୟା

ଉଦ୍ଧାର ଟଙ୍କା ନେଇ ଗଣ୍ଡଗୋଳ: ଯୁବକଙ୍କୁ ହତ୍ୟା
କବିସୂର୍ଯ୍ୟନଗର,୨୧।୧୨: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଅନ୍ତର୍ଗତ ଖଜାପଲ୍ଲୀ ପଞ୍ଚାୟତ ଦେ ଗାଁରେ ବୁଧବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଉଦ୍ଧାର ଟଙ୍କାକୁ ନେଇ ଗଣ୍ଡଗୋଳ ହେବାସହ ସୁଶାନ୍ତ ପ୍ରଧାନ ଓରଫ ନଣ୍ଡା ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଖବର ଅନୁଯାୟୀ ଉଦ୍ଧାର ଟଙ୍କା ନେଇ ସୁଶାନ୍ତଙ୍କ ସହ ଅନ୍ୟଜଣେ ଯୁବକଙ୍କ ବଚସା ହେଉଥିବାବେଳେ ଯୁବକ ଜଣଙ୍କ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କୋଦଳା ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟାବସ୍ଥା ଅଧିକ ଗମ୍ଭୀର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ନସିଂହୋମରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।
All Right Reserved By

ଅପରାଧ |

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ଗୋଟିଏ ରାତିରେ ୨ଜଣଙ୍କୁ ହତ୍ୟା, ବଣାଇଁରେ ଚାଞ୍ଚଲ୍ୟ

ବଣାଇଁ,୨୪।୯(ଡି.ଏନ.ଏ.) : ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡରେ ରବିବାର ରାତିରେ ଘଟିଛି ୨ ଜଘନ୍ୟ ହତ୍ୟାକାଣ୍ଡ। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଓ ପୁଅର ଠେଙ୍ଗା ମାଡ଼ରେ  ବାପାଙ୍କ ଜୀବନ ଯାଇଛି। ଏହି ଡବଲ ମର୍ଡର ଘଟଣା ବଣାଇଁ ଅଞ୍ଚଳରେ ଚାଞ୍ଚଲ୍ୟ  ଖେଳାଇ ଦେଇଛି। ପୋଲିସ ସୂଚନାନୁଯାୟୀ, ଟିକାୟତପଲ୍ଲୀ ଥାନା ଟିକଟମାଟି ଗ୍ରାମର ଗଁ।ଦରୁ ଓରାମ ସ୍ତ୍ରୀ ବନ୍ଦିତା (୨୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି।

ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ଆଇଏଏସ୍‌ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

କଟକ ଅଫିସ, ୨୪।୯: ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କୁ ପୁଣି ଜେଲ ଦଣ୍ଡାଦେଶ ହୋଇଛି। ବହୁ ଚର୍ଚ୍ଚିିତ ଓଆର୍‌ଏଚ୍‌ଡିସି ଦୁର୍ନିତି ମାମଲରେ ବିନୋଦଙ୍କ ସମେତ ଅନ୍ୟ ୬ ଜଣଙ୍କୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଦଣ୍ଡିତ କରିଛନ୍ତି। 

ବ୍ୟାଟେରି ଚୋର କୋର୍ଟ ଚାଲାଣ

ବ୍ୟାଟେରି ଚୋର କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଟ୍ରାକ୍ଟରରୁ ବ୍ୟାଟେରି ଚୋରି ଅଭିଯୋଗରେ ରବିବାର ମଙ୍ଗଳପୁର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ଥାଲକୁଡ଼ି ପଞ୍ଚାୟତ ଅନ୍ତର୍ଗତ ଥାଲକୁଡ଼ି ଗ୍ରାମର ନାରାୟଣ ପାତ୍ର। ଏ ନେଇ ପୋଲିସ ଏକ ମାମଲା(୨୨୬/୧୮) ରୁଜୁ କରିଛି। 

ମଦ ଜବତ, ଜଣେ କୋର୍ଟ ଚାଲାଣ

ମଦ ଜବତ, ଜଣେ କୋର୍ଟ ଚାଲାଣ

ଦଶରଥପୁର,୨୩ା୯(ଡିଏନ୍‌ଏ)- ଚୋରା ମଦ ବ୍ୟବସାୟ ଅଭିଯୋଗରେ ମଙ୍ଗଳପୁର ପୋଲିସ ରବିବାର ଜଣଙ୍କୁ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତ ପାରିପଦା ଗ୍ରାମର ବୀରକିଶୋର ସାହୁ। ଏ ନେଇ ପୋଲିସ ଏକ ମାମଲା(୨୨୫/୧୮) ରୁଜୁ କରିଛି। 

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ପିଠାପୁରରେ ଗୁଳିକାଣ୍ଡ, ଜଣେ ମୃତ

କଟକ ଅଫିସ,୨୩।୯: ଅଶାନ୍ତ ହୋଇପଡ଼ିଛି କଟକ। ଦିନକ ପୂର୍ବରୁ ସହରରେ ଏକ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଥିବା ବେଳେ ରବିବାର ପିଠାପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଭଗତପୁରର ଦିଲ୍ଲୀପ ସାହୁ।

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ ବିଟ୍‌ ହାଉସ୍‌ ପୋଲିସର ଚଢ଼ାଉ, ୩ ଅଭିଯୁକ୍ତ ଗିରଫ

ଛତିଆ,୨୩।୯( ଡି.ଏନ୍‌.ଏ): ଯାଜପୁର ଜିଲା ବୈରୀ ଥାନା ଅଧୀନ ଛତିଆ ବିଟ୍‌ ହାଉସ ପୋଲିସ ଶନିବାର ରାତିରେ ବିଭିନ୍ନ ଗ୍ରାମରେ ଚଢ଼ାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

ଗୁଳି ଫୁଟାଇ ଲୁଟିନେଲେ ଦେଢ ଲକ୍ଷ

 ବନ୍ତ,୨୩।୯(ସ.ପ୍ର.): ବାଲେଶ୍ୱର ଜିଲା ଆଗରପଡ଼ା ଥାନା ଅଧୀନରେ ଥିବା ଏକ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କଠାରୁ ଶନିବାର ରାତି ସାଢେ ୧୦ଟାରେ ଗୁଳି ଫୁଟାଇ ଦୁର୍ବୃତ୍ତ ଦେଢ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଲୁଟି ନେଇଛନ୍ତି। 

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବନବିଭାଗ ଓ ପୋଲିସର ମିଳିତ ଚଢାଉ: ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ବଡବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସାନ୍ତବାହାଳ ଅଞ୍ଚଳରେ ଶନିବାର ରାତିରେ ବନ ବିଭାଗ ଓ ପୋଲିସ ମିଳିତ ଚଢାଉ କରି ଲକ୍ଷାଧିକ ଟଙ୍କାର ଚୋରା ଚାଲାଣ ନିମନ୍ତେ ଗଚ୍ଛିତ ଥିବା ଶାଳ ଓ ପିଆଶାଳର ୯୪ ଖଣ୍ଡ କାଠ ସହ ଦୁଇଟି ବାଇକ ଜବତ କରିଛନ୍ତି।

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ଖଡ଼ଗପୁର ଆରପିଏଫ୍‌ ଟାସ୍କ ଫୋର୍ସର ଚଢାଉ: ୫ ଆନ୍ତଃରାଜ୍ୟ ଟ୍ରେନ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୨୨।୯-ଖଡ଼ଗପୁର ଆରପିଏଫ୍‌ ଅଧୀନ ରୂପ୍‌ସାରୁ ବେଲଦା ମଧ୍ୟରେ ଯାଉଥିବା ଲୋକାଲ ଟ୍ରେନ୍‌ଗୁଡ଼ିକରେ ଦୀର୍ଘଦିନ ହେଲା ଆନ୍ତଃରାଜ୍ୟ ଲୁଟେରାମାନେ ଆତଙ୍କ ଚଳାଇଆସୁଥିଲେ। ସେମାନେ ଯାତ୍ରୀମାନଙ୍କୁ ଭୟଭୀତ କରି ଲୁଟ୍‌ କରୁଥିବା ଅଭିଯୋଗ ହେଉଥିଲା।

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ଏମ୍‌କେସିଜି ମେଡିକାଲରୁ ନବଜାତ ଶିଶୁକନ୍ୟା ଚୋରି

ବ୍ରହ୍ମପୁର ଅଫିସ,୨୨।୯: ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ ଶନିବାର ନବଜାତ ଶିଶୁ କନ୍ୟା ଚୋରି ହୋଇଥିବା ବିଏନ୍‌ପୁର ଥାନାରେ ଅଭିଯୋଗ ହୋଇଛି।

ଲୁଗା ଦୋକାନରୁ ଚୋରି

ଲୁଗା ଦୋକାନରୁ ଚୋରି

ବଡ଼ସାହି,୨୧।୯(ସ୍ବ.ପ୍ର)-ବଡ଼ସାହି ଥାନା ଅଧୀନ ବଡ଼ସାହି-ବେତନଟୀ ରାସ୍ତା କୋଚିଲାଖୁଣ୍ଟାା ଛକରେ ଥିବା ଏକ ଲୁଗା ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଛି । 

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ପୋଲିସ କବ୍‌ଜାରେ ୩ ଆନ୍ତଃଜିଲା ଲୁଟେରା

ବଲାଙ୍ଗୀର ଅଫିସ, ୨୧।୯: ଗତ ମାର୍ଚ୍ଚମାସରେ ବଲାଙ୍ଗୀର ସହର ସନ୍ନିକଟ ସଦାଇପାଲି-କନ୍ଧପାଲି ରାସ୍ତାରେ ଜଣେ ବାଇକ ଆରୋହୀଙ୍କୁ ମାଡ ମାରି ତାଙ୍କଠାରୁ ୧ଲକ୍ଷ ୭୫ହଜାର ଲୁଟ୍‌ ହୋଇଥିଲା।