ସମ୍ପାଦକୀୟ |

ସରସ ସୃଜନଶୀଳ ଶିକ୍ଷା

 ସରସ ସୃଜନଶୀଳ ଶିକ୍ଷା
ଡ. ସୁବାସ ଚନ୍ଦ୍ର ପାତ୍ର ପ୍ରଚଳିତ ଶିକ୍ଷା ଏକ ଆନୁଷ୍ଠାନିକ ଶିକ୍ଷା। ଘରୋଇ ହେଉ ବା ସରକାରୀ, ଏହିସବୁ ଶିକ୍ଷାନୁଷ୍ଠାନ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଉପରେ ପର୍ଯ୍ୟବସିତ। ଦୁଃଖର କଥା, ଏହି ବ୍ୟବସ୍ଥା ଶିକ୍ଷାଦାନ ଉପରେ ଯେତିକି ଗୁରୁତ୍ୱ ଦିଏ, ଶିକ୍ଷା ଗ୍ରହଣରେ ଉପୁଜୁଥିବା ବା ଉପୁଜିବାର ସମ୍ଭାବନା ଥିବା କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଏ ନାହଁି। ଏହା ବେଶି ମାତ୍ରାରେ ଶିକ୍ଷକକୈନ୍ଦ୍ରିକ, କମ୍‌ ମାତ୍ରାରେ ବିଦ୍ୟାର୍ଥୀ ଅନୁକୂଳ। ଏହାହିଁ ଆନୁଷ୍ଠାନିକ ଶିକ୍ଷାର ମୁଖ୍ୟ ଦୁର୍ବଳତା, ଯେଉଁଥିରୁ ଅନ୍ୟାନ୍ୟ ଦୁର୍ବଳତାର ଶିରାପ୍ରଶିରା ଲମ୍ବି ଯାଇଥାଏ। ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥା ସାମୂହିକତାରେ ବିଶ୍ୱାସ କରେ। ବୈଷମ୍ୟ ଉପରେ ବେଶି ଗୁରୁତ୍ୱ ଦିଏନାହିଁ। ଏହାର ପରିଣାମ ଭୋଗନ୍ତି ଦୁଇ ପ୍ରକାର ଛାତ୍ରୀଛାତ୍ର-ଅତି ମେଧାବୀ ବା ଅସାଧାରଣ ଏବଂ ଖୁବ କମ୍‌ ମେଧାସମ୍ପନ୍ନ ଛାତ୍ରୀଛାତ୍ର, ଯେଉଁମାନେ ଭିନ୍ନ ପ୍ରକାର ଯତ୍ନ ଆବଶ୍ୟକ କରନ୍ତି। ବିଦେଶରେ ଏମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଓ ପାଠ୍ୟକ୍ରମ ପ୍ରଚଳିତ। ଆମ ଦେଶରେ ତାହା ସାର୍ବଜନୀନ ସ୍ତରରେ ସମ୍ଭବ ନ ହେଲେହେଁ ଅନୁଷ୍ଠାନ ସ୍ତରରେ ସେମାନଙ୍କ ଉପରେ ନଜର ରଖି ପ୍ରଥମ ଗୋଷ୍ଠୀର ଛାତ୍ରୀଛାତ୍ରଙ୍କର ଉଚ୍ଚତର ଅଭୀପ୍‌ସାର ବିକାଶ ଏବଂ ଦ୍ୱିତୀୟ ଗୋଷ୍ଠୀର ଛାତ୍ରୀଛାତ୍ରମାନଙ୍କର ଅନ୍ୟମାନଙ୍କ ସହ ସମକକ୍ଷ ହେବାର ବିଫଳତାର କାରଣ ଖୋଜି ତା’ର ନିରାକରଣ ଦିଗରେ ପଦକ୍ଷେପ ନେଲେ ସେମାନେ ଅନୁଷ୍ଠାନମୁହାଁ ହୋଇ ରହନ୍ତେ। ଦୁଇ ଗୋଷ୍ଠୀ ଅନୁଷ୍ଠାନ ବିମୁଖ ହେଲେ ସମାଜର କ୍ଷତି-ପ୍ରଥମ ଗୋଷ୍ଠୀର ପ୍ରତିଭାଜନିତ ସମ୍ଭାବନାରୁ ସମାଜ ବା ରାଷ୍ଟ୍ର ବଞ୍ଚିତ ହୁଏ। ଦ୍ୱିତୀୟ ଗୋଷ୍ଠୀ ଅବହେଳିତ ଅନୁଭବ କରିବା ସହିତ ‘ବ୍ୟବସ୍ଥା’ ତାଙ୍କୁ ବଞ୍ଚିତ କଲା ବୋଲି ଭାବନ୍ତି। ଦୁହେଁ ଭିନ୍ନ ଭାବେ ‘ଅବାଟ’କୁ ଚାଲିଯାଆନ୍ତି। ଶିଶୁ ହେଉ ଅବା ପ୍ରାପ୍ତବୟସ୍କ ଯୁବକ, ସବୁ ମଣିଷ ସହଜାତ ନୈତିକତା, ବିଚାରଧାରା ଓ ଶୃଙ୍ଖଳାଭାବ ନେଇ ଜନ୍ମଗ୍ରହଣ କରିଥାନ୍ତି। ଯେତେବେଳେ ପଢ଼ା ଯାଉଥିବା ପାଠ ତା’ ଦୃଷ୍ଟିଭଙ୍ଗୀ ବିରୋଧରେ ଯାଏ, ତାକୁ ଅସ୍ବସ୍ତି ଲାଗେ। ପିଲା ମନକୁ ପ୍ରଶ୍ନ ଆସିପାରେ କ୍ଷୀର ସହିତ କାହିଁକି ପାଣି ମିଶାଯିବ ଏବଂ ଦୁହିଁଙ୍କ ଭିତରେ ଥିବା ଅନୁପାତ କାହିଁକି ବାହାର କରାଯିବ? କେଉଁଠି ତ ସେ ତୈଳାକ୍ତ ଖମ୍ବଟି ଦେଖିନାହିଁ ଯେଉଁଟାକୁ ଗୋଟିଏ ମାଙ୍କଡ଼ ପ୍ରତି ମିନିଟ୍‌ରେ କିଛିବାଟ ଚଢୁଥିବ ଏବଂ ପୁଣି ଖସି ଆସୁଥିବ? ଗୋଟିଏ ଛୋଟପିଲା ବାଲ୍‌ତି ଧରି କାହିଁକି ପାହାଡ଼ ଚଢ଼ିବ ଏବଂ ଖସିି ପଡ଼ି ହାତଗୋଡ଼ ଭାଙ୍ଗିବ ଏବଂ ତା’ ସାଥୀ ମଧ୍ୟ ଗଡ଼ିଗଡ଼ି ତା’ ସହିତ ତଳକୁ ଆସିବ (‘ଜ୍ୟାକ ଏଣ୍ଡ୍‌ ଜିଲ୍‌ ୱେଣ୍ଟ ଅପ୍‌ ଦି ହିଲ...’)? ଦୁର୍ଘଟଣା ବର୍ଣ୍ଣନା କରୁଥିବା ‘ଶିଶୁଗୀତଟି କ’ଣ ଶିକ୍ଷାଦିଏ?’ ଅସଲ କଥା ହେଲା ଶିଶୁଗୀତ ହେଉ ବା ମହାବିଦ୍ୟାଳୟ ସ୍ତରୀୟ ପାଠ୍ୟପୁସ୍ତକ, ପାଠ୍ୟକୁ ଯଦି ଆମେ ବିଦ୍ୟାର୍ଥୀମାନଙ୍କ ସହଜାତ ନୈତିକତା, ସାଂସ୍କୃତିକ ବୈଶିଷ୍ଟ୍ୟ, ଆଖପାଖର ପୃଥିବୀ ଅବା ପରିବେଶ ସହ ନ ଯୋଡ଼ି ପରିବେଷଣ କରିବା, ତାହା ଛାତ୍ରୀଛାତ୍ରମାନଙ୍କୁ ଆକର୍ଷିତ କରିପାରିବ ନାହଁି । ଗୋଟିଏ କ୍ରିକେଟ ଏକାଡେମୀ ବା ଜଣେ ପାଠୁଆ କୋଚ୍‌ ଯେମିତି ଜଣେ ପ୍ରଚଣ୍ଡ ପ୍ରତିଭାଧର ପ୍ରବୃତ୍ତିନିର୍ଭରଶୀଳ ବ୍ୟାଟ୍‌ସମ୍ୟାନ (କପିଳ ଦେବ, ବୀରେନ୍ଦ୍ର ସେହ୍ବାଗ, ଇଞ୍ଜାମାମ ଉଲ୍‌ ହକ୍‌)ର ଅନ୍ତର୍ନିହିତ ପ୍ରତିଭାକୁ ଅତ୍ୟଧିକ ଜ୍ଞାନ ପ୍ରୟୋଗ ଦ୍ୱାରା ନଷ୍ଟ କରିବାର ସୁଯୋଗ ସୃଷ୍ଟିକରେ, ଛାତ୍ରୀଛାତ୍ରମାନେ ବ୍ୟବସ୍ଥା ହାତରେ ସମଦଶା ଭୋଗନ୍ତି। ବିଦ୍ୟାର୍ଥୀ ମନସ୍ତତ୍ତ୍ୱ, ସେମାନଙ୍କ ବୟସ-ଲିଙ୍ଗ-ସମାଜ-ସଂସ୍କୃତି କୈନ୍ଦ୍ରିକ ଆବଶ୍ୟକତା, ସାମୂହିକତା ବା ସମୟର ଆବଶ୍ୟକତା ନାମରେ ବିସର୍ଜିତ ହୁଏ। ଯାହା କିଛି ବଞ୍ଚିରହେ, ପାଠପଢ଼ାଉଥିବା ଶିକ୍ଷକର ଶିକ୍ଷାଦାନ ଶୈଳୀ, ବ୍ୟକ୍ତିତ୍ୱ, ଶିକ୍ଷାନୁଷ୍ଠାନର ପରିବେଶ ଓ ଅବସ୍ଥିତି, ଛାତ୍ରୀଛାତ୍ରମାନଙ୍କୁ ବିମୁଖ କରିବାରେ ସହାୟକ ହୁଏ। ଛାତ୍ରୀଛାତ୍ରମାନେ ପାଠ୍ୟ ଶିକ୍ଷାଦାନକୁ କିପରି ଉପଭୋଗ କରିବେ, ଉପରକୁ ବେଶି ଭାରାକ୍ରାନ୍ତ ନ କରି, ‘ପାଦ ଚାପିଚାପି’, ସନ୍ତର୍ପଣରେ, ଯତ୍ନରେ ସେମାନଙ୍କର ଜ୍ଞାନକୁ କିପରି ବିକଶିତ କରିହେବ, ସେ କଥା ଆନୁଷ୍ଠାନିକ ଶିକ୍ଷା ଦେଖେ ନାହିଁ। ଛୋଟ ପିଲାମାନେ ଯେ ସେମାନଙ୍କ ମନ ଓ ସମୟର ମାଲିକ ବା ‘ପ୍ରଭୁ’ ଏବଂ ଆମେ ଶିକ୍ଷକମାନେ ସମସ୍ତେ ଜଣେ ଜଣେ ସେବା ଯୋଗାଣକାରୀ ସମ୍ବେଦନଶୀଳ, ସ୍ନେହୀ ବ୍ୟକ୍ତିତ୍ୱ ଏ ପ୍ରକାର ଧାରଣା ଆମ ଭିତରେ ନ ଆସିଲେ ଶିକ୍ଷାଦାନ ସମ୍ଭବ ନୁହେଁ। ପୂର୍ବତନ ଅଧ୍ୟକ୍ଷ, ଜେଲରୋଡ଼, ବାଲେଶ୍ୱର, ମୋ: ୯୪୩୭୩୭୬୨୧୯, subashbls56@gmail.com
All Right Reserved By

ସମ୍ପାଦକୀୟ |

୫ ଫଳ

୫ ଫଳ

ସମ୍ପାଦକୀୟ/ ତଥାଗତ ସତପଥୀ

ନିକଟରେ ଶେଷ ହୋଇଥିବା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନ ଥିଲା ଏବଂ ଏହାର ଫଳାଫଳରୁ ଯେଉଁ ସୂଚନା ମିଳୁଛି, ତାକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ। କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୬୫ ଲୋକ ସଭା ଆସନ ଥିବାରୁ ଏହା ଭବିଷ୍ୟତ ପାଇଁ ଭାବିବାର ଖୋରାକ ଯୋଗାଉଛି। ଗୋଟିଏ ବଡ଼କଥା ହେଉଛି, ଏହି ରାଜ୍ୟଗୁଡ଼ିକରୁ ୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୩ଟି ଲୋକ ସଭା ଆସନ ଜିତିଥିଲା। ଆଗକୁ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଏହି ଫଳାଫଳରୁ ଜଣାପଡ଼ୁଛି, ସରକାରଙ୍କର ଧନୀ-ସପକ୍ଷବାଦୀ ମନୋଭାବ ଓ ଧନୀ-ସପକ୍ଷବାଦୀ ନୀତି ନିର୍ଦ୍ଧାରଣ କରିବାର ମାନସିକତାକୁ ଜନତା ଗ୍ରହଣ କରୁନାହାନ୍ତି। ଏଥର ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଗ୍ରାମାଞ୍ଚଳ ଲୋକ ଭାଜପା ପ୍ରତି...

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ନାରାୟଣ ପଣ୍ଡା 

ଉତ୍କଳ ପଞ୍ଚସଖାଙ୍କ ମହାପାତ୍ର, ଖୁଣ୍ଟିଆ, ମହାନ୍ତି, ଦାସ ଓ ମୁନି ଇତ୍ୟାଦି ସଂଜ୍ଞା ଥିଲା। ସେମାନେ କିନ୍ତୁ ସମସ୍ତେ ନିଜକୁ ଶୂଦ୍ର ବୋଲି ପରିଚିତ କରାଇଛନ୍ତି। ସନ୍ଥ ଅଚ୍ୟୁତାନନ୍ଦଙ୍କ ଉଦୟ କାହାଣୀ ଗ୍ରନ୍ଥରେ ପଞ୍ଚସଖାମାନଙ୍କର ଜାତି ପ୍ରସଙ୍ଗରେ କୁହାଯାଇଛି, ସେମାନେ ସତ୍ୟଯୁଗରେ ବ୍ରାହ୍ମଣ, ତ୍ରେତୟାରେ କ୍ଷତ୍ରିୟ, ଦ୍ୱାପରରେ ବୈଶ୍ୟ ଓ କଳିଯୁଗରେ ଶୂଦ୍ର। ଭକ୍ତି ଧର୍ମର ବର୍ଣ୍ଣ ହେଉଛି ଶୂଦ୍ର ବର୍ଣ୍ଣ। ସେମାନଙ୍କର ସ୍ବଭାବ ମିଷ୍ଟ, ବିନୟୀ ଓ ସରଳ। ଶୂଦ୍ର ନିଜର ନିର୍ଲିପ୍ତ ସେବା ଦ୍ୱାରା ଈଶ୍ୱର ସାନ୍ନିଧ୍ୟ ଓ ଚତୁର୍ବର୍ଗ ଫଳପ୍ରାପ୍ତ ହୋଇଥାଏ। ପଞ୍ଚଦଶ ଶତାବ୍ଦୀରେ ଜନ୍ମିତ ଉତ୍କଳର ପଞ୍ଚସଖା- ବଳରାମ ଦାସ ୧୪୮୨, ଯଶୋବନ୍ତ ଦାସ ୧୪୮୨, ଅଚ୍ୟୁତାନନ୍ଦ ଦାସ ୧୪୮୫, ଶିଶୁ ଅନନ୍ତ ୧୪୮୫ ଓ ଜଗନ୍ନାଥ ଦାସ ୧୪୯୦- ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅମଳିନ ସ୍ବାକ୍ଷର ରଖି...

ଅସୁରକ୍ଷିତ ଆଶ୍ରମ ଗୃହ

ଅସୁରକ୍ଷିତ ଆଶ୍ରମ ଗୃହ

ପ୍ରୀତିଛନ୍ଦା ଧଳ

ନିକଟରେ ହଇଚଇ ସୃଷ୍ଟି କରିଛି ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା। ‘ହାପି ଆଣ୍ଡ ହୋଲି ହୋମ୍‌’ ନାମକ ଆଶ୍ରମରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନାର କଥା ଶୁଣି ସାଧାରଣ ଜନତାଙ୍କ ଲୋମ ଟାଙ୍କୁରି ଉଠୁଛି। କେତେ ଅସୁରକ୍ଷିତ ଆମର ଆଶ୍ରମ ଉଭୟ ଝିଅ ଓ ପୁଅମାନଙ୍କ ପାଇଁ ଏବେ ଏଠାରେ ଏକ ବଡ଼ ପ୍ରଶ୍ନ। ପ୍ରକୃତରେ ଦେଖିବାକୁ ଗଲେ ଲାଜ ଲାଗେ ଯେ ଏତେସବୁ ହୋଇଥାଏ ଆଶ୍ରମ ଗୃହରେ କିନ୍ତୁ ଆମର ପ୍ରଶାସନ ପାଖରେ କିଛି ଖବର ନ ଥାଏ। ଏହାର ଉତ୍ତର କିଏ ଦେବ ଏବଂ ଏହାର ଗୁରୁଦାୟିତ୍ୱ କାହାର? ...

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହାକୁ ସ୍ଥାନୀୟ ଲୋକେ ମାନି ଚଳିଥାଆନ୍ତି। ପରମ୍ପରାକୁ ଅମାନ୍ୟ କଲେ ଅମଙ୍ଗଳ ହୁଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ତେଣୁ ସେଠାରେ ପ୍ରଥା-ପରମ୍ପରାକୁ ମାନି ଲୋକେ ଜୀବନଯାପନ କରନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ଏପରି ଏକ ନିଆରା ପରମ୍ପରା ରହିଛି ଯାହା ଅବିଶ୍ୱାସ ଲାଗିଲେ ମଧ୍ୟ ସତ। ଏହି ଦୁଇ ରାଜ୍ୟରେ ବାସ କରୁଥିବା ଗୋଣ୍ଡ ଜନଜାତିର ଲୋକମାନେ ଏହି ଅଜବ ପରମ୍ପରାକୁ ମାନିଥାଆନ୍ତି। ଉକ୍ତ ଜନଜାତିରେ ବିବାହ ପୂର୍ବରୁ ବରକୁ ରକ୍ତପାନ କରିବାକୁ ପଡିଥାଏ। ଏଥିପାଇଁ ବରକୁ ଘୁଷୁରି ମାରିବାକୁ ଦିଆଯାଏ। ପରେ ବ...

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସାଧାରଣ ନିର୍ବାଚନ ପ୍ରାୟ ୫ ମାସ ଥିବାବେଳେ ଏବେଠାରୁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରକୁ ଟକ୍କରଦେବା ଲାଗି ବିରୋଧୀ ଦଳଗୁଡ଼ିକ ଡିସେମ୍ବର ୧୦ରେ ନୂଆଦିଲ୍ଲୀଠାରେ ଏକତ୍ରିତ ହୋଇଛନ୍ତି। ବିଜୁ ଜନତା ଦଳ (ବିଜେଡି), ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଛାଡ଼ିଦେଲେ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସଭାପତି ଉପେନ୍ଦ୍ର କୁଶ୍‌ଓ୍ବାହା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୋଦି ସରକାର ତାଙ୍କୁ ଧୋକାଦେବା ସହ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହେବାରୁ ଇସ୍ତଫା...

 ଆଜିର ଯୁବବର୍ଗ କ୍ରୋଧିତ କାହଁକି

ଆଜିର ଯୁବବର୍ଗ କ୍ରୋଧିତ କାହଁକି

ସହଦେବ ସାହୁ

ଭାରତ ଏକ ପ୍ରାଚୀନ ସଭ୍ୟତା କିନ୍ତୁ ଏକ ଯୁବରାଷ୍ଟ୍ର। ଚାଇନା ବି ଏକ ପ୍ରାଚୀନ ସଭ୍ୟତା, କିନ୍ତୁ ସେଠାକାର କମ୍ୟୁନିଷ୍ଟ ସରକାର ପରିବାର ନିୟନ୍ତ୍ରଣ କଡ଼ାକଡ଼ି ଲାଗୁ କରିଥିବାରୁ ତାହାର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କାଳକ୍ରମେ ବଢ଼ିଚାଲିଲା। ଚାଇନାରେ କାମିକା ଲୋକ (୨୦ରୁ ୫୦ ବର୍ଷ)ଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୨ରେ ଦେଶରେ କାମକରିପାରିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ କମିଯିବା ଦେଖି ଚାଇନା ସରକାର ଚିନ୍ତିତ ହୋଇପଡ଼ିଲେ। ଏ ଦୃଷ୍ଟିରୁ ଭାରତ ଉତ୍ତମ ସ୍ଥିତିରେ ଅଛି ବୋଲି ବିଲାତର ପ୍ରସିଦ୍ଧ ପତ୍ରିକା ‘ଦି ଇକୋ...

ଦେଶ, ରାଜନୀତି ଓ ଆଜିର ଶିକ୍ଷା

ଦେଶ, ରାଜନୀତି ଓ ଆଜିର ଶିକ୍ଷା


ଡ. ଶରତ ଚନ୍ଦ୍ର ରଥ

ଦେଶର ଅଛି ଅର୍ଥ ସମସ୍ୟା। ଅତୀତରେ ସମସ୍ୟା ଥିଲା ଆଜି ମଧ୍ୟ ଅଛି। ପ୍ରଥମେ ସମସ୍ୟାଗୁଡ଼ିକର ତାଲିକା କରିବା ଦରକାର। ତା’ପରେ ସମାଧାନର ସୂତ୍ର ବିଷୟରେ ଚିନ୍ତା, ଆଲୋଚନା ଓ ପଦକ୍ଷେପ ଗ୍ରହଣର ବ୍ୟବସ୍ଥା। ଯେହେତୁ ଆଜିକାଲି ସମସ୍ତ କ୍ଷମତା ରାଜନେତାମାନଙ୍କ ହାତରେ ଠୁଳ, ସେମାନଙ୍କର ଏସବୁ ସର୍ବାଦୌ କରଣୀୟ। ସେମାନଙ୍କୁ ବୁଦ୍ଧିଜୀବୀମାନେ ସହଯୋଗ କରିପାରନ୍ତି।...

ଏଇ ଭାରତରେ

ଏଇ ଭାରତରେ

ସବୁ ମାତାପିତା ପରିଣତ ବୟସରେ ପୁତ୍ର  ସନ୍ତାନର ମୁହଁ ଦେଖି ଖୁସି ହୁଅନ୍ତି। କିନ୍ତୁ ଯେଉଁ ମାତାପିତା ଏହି ସୁଖରୁ ବଞ୍ଚତ୍ତ ସେମାନେ ଦୁଃଖ ଅନୁଭବ କରନ୍ତି। ଏହି ପରିସ୍ଥିତିର ସାମ୍‌ନା କରିଛନ୍ତି ୬୨ବର୍ଷର ଜଣେ ମହିଳା। ଗୁଜରାଟର ସୁରତ ନଗରୀରେ ବାସ କରୁଥିବା ମଧୁବେନ ଗେହଲଟ୍‌ ନାମ୍ନୀ ଏହି ମହିଳା ୬୨ବର୍ଷ ...

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ସ୍କୁଲ ବ୍ୟାଗ୍‌ ନିଜ ଓଜନଠାରୁ ଅଧିକ ହୋଇଯାଉଥିବାରୁ ନିକଟରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂଆକରି ସ୍କୁଲ ଯାଉଥିବା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ହୋମ୍‌ୱାର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାର ତପତ୍ର ହୋଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍‌ଶୀଘ୍ର ଏ ନେଇ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ମିଛୁଆ ବନ ବିଭାଗ

ମିଛୁଆ ବନ ବିଭାଗ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା’ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। 

ଭୂଲୁଣ୍ଠିତ ମାନବାଧିକାର

ଭୂଲୁଣ୍ଠିତ ମାନବାଧିକାର

ଆଜି ତମାମ ବିଶ୍ୱରେ ୭୦ତମ ମାନବାଧିକାର ଦିବସ ପାଳନ ହେଉଛି। ୧୯୪୮ ଡିସେମ୍ବର ୧୦ ତାରିଖ ଆଜିର ଦିନରେ ଜାତିସଂଘ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ଅର୍ପଣ କରିଥିଲା ଐତିହାସିକ ସାର୍ବଜନୀନ ବିଶ୍ୱ ମାନବାଧିକାର ଘୋଷଣାପତ୍ର। 

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି।