ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ
ମୃତ୍ୟୁ କବଳରୁ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିବା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଞ୍ଜୟ କରିଦେଇଥାଏ କହିଲେ ଭୁଲ ହେବ ନାହିଁ। ଏଭଳି ଏକ ଘଟଣା ନୂଆଦିଲ୍ଲୀର ବାରା ହିନ୍ଦୁ ରାଓ ପୋଲିସ ଷ୍ଟେଶନ ଅଞ୍ଚଳରେ ଦେଖିବାକୁ ମିଳିଛି। ରାଜୁ ନାମକ ୨୧ ବର୍ଷର ଜଣେ ଯୁବକ ଡ୍ରଗ୍‌ ଅଭ୍ୟସ୍ତ ହୋଇଯିବା ପରେ ଘର ଲୋକଙ୍କଠାରୁ ଗାଳିଗୁଲଜ ଶୁଣୁଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଗତ ସୋମବାର ରାଜୁଙ୍କ ମା’ ଓ ଭଉଣୀ କୌଣସି କାମରେ ସହର ବାହାରକୁ ଯାଇଥିଲେ। ଏପରିକି ତାଙ୍କ ପିତା ଓ ଭାଇ ମଧ୍ୟ ଘରେ ନ ଥିଲେ। ଏହାର ସୁଯୋଗ ନେଇ ରାଜୁ ଘର ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପଡ଼ୋଶୀ ମହିଳା ତାଙ୍କ ଘର ନିକଟକୁ ଆସି ପାଣିପମ୍ପ ଚଲାଇବା ପାଇଁ ସୁଇଚ୍‌ ଟିପିଥିଲେ। ଉଭୟ ଘର ଲୋକ ସେହି ଗୋଟିଏ ପାଣିପମ୍ପ ବ୍ୟବହାର କରିଥାନ୍ତି। ସମ୍ପୃକ୍ତ ମହିଳା ସୁଇଚ୍‌ ଟିପିବା ସମୟରେ ଦେଖିଲେ ଯେ ରାଜୁ ଫ୍ୟାନ୍‌ରେ ଝୁଲୁଛନ୍ତି। ସେ ତତ୍‌କ୍ଷଣାତ୍‌ ପୋଲିସରେ ଜଣାଇଥିଲେ। ପୋଲିସ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚିବା ପରେ ରାଜୁ ମୃତ ବୋଲି ଘୋଷଣା କରିଦେଇଥିଲେ। ତାଙ୍କ ଶରୀରକୁ ବ୍ୟବଚ୍ଛେଦ ଲାଗି ଶବାଗାରକୁ ନିଆଯାଇଥିଲା। ହେଲେ ରାଜୁଙ୍କ ମୃତ୍ୟୁକୁ ନେଇ ଏସ୍‌ଏଚ୍‌ଓ ସଞ୍ଜୟ କୁମାରଙ୍କ ସନ୍ଦେହ ହୋଇଥିଲା। ଯେହେତୁ ସିଲିଂ ଅତି ତଳିଆ ଥିଲା ଓ ତାଙ୍କ ଗୋଡ଼ ତଳେ ଲାଗି ଥିଲା ସେହେତୁ ରାଜୁ ମରି ନ ଥିବେ ବୋଲି ସଞ୍ଜୟ ଭାବିଥିଲେ। ରାଜୁଙ୍କୁ ଡାକ୍ତରଙ୍କ ପାଖକୁ ନିଆଯିବା ପରେ ସେ ବଞ୍ଚିଥିବା ଜଣାପଡ଼ିଥିଲା।
All Right Reserved By

ସମ୍ପାଦକୀୟ |

ଭିଗନ୍‌ଙ୍କ ପାଇଁ ସୁଯୋଗ

ଭିଗନ୍‌ଙ୍କ ପାଇଁ ସୁଯୋଗ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଆଜିକାଲି ଭିଗନ୍‌ (ଶୁଦ୍ଧ ନିରାମିଷାଶୀ- ଯେଉଁମାନେ ମାଛ, ମାଂସ, ଅଣ୍ଡା, ମହୁ, କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ ପ୍ରଭୃତି କୌଣସି ପ୍ରକାର ପ୍ରାଣିଜ ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ପ୍ରାଣୀଙ୍କ ଦାନ୍ତ, ଶିଙ୍ଗ, ଚମଡ଼ା ପ୍ରଭୃତିରୁ ପ୍ରସ୍ତୁତ କୌଣସି ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ)ମାନଙ୍କ ପାଇଁ ଅନେକ ସୁଯୋଗ ରହିଛି। 

ସଂରକ୍ଷଣର ଥୋପ ନୁହେଁ, ନିଯୁକ୍ତି ଲୋଡ଼ା

ସଂରକ୍ଷଣର ଥୋପ ନୁହେଁ, ନିଯୁକ୍ତି ଲୋଡ଼ା

ବିଚିତ୍ର ବିଶ୍ୱାଳ

ମୂଳ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ, ସେ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ହଟେଇବା ପାଇଁ ସରକାର ବିଭିନ୍ନ ବାଟରେ ଚେଷ୍ଟା କରୁଥିବାର ଦେଖାଯାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଅର୍ଥନୈତିକ ଭାବେ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ଘୋଷଣା। ସାଧାରଣ ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି ଆଦି କ୍ଷେତ୍ରରେ ୧୦% ସ୍ଥାନ ସଂରକ୍ଷଣ ଏକ ଉତ୍ତମ ନିଷ୍ପତ୍ତି।

ନିଃସଙ୍ଗ ଜୀବନ

ନିଃସଙ୍ଗ ଜୀବନ

ବିଜୟ ଦାସ

ଜୀବନ ଗୋଟେ ନିଆରା ଫୁଲର ମହକ। ନିଜର ବୃତ୍ତିଗତ ଶିକ୍ଷକ ଜୀବନ ଭିତରେ ନୀଳାମ୍ବର ବାବୁଙ୍କ ଏଇ କଥାର ତାତ୍ପର୍ଯ୍ୟ ଅଧିକ ହୃଦ୍‌ବୋଧ ହେବା ସହ ସେ ଛୋଟ ପିଲାଙ୍କ ପ୍ରତି ଟିକେ ଅଧିକ ସ୍ନେହସିକ୍ତ ହେବା ସାଧାରଣରେ ପରିଲକ୍ଷିତ ହୁଏ। 

ଏଇ ଭାରତରେ

ଏଇ ଭାରତରେ

ଆମ ଦେଶରେ ବେଳେବେଳେ ଧାର୍ମିକ ବିଦ୍ୱେଷ ଦେଖାଦେବା ସହିତ ଅସହିଷ୍ଣୁ ଭାବ ପ୍ରକାଶ ପାଉଛି। ଜାତି ଓ ଧର୍ମକୁ ନେଇ ବାଦ ବିବାଦ ସୃଷ୍ଟି ହେଉଛି। ଏହା ପଛରେ ରହିଛି ଅସୂୟା ଭାବ। ଗୋଟିଏ ଧର୍ମର ଉପାସନାପୀଠକୁ ଅନ୍ୟ ଧର୍ମର ବ୍ୟକ୍ତି ପ୍ରବେଶ କରିବାର କଟକଣା ରହିଛି। 

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..