ବାଣିଜ୍ୟ |

ଚଳିତ ଅଧିବେଶନରେ ପାସ୍‌ ହୋଇପାରେ ଗ୍ରାହକ ସୁରକ୍ଷା ବିଲ୍‌

ଚଳିତ ଅଧିବେଶନରେ ପାସ୍‌ ହୋଇପାରେ ଗ୍ରାହକ ସୁରକ୍ଷା ବିଲ୍‌
ନୂଆଦିଲ୍ଲୀ,୨୧-୧୨(ପି.ଟି.)- ଗ୍ରାହକ ସୁରକ୍ଷା ଅଧିକାର ବିଲ୍‌ ଚଳିତ ସଂସଦୀୟ ଅଧିବେଶନରେ ପାସ୍‌ ହୋଇପାରେ। ଚଳିତ ଅଧିବେଶନରେ ଏହାକୁ ଅନୁମୋଦନ କରିବାକୁ ଆଶା ରହିଛି ବୋଲି କେନ୍ଦ୍ର ଗ୍ରାହକ ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଛନ୍ତି। କ୍ୟାବିନେଟ ଏହି ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏହା ଏକ ଐତିହାସିକ ବିଲ୍‌ ବୋଲି ପାଶ୍ୱାନ କହିଛନ୍ତି। ନୂଆ ଆଇନ ଆସିଲେ ଏହା ୩୧ ବର୍ଷର ପୁରୁଣା ଗ୍ରାହକ ସୁରକ୍ଷା ଆଇନ ୧୯୮୬କୁ ବାଦ୍‌ ଦିଆଯିବ। ଗ୍ରାହକ ସୁରକ୍ଷା ଅଧିକାରକୁ ଏହା ରକ୍ଷା କରିବାରେ ସକ୍ଷମ ହେବ ବୋଲି ସେ ପ୍ରକାଶ କରିଛନ୍ତି। ବିଲ୍‌ରେ ଡିଜିଟାଲ ତଥା ଇ-କମର୍ସ କ୍ଷେତ୍ରରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜର ସମାଧାନ ଲାଗି ଅନେକ ପ୍ରସ୍ତାବ ରହିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ସେ ପ୍ରଦାନ କରି ନାହାନ୍ତି। ସେହିଭଳି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ତଥା ଜାତୀୟ ସ୍ତରରେ ଥିବା ଗ୍ରାହକ ଫୋରମଗୁଡ଼ିକରେ ଖାଲି ପଦବୀ ପୂରଣ ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ ପ୍ରକାଶ କରିଛନ୍ତି। ଏହି ଫୋରମଗୁଡିକରେ ମାମଲାଗୁଡିକ ବଢି ଚାଲିଥିବାରୁ ଏହାର ସମାଧାନ ଲାଗି ପଦବୀ ପୂରଣ ତଥା ଲୋକଙ୍କ ମଧ୍ୟରେ ସଚେତନତାକୁ ପ୍ରାଥମିକତା ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ଗ୍ରାହକ ମାମଲାଗୁଡିକର ତ୍ୱରିତ ସମାଧାନ ଉପରେ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯିବ। ବିଲ୍‌ରେ ଭ୍ରମାତ୍ମକ ବିଜ୍ଞାପନ ଏବଂ ଅପମିଶ୍ରଣ କ୍ଷେତ୍ରରେ ଜରିମାନା ତଥା ଜେଲ ଦଣ୍ଡ ଭଳି ବିଭିନ୍ନ ବ୍ୟବସ୍ଥା ହୋଇଛି। ସେହିଭଳି ଯେଉଁ ସେଲିବ୍ରିଟି ମାେନେ ଭ୍ରମାତ୍ମକ ବିଜ୍ଞାପନ କାର୍ଯ୍ୟ କରୁଥିବେ ସେମାନଙ୍କ ବିରୋଧରେ ସର୍ବାଧିକ ୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଏବଂ ୩ ବର୍ଷ ନିଷେଧାଦେଶ ଜାରି ହେବ। ମାନୁଫାକଚରର ତଥା କମ୍ପାନୀଗୁଡିକ ଲାଗି ସର୍ବାଧିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ସେହିଭଳି ଅପମିଶ୍ରଣ କ୍ଷେତ୍ରରେ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଛି। ଗ୍ରାହକ ସୁରକ୍ଷା ଆଇନକୁ ଅଧିକ କ୍ରିୟାଶୀଳ କରିବାକୁ ଯୋଜନା ରହିଛି। ଅପରପକ୍ଷରେ ଏକ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଗଠନ ସମ୍ପର୍କରେ ମଧ୍ୟ ପ୍ରସ୍ତାବ ରହିଛି।
All Right Reserved By

ବାଣିଜ୍ୟ |

ୟୁକେ ହାଇକୋର୍ଟରେ ଆବେଦନ କଲା ସୁଇସ୍‌ ବ୍ୟାଙ୍କ;ଲଣ୍ଡନରେ ବାସହୀନ ହେବେ ମାଲ୍ୟା

ୟୁକେ ହାଇକୋର୍ଟରେ ଆବେଦନ କଲା ସୁଇସ୍‌ ବ୍ୟାଙ୍କ;ଲଣ୍ଡନରେ ବାସହୀନ ହେବେ ମାଲ୍ୟା

ନୂଆଦିଲ୍ଲୀ,୨୨-୧୦: ଭାରତୀୟ ବ୍ୟାଙ୍କରୁ ଋଣ ନେଇ ଫେରାର ହେବା ପରେ ଲଣ୍ଡନରେ ମଉଜ କରୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବାସହୀନ ହେବାକୁ ଯାଉଛନ୍ତି। ମା’, ପୁଅ ସହ ଲଣ୍ଡନର ରିଜେଣ୍ଟ ପାର୍କସ୍ଥିତ ବିଳାସପୂର୍ଣ୍ଣ  ମାନସନ୍‌ରେ ମାଲ୍ୟା ରହୁଥିଲେ। ଏହାକୁ ଖାଲି କରିବା ତଥା ଦଖଲକୁ ନେବା ଉଦ୍ଦେଶ୍ୟରେ ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ଏଜି ପକ୍ଷରୁ ୟୁକେ ହାଇକୋର୍ଟରେ ଆବେଦନ କରାଯାଇଛି।

ଆଇଡିବିଆଇର ୬୦୦ କୋଟିର ଦୁର୍ନୀତି;ଅଭିଯୁକ୍ତଙ୍କ ଲାଗି ସିବିଆଇ ବଦଳାଇଥିଲା ଲୁକ୍‌ଆଉଟ ସର୍କୁଲାର

ଆଇଡିବିଆଇର ୬୦୦ କୋଟିର ଦୁର୍ନୀତି;ଅଭିଯୁକ୍ତଙ୍କ ଲାଗି ସିବିଆଇ ବଦଳାଇଥିଲା ଲୁକ୍‌ଆଉଟ ସର୍କୁଲାର

ନୂଆଦିଲ୍ଲୀ,୨୨-୧୦: ଆଇଡିବିଆଇ ବ୍ୟାଙ୍କରୁ ୬୦୦ କୋଟି ଟଙ୍କାର ଋଣ ନେଇ ଖିଲାପ କରିଥିବା ଏୟାରସେଲ୍‌ର ପୂର୍ବତନ ପ୍ରମୋଟର ସି.ଶିବଶଙ୍କରନ୍‌ଙ୍କୁ ବିଦେଶ ଯିବାରେ ସହାୟତା କରିବା ଉଦ୍ଦେଶ୍ୟରେ ସିବିଆଇ ଲୁକ୍‌ଆଉଟ ସର୍କୁଲାର ବଦଳାଇଥିଲା ବୋଲି ଜଣାପଡିଛି। 

ଜିଏସ୍‌ଟି ରିଟର୍ନ ଦାଖଲ କରିବା ସମୟସୀମା ବୃଦ୍ଧି

ଜିଏସ୍‌ଟି ରିଟର୍ନ ଦାଖଲ କରିବା ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ,୨୨-୧୦: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସେପ୍ଟେମ୍ବର ମାସ ପାଇଁ ଜିଏସ୍‌ଟିଆର-୩ବି ବିକ୍ରି ରିଟର୍ନ ଦାଖଲ କରିବାର ସମୟସୀମାକୁ ଅକ୍ଟୋବର ୨୫ ଯାଏ  ବୃଦ୍ଧି କରିଛନ୍ତି। ଫଳରେ ବ୍ୟବସାୟୀଙ୍କୁ ରିଟର୍ନ ଦାଖଲ କରିବାକୁ ଆହୁରି ୫ ଦିନ ସମୟ ମିଳିଯାଇଛି। ଏଥିସହିତ ୨୦୧୭ ଜୁଲାଇରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ(ଆଇଟିସି) ଦାବି ସମୟସୀମାକୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। 

ପୁଞ୍ଜିବଜାରରୁ ମୁହଁ ମୋଡ଼ୁଛନ୍ତି ବିଦେଶୀ ନିବେଶକ

ପୁଞ୍ଜିବଜାରରୁ ମୁହଁ ମୋଡ଼ୁଛନ୍ତି ବିଦେଶୀ ନିବେଶକ

ନୂଆଦିଲ୍ଲୀ,୨୨-୧୦: ଚଳିତବର୍ଷ ବିଦେଶୀ ନିବେଶକ ଭାରତୀୟ ପୁଞ୍ଜି ବଜାରରେ ନିବେଶ କରିଛନ୍ତି କମ୍‌, ଉଠାଇ ନେଇଛନ୍ତି ଅଧିକ। ଚଳିତ ମାସର ପ୍ରଥମ ୩ ସପ୍ତାହରେ ସେମାନେ ପ୍ରାୟ ୩୨ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ଏହାକୁ ମିଶାଇଲେ ସେମାନେ ଚଳିତବର୍ଷ ଆରମ୍ଭରୁ ଆଜିଯାଏ ପ୍ରାୟ ୯୩ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି।

୪ର୍ଥ ଦିନ ଲାଗି ତେଲ ଦର କମିଲା

୪ର୍ଥ ଦିନ ଲାଗି ତେଲ ଦର କମିଲା

ନୂଆଦିଲ୍ଲୀ,୨୨-୧୦: ରବିବାର ଚତୁର୍ଥ ଦିନ ଲାଗି ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। ଦୁଇ ମାସ ଧରି କ୍ରମାଗତ ଦର ବୃଦ୍ଧି ପରେ ଖାଉଟି ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ରବିବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ଲିଟର ପିଛା ୧୭ ପଇସା ହ୍ରାସ ପାଇଛି ବୋଲି ତୈଳ ବିପଣନ କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। 

ଟଙ୍କା ମୂଲ୍ୟ ହ୍ରାସ, ଏନ୍‌ପିଏ ଚିନ୍ତାର ବିଷୟ: ଜଲାନ

ଟଙ୍କା ମୂଲ୍ୟ ହ୍ରାସ, ଏନ୍‌ପିଏ ଚିନ୍ତାର ବିଷୟ: ଜଲାନ

ନୂଆଦିଲ୍ଲୀ,୨୨-୧୦: ଅନାଦାୟ ଋଣ(ଏନ୍‌ପିଏ)ପରିମାଣ ବୃଦ୍ଧି ସହିତ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଳ ଜାଲାନ ଚିନ୍ତାବ୍ୟକ୍ତ କରିଛନ୍ତି। ଏଥିସହିତ ଦେଶ ଏବେ କୁଶାସନ, କେତେକ ରାଜ୍ୟରେ ଅଣ-ଧର୍ମନିରପେକ୍ଷ ତଥା ଅନ୍ୟାନ୍ୟ ସମସ୍ୟାକୁ ନେଇ ବିରୋଧ ଜାରି ରହିବା ଦେଶ ପକ୍ଷରେ ହିତକର ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି। 

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରେ ସାମିଲ ହେଲେ ଆୟୁଷ ପ୍ରତିନିଧି

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରେ ସାମିଲ ହେଲେ ଆୟୁଷ ପ୍ରତିନିଧି

ନୂଆଦିଲ୍ଲୀ,୨୨-୧୦: ଦୀର୍ଘଦିନ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ରେ ଆୟୁଷ ମନ୍ତ୍ରଣାଳୟର ପ୍ରତିନିଧିଙ୍କୁ ସାମିଲ କରାଯାଇଛି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ, ଯୋଗ ଏବଂ ନେଚ୍‌ରୋପାଥିକୁ ସାରା ଦେଶରେ ବିସ୍ତାର କରାଯିବା ଲକ୍ଷ୍ୟରେ ଇନଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରାଯିବ। 

ଆର୍‌ବିଆଇ ୧୬.୩ ବିଲିୟନ ଡଲାର ୟୁଏସ ବଣ୍ଡ୍‌ ବିକିଛି

ଆର୍‌ବିଆଇ ୧୬.୩ ବିଲିୟନ ଡଲାର ୟୁଏସ ବଣ୍ଡ୍‌ ବିକିଛି

ମୁମ୍ବାଇ,୨୨-୧୦: ଅନ୍ୟ ବିକାଶଶୀଳର ଦେଶ ସହିତ ତାଳ ଦେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗତ ଏପ୍ରିଲରୁ ଆଜିସୁଦ୍ଧା ୧୬.୩ ବିଲିୟନ ଡଲାର ୟୁଏସ୍‌ ଟ୍ରେଜେରୀ ବଣ୍ଡ୍‌ ବିକ୍ରି କରିଛି। ଏପ୍ରିଲରେ ବଣ୍ଡ୍‌ ମୂଲ୍ୟ ୧୫୭ ଡଲାର ଥିବା ବେଳେ ଅଗଷ୍ଟ ମାସରେ ଏହା ୧୪୦  ଡଲାରକୁ ହ୍ରାସ ପାଇଛି।

ଗୋଟିଏ ମଞ୍ଚରେ ମୁକେଶ ଅମ୍ବାନୀ, ସୁନୀଲ ମିତ୍ତଲ

ଗୋଟିଏ ମଞ୍ଚରେ ମୁକେଶ ଅମ୍ବାନୀ, ସୁନୀଲ ମିତ୍ତଲ

ନୂଆଦିଲ୍ଲୀ,୨୨-୧୦: ଟେଲିକମ ଉଦ୍ୟୋଗରେ ଦେଖାଦେଇଥିବା ସଙ୍କଟର ସମାଧାନ ପନ୍ଥା ବାହାର କରିବା ଉଦ୍ଦେଶ୍ୟରେ ଆସନ୍ତା ୨୫ରୁ ୨୭ ତାରିଖ ଯାଏ ଇଣ୍ଡିଆ ମୋବାଇଲ କଂଗ୍ରେସ ଆୟୋଜିତ ହେବାକୁ ଯାଉଛି। ଏହି ବୈଠକରେ ଦୁଇ ପ୍ରତିଦ୍ୱନ୍ଦ୍ୱି ରିଲାଏନ୍ସ ଜିଓ ମୁଖ୍ୟ ମୁକେଶ ଅମ୍ବାନୀ ଓ ଏୟାରଟେଲ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ ଉଦ୍‌ବୋଧନୀ ଅଧିବେଶନରେ ଗୋଟିଏ ମଞ୍ଚରେ ଉପସ୍ଥିତ ରହିବେ।

ଆଜି ନୀତି ଆୟୋଗ ଲେକ୍‌ଚର କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଆଜି ନୀତି ଆୟୋଗ ଲେକ୍‌ଚର କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨-୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୀତି ଆୟୋଗ ଲେକ୍‌ଚର ସିରିଜର ୪ର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ସମୂହ ଅଭିବୃଦ୍ଧିରେ କୃତିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ଉପଯୋଗିତା ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞମାନେ ନିଜର ମତାମତ ଦେବେ। 

କୋଶ ପକ୍ଷରୁ ରୁଟି ଦାନ ଅଭିଯାନ

କୋଶ ପକ୍ଷରୁ ରୁଟି ଦାନ ଅଭିଯାନ

ଭୁବନେଶ୍ୱର,୨୧-୧୦: ବିଗ୍‌ବଜାରର ମିଳିତ ଆନୁକୁଲ୍ୟରେ କୋଶ୍‌ ଓଟ୍ସ ପକ୍ଷରୁ ରୁଟି ଦାନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଅକ୍ଟୋବର ୧୬ରୁ ୨୨ ଯାଏ ଏହି ଅଭିଯାନ ଚାଲିବ। 

ଗୁଗନାନୀ ଅଟୋକାର ଶୋ’ରୁମ ଶୁଭାରମ୍ଭ

ଗୁଗନାନୀ ଅଟୋକାର ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୨୧-୧୦: ଟାଟା ମୋଟର୍ସର ନୂଆ ପାସେଞ୍ଜର କାର୍‌ ଡିଲର ଗୁଗନାନୀ ଅଟୋକାର ଶୋ’ରୁମ ଶୁଭାରମ୍ଭ ହୋଇଛି। କଟକର ପ୍ରତାପନଗରୀ ଜାତୀୟ ରାଜପଥ ପାର୍ଶ୍ୱରେ ୫ ହଜାର ବର୍ଗଫୁଟ ସ୍ଥାନରେ ଏହି ନୂଆ ଶୋ’ରୁମ ଖୋଲିଛି।