ବାଣିଜ୍ୟ |

ଜିଏସ୍‌ଟି, ବିମୁଦ୍ରୀକରଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଜିଏସ୍‌ଟି, ବିମୁଦ୍ରୀକରଣକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ
ନୂଆଦିଲ୍ଲୀ,୨୧-୧୨(ପି.ଟି.)- ବିମୁଦ୍ରୀକରଣ ଓ ଜିଏସଟି ଯୋଗୁ ଘରୋଇ ବଜାର ଉପରେ ପଡିଥିବା ପ୍ରଭାବକୁ ନେଇ ଗୁରୁବାର ବିରୋଧୀ ଦଳଗୁଡିକ ସରକାରଙ୍କୁ ଲୋକ ସଭାରେ ଘେରିଛନ୍ତି। ସରକାର ଗ୍ରହଣ କରିଥିବା ଏହି ପଦକ୍ଷେପ ଯୋଗୁ ଅର୍ଥନୀତି ଏକ ଖରାପ ସ୍ଥିତିକୁ ଚାଲି ଯାଇଥିବା ବେଳେ ଅଭିବୃଦ୍ଧି ମନ୍ଥର ଓ କ୍ରମାଗତ ଭାବେ ନିଯୁକ୍ତି ହ୍ରାସ ହେଉଥିବା ବିରୋଧୀ ଦଳଗୁଡିକ କହିଛନ୍ତି। ୨୦୧୭-୧୮ ବର୍ଷ ଲାଗି ଦ୍ୱିତୀୟ ପର୍ଯ୍ୟାୟ ବର୍ଦ୍ଧିତ ଗ୍ରାଣ୍ଟ ଡିମାଣ୍ଡ ଆଲୋଚନାରେ କଂଗ୍ରେସ ନେତା ଏମ୍‌. ବୀରପା ମୋଇଲି କହିଛନ୍ତି, ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଅର୍ଥନୀତି ପ୍ରଥମ ତ୍ରୈମାସରେ ୫.୭%କୁ ହ୍ରାସ ଘଟିଥିଲା। ଏହାକୁ ନେଇ ବିରୋଧ ଧାରା ଜାରି ରହିବ ବୋଲି କଂଗ୍ରେସର ମଲିକାର୍ଜୁନ ଖାର୍ଗେ ସୂଚନା ଦେଇଛନ୍ତି। ଜିଏସଟି ଏବଂ ବିମୁଦ୍ରୀକରଣ ଭଳି ନିଷ୍ପତ୍ତି ଉଭୟ ସଙ୍ଗଠିତ ତଥା ଅଣ ସଙ୍ଗଠିତ କ୍ଷେତ୍ର ନିଯୁକ୍ତିକୁ ହ୍ରାସ କରିଛି ବୋଲି ବିରୋଧୀ ଦାବି କରିଛନ୍ତି। ଦେଶରେ ଅଭିବୃଦ୍ଧି ପୂର୍ବ ଅବସ୍ଥାକୁ ଫେରିବାରେ ବିଳମ୍ବ ହେଉଥିବା ବେଳେ ଏହା କେବେ ଫେରିବ ତାର ମଧ୍ୟ ହିସାବ ନାହିଁ ବୋଲି ବିରୋଧୀ କହିଛି। ସେହିଭଳି ଏମ୍‌ଏସଏମ୍‌ଇ ସମସ୍ୟା, ସରକାରଙ୍କ କର୍ପୋରେଟ୍‌ ପ୍ରୀତି, କଳା ଟଙ୍କା ଫେରାଇ ଆଣିବାରେ ବିଫଳତା, ଲୋକମାରଣ ନୀତି, ଏନ୍‌ପିଏ ସମସ୍ୟା, ଏଫ୍‌ଆରଡିଆଇ ବିଲ୍‌ ଭଳି ବିଭିନ୍ନ ପ୍ରସଙ୍ଗକୁ ବିରୋଧ କରିଥିଲେ।
All Right Reserved By

ବାଣିଜ୍ୟ |

ପିସି ଜୁଏଲର୍ସର ଉତ୍ସବ ଅଫର

ପିସି ଜୁଏଲର୍ସର ଉତ୍ସବ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଜୁଏଲେରୀ ବ୍ରାଣ୍ଡ ପିସି ଜୁଏଲର୍ସ ପକ୍ଷରୁ ଉତ୍ସବ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ମାଧ୍ୟମରେ ଗ୍ରାହକ ହୀରା, ସୁନା ଏବଂ ରୂପା ଗହଣାର ଗଢାମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ। 

ଏସରର ମ୍ୟାଜିକ୍‌ ବକ୍ସ ଅଫର

ଏସରର ମ୍ୟାଜିକ୍‌ ବକ୍ସ ଅଫର

ନୂଆଦିଲ୍ଲୀ,୧୫-୧୦: ପ୍ରମୁଖ ଟେକ୍ନୋଲୋଜି ବ୍ରାଣ୍ଡ ଏସର ଇଣ୍ଡିଆ ପକ୍ଷରୁ ପାର୍ବଣକୁ ଧ୍ୟାନରେ ରଖି ମ୍ୟାଜିକ ବକ୍ସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। 

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେ ଉନ୍ମୋଚିତ

ନୂଆଦିଲ୍ଲୀ,୧୫-୧୦: ପାର୍ବଣକୁ ଦୃଷ୍ଟିରେ ରଖି ଟିଭିଏସ୍‌ ମୋଟର କମ୍ପାନୀ ପକ୍ଷରୁ ଟିଭିଏସ୍‌ ଜୁପିଟର ଗ୍ରାଣ୍ଡେକୁ ଉନ୍ମୋଚନ କରାଯାଇଛି। ଏହା ଜୁପିଟରର ସ୍ବତନ୍ତ୍ର ଏଡିଶନ ହୋଇଥିବା ବେଳେ ଏଥିରେ ଅନେକ ନୂଆ ବୈଶିଷ୍ଟ୍ୟ ସାମିଲ କରାଯାଇଛି।

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ସ୍ବତନ୍ତ୍ର ସେବା ଯୋଗାଣରେ ବିଶ୍ୱାସ ରଖିଛି ସ୍ପେକ୍ଟ୍ରା ଭିଜନ୍‌

ଇଲେକଟ୍ରୋନିକ୍ସ ସାମଗ୍ରୀ ରିଟେଲିଂ ବ୍ୟବସାୟରେ ଏବେ ୩୬୦% ପ୍ରତିଦ୍ୱନ୍ଦ୍ୱିତା। ସଙ୍ଗଠିତ ଷ୍ଟୋଗୁଡିକ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ଦିଗରେ ବିଭିନ୍ନ ପଦକ୍ଷେପକୁ ଦୃଷ୍ଟି ଦେଉଛନ୍ତି। ଏହି ଧାରାରେ ଜାତୀୟ ସ୍ତରର ଲାର୍ଜ ଫର୍ମାଟ ଷ୍ଟୋର  ସେମାନଙ୍କ କୌଶଳରେ ପରିବର୍ତ୍ତନ ଆଣିଛନ୍ତି। ଏହା ସହ ଯୁବବର୍ଗଙ୍କ ମଧ୍ୟରେ ସ୍ମାର୍ଟଫୋନ ଏବଂ ସ୍ମାର୍ଟ ଡିଭାଇସର ଚାହିଦା ବଢୁଥିବାରୁ ଇଲେକଟ୍ରୋନିକ୍ସ ରିଟେଲିଂ ଷ୍ଟୋରଗୁଡିକର କଳେବରରେ ଏବେ ଢେର ପରିବର୍ତ୍ତନ ଆସିଛି। 

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

କୋଇଲା ଯୋଗାଣରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ପ୍ରାଥମିକତା

ନୂଆଦିଲ୍ଲୀ,୧୫-୧୦: ତାପଜ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ପ୍ରଥମେ କୋଇଲା ଯୋଗାଣ ଲାଗି କେନ୍ଦ୍ର ସରକାର କୋଲ୍‌ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌)କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଗଚ୍ଛିତ କମ୍‌ ଥିବା ଘରୋଇ ବିଦ୍ୟୁତ୍‌ ଉତ୍ପାଦନକାରୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି। 

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌କୁ ଝଟ୍‌କା : ମାମଲାରୁ ବର୍ତ୍ତିବାକୁ ସମୟ ଦେଲେନି ଏନ୍‌ସିଏଲ୍‌ଟି

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ଓ ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌)କୁ ଏନ୍‌ସିଏଲ୍‌ଟିରୁ ଜୋରଦାର ଝଟ୍‌କା ଲାଗିଛି।

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ଆପ୍‌ ଜରିଆରେ ଟ୍ରେନ ଯାତ୍ରୀ ‘ଶୂନ୍‌ ଏଫଆଇଆର’ ଦାଏର କରିପାରିବେ

ନୂଆଦିଲ୍ଲୀ,୧୫-୧୦:ଚୋରି, ଦୁର୍ବ୍ୟହାର, ମହିଳାଙ୍କ ବିରୋଧରେ ଅପରାଧ ଭଳି ଘଟଣାର ଅଭିଯୋଗ କରିବା ଲାଗି ଟ୍ରେନ ଯାତ୍ରୀଙ୍କୁ ଏଣିକି ପରବର୍ତ୍ତୀ ଷ୍ଟେଶନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି। ଯାତ୍ରା କାଳରେ ଟ୍ରେନ ଯାତ୍ରୀ ମୋବାଇଲ ଆପ୍‌ ଜରିଆରେ ଯେକୌଣସି ଅପରାଧିକ ପ୍ରସଙ୍ଗରେ ଅଭିଯୋଗ କରିପାରିବେ।

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ବିମୁଦ୍ରୀକରଣ ପରେ ୧୦ ହଜାର ଜମାକାରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ,୧୫-୧୦: କେନ୍ଦ୍ର ସରକାର ୨୦୧୬ରେ ବିମୁଦ୍ରୀକରଣ ଘୋଷଣା କରିବା ପରେ ସାଧାରଣ ଜନତା ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା ରଖିଲେ। କିନ୍ତୁ ଆୟ ବହିର୍ଭୂତ ଟଙ୍କା ଜମା ରଖିବା ନେଇ ଏବେ ଆୟକର ବିଭାଗ ପକ୍ଷରୁ ବେନାମୀ ଆଇନ ଅଧୀନରେ ୧୦ ହଜାର ଜମାକାରୀଙ୍କୁ ନୋଟିସ ଜାରି କରାଯାଇଛି।

ନୂଆ କେୱାଇସି ଗାଇଡଲାଇନ ଲାଗି ଆର୍‌ବିଆଇକୁ ଅନୁରୋଧ

ନୂଆ କେୱାଇସି ଗାଇଡଲାଇନ ଲାଗି ଆର୍‌ବିଆଇକୁ ଅନୁରୋଧ

ନୂଆଦିଲ୍ଲୀ,୧୫-୧୦: ଆଧାର ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ଏବେ ବ୍ୟାଙ୍କିଙ୍ଗ ସେକ୍ଟରରେ କଓ୍ବୋଇସି(ନୋ ଇଓର କଷ୍ଟମର ବା ନିଜ ଗ୍ରାହକଙ୍କୁ ଜାଣନ୍ତୁ)କୁ ନେଇ ଏବେ ବ୍ୟାଙ୍କଗୁଡିକରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ଅନ୍ତରାଷ୍ଟ୍ରୀୟ ଉଡ଼ାନ ସେବା ଲାଗି ନିଲାମ ଆହ୍ବାନ କଲେ ସରକାର

ଅନ୍ତରାଷ୍ଟ୍ରୀୟ ଉଡ଼ାନ ସେବା ଲାଗି ନିଲାମ ଆହ୍ବାନ କଲେ ସରକାର

ନୂଆଦିଲ୍ଲୀ,୧୫-୧୦:କେନ୍ଦ୍ର ସରକାର ‘ଉଡ଼େ ଦେଶ କା ଆମ୍‌ ନାଗରିକ’(ଉଡ଼ାନ) ଯୋଜନାର ଅନ୍ତରାଷ୍ଟ୍ରୀୟ ସଂସ୍କରଣ ଲାଗି ଇଚ୍ଛୁକ କମ୍ପାନୀଙ୍କ ଠାରୁ ନିଲାମ ଆହ୍ବାନ କରିଛନ୍ତି। ଦେଶରୁ ବଛା ବଛା ଅନ୍ତରାଷ୍ଟ୍ରୀୟ ଗନ୍ତବ୍ୟସ୍ଥଳ ଲାଗି ବିମାନ ସମ୍ପର୍କ ବିସ୍ତାର କରିବାକୁ ସରକାର ଚାହୁଁଛନ୍ତି।

ଆଧାର ମଡେଲ ଆପଣାଇବାକୁ ଇଚ୍ଛୁକ ମାଲେସିଆ

ଆଧାର ମଡେଲ ଆପଣାଇବାକୁ ଇଚ୍ଛୁକ ମାଲେସିଆ

ନୂଆଦିଲ୍ଲୀ,୧୫-୧୦:ଆଧାର ମଡେଲକୁ ଆପଣାଇବା ଲାଗି ମାଲେସିଆ ଆଗ୍ରହ ପ୍ରକାଶ କରିଛି। ଏହାକୁ କାର୍ଯ୍ୟରେ ଲଗାଇ ଭାରତ ବ୍ୟାପକ ଆର୍ଥିକ ସଫଳତା ହାସଲ କରିଥିବାରୁ ନିଜ ଦେଶରେ ଦୁର୍ନୀତିକୁ ରୋକିବା ଲାଗି ମାଲେସିଆ ଏବେ ଆଧାର ମଡେଲ ଲାଗୁ କରିବାକୁ ଚାହୁଁଛି।

ତୈଳ କମ୍ପାନୀ ସିଇଓଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ତୈଳ କମ୍ପାନୀ ସିଇଓଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫-୧୦: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି। ଏହି ପରିପ୍ରେକ୍ଷୀରେ ଦେଶ ସମ୍ମୁଖରେ ଏବେ ଆର୍ଥିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବୈଠକ ଡାକିଛନ୍ତି।