Dharitri News
ବାଣିଜ୍ୟ |

ସରକାରଙ୍କ ନିର୍ଦ୍ଦେଶ: ଯାନରୁ ବୁଲ୍‌ ବାର୍‌ ନ ହଟାଇଲେ ଜରିମାନା

ସରକାରଙ୍କ ନିର୍ଦ୍ଦେଶ: ଯାନରୁ ବୁଲ୍‌ ବାର୍‌ ନ ହଟାଇଲେ ଜରିମାନା ନୂଆଦିଲ୍ଲୀ,୨୧-୧୨(ପି.ଟି.)- ଯାନଗୁଡିକରେ ବୁଲ୍‌ ବାର୍‌ ଓ କ୍ରାସ ଗାର୍ଡ ଫିଟ୍‌ମେଣ୍ଟ ବେଆଇନ ଭାବେ ଲଗାଇଥିଲେ ଏହା ମହଙ୍ଗା ପଡିବ। ଯଦି ଏହାକୁ ନ ହଟାଯାଏ ତେବେ ଏଥି ଲାଗି ଜରିମାନା ପ୍ରଦାନ କରିବାକୁ ହେବ ବୋଲି ସରକାର ଯାନ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାନରେ ଏହିଭଳି ଫିଟ୍‌ମେଣ୍ଟ ଲଗାଇବା ଦ୍ୱାରା ଏହା ପଦଚାରୀଙ୍କ ସୁରକ୍ଷାକୁ ବିପନ୍ନ କରୁଥିବା ସରକାର କହିଛନ୍ତି। ମୋଟର ଯାନ ଆଇନ ୧୯୮୮ରେ ଏହି ଭଳି ବାର୍‌ ଲଗାଇବା ବେଆଇନ ବୋଲି ନିୟମ ରହିଛି। ଏଥି ଲାଗି ଡ୍ରାଇଭରଙ୍କୁ ପ୍ରଥମ ଥର ଲାଗି ଆଇନ ଅବମାନନାରେ ୧,୦୦୦ ଟଙ୍କା ଜରିମାନା ଏବଂ ଏହିଭଳି ବାରମ୍ବାର ନିୟମ ଅବମାନନା କ୍ଷେତ୍ରରେ ଉଭୟ ସେଲର ତଥା ଡେଲିଭରି ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ୫,୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଏ ନେଇ ପରିବହନ କମିଶନରଙ୍କୁ ରାଜପଥ ତଥା ପରିବହନ ମନ୍ତ୍ରଣାଳୟର ପ୍ରମୁଖ ସଚିବ ଚିଠି ଯୋଗେ ସୂଚନା ଦେଇଛନ୍ତି। ଏହି ମାମଲାରେ ରାଜ୍ୟଗୁଡିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର କହିଛି। ସର୍ବସାଧାରଣ କ୍ଷେତ୍ରରେ ଏଭଳି ଯାନ ଡ୍ରାଇଭର ଚଳାଉଥିଲେ ତାଙ୍କୁ ପ୍ରଥମ ଥର ଲାଗି ୧ ହଜାର ଟଙ୍କା ଜରିମାନା ଏବଂ ବାରମ୍ବାର ଏଭଳି ଅବମାନନାରେ ୨ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ହେବ ବୋଲି ନିର୍ଦ୍ଦେଶ ରହିଛି।

ବାଣିଜ୍ୟ |

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ ଭାରତ

ନୂଆଦିଲ୍ଲୀ,୨୧-୧ ୨୦୧୮ରେ ଭାରତ ଚାଇନାକୁ ଟପି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବ। ଘରୋଇ ବଜାରର ପୁଞ୍ଜି ବଜାର ବିଶ୍ୱର ପଞ୍ଚମ ବୃହତ୍ତ ବଜାର ହେବ ବୋଲି ସାଙ୍କଟମ୍‌ ଓ୍ବେଲଥ୍‌ ମ୍ୟାନେଜମେଣ୍ଟ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ଅର୍ଥନୀତିଗୁଡିକରେ ଅଭିବୃଦ୍ଧି ଧାରା ଏତେଟା ଉନ୍ନତ ହେବ ନାହିଁ। ମାତ୍ର ଭାରତ ଏକ ସଂସ୍କାରମୂଳକ ଅର୍ଥନୀତି ହେବା ସହ ଅଭିବୃଦ୍ଧି ଧାରା ବଜାୟ ରହିବ ବୋଲି ସାଙ୍କଟମ୍‌ ଏହାର ରିପୋର୍ଟରେ ପ୍ରକାଶ କରିଛି।

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ଏନ୍‌ପିଏ ସମ୍ପତ୍ତି ବିକ୍ରି ଲାଗି ଅନ୍‌ଲାଇନ ବ୍ୟବସ୍ଥା ଆସୁ: ଆଚାର୍ଯ୍ୟ

ନୂଆଦିଲ୍ଲୀ,୨୧-୧ ଘରୋଇ ବଜାରରେ ଏନ୍‌ପିଏ ଯୋଗୁ ବର୍ତ୍ତମାନ ବ୍ୟାଙ୍କଗୁଡିକ ବିଭିନ୍ନ ଅସୁବିଧା ଦେଇ ଗତିକରୁଛନ୍ତି। ଏନ୍‌ପିଏ ସମ୍ପତ୍ତିଗୁଡିକର ବିକ୍ରି ଲାଗି ଘରୋଇ ବଜାରରେ ଆମେରିକା ଭଳି ଅନ୍‌ଲାଇନ ଟ୍ରେଡିଂ ପ୍ଲାଟଫର୍ମ ଆସିବା ଉଚିତ୍‌। ଏହା ଆସିଲେ ଏନ୍‌ପିଏ ସମ୍ପତ୍ତି ବିକ୍ରି ପ୍ରକ୍ରିୟା ସହଜ ହେବା ସହ ଉନ୍ନତ ମୂଲ୍ୟ ଦ୍ୱାରା ପୁଞ୍ଜି ସଂଗ୍ରହ ହୋଇପାରିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ଭିରାଲ ଆଚାର୍ଯ୍ୟ ଗୁରୁତ୍ୱାରୋପ କରିଛନ୍ତି।

ହ୍ରାସ ହୋଇପାରେ ଟିକସ ସ୍ଲାବ

ହ୍ରାସ ହୋଇପାରେ ଟିକସ ସ୍ଲାବ

ନୂଆଦିଲ୍ଲୀ,୨୧-୧ ଆଗାମୀ ବଜେଟରେ ସରକାର ଟିକସ ସ୍ଲାବକୁ ହ୍ରାସ କରି ପାରନ୍ତି। ଏହା ହେଲେ ଲୋକଙ୍କ ଉପରେ ଟିକସ ବୋଝ ସାମାନ୍ୟ ହ୍ରାସ ହେବ ବୋଲି ଟିକସ କନସଲଣ୍ଟାଣ୍ଟ ଇଓ୍ବାଇ ପକ୍ଷରୁ ହୋଇଥିବା ଏକ ପ୍ରାକ୍‌ ବଜେଟ ସର୍ଭେରେ ଏହା ପ୍ରକାଶ ପାଇଛି।

ମାରୁତି ଆଣିବ ୪ ନୂଆ ମଡେଲ

ମାରୁତି ଆଣିବ ୪ ନୂଆ ମଡେଲ

ନୂଆଦିଲ୍ଲୀ,୨୧-୧ ପ୍ରମୁଖ ୪ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଆଗାମୀ ୧୨-୧୮ ମାସ ମଧ୍ୟରେ ୪ ନୂଆ ମଡେଲ ଆଣିବ। ଆଗାମୀ ଦିନରେ ଘରୋଇ ବଜାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଧାରାକୁ ବଜାୟ ରଖିବାକୁ ଏହି ଭଳି ପଦକ୍ଷେପ ନିଆଯାଉଥିବା କମ୍ପାନୀ ପ୍ରକାଶ କରିଛି।

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ତ୍ୱରିତ ହେବ କମ୍ପାନୀ ପଞ୍ଜୀକରଣ ଧାରା

ନୂଆଦିଲ୍ଲୀ,୨୧-୧ କମ୍ପାନୀ ପଞ୍ଜୀକରଣ ଧାରାକୁ ତ୍ୱରାନ୍ବିତ କରିବାକୁ ସରକାର ଯୋଜନା କରୁଛନ୍ତି। ନୂତନ କମ୍ପାନୀଙ୍କ ପଞ୍ଜିକରଣ ଧାରାରେ କିଛିଟା ପରିବର୍ତ୍ତନ କରିବାକୁ ଯୋଜନା ରହିଛି।

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

୨୦୧୯ ବିତ୍ତୀୟ ନିୟଣ୍ଟ ୩.୫% ଛଇଁପାରେ

ନୂଆଦିଲ୍ଲୀ,୨୧-୧ ୨୦୧୮-୧୯ ଆର୍ଥତ୍କ ବର୍ଷରେ ବିତ୍ତିୟ ନିୟଣ୍ଟ ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩.୫% ଛୁଇଁପାରେ। ମାତ୍ର ଏହା ଦେଶରେ ମୌଳିକ ସଂରଚନା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଶ୍ୱସ୍ତରୀୟ ଆର୍ଥତ୍କ ସେବା ପ୍ରଦାନକାରୀ ମୋର୍ଗାନ ଷ୍ଟାନଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି।

୮ ଖଣିଜ ବ୍ଲକର ନିଲାମ ହେବ

୮ ଖଣିଜ ବ୍ଲକର ନିଲାମ ହେବ

ନୂଆଦିଲ୍ଲୀ,୨୧-୧ ୮ ନୂଆ ଖଣିଜ ବ୍ଲକକୁ ନିଲାମ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବ୍ଲକଗୁଡିକରେ ପ୍ରାୟ ୧,୧୩୩ ନିୟୁତ ଟନ୍‌ ଖଣିଜ ପଦାର୍ଥ ଗଚ୍ଛିତ ହୋଇ ରହିଛି। ବ୍ଲକଗୁଡିକ ରାଜସ୍ଥାନ, ଛତିଶଗଡ, ଝାଡଖଣ୍ଡ ଭଳି ରାଜ୍ୟଗୁଡିକରେ ରହିଛି।

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ଟୋଲ୍‌ ପ୍ଲାଜାରେ ଖୋଲିବ ହାଇଓ୍ବେ ନେଷ୍ଟ

ନୂଆଦିଲ୍ଲୀ,୨୧-୧-ଟୋଲ୍‌ ପ୍ଲାଜା ଗୁଡିକରେ ଲୋକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଚା’, କଫି, ପ୍ୟାକେଜ୍‌ଡ୍‌ ଫୁଡ୍‌ ମିଳିବ। ଏଥିପାଇଁ ‘ହାଇଓ୍ବେ ନେଷ୍ଟ୍‌’ ନାମରେ ଛୋଟ ଦୋକାନ ପରି ବ୍ୟବସ୍ଥା କରାଯିବ।

 କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

କଲ୍‌ ଡ୍ରପ୍‌ ଆଧାରରେ ଖସିବ ରେଟିଂ

ନୂଆଦିଲ୍ଲୀ, ୨୧।୧- ଟେଲିକମ୍‌ ଅପରେଟରଙ୍କ ପାଇଁ ର଼୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଉପଭୋକ୍ତାମାନେ କମ୍ପାନୀଗୁଡିକୁ ରେଟିଂ ପ୍ରଦାନ କରିପାରିବେ।

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ବିଜିୟୁରେ ଲୋକ ସମ୍ପର୍କ ସମ୍ମିଳନୀ

ଭୁବନେଶ୍ୱର, ୨୧।୧- ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି(ବିଜିୟୁ) ଏବଂ ପବ୍ଲିକ୍‌ ରିଲେସନ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ପିଆର୍‌ସିଆଇ) ପକ୍ଷରୁ ‘ଲୋକ ସମ୍ପର୍କ: ଉତ୍ତମ ସାଶନ ପାଇଁ ଏକ ପ୍ରଭାବଶାଳୀ ମାଧ୍ୟମ’ ଶୀର୍ଷ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

୨୪ରୁ ବିଗବଜାରରେ ସବ୍‌ସେ ଶସ୍ତେ ୫ଦିନ୍‌ ଅଫର

ପୁରୀ ଅଫିସ,(୨୧।୧):ଦେଶର ଅଗ୍ରଣୀ ହାଇପର ମାର୍କେଟ ବିଗ୍‌ବଜାର ଆସନ୍ତା ୨୪ରୁ ୨୮ ପର୍ଯ୍ୟନ୍ତ ପାଳନ କରିବାକୁ ଯାଉଛି ‘ସବସେ ଶସ୍ତେ ୫ ଦିନ୍‌’ ଅଫର ।

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ହାଲଓ୍ବା ଉତ୍ସବ ଉଦ୍‌ଘାଟନ କଲେ ଜେଟ୍‌ଲୀ

ନୂଆଦିଲ୍ଲୀ,୨୦-୧-ଚଳିତ ମାସ ୨୯ରୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥି ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍‌ ଛପା ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି।