ଫୁରସତ |

ମୃତକଙ୍କ ବିବାହ

ମୃତକଙ୍କ ବିବାହ
ଉତ୍ତପ୍ରଦେଶର ସାହାରନପୁର ସହର ନିକଟରେ ଥିବା ଗାଁର ପରମ୍ପରା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏଠି ମୃତକଙ୍କ ବିବାହ କରାଯାଇଥାଏ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ନାଟୋ ସମ୍ପ୍ରଦାୟର ଏହି ଗାଁରେ ରହିଛି ଏହି ନିଆରା ପରମ୍ପରା। ଗାଁରେ ଯଦି କେଉଁ ଶିଶୁର ମୃତ୍ୟୁ ଘଟେ ତେବେ ତା’ର ବିବାହ କରାଯାଏ। ଏହି ଅଧିବାସୀଙ୍କର ବିଶ୍ୱାସ ରହିଛି ଯେ, ମୃତ ଶିଶୁଙ୍କ ବିବାହ କଲେ ସେମାନଙ୍କ ଆତ୍ମା ପରପାରିରେ ଶାନ୍ତି ପାଇବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେଣୁ ମୃତ ପୁଅ ଓ ଝିଅଙ୍କ ପ୍ରତୀକ ମୁର୍ତ୍ତି ତିଆରି କରାଯାଇ ବିବାହ କରାଯାଇଥାଏ। ପୁରା ରୀତିନୀତି ଅନୁଯାୟୀ ଏହି ବିବାହ କରାଯାଏ। ଏଥିରେ ନାଚଗୀତ ସହ ଭୋଜିଭାତର ମଧ୍ୟ ଅୟୋଜନ ହୁଏ। ଏପରି କରିବା ଦ୍ୱାରା ଶିଶୁମାନଙ୍କୁ ପରପାରିରେ ଶାନ୍ତି ମିଳିବା ସହ ସେମାନଙ୍କର ସମସ୍ତ ଦୁଃଖକଷ୍ଟ ଦୂରେଇ ଯାଇଥାଏ ବୋଲି ଏମାନେ ବିଶ୍ୱାସ କରନ୍ତି।
All Right Reserved By

ଫୁରସତ |

ଦାମୀ ଚକୋଲେଟ୍‌

ଦାମୀ ଚକୋଲେଟ୍‌

ଛୋଟରୁ ବଡ ସଭିଙ୍କର ପ୍ରିୟ ଚକୋଲେଟ୍‌। ଦୋକାନରେ ଦେଖିଦେବା ମାତ୍ରେ ପିଲାଟିଏ ଜିଦ୍ଦି କରେ ତାକୁ ନେବା ପାଇଁ। ହେଲେ କିଛି ଚକୋଲେଟ୍‌ ଅଛି ଯଦି ତା’ ପାଇଁ ପିଲାଟିଏ ଜିଦ୍ଦି କରେ ତେବେ ତାକୁ କିଣିବା ଅସମ୍ଭବ ମନେ ହେବ। କାରଣ ସେସବୁ ହେଉଛି ପୃଥିବୀର ସବୁଠୁ ଦାମୀ ଚକୋଲେଟ୍‌...

ଶ୍ରୁତିରୁ ପ୍ରାମାଣିକ

ଶ୍ରୁତିରୁ ପ୍ରାମାଣିକ

ବେଦକୁ ପବିତ୍ର ବୋଲି କୁହାଯାଇଥାଏ। ଏହାର ଆଉ ଏକ ନାମ ଶ୍ରୁତି। କାରଣ, ଏହାକୁ ଶୁଣିଶୁଣି ମନେ ରଖାଯାଇଥାଏ। 

ରାଶି ଅନୁଯାୟୀ ବୃତ୍ତି

ରାଶି ଅନୁଯାୟୀ ବୃତ୍ତି

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। 

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

କୁକୁରଙ୍କ ପାଇଁ ହୁଇଲ୍‌ ଚେୟାର

ବଡୋଦରା: ଏମ୍‌ଏସ୍‌ ୟୁନିଭର୍ସିଟି ଇଞ୍ଜିନିୟରିଂ ଛାତ୍ରଙ୍କ ଉଦ୍‌ଭାବନ ସଡକ ଦୁର୍ଘଟଣାରେ  ଗୋଡ ହରାଇଥିବା କୁକୁରଙ୍କ ପାଇଁ ସାହାରା ହେବ। ମେକାନିକାଲ୍‌ ଇଞ୍ଜିନିୟରିଂ ଷ୍ଟ୍ରିମ୍‌ ଶେଷବର୍ଷର ଦୁଇ ଛାତ୍ର କୁକୁରଙ୍କ ନିମନ୍ତେ ସ୍ବଳ୍ପ ମୂଲ୍ୟର ଆଡଜଷ୍ଟେବଲ୍‌ ହୁଇଲଚେୟାର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ଇଣ୍ଟରଭ୍ୟୁ ଗେଟ୍‌ଅପ୍‌

ସବୁ ଆଶାୟୀ ପ୍ରାର୍ଥୀ ଜବ୍‌ ଇଣ୍ଟରଭ୍ୟୁରେ ଭଲ କରିବାକୁ ଚାହାନ୍ତି। ଏଥିପାଇଁ ସମ୍ପୂର୍ଣ୍ଣ   ପ୍ରସ୍ତୁତ ହୋଇ ନିଜର ବେଷ୍ଟ ଦେବା ସତ୍ତ୍ୱେ କେବେ କେବେ ସଫଳତା ମିଳି ନ ଥାଏ ।  ଏହା ପଛରେ ଅନ୍ୟ ଏକ କାରଣ ହେଉଛି ଗେଟ୍‌ଅପ୍‌ । କାରଣ ଏହା  ମଧ୍ୟ  ପର୍ସନାଲିଟିକୁ ପ୍ରଭାବିତ କରିଥାଏ । ତେଣୁ ଜବ୍‌ ଇଣ୍ଟରଭ୍ୟୁ ପାଇଁ ଯାଉଥିଲେ କିପରି ଗେଟ୍‌ଅପ୍‌ ନେବେ ଜାଣି ରଖନ୍ତୁ ...

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ଅଫର୍‌

ଫେଷ୍ଟିଭ୍‌ ସିଜନ୍‌ । ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ଦୋକାନ ତଥା ମଲ୍‌ଗୁଡିକରେ ପ୍ରତ୍ୟେକ ସାମଗ୍ରୀରେ ମିଳୁଛି ଆକର୍ଷଣୀୟ ଅଫର। ଯଦିଓ ଏହା ସବୁ ବର୍ଗଙ୍କ ଲାଗି ଉପଲବ୍ଧ ହେଲେ ବିଶେଷ କରି ଏହାର ଭରପୁର ଫାଇଦା ନେଉଛନ୍ତି ଯୁବପିଢି.... 

ଫାଇଭ୍‌ ଷ୍ଟାର ଜେଲ

ଫାଇଭ୍‌ ଷ୍ଟାର ଜେଲ

ଜେଲ ନାଁ ଶୁଣିଲା ମାତ୍ରେ ମନରେ ଆସେ ଏକ ଅନ୍ଧାରୁଆ କୋଠରୀ, ଅସନା ଚଟାଣ, ଚାରିପଟ ଘେରା ଏକ ବିରାଟ ପାଚେରି ଏବଂ ଏହା ଭିତରେ କଏଦୀମାନେ ବନ୍ଦି ଜୀବନ ଅତିବାହିତ କରୁଥିବାର ଦୃଶ୍ୟ।

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଗଛ ଗୋଟିଏ, ଫଳ ୪୦ ପ୍ରକାର

ଫଳ ଅନେକଙ୍କର  ପ୍ରିୟ ହୋଇଥାଏ। କାହାକୁ ସେଓ ଭଲ ଲାଗେ ତ କାହାକୁ କମଳା, ଆମ୍ବ, ନାସପାତି, ଲିଚୁ ଓ ଷ୍ଟ୍ରବେରୀ। କେହି କେହି ତ ମନପସନ୍ଦର ଫଳ ଗଛ ନିଜ ବାଡ଼ିରେ ଲଗାଇ ଦିଅନ୍ତି। ଯେମିତି କି ବଜାରକୁ ଯାଇ ସେହି ଫଳ ଖୋଜି କିଣିବାକୁ ନ ପଡ଼େ।

ଅଜବ ଅଟୋ

ଅଜବ ଅଟୋ

ବିବିଧତାର ଦେଶ ଭାରତ।  ଏଠି ଜାତି, ଧର୍ମ, ବର୍ଣ୍ଣ ସବୁଥିରେ ରହିଛି ବିବିଧତା। ଏହି ବିବିଧତା ମଧ୍ୟରେ ଅନେକ କିଛି ଅଜବ ବି ଦେଖିବାକୁ ମିଳେ।

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ

ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଜବ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ଡାକ୍ତର ଓ ଗବେଷକମାନେ ଏଭଳି ରୋଗ ଉପରେ ଅନେକ ଗବେଷଣା କରନ୍ତି। 

କାଠି ଠାକୁରାଣୀ

କାଠି ଠାକୁରାଣୀ

ପ୍ରତି ମଙ୍ଗଳବାର ରାତିରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା- କାଠି ଠାକୁରାଣୀଙ୍କ ଭେଟଯାତ୍ରା ହୋଇଥାଏ। ଏହି ଆଧାରରେ ଦଶହରା ପୂର୍ବରୁ, ଦଶହରା ଦିନ ଓ ଦଶହରା ପରେ ବି ବାଣପୁର ଅଞ୍ଚଳରେ ବିଭିନ୍ନ ଗ୍ରାମରେ ସେହି ଗ୍ରାମର ଗ୍ରାମଦେବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀଙ୍କ ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳେ।