ଖେଳ |

କୋଚ୍‌ଙ୍କୁ ବାରଣ ନିଷ୍ପତ୍ତିକୁ ବିରୋଧ, ଓହରିଲେ ଚିନ୍ମୟ

କୋଚ୍‌ଙ୍କୁ ବାରଣ ନିଷ୍ପତ୍ତିକୁ ବିରୋଧ, ଓହରିଲେ ଚିନ୍ମୟ
ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି) ନାଲ୍‌କୋ ଓପନ ଟେନିସରେ କୋଚ୍‌ମାନଙ୍କୁ ଖେଳାଇ ଦିଆଯିବ ନାହିଁ ବୋଲି ନିଜ ନିଷ୍ପତ୍ତିରେ ଅଟଳ ଅଛନ୍ତି କେଡିଟିଏ କର୍ମକର୍ତ୍ତା। ଏହାକୁ ନେଇ ବିବାଦ ଦେଖାଦେଇଛି। କୋଚ୍‌ମାନଙ୍କୁ ଗତ ୨ ବର୍ଷଧରି ବାରଣ କରାଯାଇଥିବାରୁ ପ୍ରତିଯୋଗିତାର ମାନ କମିଛି। ରାଜ୍ୟ ଓପନ ଟୁର୍ନାମେଣ୍ଟରେ ସମସ୍ତଙ୍କର ଖେଳିବା ଅଧିକାର ରହିଛି। ତେଣୁ କର୍ମକର୍ତ୍ତାଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟର ୧୮ଜଣ ପ୍ରତିଷ୍ଠିତ କୋଚ୍‌ ଲିଖିତଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର, କ୍ରୀଡ଼ା ସଚିବ ବିଶାଲ ଦେବ, ଓଡ଼ିଶା ଟେନିସ ଆସୋସିଏଶନ, ସର୍ବଭାରତୀୟ ଟେନିସ ଆସୋସିଏଶନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏମାନେ ହେଲେ ଅଜୟ କୁମାର ନିଶଙ୍କ, ସନ୍ତୋଷ କୁମାର ମଲିକ, ଉତ୍ତମ କୁମାର ସ୍ବାଇଁ, ଶିବଶଙ୍କର ପରିଡ଼ା, ସୁନୀଲ ପଲେଇ, ବିଶ୍ୱଜିତ ଦାସ, ସୁବ୍ରତ ନାଏକ, ସୁରଜ ସାହୁ, ନୀଲୁ ପଟ୍ଟନାୟକ, ଦେବାଶିଷ ପାଣ୍ଡବ, ସଂଗ୍ରାମ ସ୍ବାଇଁ, ରଜନିକାନ୍ତ ସାହୁ, ଲଲାଟେନ୍ଦୁ ବର୍ମା, ଦୁର୍ଗାଦିତ୍ୟ ସାହୁ, ପ୍ରଦୀପ ନାୟକ, ଦୀପୁ ସାହୁ, ଦିବାକର ଗୌଡ଼ା ଓ ଲଳିତ ଦାସ। କେବଳ ସେତିକି ନୁହେଁ, ରାଜ୍ୟର ଶ୍ରେଷ୍ଠ ଖେଳାଳି ଚିନ୍ମୟ ପ୍ରଧାନ ମଧ୍ୟ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଫଳରେ ସ୍ବତଃ ପ୍ରତିଯୋଗିତାର ମାନ କମି ଯାଇଛି। ରାଜ୍ୟର ପ୍ରଥମ ଖେଳାଳିଭାବେ ଜାତୀୟ ଚାମ୍ପିୟନ ହେବା ସହ ଇଣ୍ଟରନ୍ୟାଶନାଲ ଟେନିସ ର଼୍ୟାଙ୍କିଙ୍ଗରେ ପ୍ରବେଶ କରିଥିବା ଚିନ୍ମୟ କହିଛନ୍ତି ଯେ, ମୁଁ ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟର ନମ୍ବରଓ୍ବାନ ଟେନିସ ଖେଳାଳି ରହି ଆସିଛି। ଏବେ ମଧ୍ୟ ମୁଁ ପେସାଦାର ଟେନିସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଆସୁଛି। ନାଲ୍‌କୋ ଓପନରେ ମୁଁ ପିଲାଦିନରୁ ଭାଗ ନେଇ ଆସୁଥିଲି ଏବଂ ମୋ କ୍ୟାରିୟର ଗଢ଼ିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ମୁଁ ଜୁନିୟର ବର୍ଗରେ ଚାମ୍ପିୟନ ହେବା ସହ କ୍ରମାଗତ ୩ ବର୍ଷ ରନର୍ସଅପ୍‌ ହୋଇଛି। ମାତ୍ର କର୍ମକର୍ତ୍ତାଙ୍କ ମନମୁଖି ନୀତି ଯୋଗୁ ମୁଁ ଟୁର୍ନାମେଣ୍ଟରୁ ଓହରି ଯିବାକୁ ବାଧ୍ୟ ହୋଇଛି। ମୋର ଆଦର୍ଶ କୋଚ୍‌ ଅଜୟ ନିଶଙ୍କ, ସନ୍ତୋଷ ମଲିକ ଓ ଲଳିତ ଦାସଙ୍କ ପରି କୋଚ୍‌ ରାଜ୍ୟ ଟେନିସ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଏମାନଙ୍କୁ ପ୍ରତିଯୋଗିତାରୁ ବାରଣ କରାଯିବା ଅର୍ଥ ଟୁର୍ନାମେଣ୍ଟ ଆଉ ଓପନ ହୋଇ ରହିନାହିଁ। ରାଜ୍ୟର ଶ୍ରେଷ୍ଠ ଖେଳାଳିମାନଙ୍କୁ କୋଚ୍‌ମାନେ ହିଁ କଡ଼ା ଟକ୍କର ଦେଇଥାନ୍ତି। ରାଜ୍ୟ ଟୁର୍ନାମେଣ୍ଟରେ ଭାଗନେଇ ପ୍ରତିଯୋଗୀମାନେ ନିଜକୁ ଏକ ଟେନିସ ପରିବାରର ବୋଲି ଅନୁଭବ କରନ୍ତି। ମାତ୍ର ଏବେ ସେ ପରିବେଶ ନାହିଁ। କୋଚ୍‌ଙ୍କ ଅଂଶଗ୍ରହଣ ବିନା ଟୁର୍ନାମେଣ୍ଟର ମାନ କମିଛି। ତେଣୁ ଏ ସମ୍ପର୍କରେ ମୁଁ ନାଲ୍‌କୋ ସିଏମଡି ତପନ କୁମାର ଚାନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିଛି ବୋଲି ଚିନ୍ମୟ ଦର୍ଶାଇଛନ୍ତି। କୋଚ୍‌ଙ୍କ ବିନା ଟୁର୍ନାମେଣ୍ଟର ମାନ କମିବା ଯୁକ୍ତିକୁ କିନ୍ତୁ ଖଣ୍ଡନ କରିଛନ୍ତି ଭୁବନେଶ୍ୱର ଜିଲା ଟେନିସ ଆସୋସିଏଶନ ସଭାପତି ସୁରେଶ ମହାପାତ୍ର। କୋଚମାନେ ଦୀର୍ଘବର୍ଷଧରି ଚାମ୍ପିୟନ ହେବା ଦ୍ୱାରା ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରୁ ନ ଥିଲା। ବର୍ତ୍ତମାନ ପିଲାମାନେ ଅଧିକରୁ ଅଧିକ ସୁଯୋଗ ପାଉଛନ୍ତି ଏବଂ ଉତ୍ସାହିତ ହେଉଛନ୍ତି। ଏହାର ପ୍ରଭାବ ବର୍ତ୍ତମାନ ଅନୁଭବ ହେଉ ନ ଥିଲେ ହେଁ ଭବିଷ୍ୟତରେ ନିଶ୍ଚିତ ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି। ଆମେ ରାଜ୍ୟ ବାହାରୁ ଟେନିସ କୋଚ୍‌ ଆଣି ରାଜ୍ୟ ପିଲାଙ୍କୁ ଟ୍ରେନିଂ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ସ୍ଥାନୀୟ କୋଚ୍‌ଙ୍କ ଧମକ ଯୋଗୁ ସମ୍ଭବ ହୋଇପାରିନାହିଁ। କୋଚ୍‌ମାନଙ୍କ ବିରୋଧ ନାଲ୍‌କୋ ଓପନ ଆୟୋଜନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।
All Right Reserved By

ଖେଳ |

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୧୬।୧୦(ପି.ଟି.)- ଦ୍ରୁତ ବୋଲର ଉମେଶ ଯାଦବ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ପାଇବା ପରେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି। ଆହତ ହୋଇଥିବା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ବଦଳରେ ତାଙ୍କୁ ଏହି ସୁଯୋଗ ମିଳିଛି। ଆଗକୁ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆର ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଚୟନକର୍ତ୍ତାମାନେ ଦଳ ଘୋଷଣା କରିଥିଲେ। ତେବେ ଆହତ ହେବାରୁ ଠାକୁର ପୂରା ସିରିଜରୁ ବାଦ ପଡିଛନ୍ତି। 

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଆବୁଧାବି,୧୬।୧୦ (ଏଏଫ୍‌ପି)- ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ଓପନର ଫକାର ଜମାନ ଓ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଅର୍ଦ୍ଧଶତକୀୟ ପାଳି ସହ ୮୧ ଓଭରରେ ୨୮୨ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରାରମ୍ଭିକ ବପର୍ଯ୍ୟୟର ସମ୍ମୁଖୀନ ହୋଇ ୭ ଉଭରରେ ଦୁଇ ଉଇକେଟ ହରାଇ ୨୦ ରନ ସଂଗ୍ରହ କରିଛି।  ୮ ଉଇକେଟ ହାତରେ ଥାଇ ଅଷ୍ଟ୍ରେଲିଆ ୨୬୨ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଅରୋନ ଫିଞ୍ଚ୍‌ ୧୩ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ତାରକା ଓପନର ଉସ୍‌ମାନ ଖ୍ବାଜା ୩ ଓ ପିଟର ସିଡଲ ୪ ରନ କରି ମହମ୍ମଦ ଆବାସଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫରିଛନ୍ତି। 

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

ବୁଏନ୍ସ ଏରିଜ,୧୬।୧୦ (ପି.ଟି.)- ସୁରାଜ ପାନଓ୍ବାର ଚଳିତ ୟୁଥ ଅଲିମ୍ପିକ୍ସର ୫୦୦୦ ମି. ରେସ୍‌ ଓ୍ବାକ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଆଥ୍‌ଲେଟିକ୍ସ ବିଭାଗରେ ଭାରତର ପଦକ ଖାତା ଖୋଲିଛନ୍ତି

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଓଡେନସେ(ଡେନମାର୍କ),୧୬।୧୦(ପି.ଟି.)- ଭାରତୀୟ  ଷ୍ଟାର ମହିଳା ଶଟଲର ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଡେନମାର୍କ ଓପନରେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେ ପ୍ରଥମ ରାଉଣ୍ଡରେ ପରାଜୟ ସହ ଟୁର୍ନାମେଣ୍ଟର ବିଦାୟ ନେଇଛନ୍ତି। 

ସାଇ କୋଚ୍‌ଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୧୬।୧୦- ସ୍ଥାନୀୟ ସ୍ପୋଟର୍‌ସ ଅଥ୍‌ରିଟି ଅଫ୍‌ ଇଣ୍ଡିଆ (ସାଇ) କେନ୍ଦ୍ରରେ ୧୩ ବର୍ଷୀୟ ବାଳିକା ଆଥ୍‌ଲେଟଙ୍କୁ ଦୁର୍ବ୍ୟବହାର କରି ବିତାଡ଼ିତ ହୋଇଥିବା ସିନିୟର କବାଡ଼ି କୋଚ୍‌ ରୁଦ୍ରାପ୍ପା ଭି ହୋସାମାନି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ମୃତଦେହକୁ ସୋମବାର ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ହାଇଦ୍ରାବାଦ,୧୬।୧୦- ପ୍ରଶଂସକମାନେ ସୁରକ୍ଷା ବଳୟ ଭଙ୍ଗ କରି ନିଜ ଷ୍ଟାର କ୍ରିକେଟରଙ୍କୁ ଭେଟିବା ଏବେ ସାଧାରଣ କଥା। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟରେ ଜଣେ ପ୍ରଶଂସକ ଆଲିଙ୍ଘନ କରିଥିଲେ। 

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଆଡିଲେଡ୍‌,୧୬।୧୦- ଦିନିକିଆ କ୍ରିକେଟରେ ସୋମବାର ଏକ ଅବିଶ୍ୱସନୀୟ ଦଳଗତ ସ୍କୋର ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଏକ ମହିଳା ଦଳ ୫୦ ଓଭରରେ ୩ ଉଇକେଟ ହରାଇ ୫୯୬ ରନ୍‌ କରିଛି। 

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି । 

ଜାତୀୟ ଶିବିରରେ ଓଡ଼ିଶାର ୩

ଜାତୀୟ ଶିବିରରେ ଓଡ଼ିଶାର ୩

କଟକ ଅଫିସ,୧୬ା୧୦- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ)  ଆନୁକୂଲ୍ୟରେ କଟକରେ ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରସ୍ତୁତି ଶିବିର ଗତ ୧୦ ତାରିଖରୁ ଜାରି ରହିଛି ।