ଖେଳ |

ଆଇସିସି ଟିମ୍‌ରେ ମିଥାଲି, ହରମନପ୍ରୀତ, ବିସ୍ତ

ଆଇସିସି ଟିମ୍‌ରେ ମିଥାଲି, ହରମନପ୍ରୀତ, ବିସ୍ତ

ଦୁବାଇ, ୨୧।୧୨ (ପି.ଟି.) ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ବର୍ଷର ମହିଳା ଅନ୍ତର୍ଜାତୀୟ ଦିନିକିଆ ଦଳ ଘୋଷଣା କରିଛି। ଏଥିରେ ଭାରତୀୟ ଅଧିନାୟିକା ମିଥାଲି ରାଜ୍‌ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଏକତା ବିସ୍ତ ଏକମାତ୍ର କ୍ରିକେଟର ଭାବେ ଉଭୟ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ଟିମ୍‌ରେ ସ୍ଥାନ ପାଇଛନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ହରମନପ୍ରୀତ କୌରଙ୍କୁ ବର୍ଷର ଆଇସିସି ମହିଳା ଟି୨୦ ଟିମ୍‌ରେ ସ୍ଥାନ ମିଳିଛି। ଆଇସିସି ତରଫରୁ ଗୁରୁବାର ବର୍ଷର ମହିଳା ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି୨୦ ଦଳ ଘୋଷଣା କରାଯାଇଛି। ୫୦ ଓଭର ବିଶିଷ୍ଟ ଦଳ ପାଇଁ ଇଂଲଣ୍ଡର ହିଥର ନାଇଟ୍‌ ଏବଂ ୨୦ ଓଭର ବିଶିଷ୍ଟ ଦଳ ପାଇଁ ଓ୍ବେଷ୍ଟଇଣ୍ଡିଜର ଷ୍ଟିଫାନି ଟେଲରଙ୍କୁ ଅଧିନାୟିକା ଭାବେ ମନୋନୀତ କରାଯାଇଛି। ୨୦୧୬ ସେପ୍ଟେମ୍ବର ୨୧ରୁ ଏପର୍ଯ୍ୟନ୍ତ ପ୍ରଦର୍ଶନକୁ ଭିତ୍ତିକରି ଦଳ ପାଇଁ ଖେଳାଳି ଚୟନ କରାଯାଇଛି। ବିସ୍ତ ଏକମାତ୍ର ଖେଳାଳି ଭାବେ ଉଭୟ ଦିନିକିଆ ଓ ଟି ୨୦ ଟିମ୍‌ରେ ସ୍ଥାନ ପାଇଛନ୍ତି। ଉତ୍ତରାଖଣ୍ଡର ଏହି ୩୧ ବର୍ଷୀୟା ଖେଳାଳି ଦିନିକିଆ ର଼୍ୟାଙ୍କିଙ୍ଗରେ ୧୪ତମ ଓ ଟି୨୦ରେ ୧୨ତମ ସ୍ଥାନରେ ରହିଛନ୍ତି। ଉକ୍ତ ସମୟସୀମା ମଧ୍ୟରେ ଦିନିକିଆରେ ସେ ୧୯ ଏବଂ ଟି୨୦ରେ ୧୧ଟି ଉଇକେଟ ନେଇଛନ୍ତି। ଜୁଲାଇ ୨୩ରେ ଲଡର୍‌ସଠାରେ ନିଜ ଦଳକୁ ଚମକପ୍ରଦ ଆଇସିସି ମହିଳା ବିଶ୍ୱକପ୍‌ ବିଜୟୀ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିଥିବାରୁ ନାଇଟ୍‌ଙ୍କୁ ଅଧିନାୟିକା କରାଯାଇଛି। ଆଇସିସି ତରଫରୁ ପ୍ରଥମ ଥର ବର୍ଷର ଟି୨୦ ଦଳ ଘୋଷଣା କରାଯାଇଛି। ବିଶ୍ୱ ର଼୍ୟାଙ୍କିଙ୍ଗ ବ୍ୟାଟ୍ସଓମେନ ତାଲିକାର ଶୀର୍ଷରେ ରହିଥିବା ଟେଲରଙ୍କୁ ଟି୨୦ ଦଳର ଅଧିନାୟିକା କରାଯାଇଛି। ଦିନିକିଆ ଦଳରେ ୫ଟି ଦେଶର ଖେଳାଳିଙ୍କୁ ନିଆଯାଇଛି। ଏଥିରେ ଅଷ୍ଟ୍ରେଲିଆରୁ ୨ଜଣ (ମେଗ୍‌ ଲାନିଙ୍ଗ ଓ ଏଲିସି ପେରି), ଇଂଲଣ୍ଡର ୪ ଖେଳାଳି (ଟାମି ବିମଣ୍ଟ, ହିଥର ନାଇଟ୍‌, ସାରା ଟେଲର ଓ ଆଲେକ୍ସ ହାର୍ଟଲି), ଭାରତରୁ ଦୁଇ ଜଣ (ରାଜ୍‌ ଓ ବିସ୍ତ), ନ୍ୟୁଜିଲାଣ୍ଡରୁ ଜଣେ (ଆମି ସ୍ୟାଟର୍ଥଓ୍ବେଟ୍‌) ଏବଂ ଦକ୍ଷିଣ ଆଫ୍ରିକାର ଦୁଇ ଜଣ (ଡେନ୍‌ ଭାନ୍‌ ନିକର୍କ ଓ ମାରିଜାନେ କାପ୍‌)ଙ୍କୁ ସ୍ଥାନ ମିଳିଛି। ଅନ୍ୟପକ୍ଷରେ ଟି୨୦ ଦଳରେ ଅଷ୍ଟ୍ରେଲିଆରୁ ୩ଜଣ (ବେଥ୍‌ ମୁନି, ମେଗାନ ସ୍କଟ ଓ ଆମାଣ୍ଡା ଜେଡ୍‌ ଓ୍ବେଲିଂଟନ), ଇଂଲଣ୍ଡର ଜଣେ (ଡାନି ୟାଟ୍‌), ଭାରତରୁ ଦୁଇଜଣ (ହରମନପ୍ରୀତ କୌର ଓ ଏକତା ବିସ୍ତ), ନ୍ୟୁଜିଲାଣ୍ଡରୁ ଦୁଇ ଜଣ (ସୋଫି ଡିଭାଇନ୍‌ ଓ ଲିଆ ଟାହୁରୁ) ଏବଂ ଓ୍ବେଷ୍ଟଇଣ୍ଡିଜର ୩ଜଣ (ଷ୍ଟାଫାନି ଟେଲର, ଡେଆଣ୍ଡ୍ରା ଡଟିନ୍‌ ଏବଂ ହେଲେ ମାଥ୍ୟୁସ)ଙ୍କୁ ସ୍ଥାନ ମିଳିଛି।

All Right Reserved By

ଖେଳ |

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ରେକଜାଭିକ (ଆଇସ୍‌ଲାଣ୍ଡ), ୧୭।୭(ଏପି)- ଆଇସ୍‌ଲାଣ୍ଡକୁ ପ୍ରଥମଥର ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଐତିହାସିକ ସଫଳତା ଦେଇଥିବା କୋଚ୍‌ ହେଉମିର ହଲ୍‌ଗ୍ରିମସନ ପଦ ଛାଡ଼ିଛନ୍ତି। ଦୀର୍ଘ ୭ ବର୍ଷ ଧରି ପ୍ରଶିକ୍ଷକ ପଦରେ ରହିବା ପରେ ନିଜଆଡ଼ୁ କୋଚ୍‌ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଇସ୍‌ଲାଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଆର୍ଜେଣ୍ଟିନା-ଭାରତ ୨୦ ବର୍ଷରୁ କମ୍‌ ଟିମ୍‌ ମଧ୍ୟରେ ମ୍ୟାଚ୍‌ ୫ରେ

ଆର୍ଜେଣ୍ଟିନା-ଭାରତ ୨୦ ବର୍ଷରୁ କମ୍‌ ଟିମ୍‌ ମଧ୍ୟରେ ମ୍ୟାଚ୍‌ ୫ରେ

ନୂଆଦିଲ୍ଲୀ, ୧୭।୭(ପି.ଟି.)- ଚଳିତ ମାସ ୨୯ରେ ସ୍ପେନରେ ଅନୁଷ୍ଠିତ ହେବାକୁ ଥିବା ମିନି ମୁନ୍‌ଡିଆଲ୍‌ (୨୦ ବର୍ଷରୁ କମ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଓ ଆର୍ଜେଣ୍ଟିନା ୨୦ ବର୍ଷରୁ କମ ଦଳ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଆର୍ଜେଣ୍ଟିନା ବ୍ୟତୀତ ଭେନେଜୁଏଲ ଓ ମରିସସ୍‌ର ୨୦ ବର୍ଷରୁ କମ୍‌ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ନୂଆଦିଲ୍ଲୀ,୧୭।୭- ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏଶନ(ଜେକେସିଏ)ରୁ ୨୦୦୨ରୁ ୨୦୧୨ ମଧ୍ୟରେ ୪୩ କୋଟି ଟଙ୍କାର ଫ୍ରଡ ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଓ ଅନ୍ୟ ତିନିଜଣଙ୍କ ନାମରେ କେନ୍ଦୀୟ କ୍ରାଇମ ବ୍ରାଞ୍ଚ (ସିବିଆଇ) ଚାର୍ଜସିଟ ଦାଖଲ କରିଛି।

ଅନ୍ତିମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଲିଡ୍ସ,୧୭।୭- ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇୟାନ ମୋର୍ଗାନ ଟସ୍‌ ଜିଣି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା,୧୭।୭- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ କ୍ଲବ ଏଫ୍‌ସି ବାର୍ସିଲୋନା ୨୦୧୭-୧୮ ସିଜନରେ ୯୧୪ ନିୟୁତ ୟୁରୋ ଆୟ କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬,୨୫୧ କୋଟିରୁ ଊର୍ଦ୍ଧ୍ୱ।

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ନୂଆଦିଲ୍ଲୀ,୧୭।୭(ପି.ଟି.)- ପୁରୁଷ ହକି ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ (ଏଫ୍‌ଆଇଏଚ୍‌)ରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ସଦ୍ୟ ପ୍ରକାଶିତ ଏଫ୍‌ଆଇଏଚ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ୫ମ ସ୍ଥାନ ଅଧିକାର କରିଛି।

ଫିଫା ବିଶ୍ୱକପ୍‌ ଫାଇନାଲ:  ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ଫିଫା ବିଶ୍ୱକପ୍‌ ଫାଇନାଲ: ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ମସ୍କୋ,୧୭।୭- ରବିବାର ଫିଫା ବିଶ୍ୱକପ୍‌ ଫାଇନାଲବେଳେ ଗ୍ରାଉଣ୍ଡରେ ପ୍ରବେଶ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ୧୫ ଦିନ ଲାଗି ଜେଲ ପଠାଇଛନ୍ତି ମସ୍କୋ କୋର୍ଟ। ଉକ୍ତ ମହିଳା ନକଲି ପୋଲିସ ପୋଷାକ ପିନ୍ଧି ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିଥିଲେ।

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ସିଡ୍‌ନୀ,୧୭।୭(ଏଏଫ୍‌ପି)- ଅଷ୍ଟ୍ରେଲିଆ ଦଳର ସର୍ବକାଳୀନ ଗୋଲ ସ୍କୋରର ଟିମ୍‌ କାହିଲ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ମଙ୍ଗଳବାର ଅବସର ନେଇଛନ୍ତି। ସର୍ବାଧିକ ୪ଟି ବିଶ୍ୱକପ୍‌ ଖେଳିଥିବା କାହିଲ ମୋଟ ଉପରେ ୧୦୭ ଥର ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ୫୦ଟି ଅନ୍ତର୍ଜାତୀୟ ଗୋଲ କରିଛନ୍ତି।

ସ୍ବଦେଶ ଫେରିଲେ ଶାମସି

ସ୍ବଦେଶ ଫେରିଲେ ଶାମସି

କଲମ୍ବୋ,୧୭।୭- ଶ୍ରୀଲଙ୍କା ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳର ସ୍ପିନର ତାବ୍ରିଜ ଶାମସି ଟେଷ୍ଟ ସିରିଜ୍‌ ମଧ୍ୟରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାରିବାରିକ କାରଣ ଦର୍ଶାଇ ସେ ଦ. ଆଫ୍ରିକା ଗସ୍ତ କରିଛନ୍ତି।

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

କିଙ୍ଗ୍‌ଷ୍ଟନ,୧୭।୭- ବାଂଲାଦେଶ ବିପକ୍ଷ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଇଣ୍ଡିଜ୍‌ ଦଳ ଘୋଷଣା ହୋଇଯାଇଛି। ଏହି ଦଳରେ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ସ୍ଥାନ ପାଇଛନ୍ତି। ସେ ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଜାତୀୟ ଦିନିକିଆ ଦଳକୁ ଫେରିଛନ୍ତି।

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଲଣ୍ଡନ,୧୭।୭- ଇଂଲଣ୍ଡ ଓପନର ଜାସନ ରୟ ଆହତ ହେବା ପରେ ଇଂଲଣ୍ଡ ଦଳରେ ପରିିବର୍ତ୍ତନ ଦେଖାଦେଇଛି। ପ୍ରଥମେ ତାଙ୍କ ବଦଳରେ ଜେମ୍ସ ଭିନ୍ସିଙ୍କୁ ଦଳରେ ସ୍ଥାନ ମିଳିବା ପରେ ଏବେ ଅତିରିକ୍ତ ବ୍ୟାଟ୍ସମ୍ୟାନ ଭବେ ସାମ ବିଲିଙ୍ଗ୍‌ସଙ୍କୁ ସୋମବାର ଦଳରେ ସାମିଲ କରାଯାଇଛି।

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଯୋଡ଼ା,୧୭।୭(ଡି.ଏନ.ଏ.): ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ବ୍ରାଜିଲର ବ୍ରାସିଲିଆଠାରେ ଜୁଲାଇ ୧୦ରୁ ୧୬ ମଧ୍ୟରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ୪୨ ବର୍ଷ ସବ ଜୁନିୟର ବିଭାଗରେ ସେ ଉକ୍ତ ପଦକ ପାଇଛନ୍ତି।

Model This Week

ରୂପେଶ