Dharitri News
ଖେଳ |

ଟି୨୦: ୪୦୦ ଉଇକେଟ ନେବାରେ ବ୍ରାଭୋ ପ୍ରଥମ

ଟି୨୦: ୪୦୦  ଉଇକେଟ ନେବାରେ ବ୍ରାଭୋ ପ୍ରଥମ ବ୍ରିସବେନ, ୨୧।୧୨- ଓ୍ବେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଗୁରୁବାର ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଟି୨୦ ଫର୍ମାଟରେ ୪୦୦ ଉଇକେଟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଚଳିତ ବିଗ୍‌ ବାଶ ଲିଗ୍‌ରେ ମେଲବର୍ନ ରେନେଗାଡେସ ପାଇଁ ସେ ହାବର୍ଟ ହରିକେନ୍ସ ବିପକ୍ଷ ମ୍ୟାଚ୍‌ରେ ୫ ଉଇକେଟ ନେଇ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ଟି୨୦ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ବ୍ରାଭୋଙ୍କ ପଛକୁ ରହିଛନ୍ତି ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ ମାଲିଙ୍ଗ। ତାଙ୍କ ନାମରେ ରହିଛି ୩୩୧ ଉଇକେଟ।

ଖେଳ |

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ନ୍ୟୁଜିଲାଣ୍ଡର କ୍ରମାଗତ ୪ର୍ଥ ବିଜୟ

ହାମିଲଟନ୍‌, ୧୬।୧(ଏଏଫ୍‌ପି)- କଲିନ୍‌ ଡି ଗ୍ରାଣ୍ଡହୋମଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଏଠାରେ ଅନୁଷ୍ଠିତ ୪ର୍ଥ ଦିନିକିଆ ମ୍ୟାଚ୍‌ରେ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି।

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

୮ ବର୍ଷ ପରେ କାର୍ତ୍ତିକଙ୍କୁ ଟେଷ୍ଟ ସୁଯୋଗ

ସେଞ୍ଚୁରିୟନ, ୧୬।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଟେଷ୍ଟ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ଅନ୍ତିମ ତଥା ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି। ମାଂସପେଶୀଜନିତ ସମସ୍ୟା ଲାଗି ଶାହାଙ୍କୁ ବାଦ୍‌ ଦିଆଯାଇଛି। ଶାହାଙ୍କ ବଦଳ ଖେଳାଳିଭାବେ ଅନ୍ୟତମ ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କୁ ଦଳରେ ଯୋଗ ଦେବା ଲାଗି ଡାକରା ମିଳିଛି।

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: କ୍ୱାର୍ଟରଫାଇନାଲରେ ଭାରତ

ମାଉଣ୍ଟ ମାଉନଗାନୁଇ, ୧୬।୧(ପି.ଟି.)- ତିନିଥର ଚାମ୍ପିୟନ ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ ଓପନ: ନାଡାଲଙ୍କ ବିଜୟ ଅଭିଯାନ, ଭେନସଙ୍କ ବିପର୍ଯ୍ୟୟ

ମେଲବୋର୍ନ,୧୬ ା୧(ଏ.ଏଫ.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ନାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଆଇସିସି ବିଶ୍ୱକପ୍‌:  କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଆଇସିସି ବିଶ୍ୱକପ୍‌: କ୍ୱାଲିଫାୟର ଖେଳିବ ଓ୍ବେଷ୍ଟଇଣ୍ଡିଜ

ଦୁବାଇ, ୧୫ା୧ (ପି.ଟି.)-ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) କ୍ରିକେଟ ବିଶ୍ୱକପ୍‌ ୨୦୧୯ ପାଇଁ ଦୁଇଥର ବିଶ୍ୱ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଅନ୍ୟ ୯ଟି ଦଳ ସହିତ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବ।

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଓଡ଼ିଶାର ଶ୍ରୀକାନ୍ତ, ସତ୍ୟବ୍ରତଙ୍କୁ ସଫଳତା

ଭୁବନେଶ୍ୱର, ୧୫।୧(ସ୍ପୋଟର୍‌ସ ବ୍ୟୁରୋ)- ବମ୍ବେର ପ୍ରଦର୍ଶନୀ ସେଣ୍ଟରଠାରେ ଅନୁଷ୍ଠିତ ହୋଇଥିବା ଭାରତର ସର୍ବବୃହତ ଫିଟ୍‌ନେସ ଏକ୍ସପୋ ଏବଂ ସାମରିକ କଳା ପ୍ରତିଯୋଗିତାର ମିକ୍ସଡ୍‌ ମାର୍ଶାଲ ଆର୍ଟ ଓ ସବ୍‌ମିଶନ ଗ୍ରାପଲିଂରେ ଓଡ଼ିଶା ବୃହତ ସଫଳତା ହାସଲ କରି

ସିନିୟର ମହିଳା ଟି୨୦: ଓଡ଼ିଶାର ହ୍ୟାଟ୍ରିକ ବିଜୟ

କଟକ ଅଫିସ,୧୫ା୧- ମାଡ୍ରାସଠାରେ ଚାଲିଥିବା ସିନିୟର ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ଲଗାତାର ୩ୟ ତଥା ହ୍ୟାଟ୍ରିକ ବିଜୟ ସଫଳତା ହାସଲ କରିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ପଞ୍ଜାବ ଏବଂ ଜମ୍ମୁ ଓ କଶ୍ମିରୀକୁ ପରାସ୍ତ କରିବା ପରେ ଓଡ଼ିଶା ସୋମବାର ଏକ ମ୍ୟାଚ୍‌ରେ ତ୍ରିପୁରାକୁ ୮ ଉଇକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ

ଅଷ୍ଟ୍ରେଲିଆନ୍‌ ଓପନ୍‌ ଆରମ୍ଭରୁ ବିପର୍ଯ୍ୟୟ

ମେଲବୋର୍ନ, ୧୫।୧(ଏପି)- ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ଅଷ୍ଟ୍ରେଲିଆନ୍‌ ଓପନ୍‌ ସୋମବାର ଆରମ୍ଭ ହୋଇଯାଇଛି। ଟୁର୍ନାମେଣ୍ଟ ଆରମ୍ଭରୁ ହିଁ ବୃହତ୍‌ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ମହିଳା ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରେ ପୂର୍ବତନ ଚାମ୍ପିୟନ୍‌ ତଥା ଗତ ସଂସ୍କରଣର ଉପବିଜେତା ଭେନସ୍‌ ଓ୍ବିଲିୟମ୍ସ ପରାଜୟ ସହ ବିଦାୟ ନେଇଛନ୍ତି

ଟାଟା ଷ୍ଟିଲ୍‌ ଚେସ୍‌: ପଏଣ୍ଟ ବାଣ୍ଟିଲେ ଆନନ୍ଦ

ଟାଟା ଷ୍ଟିଲ୍‌ ଚେସ୍‌: ପଏଣ୍ଟ ବାଣ୍ଟିଲେ ଆନନ୍ଦ

ନୂଆଦିଲ୍ଲୀ, ୧୫।୧(ପି.ଟି.)- ପାଞ୍ଚଥର ବିଶ୍ୱ ଚାମ୍ପିୟନ୍‌ ଭାରତୀୟ ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ ନେଦରଲାଣ୍ଡର ଓ୍ବିଜ ଆନ ଜୀଠାରେ ଖେଳାଯାଉଥିବା ୮୦ତମ ଟାଟା ଷ୍ଟିଲ୍‌ ମାଷ୍ଟର୍ସ ଚେସ୍‌ ଟୁର୍ନାମେଣ୍ଟରେ ୨ୟ ରାଉଣ୍ଡ ମୁକାବିଲାରେ ପଏଣ୍ଟ ଭାଗ କରିଛନ୍ତି। ଅନ୍ୟ ଭାରତୀୟ ଖେଳାଳି ବି. ଅଧିବାନ ଟପ୍‌ ସିଡ୍‌ ମାଗ୍‌ନସ କାର୍ଲସେନଙ୍କଠାରୁ ପରାଜିତ ହୋଇଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା

ଅଷ୍ଟ୍ରେଲିଆନ୍‌ ଓପନ୍‌: ପୁଣି ପ୍ରଥମ ରାଉଣ୍ଡରୁ ଭାମ୍ବ୍ରି ବିଦା

ମେଲବୋର୍ନ, ୧୫।୧(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ପୁଣି ଥରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ସୋମବାରଠାରୁ ଆରମ୍ଭ ହୋଇଥିବା ଟୁର୍ନାମେଣ୍ଟରେ ସେ ସାଇପ୍ରସର ମାର୍କୋସ ବାଗଦାତିସଙ୍କଠାରୁ ସେଟ୍‌ରେ ପରାଜିତ ହୋଇଛନ୍ତି।

ଜାସନ ରୟଙ୍କ ରେକର୍ଡ ଶତକ

ଜାସନ ରୟଙ୍କ ରେକର୍ଡ ଶତକ

ମେଲବୋର୍ନ, ୧୪ା୧ (ଏଏଫପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମସିଜି)ରେ ରବିବାର ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏଥିସହିତ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି।

ସବ୍‌ଜୁନିୟର ଜାତୀୟ ପୁରୁଷ ହକି: ସୁନୀତ୍‌ ଓଡ଼ିଶା ଅଧିନାୟକ

ସବ୍‌ଜୁନିୟର ଜାତୀୟ ପୁରୁଷ ହକି: ସୁନୀତ୍‌ ଓଡ଼ିଶା ଅଧିନାୟକ

ଭୁବନେଶ୍ୱର,୧୪ା୧(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତର ପ୍ରଦେଶର ଇଟାଓ୍ବାସ୍ଥିତ ସଇଫାଇଠାରେ ଆସନ୍ତା ୧୭ରୁ ୨୮ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଅଷ୍ଟମ ହକି ଇଣ୍ଡିଆ ସବ୍‌ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନଶିପ୍‌ ଡିଭିଜନ ଏ’ ପାଇଁ ଏକ ୧୭ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ସୁନୀତ ଲାକ୍ରାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି।