ଖେଳ |

ପ୍ରଥମଥର ଲାଗି ରଣ୍‌ଜୀ ଫାଇନାଲରେ ବିଦର୍ଭ

ପ୍ରଥମଥର ଲାଗି ରଣ୍‌ଜୀ ଫାଇନାଲରେ ବିଦର୍ଭ

କଲିକତା, ୨୧।୧୨- ଡାହାଣହାତୀ ମିଡିୟମ ପେସର ରାଜନୀଶ ଗୁର୍‌ବାନୀଙ୍କ ଚମତ୍କାର ବୋଲିଂ ଯୋଗୁ ବିଦର୍ଭ ପ୍ରଥମଥର ଲାଗି ରଣ୍‌ଜୀ ଟ୍ରଫି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏଠାରେ ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ଶକ୍ତିଶାଳୀ କର୍ନାଟକକୁ ୫ ରନରେ ରୋମାଞ୍ଚକ ଭାବେ ପରାସ୍ତ କରି ବିଦର୍ଭ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ବିଦର୍ଭ ପକ୍ଷରୁ ଧାର୍ଯ୍ୟ ୧୯୮ ରନର ଲକ୍ଷ୍ୟକୁ ପିଛା କରି ବିନୟ କୁମାରଙ୍କ ନେତୃତ୍ୱାଧୀନ କର୍ନାଟକ ବୁଧବାର ସୁଦ୍ଧା ୧୧୧ ରନରେ ୭ଟି ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଅନ୍ତିମ ତଥା ୫ମ ଦିବସରେ ଗୁରୁବାର କର୍ନାଟକ ପକ୍ଷରୁ ବିନୟ କୁମାର (୩୬), ଅଭିମନ୍ୟୁ ମିଥ୍‌ୁନ(୩୩) ଶ୍ରେୟାସ ଗୋପାଳ (୨୪) ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ୨୪ ବର୍ଷୀୟ ରାଜନୀଶ ୨ୟ ଇନିଂସରେ ୭ଟି ସହ ମ୍ୟାଚ୍‌ରେ ମୋଟ୍‌ ୧୨ଟି ଉଇକେଟ୍‌ ଅକ୍ତିଆର କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ଏହି ବିଜୟ ସହ ବିଦର୍ଭ ଫାଇନାଲରେ ଅନ୍ୟତମ ଶକ୍ତିଳୀ ଦଳ ଦିଲ୍ଲୀକୁ ଭେଟିବ। ଏହି ମ୍ୟାଚ୍‌ ଡିସେମ୍ବର ୨୯ରୁ ଜାନୁୟାରୀ ୨ ତାରିଖ ପର୍ଯ୍ୟନ୍ତ ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯିବ। ସଂକ୍ଷିପ୍ତ ସ୍କୋର: ବିଦର୍ଭ- ୧୮୫ ଓ ୩୧୩
କର୍ନାଟକ- ୩୦୧ ଓ ୧୯୨ ଅଲ୍‌ଆଉଟ୍‌ (ରବିକୁମାର ସମର୍ଥ ୨୪, କରୁଣ ନାୟାର ୩୦, ବିନୟ କୁମାର ୩୬, ରାଜନୀଶ ୬୮/୭, ସିଦ୍ଦେଶ ନେରାଲ ୨/୩୭)।

All Right Reserved By

ଖେଳ |

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ରେକଜାଭିକ (ଆଇସ୍‌ଲାଣ୍ଡ), ୧୭।୭(ଏପି)- ଆଇସ୍‌ଲାଣ୍ଡକୁ ପ୍ରଥମଥର ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଐତିହାସିକ ସଫଳତା ଦେଇଥିବା କୋଚ୍‌ ହେଉମିର ହଲ୍‌ଗ୍ରିମସନ ପଦ ଛାଡ଼ିଛନ୍ତି। ଦୀର୍ଘ ୭ ବର୍ଷ ଧରି ପ୍ରଶିକ୍ଷକ ପଦରେ ରହିବା ପରେ ନିଜଆଡ଼ୁ କୋଚ୍‌ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଇସ୍‌ଲାଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଆର୍ଜେଣ୍ଟିନା-ଭାରତ ୨୦ ବର୍ଷରୁ କମ୍‌ ଟିମ୍‌ ମଧ୍ୟରେ ମ୍ୟାଚ୍‌ ୫ରେ

ଆର୍ଜେଣ୍ଟିନା-ଭାରତ ୨୦ ବର୍ଷରୁ କମ୍‌ ଟିମ୍‌ ମଧ୍ୟରେ ମ୍ୟାଚ୍‌ ୫ରେ

ନୂଆଦିଲ୍ଲୀ, ୧୭।୭(ପି.ଟି.)- ଚଳିତ ମାସ ୨୯ରେ ସ୍ପେନରେ ଅନୁଷ୍ଠିତ ହେବାକୁ ଥିବା ମିନି ମୁନ୍‌ଡିଆଲ୍‌ (୨୦ ବର୍ଷରୁ କମ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଓ ଆର୍ଜେଣ୍ଟିନା ୨୦ ବର୍ଷରୁ କମ ଦଳ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଆର୍ଜେଣ୍ଟିନା ବ୍ୟତୀତ ଭେନେଜୁଏଲ ଓ ମରିସସ୍‌ର ୨୦ ବର୍ଷରୁ କମ୍‌ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ନୂଆଦିଲ୍ଲୀ,୧୭।୭- ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏଶନ(ଜେକେସିଏ)ରୁ ୨୦୦୨ରୁ ୨୦୧୨ ମଧ୍ୟରେ ୪୩ କୋଟି ଟଙ୍କାର ଫ୍ରଡ ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଓ ଅନ୍ୟ ତିନିଜଣଙ୍କ ନାମରେ କେନ୍ଦୀୟ କ୍ରାଇମ ବ୍ରାଞ୍ଚ (ସିବିଆଇ) ଚାର୍ଜସିଟ ଦାଖଲ କରିଛି।

ଅନ୍ତିମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଲିଡ୍ସ,୧୭।୭- ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇୟାନ ମୋର୍ଗାନ ଟସ୍‌ ଜିଣି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା,୧୭।୭- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ କ୍ଲବ ଏଫ୍‌ସି ବାର୍ସିଲୋନା ୨୦୧୭-୧୮ ସିଜନରେ ୯୧୪ ନିୟୁତ ୟୁରୋ ଆୟ କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬,୨୫୧ କୋଟିରୁ ଊର୍ଦ୍ଧ୍ୱ।

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ନୂଆଦିଲ୍ଲୀ,୧୭।୭(ପି.ଟି.)- ପୁରୁଷ ହକି ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ (ଏଫ୍‌ଆଇଏଚ୍‌)ରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ସଦ୍ୟ ପ୍ରକାଶିତ ଏଫ୍‌ଆଇଏଚ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ୫ମ ସ୍ଥାନ ଅଧିକାର କରିଛି।

ଫିଫା ବିଶ୍ୱକପ୍‌ ଫାଇନାଲ:  ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ଫିଫା ବିଶ୍ୱକପ୍‌ ଫାଇନାଲ: ଗ୍ରାଉଣ୍ଡ ମଧ୍ୟରେ ପ୍ରବେଶକାରୀଙ୍କୁ ୧୫ ଦିନ ଜେଲ

ମସ୍କୋ,୧୭।୭- ରବିବାର ଫିଫା ବିଶ୍ୱକପ୍‌ ଫାଇନାଲବେଳେ ଗ୍ରାଉଣ୍ଡରେ ପ୍ରବେଶ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ୧୫ ଦିନ ଲାଗି ଜେଲ ପଠାଇଛନ୍ତି ମସ୍କୋ କୋର୍ଟ। ଉକ୍ତ ମହିଳା ନକଲି ପୋଲିସ ପୋଷାକ ପିନ୍ଧି ଗ୍ରାଉଣ୍ଡ ମଧ୍ୟକୁ ପ୍ରବେଶ କରିଥିଲେ।

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ଅଷ୍ଟ୍ରେଲିଆ ଫୁଟ୍‌ବଲର କାହିଲଙ୍କ ଅବସର

ସିଡ୍‌ନୀ,୧୭।୭(ଏଏଫ୍‌ପି)- ଅଷ୍ଟ୍ରେଲିଆ ଦଳର ସର୍ବକାଳୀନ ଗୋଲ ସ୍କୋରର ଟିମ୍‌ କାହିଲ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ମଙ୍ଗଳବାର ଅବସର ନେଇଛନ୍ତି। ସର୍ବାଧିକ ୪ଟି ବିଶ୍ୱକପ୍‌ ଖେଳିଥିବା କାହିଲ ମୋଟ ଉପରେ ୧୦୭ ଥର ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେ ୫୦ଟି ଅନ୍ତର୍ଜାତୀୟ ଗୋଲ କରିଛନ୍ତି।

ସ୍ବଦେଶ ଫେରିଲେ ଶାମସି

ସ୍ବଦେଶ ଫେରିଲେ ଶାମସି

କଲମ୍ବୋ,୧୭।୭- ଶ୍ରୀଲଙ୍କା ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା ଦଳର ସ୍ପିନର ତାବ୍ରିଜ ଶାମସି ଟେଷ୍ଟ ସିରିଜ୍‌ ମଧ୍ୟରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାରିବାରିକ କାରଣ ଦର୍ଶାଇ ସେ ଦ. ଆଫ୍ରିକା ଗସ୍ତ କରିଛନ୍ତି।

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

ଇଣ୍ଡିଜ୍‌ ଦିନିକିଆ ଦଳକୁ ଫେରିଲେ ରସେଲ

କିଙ୍ଗ୍‌ଷ୍ଟନ,୧୭।୭- ବାଂଲାଦେଶ ବିପକ୍ଷ ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଲାଗି ଇଣ୍ଡିଜ୍‌ ଦଳ ଘୋଷଣା ହୋଇଯାଇଛି। ଏହି ଦଳରେ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ସ୍ଥାନ ପାଇଛନ୍ତି। ସେ ପ୍ରାୟ ୩ ବର୍ଷର ବ୍ୟବଧାନ ପରେ ଜାତୀୟ ଦିନିକିଆ ଦଳକୁ ଫେରିଛନ୍ତି।

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଇଂଲଣ୍ଡ ଦିନିକିଆ ଦଳରେ ସାମ ବିଲିଙ୍ଗ୍‌ସ

ଲଣ୍ଡନ,୧୭।୭- ଇଂଲଣ୍ଡ ଓପନର ଜାସନ ରୟ ଆହତ ହେବା ପରେ ଇଂଲଣ୍ଡ ଦଳରେ ପରିିବର୍ତ୍ତନ ଦେଖାଦେଇଛି। ପ୍ରଥମେ ତାଙ୍କ ବଦଳରେ ଜେମ୍ସ ଭିନ୍ସିଙ୍କୁ ଦଳରେ ସ୍ଥାନ ମିଳିବା ପରେ ଏବେ ଅତିରିକ୍ତ ବ୍ୟାଟ୍ସମ୍ୟାନ ଭବେ ସାମ ବିଲିଙ୍ଗ୍‌ସଙ୍କୁ ସୋମବାର ଦଳରେ ସାମିଲ କରାଯାଇଛି।

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଦେଶ ପାଇଁ ଗୌରବ ଆଣିଲେ ବବୁଲୁ

ଯୋଡ଼ା,୧୭।୭(ଡି.ଏନ.ଏ.): ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଛନ୍ତି। ବ୍ରାଜିଲର ବ୍ରାସିଲିଆଠାରେ ଜୁଲାଇ ୧୦ରୁ ୧୬ ମଧ୍ୟରେ ଅନୁଷ୍ଠିତ ବିଶ୍ୱ ଉସୁ ଚାମ୍ପିୟନସିପରେ ୪୨ ବର୍ଷ ସବ ଜୁନିୟର ବିଭାଗରେ ସେ ଉକ୍ତ ପଦକ ପାଇଛନ୍ତି।

Model This Week

ରୂପେଶ