ଅନ୍ତର୍ଜାତୀୟ |

ଚାଇନା, ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି

ଚାଇନା, ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛନ୍ତି
ନ୍ୟୁୟର୍କ,୨୧।୧୨: ଚାଇନା ଓ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ମର୍ମରେ ଜାତିସଂଘ ନିରାପତ୍ତା ପରିଷଦରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରଉଦ୍ଦିନ୍‌ ସୂଚିତ କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ଶରଣ ଦେଇଥିବାବେଳେ ତାଙ୍କୁ ଜାତିସଂଘ ପକ୍ଷରୁ ଆତଙ୍କବାଦୀ ତାଲିକାରେ ରଖାଯାଇଛି । ଚାଇନା ହାଫିଜ୍‌ଙ୍କ କ୍ଷେତ୍ରରେ ଭାରତର ଆଭିମୁଖ୍ୟକୁ ବିରୋଧ କରୁଥିବାବେଳେ ପରୋକ୍ଷରେ ପାକିସ୍ତାନକୁ ସହାୟତା କରୁଛି। ଯାହାକି ଆତଙ୍କବାଦ ବିଲୋପ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛି ବୋଲି ଆକବରଉଦ୍ଦିନ୍‌ କହିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

କୃଷ୍ଣ ସାଗରରେ ୨୪ ଶହ ବର୍ଷ ପୁରାତନ ଗ୍ରୀକ୍‌ ଜାହାଜର ସନ୍ଧାନ ମିଳିଲା

କୃଷ୍ଣ ସାଗରରେ ୨୪ ଶହ ବର୍ଷ ପୁରାତନ ଗ୍ରୀକ୍‌ ଜାହାଜର ସନ୍ଧାନ ମିଳିଲା

ଲଣ୍ଡନ,୨୩।୧୦: କୃଷ୍ଣ ସାଗରରେ ୨୪ ବର୍ଷ ପୁରାତନ ଜାହାଜର ସନ୍ଧାନ ମିଳିଛି। ଏନେଇ ମଙ୍ଗଳବାର କୃଷ୍ଣସାଗର ମେରିଟାଇମ୍‌ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଜାହାଜଟି ଖ୍ରୀଷ୍ଟପୂର୍ବ ୪ଶହର ବୋଲି ଅନୁମାନ କରାଯାଉଛି।

ସୁନ୍ଦେରବାନି ସେକ୍ଟର ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତର ସମନ ଜାରି

ସୁନ୍ଦେରବାନି ସେକ୍ଟର ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ଭାରତର ସମନ ଜାରି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୩।୧୦: ଜମ୍ମୁ-କଶ୍ମୀର ସୁନ୍ଦେରବାନି ସେକ୍ଟରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ସମନ ଜାରି କରିଛି ଭାରତ।

ଖୋଲିଲା ବିଶ୍ୱର ବୃହତ୍ତମ ସମୁଦ୍ର ପୋଲ

ଖୋଲିଲା ବିଶ୍ୱର ବୃହତ୍ତମ ସମୁଦ୍ର ପୋଲ

ହଂକଂ,୨୩।୧୦: ଚାଇନା ରାଷ୍ଟ୍ରପତି ସ୍କି ଜିନପିଙ୍ଗ ମଙ୍ଗଳବାର ହଙ୍ଗ କଙ୍ଗ-ଜୁହାଇ ସି-କ୍ରସିଂ ବ୍ରିଜର ଉଦ୍‌ଘାଟନ କରିଛନ୍ତି। ଜୁହାଇରେ ଆୟୋଜିତ ଏକ ଉତ୍ସବରେ ଏହି ପୋଲର ଉଦ୍‌ଘାଟନ କରାଯାଇଛି। 

ମଦ କାରଖାନାରେ ଭୟଙ୍କର ବିସ୍ଫୋରଣ

ମଦ କାରଖାନାରେ ଭୟଙ୍କର ବିସ୍ଫୋରଣ

ମେକ୍ସିକୋ ସିଟି,୨୩।୧୦: ଉତ୍ତର ଆମେରିକାର ମେକ୍ସିକୋ ସିଟିରେ ଥିବା ଏକ ମଦ କାରଖାନାରେ ସୋମବାର ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। 

ସହର ମୁହାଁ ତୁଷାର ଭାଲୁ

ସହର ମୁହାଁ ତୁଷାର ଭାଲୁ

ମସ୍କୋ,୨୨।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ମେରୁ ଅଞ୍ଚଳରେ ବରଫ ତରଳିବାରେ ଲାଗିଛି। ଏହାର ପ୍ରଭାବରେ  ତୁଷାର ଭାଲୁ ରୁଷିଆର ଉପକୂଳ ଅଞ୍ଚଳରେ ପ୍ରବେଶ କରିବା ଆରମ୍ଭ କରୁଛନ୍ତି।

କାନାଡ଼ାରେ ଭୂକମ୍ପ

କାନାଡ଼ାରେ ଭୂକମ୍ପ

ଅଟଓ୍ବା,୨୨।୧୦: କାନାଡ଼ାରେ ସୋମବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ଥିଲା ବୋଲି ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଛି।

ଆମେରିକା ମୁହାଁ ହଣ୍ଡୁରାସ ଶରଣାର୍ଥୀ

ଆମେରିକା ମୁହାଁ ହଣ୍ଡୁରାସ ଶରଣାର୍ଥୀ

ଓ୍ବାଶିଂଟନ୍‌,୨୨।୧୦: ହଣ୍ଡୁରାସରୁ ଆସୁଥିବା ହଜାର ହଜାର ଶରଣାର୍ଥୀ ରବିବାର ନଦୀ ପାର ହୋଇ ଆମେରିକାରେ ପ୍ରବେଶ କରିଛନ୍ତି। ଏପଟେ ଏମାନଙ୍କୁ ରୋକିବା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ।

ଆସୁଛି ଆଉ ଏକ ପ୍ରଳୟଙ୍କରୀ ତୋଫାନ

ଆସୁଛି ଆଉ ଏକ ପ୍ରଳୟଙ୍କରୀ ତୋଫାନ

ମେକ୍ସିକୋ ସିଟି,୨୨।୧୦: ତୋଫାନ ‘ଓ୍ବିଲା’ ଏବେ କାଟାଗୋରୀ ୩ରୁ କାଟାଗୋରୀ ୪ରେ ପରିଣତ ହୋଇଛି। ଏହା ମଧ୍ୟ ମେକ୍ସିକୋରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। 

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ଭାରତ ବିରୋଧରେ ‘ଓ୍ବାଟର ବମ୍‌’ ପ୍ରୟୋଗ କରୁଛି ଚାଇନା

ନୂଆଦିଲ୍ଲୀ/ବେଜିଂ,୨୨।୧୦: ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପାଇଁ ଚାଇନା ଓ୍ବାଟର ବମ୍‌ ଯୋଜନା ପ୍ରସ୍ତୁତ କରିଛି। ସମ୍ପ୍ରତି ପ୍ରତି ସେକେଣ୍ଡରେ ବ୍ରହ୍ମପୁତ୍ର ନଦୀରେ ୧୮ ହଜାର କ୍ୟୁସେକ୍‌ ଜଳ ଛଡ଼ାଯାଉଛି।

ଆଫଗାନିସ୍ତାନରେ ବିସ୍ଫୋରଣ: ୧୧ ମୃତ

ଆଫଗାନିସ୍ତାନରେ ବିସ୍ଫୋରଣ: ୧୧ ମୃତ

କାବୁଲ,୨୧।୧୦: ବହୁଦିନ ପରେ ଆଫଗାନିସ୍ତାନରେ ନିର୍ବାଚନ ଆୟୋଜିତ ହୋଇଥିବା ବେଳେ ଏଠାକାର ପରିସ୍ଥିତି ଅଶାନ୍ତ ହୋଇ ପଡିଛି। ଶନିବାର ନିର୍ବାଚନ ସମୟରେ ବିସ୍ଫୋରଣ ହୋଇଥିବା ଖବର ଆସିଥିବା ବେଳେ ରବିବାର ମଧ୍ୟ ଏହାର ପୁନରାବୃତ୍ତି ହୋଇଛି। 

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ବେଜିଂ,୨୧।୧୦: ଚାଇନା-ହଂକଂକୁ ଯୋଡୁଥିବା ବିଶ୍ୱର ସର୍ବବୃହତ୍ତ ସାମୁଦ୍ରିକ ପୋଲ ହଂକଂ-ଜୁହାଇ-ମକାଓକୁ ସାଧାରଣ ଯାତ୍ରୀଙ୍କ ପାଇଁ ଆସନ୍ତା ବୁଧବାର ଅର୍ଥାତ୍‌ ଅକ୍ଟୋବର ୨୪ ତାରିଖରେ ଖୋଲି ଦିଆଯିବ ବୋଲି ସୂଚନା ମିଳିଛି।

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

ବୋଷ୍ଟନ,୨୧।୧୦: ଚନ୍ଦ୍ରରୁ ପୃଥିବୀକୁ ଖସି ଥିବା ଉଲକାପିଣ୍ଡ ପଥର ୪୫୦ ଲକ୍ଷ ୩ ହଜାର ୪ ଶହ ୩୭ ଟଙ୍କାରେ ବିକ୍ରି ହୋଇଛି।