
ଓ୍ବାଶିଂଟନ,୨୧।୧୨: ୟେମେନ୍ର ଅଲ୍-କାଇଦା ଓ ଆଇଏସ୍ ଆତଙ୍କବାଦୀ ଶିବିର ଉପରେ ଆମେରିକା ୨୦୧୭ରେ ୧୨୦ଥର ବୋମାମାଡ଼ କରିଛି ବୋଲି ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି। ଆରବିଆନ୍ ଉପକୂଳ କ୍ଷେତ୍ରରେ ଥିବା ଅଲ୍-କାଇଦା ଶିବିର ଉପରେ ଆମେରିକା ଯୁଦ୍ଧ ବିମାନ ଅନେକ ଥର ବୋମା ବର୍ଷା କରିଛି ବୋଲି ପେଣ୍ଟାଗନ ସୂଚିତ କରିଛି। ଗତ ଅକ୍ଟୋବର ଠାରୁ ଆମେରିକା ପକ୍ଷରୁ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ଦୁଇଗୁଣା କରାଯାଇଛି। ଆତଙ୍କବାଦର ବିଲୋପ ପାଇଁ ଆମେରିକା ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ବୋଲି ପେଣ୍ଟାଗନ କହିଛି।