ମେଟ୍ରୋ |

ଟ୍ୟାଙ୍କରରୁ ତେଲ ଚୋରି ର଼୍ୟାକେଟ୍‌ ଠାବ: ୯ ଧରାପଡ଼ିଲେ

ଟ୍ୟାଙ୍କରରୁ ତେଲ ଚୋରି ର଼୍ୟାକେଟ୍‌ ଠାବ: ୯ ଧରାପଡ଼ିଲେ
ଜଟଣୀ, ୨୨।୧୨(ଡି.ଏନ୍‌.ଏ)-ଜଟଣୀସ୍ଥିତ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ୍‌ ଲିମିଟେଡ୍‌(ଆଇଓସିଏଲ୍‌) ଡିପୋରୁ ବିଭିନ୍ନ ସ୍ଥାନକୁ ଟ୍ୟାଙ୍କର ମାଧ୍ୟମରେ ଚାଲାଣ ହେଉଥିବା ତେଲ ଚୋରି ର଼୍ୟାକେଟ୍‌କୁ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି)ଶୁକ୍ରବାର ସନ୍ଧ୍ୟାରେ ଠାବ କରିଛି। କ୍ୟୁଏଟିର ସବ୍‌ ଇନ୍ସପେକ୍ଟର ଦୀପକ ଲେଙ୍କାଙ୍କ ନେତୃତ୍ୱରେ ଅତର୍କିତ ଭାବେ ଏହି ଚଢ଼ାଉ କରାଯାଇଥିଲା। ଟ୍ୟାଙ୍କରରୁ ଚୋରାରେ ତେଲ କାଢୁଥିବା ୯ ଜଣଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ଦୁଇଟି ତେଲ ଟ୍ୟାଙ୍କର, ୨୦ ତେଲ ଭରା ଜାର୍‌କିନ୍‌ ଓ ୨ଟି ସ୍କୁଟର ଜବତ କରାଯାଇଛି। ଗୋଟିଏ ଡିଜେଲ ଟ୍ୟାଙ୍କର(ନଂ. ଓଆର୦୯ଜି୧୬୨୩)ହୋଇଥିବାବେଳେ ଅନ୍ୟଟି ପିଡିଏସ୍‌ କିରୋସିନ ଟ୍ୟାଙ୍କର ଓଆର୦୨ବିଟି ୪୫୩୧) ବୋଲି ବୋଲି ଜଣାପଡିଛି। ପିଡିଏସ୍‌ କିରୋସିନ ଟ୍ୟାଙ୍କର ଗୋପ ଅଞ୍ଚଳକୁ ଯାଇଥାନ୍ତା। ଆଶ୍ଚର୍ଯ୍ୟର ଘଟଣା ଆଇଓସିଏଲ୍‌ ଡିପୋ ମୁଖ୍ୟ ଗେଟ୍‌ ବାହାରର କିଛି ଦୂରରେ ଏହି ତେଲ ଚୋରି ହେଉଥିଲା। ଏହା ଦୀର୍ଘବର୍ଷ ଧରି ଚାଲି ଆସୁଥିବା ସୂଚନା ମିଳିଛି। କେତେଜଣ ମାଫିଆଙ୍କ ଦ୍ୱାରା ଏହା ଚାଲିଥିଲା। ଦୀର୍ଘଦିନ ହେବ ଚାଲିଥିବା ଏହି ଚୋରି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ଆଇଓସିଏଲ୍‌ କର୍ତ୍ତୃପକ୍ଷଙ୍କ ନଜରରେ ଥିଲା କି ନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୈନିକ ଶହଶହ ଲିଟର ଡିଜେଲ, ପେଟ୍ରୋଲ ଓ ପିଡିଏସ୍‌ କିରୋସିନ ଚୋରି ହେଉଥିବା ଏହି ସୂତ୍ରରୁ ଜଣାପଡ଼ିଛି। ବିଭିନ୍ନ ସ୍ଥାନକୁ ଯିବାକୁ ଡିପୋରୁ ତେଲଭରା ଟ୍ୟାଙ୍କର ବାହାରିବା ପରେ ରହିଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଗୁପ୍ତରେ ତେଲ କଢ଼ାଯାଇଥାଏ। ଶୁକ୍ରବାର ସନ୍ଧ୍ୟାରେ କ୍ୟୁଏଟି ଚଢ଼ାଉ ସମୟରେ ଧରାପଡ଼ିଥିବା ୧୨ ହଜାର ଲିଟର ଭରା ଦୁଇ ଟ୍ୟାଙ୍କରର ତଳେ ଥିବା ଭେଲ୍‌ ବକ୍ସରେ ପଡ଼ିଥିବା ଲକ୍‌ ଖୋଲି ତେଲ କଢ଼ା ଯାଉଥିଲା। ଭଲ୍‌ବ ବକ୍ସ ଖୋଲି ପୁନଃ କିପରି ଏହାର ଲକ୍‌ କରୁଥିଲେ ଓ ଯେତିକି ଲିଟର କାଢୁଥିଲେ ତା’ର କିପରି ଡେନ୍‌ସିଟି ଠିକ୍‌ ରଖୁଥିଲେ ତାହା ତଦନ୍ତ ସାପେକ୍ଷ। ତେଲ ଚୋରି ପାଇଁ ମାଫିଆମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଥିବା ଜାଣିବାକୁ ମିଳିଛି। ଧରାପଡ଼ିଥିବା ୯ ଜଣଙ୍କ ମଧ୍ୟରେ ଟ୍ୟାଙ୍କର ଡ୍ରାଇଭର ଥିବା ଜଣାପଡ଼ିଛି। ଜଟଣୀ ଥାନା ଇନ୍ସପେକ୍ଟର ସଞ୍ଜୀବ ମହାନ୍ତି ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସହାୟତା କରିଥିଲେ। ଏ ନେଇ ନଂ. ୪୮୪/୧୭ରେ ମାମଲା ରୁଜୁ ହୋଇଛି।
All Right Reserved By

ମେଟ୍ରୋ |

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କାକଟପୁର, ୨୨।୧୦(ଡି.ଏନ.ଏ.): ଅସ୍ତରଙ୍ଗ ଉପକୂଳର ଡାଳୁଅକଣି ଝାଉଁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

କରମଙ୍ଗା ଗଛରେ ଜଗନ୍ନାଥ

କରମଙ୍ଗା ଗଛରେ ଜଗନ୍ନାଥ

ଫୁଲନଖରା, ୨୨।୧୦(ଡି.ଏନ.ଏ.): ବ୍ରାହ୍ମଣ ଝରିଲୋ ନର ନାରାୟଣ ମଠରେ ଥିବା ଏକ କରମଙ୍ଗା ଗଛରେ ଜଗନ୍ନାଥ ଙ୍କ ମୂର୍ତ୍ତି ସଦୃଶ ଏକ ଆକୃତି ଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା: ପ୍ରେମିକାଙ୍କୁ ନେଇ ସ୍ବାମୀ-ସ୍ତ୍ରୀ ହାତାହାତି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ)- ପରକୀୟା ପ୍ରୀତିକୁ କେନ୍ଦ୍ରକରି ରବିବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି।

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

କମୁଛି ଚିଲିକା ମାଛ ଉତ୍ପାଦନ: ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ାଉଛି ଦର

ଖୋର୍ଦ୍ଧା ଅଫିସ,୨୨।୧୦: ସରୁଜାଲ ପକାଇ ସବୁବେଳେ ମାଛ ଯାଅଁାଳ ଧରିବା ଦ୍ୱାରା ଚିଲିକାରେ ମାଛ, ଚିଙ୍ଗୁଡି ଓ କଙ୍କଡା ଉତ୍ପାଦନ କମିବାରେ ଲାଗିଛି। ଫଳରେ ସମୁଦ୍ରରୁ ଆସୁଥିବା ମାଛ ଚିଲିକାକୁ ନ ଆସି  ମୁହାଣ ନିକଟରେ ଅଟକି ରହି ଯାଉଛନ୍ତି।

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ସରକାରୀ ମେଡିକାଲ କଲେଜ: ଆସନ୍ତା ଶିକ୍ଷାବର୍ଷରୁ ପାଠପଢ଼ା ହେବାନେଇ ଅନିଶ୍ଚିତତା

ପୁରୀ ଅଫିସ,୨୨।୧୦ : ପୁରୀ ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବାନେଇ ସମୟ ଗଡ଼ି ଚାଲିଛି। ନିର୍ମାଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଆହୁରି ୨୦ ପ୍ରତିଶତ ବାକି ରହିଛି। 

୫୯ତମ ପୋଲିସ ଶହୀଦ ଦିବସ: ‘ଶହୀଦଙ୍କ ନିଷ୍ଠାପର ତ୍ୟାଗ ପ୍ରେରଣାର ଉତ୍ସ’

ପୁରୀ ଅଫିସ,୨୧ା୧୦ : ଶହୀଦଙ୍କ ନିଷ୍ଠା ଓ ତ୍ୟାଗ ଆମ ପାଇଁ ପ୍ରେରଣାର ଉତ୍ସ। ଦେଶ ମାତୃକା ଲାଗି ବଳିଦାନ ଦେଇଥିବା ଶହୀଦମାନେ ହେଉଛନ୍ତି ଦେଶର ଆଦର୍ଶ। 

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ହିଂସା : ଗିରଫ ସଂଖ୍ୟା ୮୬ ଟପିଲା

ପୁରୀ ଅଫିସ,୨୨।୧୦ : ପୁରୀ ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୮୬ଜଣ ଗିରଫ ହୋଇଛନ୍ତି। ଏଥିମଧ୍ୟରେ ସିଂହଦ୍ୱାର ଥାନା ପକ୍ଷରୁ ୪୫ ଓ ଟାଉନଥାନା ପୋଲିସ ୪୧ଜଣଙ୍କୁ ଗିରଫ କରିଥିବା ଏସ୍‌ପି ଡା.ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

୨୪ରୁ କୁମାର ଉତ୍ସବ: ନୃତ୍ୟ, ଗୀତରେ ଝୁମିବ ପୁରୀ ସହର

ପୁରୀ ଅଫିସ,୨୨।୧୦: ଆସନ୍ତା ୨୪ ତାରିଖରେ କୁମାର ପୂର୍ଣ୍ଣିମା। ଓଡ଼ିଶାର ଏହି ବିଶେଷ ପର୍ବ ଉପଲକ୍ଷେ  ପୁରୀର ବଡ଼ଦାଣ୍ଡ, ବେଳାଭୂମି ସମେତ ବିଭିନ୍ନ ସ୍ଥାନରେ କୁମାର ଉତ୍ସବ ବେଶ୍‌ ଧୁମ୍‌ଧାମରେ ଅନୁଷ୍ଠିତ ହେବ। 

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ଉଦ୍ଧାର ବେଳେ ଫରେଷ୍ଟରଙ୍କୁ ଚୋଟ ମାରିଲା ନାଗ

ପୁରୀ ଅଫିସ,୨୨।୧୦: ପୁରୀ ସହର ଉପକଣ୍ଠ ଛଇତନା ନିକଟ ପୁଟୁପଡ଼ା ଗଁାର ଜଣେ ବ୍ୟକ୍ତି ଗାଈଗୋରୁ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଜମି ଚାରିପଟେ ଜାଲ ଘେରାଇଥିଲେ।

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ଦାଦାବଟି ନେଇ ଅଭିଯୋଗ କରିବାରୁ ଥାନା ନିକଟରେ ସିରିଜ ବୋମାମାଡ଼

ପୁରୀ ଅଫିସ, ୨୨।୧୦ : ଦାଦା ବଟିକୁ ନେଇ ଥାନାରେ ଅଭିଯୋଗ କରିବାରୁ ଦୁର୍ବୃତ୍ତମାନେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ମଙ୍ଗଳା ବସ୍ତିରେ ପଶି ଆତଙ୍କ ଖେଳାଇଛନ୍ତି। 

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

କୋଣାର୍କ,୨୧।୧୦(ଡି.ଏନ୍‌.ଏ.): କାକଟପୁର  ନିିର୍ବାଚନ ମଣ୍ଡଳୀ ଅଧୀନ କୋଣାର୍କ ଏନ୍‌ଏସିରେ ବିଜୁ ଜନତା ଦଳ ପକ୍ଷରୁ ରବିବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ଭିତ୍ତିଭୂମିର ପୁନଃସ୍ଥାପନା ଜାରି, ୨୦୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ)-ତିତ୍‌ଲି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦକ୍ଷିଣ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମିକୁ ଯୁଦ୍ଧକାଳୀନ ଭିତ୍ତିରେ ସଜାଡିବା ପାଇଁ ଶକ୍ତି ବିଭାଗ ଉଦ୍ୟମ ଅବ୍ୟାହତ ରଖିଛି। ଯେଉଁଭଳି ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ସାଧାରଣ ଭାବେ ତାହାର ପୁନରୁଦ୍ଧାର ପାଇଁ ୬ ମାସ ସମୟ ଲାଗିଥାନ୍ତା।