ମେଟ୍ରୋ |

୩ ନର୍ସ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

୩ ନର୍ସ ଅସୁସ୍ଥ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): ୧୦ ଦଫା ଦାବି ନେଇ ଚାଲୁ ରହିଥିବା ଷ୍ଟାଫନର୍ସଙ୍କ ଧାରଣା ଗୁରୁବାର ୪ର୍ଥ ଦିନରେ ପହଞ୍ଚିଛି। ଧାରଣା ସମୟରେ ୩ ନର୍ସ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଷ୍ଟାଫନର୍ସଙ୍କ ଏକ ପ୍ରତିନିଧି କମିଟି ସ୍ବାସ୍ଥ ଓ ପରିବାର କଲା୍ୟାଣ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଆଲୋଚନା କରିଛନ୍ତି। ଚାକିରିରେ ନିୟମିତ କରିବା ଓ ଦରମା ବୃଦ୍ଧି ଭଳି ଅନ୍ୟାନ୍ୟ ଦାବି ନେଇ ନର୍ସମାନେ ଧାରଣା ଅବ୍ୟାହତ ରଖିଛନ୍ତି।

All Right Reserved By

ମେଟ୍ରୋ |

ବଢୁଛି ମହାନଦୀର ଜଳସ୍ତର

ବଢୁଛି ମହାନଦୀର ଜଳସ୍ତର

କଟକ ଅଫିସ, ୨୩।୭: ହୀରାକୁଦ ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀର ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଠାକୁରଙ୍କୁ ଚୁଡ଼ାଘଷା ଭୋଗ

ଠାକୁରଙ୍କୁ ଚୁଡ଼ାଘଷା ଭୋଗ

ପୁରୀ ଅଫିସ,୨୩।୭: ହରିଶୟନ ଏକାଦଶୀ ଅବସରରେ ସୋମବାର ରଥ ନିକଟରେ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ଭିଡ଼ ଭିତରେ ଶ୍ରଦ୍ଧାଳୁମାନେ ରଥ ପଛ ପାର୍ଶ୍ୱ ବଡ଼ଦାଣ୍ଡରେ ବସି ନଡ଼ିଆ ଭାଙ୍ଗି ଚୁଡାଘଷା ପ୍ରସ୍ତୁତ କରିଥିଲେ।

ସୁନାବେଶ ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ

ସୁନାବେଶ ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ

ପୁରୀ ଅଫିସ,୨୩।୭: ଜନ୍ମବେଦିରୁ ବାହୁଡ଼ି ଏବେ ସିଂହଦ୍ୱାରରେ ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।

ମାଟିତୋଟାର ୩ଶହ ପରିବାର ଏବେବି ଜଳବନ୍ଦୀ

ମାଟିତୋଟାର ୩ଶହ ପରିବାର ଏବେବି ଜଳବନ୍ଦୀ

ପୁରୀ ଅଫିସ୍‌,୨୩।୭: ଲଗାଣ ବର୍ଷା ଛାଡି ଯାଇଥିଲେ ହେଁ ପୁରୀ ସହରର ତଳିଆ ଅଞ୍ଚଳରୁ ପାଣି ଛାଡିବାର ନାଁ ଧରୁନି। ସହର ଉପକଣ୍ଠ ମାଟିତୋଟା ମଙ୍ଗଳା ମନ୍ଦିର ୫ମ ଲେନ୍‌, ୪ର୍ଥ ଲେନ୍‌ ଏବଂ ସୁଜାତା ନଗର ଏବେବି ପାଣି ଘେରରେ ରହିଛି।

ମାଉସୀ ଘର ପୋଡ଼ପିଠା ଖାଇଲେ ଠାକୁର , ସମାନ୍ତରାଳ ଭାବେ ହେଲା ସମର୍ପଣ

ମାଉସୀ ଘର ପୋଡ଼ପିଠା ଖାଇଲେ ଠାକୁର , ସମାନ୍ତରାଳ ଭାବେ ହେଲା ସମର୍ପଣ

ପୁରୀ ଅଫିସ,୨୩ା୭: ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡିବା ବେଳେ ବାଟରେ ଅଟକି ମାଉସୀ ଘର ପୋଡ଼ପିଠା ଖାଇଛନ୍ତି ଠାକୁର। ପ୍ରଥମେ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚତ୍ବା ପରେ ବଡ଼ଠାକୁରଙ୍କୁ ପୋଡ଼ପିଠା ସମର୍ପଣ କରାଯାଇଥିଲା।

ଆଜି ସୁନାବେଶ

ଆଜି ସୁନାବେଶ

ପୁରୀ ଅଫିସ, ୨୩ା୭: ସୋମବାର ଆଷାଢ ଶୁକ୍ଳ ହରିଶୟନ ଏକାଦଶୀ। ରଥାରୂଢ ଚତୁର୍ଦ୍ଧା ବିଗ୍ରହଙ୍କ ଅନୁଷ୍ଠିତ ହେବ ସୁନାବେଶ। ରତ୍ନ ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ। ତିନିରଥ ସିଂହଦ୍ୱାରରେ ପ୍ରସ୍ତୁତ ରହିଥିବାବେଳେ ସୁନାବେଶ ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ବାହୁଡ଼ିଲେ ଚତୁର୍ଦ୍ଧା ବିଗ୍ରହ

ବାହୁଡ଼ିଲେ ଚତୁର୍ଦ୍ଧା ବିଗ୍ରହ

ପୁରୀ ଅଫିସ, ୨୩ା୭: ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଜନ୍ମବେଦିରେ ଲୀଳା ସାରି ରବିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧା ବିଗ୍ରହ। ସିଂହଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ହରିବୋଲ, ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ବାହୁଡା ନୀତିକାନ୍ତି ଓ ପହଣ୍ଡି ବି ସଅଳ ହୋଇଥିଲା।

କମଳା ନେହେରୁ କଲେଜ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ , କ୍ଲିକ୍‌ କଲେ ଆସୁଛି ପର୍ନ ସାଇଟ୍‌

ଭୁବନେଶ୍ୱର,୨୩।୭(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ କମଳା ନେହେରୁ ମହିଳା କଲେଜର ଅଫିସିଆଲ ଓ୍ବେବ୍‌ ସାଇଟ୍‌ ହ୍ୟାକ୍‌ ହୋଇଛି। ହ୍ୟାକ୍‌ର ଜଣକ ନିଜକୁ ଡିଆଇକି୪ଏଚ୍‌୪ଏନ୍‌ଜେଡ୍‌ ବୋଲି ଲେଖିଛି। ଏହାସହ ହ୍ୟାକ୍‌ର ସ୍କ୍ରିନ୍‌ରେ ଏକ ଜୋକର ଫଟୋ ରଖିଛନ୍ତି।

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ମହାପ୍ରଭୁଙ୍କୁ ଭେଟିଲେ ଲକ୍ଷ୍ମୀ ଠାକୁରାଣୀ: ଭେଟ କରାଇଲେ ଗଜପତି

ପୁରୀ ଅଫିସ,୨୨ା୭: ଜନ୍ମବେଦୀରେ ଲୀଳାଖେଳା ସାରି ଭାଇ ଭଉଣୀକୁ ସାଥୀରେ ଧରି ସିଂହଦ୍ୱାର ଅଭିମୁଖେ ଯାଉଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟସ୍ଥ ଚାହାଣି ମଣ୍ଡପରେ ରହି ସ୍ବାମୀ ଆସୁଥିବା ବାଟକୁ ଚାହିଁ ରହିଥିଲେ ମହାଲକ୍ଷ୍ମୀ ।

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ସଅଳ ବାହୁଡ଼ିଲେ ମହାପ୍ରଭୁ: ସିଂହଦ୍ୱାରରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ,୨୨ା୭: ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଶେଷ ହୋଇଛି। ସିଂହଦ୍ୱାରରେ ପହଞ୍ଚତ୍ଛନ୍ତି ତିନିରଥ। ବାହୁଡା ନୀତିକାନ୍ତି ଓ ପହଣ୍ଡି ବି ସଅଳ ହୋଇଥିଲା। ନିର୍ଘଣ୍ଟ ସମୟର ପ୍ରାୟ ଅଢେଇ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ରଥଟଣା। ସିଂହଦ୍ୱାରରେ ପହଞ୍ଚତ୍ଥିବା ଚତୁର୍ଦ୍ଧାବିଗ୍ରହ ସୋମବାର ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ତେବେ ଚଳିତ ବର୍ଷର ବାହୁଡା ଯାତ୍ରାର ସଅଳ ପହଣ୍ଡି ଓ ରଥଟଣା ଏକ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି ।

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ସାମ୍ପ୍ରତିକ ଲଗାଣ ବର୍ଷା ସତ୍ତ୍ୱେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଲଗାଣ ବର୍ଷାରେ ହନ୍ତସନ୍ତ ନନ୍ଦନକାନନ ଜୀବଜନ୍ତୁ, ଏନ୍‌କ୍ଲୋଜରରେ ପଶିଲା ପାଣି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏପରି ସ୍ଥିତିରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଜୀବଜନ୍ତୁ ବି ବାଦ ପଡ଼ୁନାହାନ୍ତି। ଏହି କ୍ରମରେ ନନ୍ଦନକାନନର ହାଲ ବେହାଲ୍‌ ହୋଇଛି। ବଟାନିକାଲ୍‌ ଗାର୍ଡେନ୍‌କୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଥିବା ବେଳେ ବିଭିନ୍ନ ଏନ୍‌କ୍ଲୋଜର ମଧ୍ୟରେ ପାଣି ପଶିଛି। ଏଣୁ ଜନ୍ତୁମାନେ ହନ୍ତସନ୍ତ ହେଉଛନ୍ତି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ