ମେଟ୍ରୋ |

ଜାତୀୟସ୍ତରୀୟ ବୈଜ୍ଞାନିକ ସମ୍ମିଳନୀ ଉଦ୍‌ଘାଟିତ

ଜାତୀୟସ୍ତରୀୟ ବୈଜ୍ଞାନିକ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ଓୟୁଏଟିର ଭେଟେରିନାରି କଲେଜ ଆନାଟୋମି ବିଜ୍ଞାନ ଆନୁକୂଲ୍ୟରେ ଏକ ଜାତୀୟସ୍ତରୀୟ ବୈଜ୍ଞାନିକ ସମ୍ମିଳନୀ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ୩ ଦିନିଆ ସମ୍ମିଳନୀରେ ଭାରତର ୪ଟି ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା, ୪୦ଟି ଗବେଷଣା ପ୍ରତିଷ୍ଠାନରୁ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ବୈଜ୍ଞାନିକ ଯୋଗଦେବେ।
ସମ୍ମିଳନୀରେ ପଶୁପକ୍ଷୀ, ବନ୍ୟପ୍ରାଣୀ, ସରୀସୃପଙ୍କୁ ନ ମାରି ଜୀବେଦୟା ପୂର୍ବକ କମ୍ପ୍ୟୁଟରୀକରଣ କରି ସେମାନଙ୍କ ଶିରା ପ୍ରଶିରା, ହୃଦୟ ଭଳି ମୁଖ୍ୟ ଅଙ୍ଗ ସମ୍ପର୍କରେ କିପରି ଶିକ୍ଷା ଓ ଗବେଷଣା କରାଯାଇ ପାରିବ ସେ ନେଇ ବିସ୍ତୃତ ଆଲୋଚନା କରାଯିବ।

All Right Reserved By

ମେଟ୍ରୋ |

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ: ପାଣିରେ ପଡ଼ିବ ୮ଲକ୍ଷ ଟଙ୍କା

କାଳିଆପାଣି,୨୩।୬(ଡିଏନଏ)- ଖଣି ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ସମ୍ପଦ ପାଣ୍ଠିରେ ନିର୍ମାଣ ହେଉଛି ଘାଗିଆସାହିଠାରୁ ଚିରୁଗୁଣିଆଁ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା। ମାତ୍ର ଏହି ରାସ୍ତା କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ଗୋପ,୨୩।୬(ଡି.ଏନ୍‌.ଏ.): ଗୋପ ଥାନା ଅଧୀନ ଡଭାର ଗ୍ରାମରେ ଶନିବାର ଭୋରରୁ ସେହି ଗ୍ରାମର ନିରଞ୍ଜନ ବାରିକ(୩୬) ବିଦ୍ୟୁତ୍‌ କରେଣ୍ଟ ଲାଗି ମତ୍ୟୁବରଣ କରିଥିବା ଗୋପ ଡାକ୍ତରଖାନା ପକ୍ଷରୁ ଜଣା ପଡିଛି।

ଲାଇଫ୍‌ ଜ୍ୟାକେଟ ନ ପିନ୍ଧିଲେ ବୋଟ୍‌କୁ ଚଢ଼ିବା ମନା

ଲାଇଫ୍‌ ଜ୍ୟାକେଟ ନ ପିନ୍ଧିଲେ ବୋଟ୍‌କୁ ଚଢ଼ିବା ମନା

ପୁରୀ ଅଫିସ, ୨୩ା୬: ଚିଲିକାରେ ଡଙ୍ଗାବୁଡ଼ି ପରେ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଇଛି ପୁରୀ ଜିଲା ପ୍ରଶାସନ। ଏଣିକି ଚିଲିକା ଭିତରକୁ ବୁଲିବାକୁ ହେଉ କିମ୍ବା ବୋଟିଂ ପାଇଁ ଯାଉଥିବା ପର୍ଯ୍ୟଟକ ଲାଇଫ୍‌ ଜ୍ୟାକେଟ ପିନ୍ଧିବାକୁ ବାଧ୍ୟ। ଲାଇଫ୍‌ ଜ୍ୟାକେଟ୍‌ ନ ପିନ୍ଧିଲେ ସେମାନେ ବୋଟ୍‌କୁ ଚଢିପାରିବେ ନାହିଁ।

ହକିକୁ ଜାତୀୟ କ୍ରୀଡ଼ା ମାନ୍ୟତା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇଲା ପୁରୀ ଜିଲା କ୍ରୀଡ଼ା ସଂସଦ

ହକିକୁ ଜାତୀୟ କ୍ରୀଡ଼ା ମାନ୍ୟତା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପଠାଇଲା ପୁରୀ ଜିଲା କ୍ରୀଡ଼ା ସଂସଦ

ପୁରୀ ଅଫିସ, ୨୩ା୬: ହକିକୁ ସରକାରୀସ୍ତରରେ ଜାତୀୟ କ୍ରୀଡ଼ାର ମାନ୍ୟତା ଦେବା ପାଇଁ ଗତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ। ଏହାକୁ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ମନା କରିଦେଇଛନ୍ତି।

ତିଆରି ହେଲା ପାରାଭାଡ଼ି

ତିଆରି ହେଲା ପାରାଭାଡ଼ି

ପୁରୀ ଅଫିସ,୨୩ା୬: ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ଚଳିତବର୍ଷ ଯୋଡ଼ା ଜ୍ୟେଷ୍ଠ ପଡିଥିବାରୁ କାମ ଆଗୁଆ ରହିଛି। ସ୍ନାନ ପୂର୍ଣ୍ଣିମା ଆହୁରି ୬ ଦିନ ଥିବା ବେଳେ ରଥରେ ତୃତୀୟ ଭୂଇଁ ଉଠି ପ୍ରଥମ ପରସ୍ତ ପୋଟଳ ବା ବଡ଼ଥଳି ପୋଟଳ ଉଠିସାରିଲାଣି।

‘ସ୍ବପ୍ନ, ପ୍ରେମରୁ ବାହାରି ସମାଜର ନିଚ୍ଛକ ଚିତ୍ର ଦେଖନ୍ତୁ’

ଭୁବନେଶ୍ୱର,୨୨।୬(ବ୍ୟୁରୋ)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଏକ ଛୋଟ ଗଁ। ବାଙ୍ଗିପଦରରେ ଜନ୍ମିତ ଯୁବ ସାହିତି୍ୟକ ଜୟଦ୍ରଥ ସୁନା, ଯାହାଙ୍କ ସାହିତ୍ୟ ସୃଷ୍ଟି ଆଜି ସାରା ଭାରତରେ ପହଞ୍ଚିଛି। ପ୍ରଥମ କବିତା ପୁସ୍ତକରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିବା ଜୟଦ୍ରଥଙ୍କ ରଚନାକୁ ମିଳିଛି ପାଠକୀୟ ସ୍ବୀକୃତି।

ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ:ପ୍ରଥମ ଦିନରେ ପରୀକ୍ଷା ଦେଲେ ୨୬୬୪୩ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୩ା୬(ବ୍ୟୁରୋ)- ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପରୀକ୍ଷା ପାଇଁ ରାଜ୍ୟରେ ୧୦୦ କେନ୍ଦ୍ର କରାଯାଇଛି।

ଥାନାରୁ ନିରାଶ ହୋଇ ଡିସିପିଙ୍କୁ ଭେଟିଲେ ପରିବାର

ଭୁବନେଶ୍ୱର, ୨୩।୬(ବ୍ୟୁରୋ)- ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ତାରିଣୀ ବସ୍ତିରେ ସନ୍ନ୍ୟାସୀ ସ୍ବାଇଁଙ୍କୁ ରାତି ଅଧରେ ଘରେ ପଶି ୩ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ହତ୍ୟା କଲେ। ଏହି ଘଟଣାକୁ ୨ମାସରୁ ଅଧିକ ବିତିଲାଣି। ନ୍ୟାୟ ପାଇଁ ପରିବାର ଲୋକେ ଥାନାକୁ ଦୌଡୁଥିଲେ ମଧ୍ୟ ପୋଲିସ ସେମାନଙ୍କ କଥା ଶୁଣିନି।

୫ଜଣଙ୍କୁ ଅର୍ପଣ ସମ୍ମାନ

୫ଜଣଙ୍କୁ ଅର୍ପଣ ସମ୍ମାନ

ଭୁବନେଶ୍ୱର, ୨୩।୬(ବ୍ୟୁରୋ)- ଅର୍ପଣ କଲଚରାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠାନର ୪ର୍ଥ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅର୍ପଣ ସମ୍ମାନ-୨୦୧୮ ସହ ବନ୍ଦେ ଉତ୍କଳ ଜନନୀ ଓ ଉପଶାସ୍ତ୍ରୀୟ ଚଳଚ୍ଚିତ୍ର ସଙ୍ଗୀତ ସନ୍ଧ୍ୟା ସମାରୋହ ଅନୁଷ୍ଠିତ ହୋଇଥିଲା।

ଚିର୍ଗାଲଟଲା ବସ୍ତିରୁ ୨ ଶିଶୁ ନିଖୋଜ ଘଟଣା:ଓଏଚ୍‌ଆର୍‌ସିରେ ମାନବାଧିକାର କର୍ମୀଙ୍କ ପିଟିଶନ

ଭୁବନେଶ୍ୱର, ୨୩।୬(ବ୍ୟୁରୋ)- ଇନ୍‌ଫୋସିଟି ଥାନା ଚିର୍ଗାଲଟଲା ବସ୍ତିରୁ ୨ ଶିଶୁ ନିଖୋଜ ହେବା ଘଟଣାରେ ଅଡୁଆରେ ପଡିଛି ପୋଲିସ। ପୋଲିସ ଦୁଇ ଶିଶୁଙ୍କୁ ଖୋଜିବାରେ ବିଫଳ ହୋଇଛି। ଏହି ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଶିଶୁଦ୍ୱୟଙ୍କୁ ଠାବ କରିବାରେ ବିଫଳ ହୋଇଛି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜୁଆ ଆଡ୍ଡା: ୮ ଜୁଆଡ଼ି ଗିରଫ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ)- ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ(କ୍ୟୁଏଟି) ଶୁକ୍ରବାର ସନ୍ଧ୍ୟାରେ ଚଢାଉ କରିଛି। ସେଠାରୁ ପୋଲିସ ୮ ଜୁଆଡିଙ୍କୁ ଗିରଫ କରିଥିବାବେଳେ ୪୬ ହଜାର ଟଙ୍କା, ୧୦ଟି ମୋବାଇଲ ଫୋନ୍‌ ଜବତ କରିଛି।

ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏପିଆର୍‌ ଷ୍ଟାଫ୍‌ ବଦଳିବେ

ମହିମା ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏପିଆର୍‌ ଷ୍ଟାଫ୍‌ ବଦଳିବେ

କଟକ ଅଫିସ, ୨୩।୬- ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏପିଆର ହାବିଲଦାର ଓ କନଷ୍ଟେବଳଙ୍କୁ ବଦଳି କରାଯିବ ବୋଲି କଟକ ଡିସିପି ଅଖିଳେଶ୍ୱର ସିଂ ଶୁକ୍ରବାର ସୂଚନା ଦେଇଛନ୍ତି।

Model This Week

ପ୍ରଭାତ