Dharitri News
ରାଜ୍ୟ |

ଆଖି ବୁଜିଲେ ଗଙ୍ଗା-ଯମୁନା

ଆଖି ବୁଜିଲେ ଗଙ୍ଗା-ଯମୁନା କଟକ ଅଫିସ, ୨୧।୧୨- ୨୦ ଦିନର ଜୀବନ ସଂଗ୍ରାମ ପରେ ଆଖି ବୁଜିଛନ୍ତି ଯୋଡାପେଟ ଶିଶୁ ଗଙ୍ଗା-ଯମୁନା। ବୁଧବାର ରାତି ୧ଟା ସମୟରେ ଏହି ଯମଜ ଶିଶୁଙ୍କ ମୃତ୍ୟୁ ଘଟିଛି। ହୃତ୍‌ସ୍ପନ୍ଦନରେ ସମସ୍ୟା ଯୋଗୁ ଗଙ୍ଗା-ଯମୁନାଙ୍କ ମୃତ୍ୟୁ ଘଟିଥିବା ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ କୁମାର ଶତପଥୀ କହିଛନ୍ତି। ଶତପଥୀଙ୍କ କହିବା ଅନୁଯାୟୀ, ବୁଧବାର ସନ୍ଧ୍ୟାରୁ ଶିଶୁଦ୍ୱୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଯାଇଥିଲା। ରାତି ୧୨ଟା ବେଳକୁ ହୃତ୍‌ସ୍ପନ୍ଦନର ବେଗ କମିବାରେ ଲାଗିଥିଲା। ସାଢେ ୧୨ଟାରେ ବନ୍ଦ ହୋଇଯିବା ପରେ ଡାକ୍ତରମାନେ ଚେଷ୍ଟା କରିବାରୁ ପୁନର୍ବାର ହୃତ୍‌ସ୍ପନ୍ଦନ ଆରମ୍ଭ ହୋଇଥିଲା। ମାତ୍ର ରାତି ଗୋଟାଏ ବେଳକୁ ଆଉ ଥରେ ହୃତ୍‌ସ୍ପନ୍ଦନ ବନ୍ଦ ହୋଇଯାଇଥିଲା। ବହୁ ଚେଷ୍ଟା ସତ୍ତ୍ବେ ଶିଶୁ ଦ୍ୱୟଙ୍କୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା ବୋଲି ଅଧୀକ୍ଷକ ଶତପଥୀ କହିଛନ୍ତି। ଗଙ୍ଗା-ଯମୁନାଙ୍କ ଚିକିତ୍ସା ପାଇଁ ଗଠିତ ଡାକ୍ତରୀ ଟିମ୍‌ର ମୁଖ୍ୟ ପ୍ରଫେସର ପି.କେ. ଜେନାଙ୍କ ସୂଚନା ଅନୁଯାୟୀ, ଶିଶୁଦ୍ୱୟଙ୍କ ହୃତ୍‌ପିଣ୍ଡ ଗଠନରେ ଜନ୍ମଗତ ତ୍ରୁଟି ରହିଥିଲା। ଅକ୍ସିଜେନ, ଇଞ୍ଜେକସନ ବଳରେ ହୃତ୍‌ସ୍ପନ୍ଦନକୁ ଠିକ୍‌ କରାଯିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ତାହା ସମ୍ଭବ ହୋଇ ନ ଥିଲା। ତେବେ ରାତି ଗୋଟାଏ ବେଳେ ଗଙ୍ଗା-ଯମୁନାଙ୍କ ମୃତ୍ୟୁ ପରେ ରାତାରାତି ଶିଶୁଦ୍ୱୟଙ୍କ ଶବକୁ ତାଙ୍କ ବାପା ଅଶୋକ ଦତ୍ତଙ୍କୁ ହସ୍ତାନ୍ତର କରାଯାଇଥିଲା। ଶିଶୁଭବନ ପକ୍ଷରୁ ଏକ ସ୍କର୍ପିଓ ଗାଡ଼ିରେ ଶବକୁ ନୟାଗଡ଼ ଜିଲା ହରିପାଟଣା ଗ୍ରାମକୁ ପଠାଯାଇଥିଲା। ସେଠାରେ ଶିଶୁଦ୍ୱୟଙ୍କ ଶବର ଶେଷକୃତ୍ୟ କରାଯାଇଥିବା ବାପା ଅଶୋକ ଦତ୍ତ ସୂଚନା ଦେଇଛନ୍ତି। ଗଙ୍ଗା-ଯମୁନାଙ୍କ ମୃତ୍ୟୁ ପରେ କେତେକ ପ୍ରଶ୍ନ ସାମ୍ନାକୁ ଆସିଛି। ଗଙ୍ଗା-ଯମୁନାଙ୍କ ଚିକିତ୍ସା ପାଇଁ ଶିଶୁଭବନ ପକ୍ଷରୁ ୧୨ ଜଣିଆ ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲା। ଯେହେତୁ ଏହି ଶିଶୁଦ୍ୱୟଙ୍କର ଗୋଟିଏ ହୃଦୟ ଓ ଗୋଟିଏ ଲିଭର୍‌ ରହିଥିଲା ତେଣୁ କାର୍ଡିଓଲୋଜି, ହୃଦବକ୍ଷଶଲ୍ୟ, ଗାଷ୍ଟ୍ରୋଏଣ୍ଟେରୋଲୋଜି ସର୍ଜରୀ, ଶିଶୁ ସର୍ଜରୀ ଓ ଶିଶୁରୋଗ ବିଭାଗର ଅଭିଜ୍ଞ ଡାକ୍ତରମାନଙ୍କୁ ଏହି ଟିମ୍‌ରେ ସାମିଲ କରାଯାଇଥିଲା। ହେଲେ ଗଙ୍ଗା-ଯମୁନାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ପରେ ଉକ୍ତ ଟିମ୍‌ର ଅଭିଜ୍ଞମାନଙ୍କ ଦେଖା ନ ଥିଲା। ସନ୍ଧ୍ୟା ବେଳୁ ଶିଶୁଦ୍ୱୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଆଡକୁ ଗତି କରୁଥିବା ଡାକ୍ତରମାନେ ଜାଣିଥିଲେ। ଯେହେତୁ ହୃଦ୍‌ସ୍ପନ୍ଦନରେ ଗୁରୁତର ସମସ୍ୟା ଉପୁଜିଥିଲା ତେଣୁ ଏଥିପାଇଁ ହୃଦ୍‌ବକ୍ଷଶଲ୍ୟ ବିଭାଗ ଡାକ୍ତରମାନଙ୍କ ନିତାନ୍ତ ଆବଶ୍ୟକତା ଥିଲା। ମାତ୍ର ଆଇସିୟୁ ଦାୟିତ୍ୱରେ ଥିବା କେତେଜଣ ଜୁନିୟର ଡାକ୍ତର ଓ ଶିଶୁଭବନର ଜଣେ ସହକାରୀ ପ୍ରଫେସରଙ୍କ ଦ୍ୱାରା ଏହି ଜଟିଳ ଶିଶୁଙ୍କ ଚିକିତ୍ସା କରାଯାଇଥିଲା। ଶିଶୁଦ୍ୱୟଙ୍କ ମୃତ୍ୟୁ ହେବା ପରେ ଖବରପାଇ ଅଧୀକ୍ଷକ ପ୍ରଫେସର ଶତପଥୀ ଶିଶୁଭବନରେ ପହଞ୍ଚତ୍ ଶବ ହସ୍ତାନ୍ତର କାର୍ଯ୍ୟ ଶେଷ କରିଥିଲେ। ଏ ସମ୍ପର୍କରେ ପ୍ରଫେସର ଶତପଥୀ କୁହନ୍ତି, ୪ ଜଣ ଡାକ୍ତର ଆରମ୍ଭରୁ ଶେଷ ଉପସ୍ଥିତ ଥିଲେ। ଚିକିତ୍ସାରେ କୌଣସି ପ୍ରକାର ଅବହେଳା କି ତ୍ରୁଟି କରାଯାଇ ନାହିଁ। ସୂଚନାଥାଉକି, ନୟାଗଡ଼ ଜିଲା ହରିପାଟଣା ଗ୍ରାମର ଅଶୋକ ଦତ୍ତଙ୍କ ସ୍ତ୍ରୀ ସୁମିତ୍ରା ଗଙ୍ଗା-ଯମୁନାଙ୍କୁ ଗତ ୧ ତାରିଖରେ ଜିଲା ସଦର ମହକୁମାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଜନ୍ମ ଦେଇଥିଲେ। ସେହିଦିନ ରାତିରେ ସେମାନଙ୍କୁ ଶିଶୁଭବନ ସ୍ଥାନାନ୍ତର କରାଯାଇଥିଲା। ତେବେ ଶିଶୁଦ୍ୱୟଙ୍କ ଜନ୍ମ ପୂର୍ବରୁ ସୁମିତ୍ରାଙ୍କ ଚିକିତ୍ସାକୁ ନେଇ ମଧ୍ୟ ବିବାଦ ଉପୁଜିଛି। କାରଣ ନୟାଗଡ଼ର ଏକ ଘରୋଇ ହସ୍ପିଟାଲରେ ସୁମିତ୍ରାଙ୍କ ଗର୍ଭଧାରଣର ୫ ମାସ ଓ ୮ ମାସରେ ୨ଥର ଅଲ୍‌ଟ୍ରାସାଉଣ୍ଡ କରାଯାଇ ପିଲାଙ୍କ ଗଠନ ଠିକ୍‌ ଥିବା ଡାକ୍ତର କହିଥିଲେ। ହେଲେ ଗର୍ଭର ୯ ମାସ ପରେ ଭଞ୍ଜନଗରରେ ଅଲ୍‌ଟ୍ରାସାଉଣ୍ଡ କରାଯିବା ପରେ ସେଠାକାର ଡାକ୍ତର ଶିଶୁଦ୍ୱୟଙ୍କ ପ୍ରକୃତ ଅବସ୍ଥା ସମ୍ପର୍କରେ କହିଥିଲେ। ଏହା ପରେ ଅଶୋକ ନୟାଗଡ଼ର ଯେଉଁ ଘରୋଇ ହସ୍ପିଟାଲରେ ୨ ଥର ଅଲ୍‌ଟ୍ରାସାଉଣ୍ଡ କରାଇଥିଲେ ସେଠାରେ ଡାକ୍ତରଙ୍କୁ ପଚାରିବା ପରେ ସେମାନେ ଦ୍ୱିତୀୟ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟକୁ ଚିରି ଦେଇ ଟିକେ ଭୁଲ ଥିବା କହିଥିଲେ। ଡାକ୍ତରଙ୍କ ଭୁଲ ରିପୋର୍ଟ ପାଇଁ ମୋତେ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଲା ବୋଲି ଅଶୋକ କହିଛନ୍ତି। କାରଣ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ଥିବେ କିମ୍ବା ଜନ୍ମ ସମୟରେ ଉଭୟ ଶିଶୁ ଓ ମା’ଙ୍କ ଜୀବନ ପ୍ରତି ବିପଦ ଥିବା କଥା ଡାକ୍ତର ଜାଣନ୍ତି ତେବେ ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଭ୍ରୂଣ ନଷ୍ଟ କରିବା କୌଣସି ବେଆଇନ କାର୍ଯ୍ୟ ନୁହେଁ। ମାତ୍ର ସୁମିତ୍ରାଙ୍କ କ୍ଷେତ୍ରରେ ତାହା ହୋଇ ନ ଥିବାରୁ ସେ ଓ ତାଙ୍କ ପରିବାରବର୍ଗ ନାନା ହଇରାଣ ହେଲେ।

ରାଜ୍ୟ |

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ସର୍ବନିମ୍ନ ମଜୁରୀ, ସାମାଜିକ ସୁରକ୍ଷା ଦାବିରେ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ସାମାଜିକ ସୁରକ୍ଷା ତଥା ଅନ୍ୟାନ୍ୟ ଦାବି ନେଇ ଏଆଇଟିୟୁସି ଓ ସିଆଇଟିୟୁ କର୍ମଚାରୀଙ୍କ ପକ୍ଷରୁ ବୁଧବାର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ମହାନଦୀ ପ୍ରସଙ୍ଗରେ ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ମହାନଦୀ ପ୍ରସଙ୍ଗରେ ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ ଗୃହ କମିଟି ବୈଠକରେ ସ୍ଥିର କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ।

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ୬,୫୦୦ କୋଟି ଅନୁଦାନ ଦେବାକୁ ଦାବି

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ସାଧାରଣ ବଜେଟରେ ଓଡିଶାକୁ ରେଳବାଇ ଅନୁଦାନ ଦାବି କରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ୬ ହଜାର ୫ଶହ କୋଟିର ରେଳବାଇ ଅନୁଦାନ ଦେବାକୁ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି

ଭୁବନେଶ୍ୱର ୧୭।୧(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୂଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦୀପକ କୁମାର ବେହେରା। ବୁଧବାର ଗଭର୍ଣ୍ଣର ଡ. ଏସ୍‌. ସି ଜମିର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

୨୬ରୁ ଧାରଣାରେ ବସିବ ଶକ୍ତି  ବିଭାଗ କର୍ମଚାରୀସଂଘ

୨୬ରୁ ଧାରଣାରେ ବସିବ ଶକ୍ତି ବିଭାଗ କର୍ମଚାରୀସଂଘ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ଆସନ୍ତା ଫେବୃୟାରୀ ୨୬ ତାରିଖରୁ ଓଡ଼ିଶା ଶକ୍ତି ବିଭାଗ କର୍ମଚାରୀ ସଂଘ କ୍ରମାଗତଭାବେ ଧାରଣା ଓ ଅନଶନରେ ବସିବ। ଏନେଇ ସଂଘର ସଭାପତି ଧୋବେଇ ସାହୁ ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଡିଓ, ତହସିଲଦାର  ସ୍ତରରେ ଅଦଳବଦଳ

ବିଡିଓ, ତହସିଲଦାର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୧୭।୧(ବ୍ୟୁରୋ)- ସାରା ରାଜ୍ୟର ୬୦ଟି ବ୍ଲକ୍‌ ପାଇଁ ବ୍ଲକ୍‌ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କୁ ଅଦଳବଦଳ କରାଯାଇଛି। ମଙ୍ଗଳବାର ଏନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌  ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ: ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କର

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନ୍ତର୍ଗତ ଗଠିତ ରାଜ୍ୟ କାର୍ଯ୍ୟକାରିଣୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଶେଷହେବ ଯାତ୍ରାର ଯାତ୍ରା

ଶେଷହେବ ଯାତ୍ରାର ଯାତ୍ରା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ଆଗାମୀ ଅଗଷ୍ଟ ମାସରୁ ବନ୍ଦ ହେବକୁ ଯାଉଛି ସମସ୍ତ ଯାତ୍ରାପାର୍ଟି। ଏ ନେଇ ଯାତ୍ରା ମାଲିକ ସଂଘ ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ରଥ କାଠ ପାଇଁ ବୌଦ୍ଧ ଗଲେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୧୭।୧: ପ୍ରଥମ ଥର ପାଇଁ ବୌଦ୍ଧ ବନମଣ୍ଡଳରୁ ଆସିବ ରଥ କାଠ। ଏଥିଲାଗି ବୁଧବାର ଶ୍ରୀମନ୍ଦିର ପ୍ରଶାସନର ଏକ ୫ ଜଣିଆ ଟିମ୍‌ ବୌଦ୍ଧ ଯାତ୍ରା କରିଛନ୍ତି।

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ବମ୍ବେ ସିଏସ୍‌ଟିରୁ ହଟିଲା ବିକୃତ ପୋଷ୍ଟର

ପୁରୀ ଅଫିସ, ୧୭।୧: ବମ୍ବେର ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେଶନରେ ଲଗାଯାଇଥିଲା ବିକୃତ ପୋଷ୍ଟରକୁ ବୁଧବାର ଆଇଆରସିଟିସି ପକ୍ଷରୁ ହଟାଇ ଦିଆଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ଶ୍ରୀଜଗନ୍ନାଥ ମନ୍ଦିରର ବିକୃତ ପୋଷ୍ଟରକୁ ନେଇ ବିକ୍ଷୋଭ

ପୁରୀ ଅଫିସ, ୧୭।୧: ଭାରତୀୟ ରେଳବିଭାଗ ପକ୍ଷରୁ ଭାରତ ଦର୍ଶନ ପତ୍ରିକାରେ ଏକ ଇସ୍କନ ମନ୍ଦିରକୁ ଶ୍ରୀଜଗନ୍ନାଥ ମନ୍ଦିର ଭାବେ ଚିହ୍ନଟ କରାଯାଇଥିବା ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେବା ପକ୍ଷରୁ ଆଇଆରସିଟିସି ବିରୋଧରେ ପୁରୀ ରେଳ ଷ୍ଟେସନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ମହାକାଳପଡ଼ା, ୧୭।୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି।