ରାଜ୍ୟ |

ପରିବ୍ୟାପ୍ତ ହୋଇଛି ଓଡ଼ିଆ ସାହିତ୍ୟ: ଗାୟତ୍ରୀ ସରାଫ୍‌

ପରିବ୍ୟାପ୍ତ ହୋଇଛି ଓଡ଼ିଆ ସାହିତ୍ୟ: ଗାୟତ୍ରୀ ସରାଫ୍‌

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ)- ଓଡ଼ିଆ ସାହିତ୍ୟ ଜଗତର ଜଣେ ଲୋକପ୍ରିୟ ଚେହେରା ଗାୟତ୍ରୀ ସରାଫ୍‌, ଯାହାଙ୍କ ଗଳ୍ପ ସଙ୍କଳନ ପଢି ଜଣେ ନିଜକୁ ବି ଭୁଲିଯାଏ। ତାଙ୍କ ରଚନାରେ ରହିଥାଏ ଯାଦୁକରୀ ଶବ୍ଦ ଓ ଭାଷା ପ୍ରୟୋଗର ଏକ ଅପୂର୍ବ ସାମାହାର। କେତେବେଳେ ବାସ୍ତବ ଜୀବନର ଚିତ୍ର ତ କେତେବେଳେ ଜହ୍ନ ରାଇଜର ମନଛୁଆଁ କାହାଣୀ। ଓଡ଼ିଆ ଗଳ୍ପ ସାହିତ୍ୟକୁ ପରିପୁଷ୍ଟ କରିଥିବା ଏହି ଗାଳ୍ପିକା ନିଜ ନିଆରା ଲେଖନୀ ପାଇଁ ସାରସ୍ବତ ଜଗତର ଜଣେ ଚର୍ଚ୍ଚିତ ଚେହେରା। ୧୯୫୨ ଅଗଷ୍ଟ ୧୭ରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିବା ସରାଫ୍‌ ୧୯୮୮ରେ କ୍ଷୁଦ୍ରଗଳ୍ପରୁ ଆରମ୍ଭ କରିଥିଲେ ତାଙ୍କର ସାହିତ୍ୟିକ ଜୀବନ। ‘ନୀଳ ଜହ୍ନର ଜୁଇ’, ‘ଶେଷ ବିଦାୟର ଗୀତ’, ବର୍ଷାର ଓଢ଼ଣା ତଳେ’, ‘ପ୍ରେମିକା ପରି କେହି ଜଣେ’, ‘ବାପା ଭଲ ଅଛନ୍ତି’ ଭଳି ଗଳ୍ପ ସଙ୍କଳନ ରଚନା କରି ଓଡ଼ିଆ ଗଳ୍ପ ସାହିତ୍ୟର ମଙ୍ଗକୁ ଟେକି ରଖିଥିବା ସେ ଜଣେ ଆଗଧାଡିର ସାହିତ୍ୟିକା। ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଧରିତ୍ରୀ ସହ ଆଳାପ।
ପ୍ର- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଆଶା ରଖିଥିଲେ କି?
ଉ- ମୁଁ କେବି ବି ପୁରସ୍କାରର ଆଶା ରଖେନାହିଁ। ସବୁବେଳେ ଲେଖିଚାଲେ। ଏହା ଆପେ ଆସିଲା। ତେଣୁ ନମ୍ରତା ଓ ଶ୍ରଦ୍ଧାର ସହ ଏହାକୁ ଗ୍ରହଣ କରୁଛି।
ପ୍ର- ‘ଇଟାଭାଟିର ଶିଳ୍ପୀ’ ସମ୍ପର୍କରେ କ’ଣ କହିବେ, ଏହାର ବିଶେଷତ୍ୱ କ’ଣ?
ଉ- ଏହି ସଙ୍କଳନରେ ୧୨ଟି ଗଳ୍ପ ରହିଛି। ସେଥିରୁ ‘ଇଟାଭାଟିର ଶିଳ୍ପୀ’ ଅନ୍ୟତମ। ଓଡ଼ିଶାର ପଶ୍ଚିମାଞ୍ଚଳର ଦାଦନ ସମସ୍ୟା ଉପରେ ଏହି ଗଳ୍ପ ପର୍ଯ୍ୟବସିତ। ଲୋକେ ରୋଜଗାରର ପନ୍ଥା ନ ପାଇକି କିଭଳି ଦେଶାନ୍ତର ହୁଅନ୍ତି ଏବଂ ସେଠାରେ କିଭଳି ନିର୍ଯାତିତ ଓ ନିଷ୍ପେଷିତ ହୁଅନ୍ତି ତାହାର ଚିତ୍ର ଏଥିରେ ରହିଛି। ଗଳ୍ପର ମୁଖ୍ୟ ଚରିତ୍ର ଏକ ୧୨ବର୍ଷର ପିଲା, ଯାହାର ସୌକ ମୂର୍ତ୍ତି ଗଢିବା। ସାମାନ୍ୟ ଭୁଲ୍‌ ପାଇଁ ଏହି ପିଲା କିଭଳି ନିଜର ହାତ ହରାଇଛି ଓ ତା’ପରେ ଓଡ଼ିଶା ଆସି ନିଜ ଲକ୍ଷ୍ୟରେ ପହଞ୍ଚତ୍ଛି ସେ ବିଷୟରେ ଗପରେ ବର୍ଣ୍ଣନା କରାଯାଇଛି।
ପ୍ର- ସାହିତ୍ୟ ରଚନା ବେଳେ କାହାକୁ ଦୃଷ୍ଟିରେ ରଖି ଲେଖନ୍ତି?
ଉ- ନିଜ ଚରିତ୍ରକୁ ଖୋଜିବାର ବଡ଼ ଉତ୍ସ ହେଉଛି ଏହି ସମାଜ। ସମାଜ ଓ ସାମାଜିକ କାହାଣୀକୁ ନେଇ ମୁଁ ଲେଖେ। ଆମେ ଯେଉଁଠି ରହୁଛେ, ସେଠାରେ ଅନେକ ଗୁଡାଏ ଚରିତ୍ର ଓ ଅନେକ ଗୁଡାଏ କାହାଣୀ ରହିଛି। ଜଣେ ଗାଳ୍ପିକ ଆଖିରେ ଏ ପୃଥିବୀକୁ ଦେଖିଲେ ଅନେକ କିଛି ପାଇହେବ। ନିଜେ ଦେଖୁଥିବା ହଜାରେ ସମସ୍ୟା ଓ ପ୍ରସଙ୍ଗ ମଧ୍ୟରୁ ଯାହା ମୋ ମନକୁ ଛୁଏଁ ଓ ଯାହା ମୋତେ ଆନ୍ଦୋଳିତ କରେ ତା’ଉପରେ ମୁଁ ଲେଖେ। ମୋ ଜନ୍ମସ୍ଥାନ ବଲାଙ୍ଗୀର, ଯେଉଁଠାରେ ଦାଦନ ଏକ ପ୍ରମୁଖ ସମସ୍ୟା। ହେଲେ ତା’ ବିଷୟରେ କେହି ଜାଣୁନାହାନ୍ତି। ଦିନକୁ ଦିନ ସେହି ସମସ୍ୟା ଉତ୍କଟ ହେଉଛି। ସମସ୍ତଙ୍କ ଅବଗତକୁ ଆଣିବାକୁ ମୁଁ ଦାଦନ ଉପରେ ପ୍ରାୟ ୮ଟି ପୁସ୍ତକ ଲେଖିଛି।
ପ୍ର- ଜଣେ ସାହିତି୍ୟକ ହେବା ପଛରେ କାହାର ପ୍ରେରଣା ରହିଥିଲା?
ଉ- ପିଲାବେଳୁ ମୁଁ ଲେଖା ଆରମ୍ଭ କରିଥିଲି। ପତ୍ରପତ୍ରିକା ଓ ବହି ପଢିବା ମୋତେ ଲେଖିବା ପାଇଁ ଉତ୍ସାହିତ କରିଥିଲା। ସାଙ୍ଗମାନଙ୍କ ସହ କେବେ ଖେଳୁ ନ ଥିଲି। ସେମାନେ ଖେଳିବା ବେଳେ ମୁଁ ପଢୁଥିଲି। ବହୁତ ପଢିବା ପରେ ମୋତେ ଲାଗିଲା ମୁଁ ବି କିଛି ଲେଖିବି। ବିଧିବଦ୍ଧଭାବେ ୮୦ ଦଶକରୁ ଲେଖା ଆରମ୍ଭ କରିଥିଲି, ଯାହା ଏପର୍ଯ୍ୟନ୍ତ ବି ଜାରିରହିଛି।
ପ୍ର- ପୁସ୍ତକର ଲୋକପ୍ରିୟତା କମିଯାଉଛି ବୋଲି ଆପଣ ଭାବୁଛନ୍ତି କି?
ଉ- ନଁା, ମୁଁ ଭାବୁନି। ପୁସ୍ତକମେଳା ବରାବର ହେଉଛି ଓ ସେଠାରେ ଭିଡ ବି ଲାଗୁଛି। କେବଳ ରାଜଧାନୀରେ ପୁସ୍ତକମେଳା ହେଉନି, ରାଜ୍ୟର ଅନ୍ୟତ୍ର ମଧ୍ୟ ହେଉଛି। ପାଠକମାନେ ଯାଉଛନ୍ତି ଏବଂ ବହି ବିକ୍ରି ହେଉଛି ବୋଲି ପ୍ରତି ଜିଲାରେ, ପ୍ରତି ସବ୍‌ଡିଭିଜନରେ ଏବେ ପୁସ୍ତକମେଳା ହେଉଛି।
ପ୍ର- ଓଡ଼ିଆ ସାହିତ୍ୟ ଏକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ସୀମିତ ରହିଯାଉଛି କି?
ଉ- ବିଲକୁଲ ନୁହେଁ। ବିଭିନ୍ନ ବିଷୟବସ୍ତୁ ଉପରେ ଏବେ ସାହିତ୍ୟ ରଚନା ହେଉଛି। ଯୁବ ସାହିତି୍ୟକମାନେ ଏକାଧିକ ବିଷୟ ଉପରେ ଲେଖୁଛନ୍ତି। ଓଡ଼ିଆ ସାହିତ୍ୟ ବ୍ୟାପକ ଓ ପରିବ୍ୟାପ୍ତ ହୋଇଛି। ମୁଁ ବି ସବୁବେଳେ ଚାହେଁ କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ବାନ୍ଧି ନ ହୋଇ ମୋ ଗଳ୍ପର ବଳୟ ପ୍ରସାରିତ ହେଉ।
ପ୍ର- ଅନୁବାଦ ଅଭାବରୁ ଓଡ଼ିଆ ସାହିତ୍ୟ ସର୍ବଭାରତୀୟସ୍ତରରେ ବିଶେଷ ଚର୍ଚ୍ଚିତ ହୋଇପାରୁନି। ଏ ସମ୍ପର୍କରେ କ’ଣ କହିବେ?
ଉ- ମୁଁ ବି ତାହା ଅନୁଭବ କରେ। ଆମ ବହିଗୁଡିକ ଆହୁରି ଚର୍ଚ୍ଚିତ ହୋଇପାରନ୍ତା, ଯଦି ଠିକ୍‌ଭାବେ ଅନୁବାଦ ହୋଇପାରନ୍ତା। ହେଲେ ଏବେ ଧୀରେ ଧୀରେ ଚିତ୍ର ବଦଳୁଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁବାଦ ଉପରେ ଗୁରୁତ୍ୱ ଦେଉଛି। ବହୁତଗୁଡିଏ ବହି ଅନୁବାଦ ହେଉଛି ଓ ଅନୁବାଦକଙ୍କ ସଂଖ୍ୟା ବଢିଛି। ଅନୁବାଦକମାନଙ୍କୁ ଉତ୍ସାହିତ କରାଯାଉଛି। ବର୍ତ୍ତମାନ ସମସ୍ତେ ସଚେତନ ହେଲେଣି।
ପ୍ର- ଓଡ଼ିଶା ସାହିତ୍ୟ ଏକାଡେମୀ ଉପସଭାପତି ପଦ ସହ ଏବେ ଏକାଡେମୀ ପୁରସ୍କାର ଆହୁରି ଦାୟିତ୍ୱ ବଢାଇଦେଇଛି। ଓଡ଼ିଆ ସାହିତ୍ୟର ଉନ୍ନତି ଲାଗି ଆଗକୁ କି ପଦକ୍ଷେପ ନେବେ?
ଉ- ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତ୍ୟେକ ଜିଲାକୁ ଯାଇ ସାହିତି୍ୟକଙ୍କୁ ଉତ୍ସାହିତ କରୁଛି। ଯୁବ କବିଙ୍କୁ ନେଇ ଆମେ କବିତା ପାଠ ଉତ୍ସବ କରୁଛୁ। ଏକାଡେମୀ ପକ୍ଷରୁ କଥାଘର କାର୍ଯ୍ୟକ୍ରମ ହେଉଛି, ଯେଉଁଥିରେ ଆମ ପ୍ରତିନିଧିମାନେ ପ୍ରତି ବିଦ୍ୟାଳୟକୁ ଯାଇ ପିଲାମାନଙ୍କୁ ସାହିତ୍ୟ ପଢିବାକୁ ଓ ଲେଖିବାକୁ ଉତ୍ସାହିତ କରୁଛନ୍ତି। ଅନୁବାଦ ସାହିତ୍ୟକୁ ଉନ୍ନତ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି।
ପ୍ର-ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ଉ- ଏବେ କିଛିଟା ଉପନ୍ୟାସ ଲେଖୁଛି। ଯାହା ମୋତେ ଆନ୍ଦୋଳିତ କରେ ସେଭଳି ସାମାଜିକ ସମସ୍ୟାକୁ ନେଇ ଉପନ୍ୟାସ ଲେଖିବାକୁ ଭାବୁଛି। ଦାଦନ ସମସ୍ୟା ଉପରେ ମଧ୍ୟ ଏକ ଉପନ୍ୟାସ ଲେଖିବା ଆରମ୍ଭ କରିଛି। ଭଲ ଉପନ୍ୟାସ ଲେଖିବା ମୋର ସ୍ବପ୍ନ। ପ୍ର- ଯୁବ ସାହିତି୍ୟକଙ୍କୁ କ’ଣ ବାର୍ତ୍ତା ଦେବେ? ଉ- ସେମାନେ ଭଲ ଲେଖୁଛନ୍ତି। ବଳିଷ୍ଠ ବିଷୟବସ୍ତୁ ଉପରେ ଗଳ୍ପ, କବିତା ରଚନା କରୁଛନ୍ତି। ଏତିକି କହିବି ସେମାନେ ଆହୁରି ପଢନ୍ତୁ, ସାଧନା କରନ୍ତୁ। ପୁରସ୍କାରର ଆଶା ନ ରଖି ଲେଖିଚାଲନ୍ତୁ। ସାରସ୍ବତ ଯାତ୍ରା ନିରନ୍ତର ଜାରି ରଖିଲେ ପୁରସ୍କାର ଆପେ ଆସିବ। ସଫଳତା ନିଶ୍ଚୟ ମିଳିବ।
 
ସାକ୍ଷାତ୍‌କାର: ସସ୍ମିତା ପାଇକରାୟ

All Right Reserved By

ରାଜ୍ୟ |

ହାତୀ ଭାଙ୍ଗିଲା ଘର କାନ୍ଥ  ଶିଶୁ କନ୍ୟା ମୃତ, ୩ ଗୁରୁତର

ହାତୀ ଭାଙ୍ଗିଲା ଘର କାନ୍ଥ ଶିଶୁ କନ୍ୟା ମୃତ, ୩ ଗୁରୁତର

ରେଙ୍ଗାଲି,୨୧ା୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବନଖଣ୍ଡର ଛତରବଗା ଥାନା ଅଧୀନ ପଟାମାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ହାତୀ ପଶି ଆସି ବ୍ୟାପକ କ୍ଷୟକ୍ଷତି କରିଛି ା

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ଆରମ୍ଭ ୯ ହୋଟେଲ, ୭ ଶପିଂ ମଲ୍‌, ୭ ଆପାର୍ଟମେଣ୍ଟରେ ତନଖି

ରାଉରକେଲା ଅଫିସ,୨୧।୬- ସହରର ବିଭିନ୍ନ ଶପିଂ ମଲ, ହୋଟେଲ, ଆପାର୍ଟମେଣ୍ଟ, କଲ୍ୟାଣ ମଣ୍ଡପ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁବାର ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ କରାଯାଇଛି।

ଯୋଗମୟ ଷ୍ଟିଲ ସିଟି  ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ଯୋଗମୟ ଷ୍ଟିଲ ସିଟି ନିରୋଗ ଶରୀର ପାଇଁ ଯୋଗ ଅପରିହାର୍ଯ୍ୟ

ରାଉରକେଲା ଅଫିସ,୨୧।୬- ଗୁରୁବାର ଷ୍ଟିଲ୍‌ ସିଟିର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ସହରରେ ଯୋଗମୟ ପରିବେଶ ସୃଷ୍ଟି ହୋଇଥିଲା।

 ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ନୋଡାଲ ଅଧିକାରୀଙ୍କ ଜୁନାଗଡ଼ ଗ୍ରସ୍ତ

ଜୁନାଗଡ଼,୨୧।୬(ଡି.ଏନ୍‌.ଏ)ରାଜ୍ୟ ଖାଦ୍ୟ ସଚିବ ତଥା କଳାହାଣ୍ଡି ଜିଲା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ହୋଇଥିବା ବୀର ବିକ୍ରୟ ୟାଦବ ଗୁରୁବାର ଜୁନାଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ପ୍ରଥମେ ବ୍ଲକର ବଳଦିଆମାଲ ଓ ପରେ ମହିଚଲା ପଞ୍ଚାୟତ ପରିଦର୍ଶନ କରିଥିଲେ।

ଆଶଙ୍କାରେ ଭଟଲି ରଥଯାତ୍ରା

ଆଶଙ୍କାରେ ଭଟଲି ରଥଯାତ୍ରା

ଭଟଲି,୨୧।୬(ଡି.ଏନ.ଏ) ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲିର ଦଧିବାମନ ପୀଠରେ ଚଳିତବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ୬ ଦିନ ବାକି ରହିଛି ।

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଯୋଗ ଦିବସରେ କୃତୀଛାତ୍ରୀ ସମ୍ବର୍ଦ୍ଧିତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ଡିଗ୍ରୀ କଲେଜରେ ଗୁରୁବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀଙ୍କ ସଭାପତିତ୍ୱ ତଥା ଅଧ୍ୟ୍ୟାପିକା ରିଙ୍କି ସେଠଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ପୂର୍ବତନ ପରିଚାଳନା ସଭାପତି ବିଜୟ କୁମାର ସାହୁ ଯୋଗଦେଇଥିଲେ।

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ଅରୁନ୍ଧତୀ ହିରୋ ଆମେରିକା, ଅଷ୍ଟ୍ରେଲିଆରେ ସମ୍ମାନିତ

ବଲାଙ୍ଗୀର ଅଫିସ, ୨୧ା୬ ୨୦୧୭-୧୮ ଆର୍ଥିକବର୍ଷରେ ବ୍ୟବସାୟିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଅରୁନ୍ଧତୀ ହିରୋ ବଲାଙ୍ଗୀର ଓ ଅରୁନ୍ଧତୀ ହିରୋ ଭବାନୀପାଟଣାକୁ ଆମେରିକା ଏବଂ ଅଷ୍ଟ୍ରେଲିଆରେ ସମ୍ମାନିତ କରାଯାଇଛି।

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଡେପୁଟେସନ ଡାକ୍ତରଙ୍କ ବଦଳି, ସ୍ବାସ୍ଥ୍ୟସେବା ବ୍ୟାହତ

ଦେଓଗାଁ,୨୧ା୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି ା ସ୍ବାସ୍ଥ୍ୟକେନ୍ଦ୍ରରେ ନିୟମିତଭାବେ କାର୍ଯ୍ୟରତ ଡାକ୍ତର ଆଶିଷ କୁମାର ସାହୁଙ୍କୁ ଚଳିତ ମାସ ୪ତାରିଖରେ ବଲାଙ୍ଗୀର ମୁଖ୍ୟାଳୟ ଡାକ୍ତରଖାନାକୁ ଡେପୁଟେସନରେ ବଦଳି କରିଦେବା ଫଳରେ ଏଠାକାର ସ୍ବାସ୍ଥ୍ୟସେବାରେ ବ୍ୟାଘାତ ଦେଖାଦେଇଛି ା ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବନ୍ଧପଡା ପଞ୍ଚାୟତ ସମେତ ସିଂହାମୁଣ୍ଡା, ଧଣ୍ଡାମାଲ, ଲଣ୍ଡାପଥର, ବ୍ରାହ୍ମଣୀଯୋର ଆଦି ପଞ୍ଚାୟତର ଜନସାଧାରଣ ନିର୍ଭର କରନ୍ତି ା

ଗଜପତିଙ୍କ ସ୍ଥାନ ରାଜନୀତିଠୁ ବହୁ ଊର୍ଦ୍ଧ୍ୱରେ

ଭୁବନେଶ୍ୱର,୨୧।୬(ବ୍ୟୁରୋ)- ଶ୍ରୀମନ୍ଦିର ପରିଚାଳନା ନେଇ ସତ୍ୟପାଠ ଦାଖଲ ସମୟରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପୁରୀ ଗଜପତି ମହାରାଜାଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରଦାନ କରାଯିବା ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହାକୁ ବିରୋଧ କରିଛି ଓଡ଼ିଶା ସଚେତନ ନାଗରିକ ଫୋରମ୍‌।

ରାଜଧାନୀରେ ଚାଞ୍ଚଲ୍ୟ :ଖେଳୁ ଖେଳୁ ୨ ଶିଶୁ ଗାଏବ

ରାଜଧାନୀରେ ଚାଞ୍ଚଲ୍ୟ :ଖେଳୁ ଖେଳୁ ୨ ଶିଶୁ ଗାଏବ

ଚନ୍ଦ୍ରଶେଖରପୁର,(ଡି.ଏନ୍‌.ଏ.)- ସ୍କୁଲ୍‌ ଛୁଟି ଥିଲା। ଖେଳକୁଦରେ ମାତିଥିଲେ ପିଲା। କିଏ ବାଟି ତ ଆଉ କିଏ ଏକାଠି ହୋଇ ବାଲିମାଟିରେ ବିଭିନ୍ନ ଖେଳ ଖେଳୁଥିଲେ। ହଠାତ୍‌ ପିଲାଙ୍କ ମେଳରୁ ଜଣକ ପରେ ଆଉ ଜଣେ ଗାଏବ୍‌ ହୋଇଗଲେ।

ବିଶ୍ୱସ୍ତରରେ ଯୋଗର ମହତ୍ତ୍ବ ବୃଦ୍ଧି ପାଇଛି

ବିଶ୍ୱସ୍ତରରେ ଯୋଗର ମହତ୍ତ୍ବ ବୃଦ୍ଧି ପାଇଛି

ପୁରୀ ଅଫିସ, ୨୧ା୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଯୋଗ ହେଉଛି ଭାରତର ପ୍ରାଚୀନ ପରମ୍ପରା। ଏହା ମାଧ୍ୟମରେ ସୁସ୍ଥ ଶରୀର ଗଠନ ହେବା ସହ ଏକ ସୁନ୍ଦର ସମାଜର ପରିକଳ୍ପନା ମଧ୍ୟ କରାଯାଇପାରିବ। ଆଜି ବିଶ୍ୱବାସୀ ଏହାକୁ ଆପଣାଇ ନେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଏହାର ମହତ୍ତ୍ବ ବୃଦ୍ଧି ପାଇଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

ମେଘନାଦ ପାଚେରି ନିକଟରୁ ହଟାଅ ବେଆଇନ ନିର୍ମାଣ

ମେଘନାଦ ପାଚେରି ନିକଟରୁ ହଟାଅ ବେଆଇନ ନିର୍ମାଣ

ବିଧାନସଭା ଷ୍ଟାଣ୍ଡିଂ କମିଟି ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଜଗମୋହନ, ନାଟମଣ୍ଡପ, ଭୋଗମଣ୍ଡପ, ଆନନ୍ଦବଜାର, ସ୍ନାନମଣ୍ଡପ ଏବଂ କୋଇଲି ବୈକୁଣ୍ଠର ସ୍ଥିତି ଓ ସଂରକ୍ଷଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି।

Model This Week

ପ୍ରଭାତ