ରାଜ୍ୟ |

୨ ଓଡ଼ିଆ ସାହିତ୍ୟିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

୨ ଓଡ଼ିଆ ସାହିତ୍ୟିକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ)- ୨୦୧୭ ମସିହା ପାଇଁ ଓଡ଼ିଶାରୁ ଦୁଇ ବିଶିଷ୍ଟ ସାହିତ୍ୟିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗାଳ୍ପିକା ଗାୟତ୍ରୀ ସରାଫ୍‌ ଏବଂ ସାହିତ୍ୟିକ ସୂର୍ଯ୍ୟମଣି ଖୁଣ୍ଟିଆ ଚଳିତବର୍ଷ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କ୍ଷୁୁଦ୍ରଗଳ୍ପ ସଙ୍କଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ସରାଫ୍‌ ଏବଂ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ସୂର୍ଯ୍ୟମଣି ଖୁଣ୍ଟିଆ ଏହି ସମ୍ମାନ ପାଇବେ। ଗୁରୁବାର ଏ ସମ୍ପର୍କରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଉଭୟ ସାହିତ୍ୟିକଙ୍କ ଅନେକ ଅବଦାନ ରହିଥିବା ବେଳେ ଉପନ୍ୟାସ, ଗଳ୍ପ ଓ ଅନୁବାଦ ସାହିତ୍ୟକୁ ଏକ ନୂତନ ସ୍ତରକୁ ନେବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ସରାଫ୍‌ଙ୍କ ରଚନା ମଧ୍ୟରେ ‘ଆଲୋକିତ ଅନ୍ଧାର’, ‘ଆଇନାର ଜହ୍ନ’, ‘ନିଜସ୍ବ ବସନ୍ତ’, ‘ପ୍ରେମିକା ପରି କେହି ଜଣେ’, ‘ବାପା ଭଲ ଅଛନ୍ତି’, ‘ସ୍ମୃତିର ଚିତ୍ର ନଦୀ’, ‘ନୀଳ ଜହ୍ନର ଜୁଇ’, ‘ଶେଷ ବିଦାୟର ଗୀତ’, ବର୍ଷାର ଓଢଣା ତଳେ’, ‘ଅସିଦ୍ଧ ଅଧ୍ୟାୟ’, ‘ଅନାହତ ପରମ୍ପରା’ ଭଳି ଏକାଧିକ ଲୋକପ୍ରିୟ କ୍ଷୁଦ୍ରଗଳ୍ପ ରହିଛି। ସାହିତ୍ୟ କ୍ଷେତ୍ରରେ ତାଙ୍କର କୃତି ଲାଗି ପୂର୍ବରୁ ଶ୍ରେଷ୍ଠ ଗାଳ୍ପିକ ପୁରସ୍କାର, ପ୍ରଜାତନ୍ତ୍ର ସାହିତ୍ୟ ପୁରସ୍କାର, ଧରିତ୍ରୀ ସମ୍ମାନ, ଭୁବନେଶ୍ୱର ବେହେରା ପ୍ରଜ୍ଞା ସମ୍ମାନ ଭଳି ଏକାଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ଏହାସହ ବର୍ତ୍ତମାନ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ପଦରେ ଅଧିଷ୍ଠିତ ଅଛନ୍ତି। ସେହିଭଳି ୧୯୫୨ ମସିହା ଫେବୃୟାରୀ ୧୦ ତାରିଖରେ ଯାଜପୁର ଜିଲା କୋରେଇ ନିକଟ ବେଗନା ଗ୍ରାମରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟମଣି ଖୁଣ୍ଟିଆ ମୋଟ ୨୪ଟି ପୁସ୍ତକ ରଚନା କରିଛନ୍ତି। ସେଥିରେ ସର୍ବାଧିକ ୫ଟି ଗପବହି ରହିଛି। ତାଙ୍କ ରଚିତ ‘ନୀଳନଦୀରୁ ଚନ୍ଦ୍ରଭାଗା’, ‘ଚା’ ବଗିଚାର ଦୁଇଟି ଝିଅ’, ‘ଶେଷରାତ୍ରିର ଅଙ୍ଗ’, ‘ଖେଳନା’ ଭଳି ପୁସ୍ତକ ପାଠକୀୟ ଆଦୃତି ଲାଭ କରିଛି। ପ୍ରସିଦ୍ଧ ସାହିତ୍ୟିକ ଇରାବତୀ କାରବେଙ୍କ ମରାଠୀ ପୁସ୍ତକ ‘ଯୁଗାନ୍ତ’କୁ ଓଡ଼ିଆ ଅନୁବାଦ କରି ସେ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ସାହିତ୍ୟକୃତି ପାଇଁ ତାଙ୍କୁ ୨୦୦୩ରେ ଓଡ଼ିଶା ସାହିତ୍ୟ ଏକାଡେମୀ ସହ ଉତ୍କଳ ସାହିତ୍ୟ ସମାଜ, ଯାଜପୁର ଜିଲା ମହୋତ୍ସବ ସମ୍ମାନ, ଯାଜପୁର ଜିଲା ଲେଖକ ସମ୍ମିଳନୀ ସମ୍ମାନ ଭଳି ୫୦ରୁ ଊର୍ଦ୍ଧ୍ୱ ସମ୍ମାନ ମିଳିଛି।
ମୋଟ ୨୪ଟି ଭାରତୀୟ ଭାଷାରେ ଏଥର ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ପୁରସ୍କାର ପାଇଁ ମନୋନୀତ ହୋଇଥିବା ପୁସ୍ତକଗୁଡିକ ମଧ୍ୟରେ ୭ଟି ଉପନ୍ୟାସ, ୫ଟି କବିତା ଏବଂ ଗଳ୍ପ ସଂକଳନ, ୫ଟି ସମୀକ୍ଷା ପୁସ୍ତକ, ଗୋଟିଏ ନାଟକ ଏବଂ ଏକ ପ୍ରବନ୍ଧ ପୁସ୍ତକ ରହିଛି। ଆସନ୍ତା ଫେବୃୟାରୀ ୧୨ରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇ ସାହିତି୍ୟକଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ।

All Right Reserved By

ରାଜ୍ୟ |

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି।

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

‘ସ୍କିଲ ଅନ୍‌ ହୁଇଲ୍ସ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୮।୭(ବ୍ୟୁରୋ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ମାଧ୍ୟମିକ ଶିକ୍ଷା ମିଶନ ଏବଂ ଲେଣ୍ଡ୍‌-ଏ-ହ୍ୟାଣ୍ଡ୍‌ ଇଣ୍ଡିଆର ମିଳିତ ଉଦ୍ୟମରେ ଭ୍ରାମ୍ୟମାଣ ବହୁମୁଖୀ ଦକ୍ଷତା ବିକାଶ ପ୍ରୟୋଗଶାଳା ‘ସ୍କିଲ୍‌ ଅନ୍‌ ହୁଇଲ୍ସ’ର ବୁଧବାର ଶୁଭାରମ୍ଭ ହୋଇଛି। ଏହା ଜରିଆରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଯନ୍ତ୍ରପାତିର ସଫଳ ପ୍ରୟୋଗ ସମ୍ପର୍କରେ ଶିକ୍ଷା ମିଳିବ।

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

ଲାଞ୍ଚ ନେଇ ଏସ୍‌ସିବି କନିଷ୍ଠ କିରାଣୀ ଗିରଫ

କଟକ ଅଫିସ, ୧୮।୭- ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏସ୍‌ସିବି ମେଡିକାଲର କନିଷ୍ଠ କିରାଣୀ ଦିଲୀପ କୁମାର ରାଉତ। ମଙ୍ଗଳାବାଗ କାଠଗୋଲା ସାହିର ରୋହିତ କୁମାର ନାୟକ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଦିଲୀପ ପୂର୍ବ ଦାବି ମୁତାବକ ଏହି ଲାଞ୍ଚ ଗ୍ରହଣ କରୁଥିଲେ। ରୋହିତଙ୍କ ଜେଜେମା ସାଗର ଦେଈ ଏସ୍‌ସିବି ମେଡିକାଲର ଜଣେ ଅବସରପ୍ରାପ୍ତ କର୍ମଚାରୀ।

ପ୍ରେମିକା ସହ ସ୍ବାମୀ ଫେରାର

ପ୍ରେମିକା ସହ ସ୍ବାମୀ ଫେରାର

ବାରିପଦା ଅଫିସ,୧୮।୭- ପ୍ରାୟ ୧୫ ଦିନ ପୂର୍ବେ ପ୍ରେମିକା ସହ ଫେରାର ହୋଇଯାଇଥିବା ସ୍ବାମୀଙ୍କୁ ଠାବ କରିବାରେ ବିଫଳ ହୋଇଛନ୍ତି ଖୁଣ୍ଟା ଥାନା ଅଞ୍ଚଳର ଜଣେ ମହିଳା। ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଖୁଣ୍ଟା ଥାନା ପୋଲିସ ଦ୍ୱାରସ୍ଥ ହୋଇ ମଧ୍ୟ ନିରାଶ ହୋଇଛନ୍ତି।

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ରୋଗୀ: ୫ଜଣଙ୍କ ଲିଭରରେ ରହିଛି ସମସ୍ୟା

କଟକ ଅଫିସ, ୧୮।୭- ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବାଲେଶ୍ୱର ଜିଲାର ୮ଜଣ ରୋଗୀଙ୍କୁ ବୁଧବାର ଆଇସୋଲେଶନ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ରକ୍ତ ପରୀକ୍ଷାରେ ଡେଙ୍ଗୁ ନେଗେଟିଭ୍‌ ବାହାରିଥିବାବେଳେ ସ୍ବାଇନ୍‌ ଫ୍ଲୁ ପାଇଁ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ପଠାଯାଇଛି।

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ବଢ଼ୁଛି ଋଷିକୁଲ୍ୟା ଜଳସ୍ତର, ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ଗଞ୍ଜାମ,୧୮।୭(ଡି.ଏନ.ଏ.)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ସହରକୁ ଲାଗିଥିବା ଋଷିକୁଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଉଛି। ଅନ୍ୟପଟେ ଆସନ୍ତା ୨୦ରେ ଆଉ ଏକ ଲଘୁଚାପ ଆସୁଥିବା ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ପରେ ଋଷିକୁଲ୍ୟା ନଦୀତଟବର୍ତ୍ତୀ ଅଞ୍ଚଳ ପୁରୁଣାବନ୍ଧ, ପୋଡ଼ମପେଟା, ନିଉପୋଡ଼ମପେଟା ଏବଂ ଋଷିକୁଲ୍ୟା ବ୍ରିଜ ନିକଟବର୍ତ୍ତୀ ଦାମୋଦରପୁର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି।

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବିଭିନ୍ନ ସମସ୍ୟାର ଭିଜିଲାନ୍ସ ତଦନ୍ତ ଦାବିରେ ବିକ୍ଷୋଭ

ବାଲିଆପାଳ,୧୮।୭(ଡି.ଏନ.ଏ.)- ବାଲିଆପାଳ ବ୍ଲକ କୁଣ୍ଡୁଳୀ ପଞ୍ଚାୟତ ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ବୁଧବାର ପଞ୍ଚାୟତବାସୀ ବିଶାଳ ଗଣଧାରଣାରେ ବସିଛନ୍ତି। ପଞ୍ଚାୟତବାସୀ ଜିଲାପାଳ, ଭିଜିଲାନ୍ସ ଏସ୍‌.ପି. ପ୍ରମୁଖଙ୍କୁ ଏ ନେଇ ଜଣାଇଥିଲେ ବି କୌଣସି ପ୍ରତିକାର ହୋଇ ନାହିଁ।

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବୀରବର ବେହେରା ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ବିରିଡି,୧୮।୭(ଡି.ଏନ.ଏ.): ବିରିଡି ଥାନା ଅଧୀନ କୁଳ କଇଜଙ୍ଗା ଗ୍ରାମର ବୀରବର ବେହେରା ହତ୍ୟାକାଣ୍ଡ ଘଟଣାରେ ହାଇକୋର୍ଟଙ୍କ ଦ୍ୱାରା ଦଣ୍ଡିତ ମୁଖ୍ୟ ଅଭିଯୁକ୍ତ ଶୁକଦେବ ବେହରାଙ୍କୁ ଜଗତ୍‌ସିଂହପୁର ଜିଲା ପୋଲିସ ମଙ୍ଗଳବାର ରାତିରେ ଗିରଫ କରିଛି। ତାଙ୍କର ୨ ସହଯୋଗୀ ସେହି ଗ୍ରାମର ବୁଲା ଓରଫ ନରେନ୍ଦ୍ର ଦାସ, ଏବଂ ହିପି ଓରଫ ଉମେଶ ବେହେରା ଫେରାର ହୋଇ ଯାଇଛନ୍ତି।

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ସେକ୍ସ ର଼୍ୟାକେଟ, ଯୁବତୀ ଚାଲାଣ ଅଭିଯୋଗରେ ୨ ଅଟକ

ପାଟଣାଗଡ,୧୮।୭(ଡି.ଏନ.ଏ.)-ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମରୁ ଯୁବତୀ ଚାଲାଣ ଅଭିଯୋଗରେ ଲରମ୍ଭା ପୋଲିସ ୨ ଜଣଙ୍କୁ ଅଟକ ରଖିଛି। ଜଣେ ଯୁବତୀଙ୍କୁ ନିଜ ସମ୍ପର୍କୀୟ କହି କିଛି ଦିନ ହେଲା ଏମାନେ ଘରେ ରଖି ଦେହ ବେପାର ଚଳାଉଥିଲେ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ଜଙ୍ଗଲରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲା: ୭ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ସିମୁଳିଆ,୧୮।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯିବା ଅଭିଯୋଗକୁ ଚପାଇ ଦେବା ଲାଗି ଉଦ୍ୟମ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ଜଣେ ଜନପ୍ରତିନିଧି, ଜଣେ ଶିକ୍ଷକ ଓ ୨ ପୋଲିସ କର୍ମଚାରୀ ଏହି ଘଟଣାରେ ସହଯୋଗ କରିଥିବା ଦର୍ଶାଯିବା ପରେ ଏହା ଅଧିକ ସମ୍ବେଦନଶୀଳ ହୋଇପଡିଛି।

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ପ୍ରେମିକାଙ୍କୁ ଭେଟିବାକୁ ଆସି ପୋଲିସ ଜାଲରେ ଆନ୍ତଃରାଜ୍ୟ ଡକାୟତ

ମୁନିଗୁଡ଼ା,୧୮।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ରାଜପଥ ଡକାୟତଙ୍କୁ ଧରିବାରେ ସଫଳ ହୋଇଛି। ସେ ହେଲେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଗ୍ରାମର ଉଗ୍ରସେନ ବାଗ୍‌। ଉଗ୍ରସେନକୁ ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରୁଥିବା ବେଳେ ସେ କେରଳରେ ଲୁଚି ରହିଥିଲେ। ଚଳିତ ବର୍ଷ ରଥଯାତ୍ରାରେ ନିଜ ପ୍ରେମିକାଙ୍କୁ ଉଗ୍ରସେନ ଭେଟିବାକୁ ଆସିଥିଲେ।

ବିଧାନ ପରିଷଦ ପ୍ରସଙ୍ଗ: ଅନୁଧ୍ୟାନ କରି ଫେରିଲା କମିଟି

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ବିଧାନ ପରିଷଦ ଗଠନ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିହାର ଏବଂ ତେଲେଙ୍ଗାନା ଗସ୍ତ କରିଥିବା କମିଟି ଇତି ମଧ୍ୟରେ ଓଡ଼ିଶା ଫେରିଛି।

Model This Week

ରୂପେଶ