ରାଜ୍ୟ |

ତୋମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ତୋମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଠିକ୍‌ ସମୟରେ ଶ୍ରମିକମାନଙ୍କୁ ମଜୁରି ମୁଳୁନାହିଁ। ଡିସେମ୍ବର ସୁଦ୍ଧା କେନ୍ଦ୍ର ସରକାର ଓଡ଼ିଶାକୁ ୨୨୯୦ କୋଟି ଦେବା କଥା। ହେଲେ ଏବେ ଯାଏ ୧୬୧୩ କୋଟି ୬୨ ଲକ୍ଷ ଟଙ୍କା ଦେଇଛନ୍ତି। ଆହୁରି ୬୭୬ କୋଟି ୫୭ ଲକ୍ଷ ଟଙ୍କା ବାକି ରହିଛି। ଶ୍ରମିକମାନଙ୍କୁ ଠିକ୍‌ ସମୟରେ ଅନ୍‌ଲାଇନରେ ମଜୁରି ପ୍ରଦାନ ପାଇଁ ରାଜ୍ୟ ସରକାର କର୍ପସ ପାଣ୍ଠି ଗଠନ କରିଛନ୍ତି। ହେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏହାର ମୋଡାଲିଟି ଧାର୍ଯ୍ୟ କରି ନ ଥିବାରୁ ରାଜ୍ୟ ସରକାର ଏହି ଅର୍ଥ ଖର୍ଚ୍ଚ କରିପାରୁ ନାହାନ୍ତି। ତୁରନ୍ତ ଏହାର ମୋଡାଲିଟି ଧାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖି ଜଣାଇଛନ୍ତି।

All Right Reserved By

Model This Week

Model This Week

ରାଜ୍ୟ |

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

କନ୍ଧ ନାବାଳିକାଙ୍କୁ ବଳାତ୍କାର: ପୀଡ଼ିତାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିଲେ ଅଭିଯୁକ୍ତଙ୍କ ସ୍ତ୍ରୀ

ବୈପାରୀଗୁଡ଼ା,୨୭ା୪(ଡି.ଏନ୍‌.ଏ.): ବଳାତ୍କାରୀଙ୍କୁ ଫାଶୀଦଣ୍ଡ ଦେବା ପାଇଁ ଏଇ ନିକଟରେ ଆଇନ୍‌ ପାସ୍‌ ହୋଇଛି ସତ; କିନ୍ତୁ ଯୌନ ବିକାରଗ୍ରସ୍ତ ଅଭିଯୁକ୍ତମାନଙ୍କ ଭିତରେ ଏହା ଭୟ ସୃଷ୍ଟି କରିପାରି ନାହିଁ। ଯେଉଁଥିପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ନାବାଳିକାଙ୍କୁ ବଳାତ୍କାର ଭଳି ଖବର ସାମ୍ନାକୁ ଆସୁଛି। କୋରାପୁଟ ଜିଲା ଦଶମନ୍ତପୁର ପଞ୍ଚାୟତ ବରୁଆବାଡି ଗ୍ରାମରେ ସେମିତି ଏକ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ଗାଁର ଜଣେ ବିବାହିତ ଯୁବକ ଜଣେ ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ଯେ, ସେ ଏହା ପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିଲେ।

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ରଣପୁର,୨୬।୪(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ସାରଙ୍ଗଧରପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି) ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଜଗତ୍‌ସିଂହପୁର ଜିଲା ବିରିଡି ଥାନା ବାଗଲପୁର ଗ୍ରାମରୁ ଗୁରୁବାର ଗିରଫ କରିଛି। ସେ ହେଲେ ସେହି ଗ୍ରାମର ସନାତନ ପରିଡା(୩୦)।

ଆସିକାରେ ଆଇପିଏଲ୍‌  ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକାରେ ଆଇପିଏଲ୍‌ ବେଟିଂ, ୭ ଗିରଫ: ୧୦ଲକ୍ଷ ୯ ହଜାର ୮ଶହ ଟଙ୍କା ଜବତ

ଆସିକା,୨୬ା୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ ଆଇପିଏଲ୍‌ କ୍ରିକେଟ ବେଟିଂ ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବ୍ରହ୍ମପୁରରୁ ଆଇପିଏଲ୍‌ ବେଟିଂ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ଆସିକା ବିଜୁ ପଟ୍ଟନାୟକ ଛକସ୍ଥିତ ଏକ ମୋବାଇଲ ଦୋକାନରେ ଆଇପିଏଲ ମ୍ୟାଚକୁ ନେଇ ସଟ୍ଟାବାଜି ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ଦୋକାନ ମାଲିକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି।

ବିଦ୍ୟୁତ୍‌ ବିଭାଗର ମନମାନି, ଚିନ୍ତାରେ ଉପଭୋକ୍ତା

ରାଇସୁଆଁ, ୨୬।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଗୋପିନାଥପୁର, ବାଉରୀପଦା ପଞ୍ଚାୟତର ବିପିଏଲଧାରୀଙ୍କ ଉପରେ ଅଯଥା ବିଦ୍ୟୁତ୍‌ ବିଲ ଦିଆଯାଉଥିବା ଅଭିଯୋଗ ହୋଇଛି। ଯେଉଁ ଉପଭୋକ୍ତା ୨ରୁ ୩ ମାସ ହେଲା ବିଦ୍ୟୁତ୍‌ ସଂଯୋଗ ନେଇଛନ୍ତି। ସେମାନଙ୍କୁ ୫୪ ମାସର ବିଲ ଦିଆଯାଇଛି। ସେମାନଙ୍କର ମିଟର ଲାଗିଥିବା ସତ୍ତ୍ୱେ ମିଟର ରିଡିଙ୍ଗ ନ ନେଇ ମନଇଛା ବିଲ ଦିଆଯାଇଛି।

ଅସହ୍ୟ ତାତି, ରାସ୍ତାଘାଟ ଶୂନ୍‌ଶାନ

ଅସହ୍ୟ ତାତି, ରାସ୍ତାଘାଟ ଶୂନ୍‌ଶାନ

ରାଇସୁଆଁ, ୨୬।୪(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ଅସହ୍ୟ ତାତି ଅନୁଭବ ହେଉଛି। ଦିନ ୧୧ଟା ହେଲେ ରାସ୍ତା ଘାଟରେ ଚଳାଚଳ ବନ୍ଦ ହୋଇପଡ଼ୁଛି। ରାସ୍ତା ପ୍ରସସ୍ତୀକରଣ ନାମରେ ବଡ ବୃକ୍ଷ କାଟି ଦିଆଯାଉଛି। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀମାନେ ବିଶ୍ରାମ ନେବା ପାଇଁ ସ୍ଥାନ ପାଉନାହାନ୍ତି। କାରଖାନା ନିର୍ମାଣ ନାମରେ ଜଙ୍ଗଲ କାଟି ପଦାକରି ଦିଆଯାଇଛି।

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା

ଭାଲୁ ଆକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା

ଚମ୍ପୁଆ, ୨୬।୪(ଡି.ଏନ.ଏ): ଗତ ଏପ୍ରିଲ ୨ରେ ଭାଲୁ ଆକ୍ରମଣରେ ମୃତ ବନ କର୍ମଚାରୀଙ୍କ ପରିବାରକୁ ଅସ୍ଥାୟୀ ବନ କର୍ମଚାରୀ ସଙ୍ଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବୁଧବାର ରାଜ୍ୟ ସଙ୍ଘ ସଭାପତି ପ୍ରଭାତ ମହାନ୍ତିଙ୍କ ନିର୍ଦ୍ଦେଶରେ ସମ୍ପାଦକ ପବିତ୍ର କୁମାର ନାୟକ, କେନ୍ଦୁଝର ସଭାପତି ଦେବେନ୍ଦ୍ର ରାଉତ, ନିରଞ୍ଜନ ବେହେରାଙ୍କ ତତ୍ୱାବଧାନରେ ମୃତ ବିଦେଶୀ ମହାକୁଡଙ୍କ ସ୍ତ୍ରୀ ରେବତୀଙ୍କୁ କେନ୍ଦୁଝର ବନଖଣ୍ଡରେ ଅସ୍ଥାୟୀ ବନ କର୍ମଚାରୀଙ୍କ ସହଯୋଗରେ ୧୮ ହଜାର ୫ଶହ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ କରାଯାଇଛି।

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ସରକାରଙ୍କ ଉପରେ ବର୍ଷିଲେ ଖାରବେଳ

ମୁନିଗୁଡା, ୨୬।୪(ଡି.ଏନ୍‌.ଏ)-ରାୟଗଡା ଜିଲା ମୁନିଗୁଡାର ଶହୀଦ୍‌ ଲକ୍ଷ୍ମଣ ନାୟକ ବସ୍‌ ରହଣିସ୍ଥଳ ନିକଟରେ ଉତ୍କଳ ଭାରତ ଦଳର ଓଡ଼ିଶା ଭାଗ୍ୟ ପରିବର୍ତ୍ତନ ଯାତ୍ରା ଅବସରରେ ବୁଧବାର ଆୟୋଜିତ ପଥପ୍ରାନ୍ତ ସଭାରେ ଏହାର ରାଜ୍ୟ ସଭାପତି ଖାରବେଳ ସ୍ବାଇଁ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ପ୍ରତ୍ୟେକ କ୍ଷେତ୍ରରେ ଅନଗ୍ରସରତାର ସ୍ପଷ୍ଟ ଚିତ୍ର ଥିବାବେଳେ ଓଡ଼ିଶା ସରକାର ନିଜକୁ ଏକ ନମ୍ବର କହି ବାହାବା ନେବା ଦୁର୍ଭାଗ୍ୟଜନକ।

ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି

ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି

ବଡ଼ବିଲ, ୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଧୋବି ହଟିଂସ୍ଥିତ ଗାୟତ୍ରୀ ନିବାସର କବାଟ ଭାଙ୍ଗି କେହି ଦୁର୍ବୃତ୍ତ ଆଲମୀରା ତାଡି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି। ଘର ମାଲିକ ଜଗମୋହନ ଦାଶଙ୍କ ସହ ପରିବାର ଭୁବନେଶ୍ୱରକୁ ଯାଇଥିଲେ।

 ପୁଣି ସିରାଜୁଦ୍ଦିନ ଖଣିରେ ଧାରଣା

ପୁଣି ସିରାଜୁଦ୍ଦିନ ଖଣିରେ ଧାରଣା

ଯୋଡ଼ା,୨୬।୪(ଡି.ଏନ୍‌.ଏ.): ଯୋଡ଼ା ଖଣିମଣ୍ଡଳ ବଳଦାସ୍ଥିତ ସିରାଜୁଦ୍ଦିନ ଖଣିରେ ନିଯୁକ୍ତି ଦାବିକରି ଖଣିର ସମସ୍ତ କାର୍ଯ୍ୟ ବନ୍ଦ କରି ହଜାର ହଜାର ଗ୍ରାମବାସୀ ବୁଧବାର ଅପରାହ୍ନରେ ଧାରଣାରେ ବସିଥିଲେ। ସ୍ଥାନୀୟ ୪ଟି ଗ୍ରାମ ପଞ୍ଚାୟତ ବଳଦା, ପଳସା, କାଳିମାଟି ଓ ନୟାଗଡ଼ର ଲୋକ ସିରାଜୁଦ୍ଦିନ ଖଣିରେ ନିଯୁକ୍ତି ଦାବି କରି ଖଣିର ୬ନଂ ମୁଖ୍ୟ ଫାଟକରେ ହେଉଥିବା ପରିବହନ ଓ ଖଣିର ଉତ୍ତୋଳନ କାର୍ଯ୍ୟ ସହ ଅନ୍ୟ କାର୍ଯ୍ୟକୁ ବନ୍ଦ କରି ଧାରଣାରେ ବସିଛନ୍ତି।

ନାମଫଳକ ଓଡ଼ିଆରେ ଲେଖିବା ନେଇ ଆଲୋଚନା

ନାମଫଳକ ଓଡ଼ିଆରେ ଲେଖିବା ନେଇ ଆଲୋଚନା

ସୁନାବେଡ଼ା,୨୬। ୪(ଡ଼ି.ଏନ.ଏ)- ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଓଡ଼ିଆରେ ନାମଫଳକ ଲେଖିବା ନେଇ ସୁନାବେଡ଼ା ପୌର ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅସୁସ୍ଥ ୮ ଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

ଘସିପୁରା/ଆନନ୍ଦପୁର, ୨୬।୪(ଡି.ଏନ.ଏ.): ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ପଞ୍ଚାୟତରେ ଥିବା ନୂଆମାଳିଆ ଆଶ୍ରମ ବିଦ୍ୟାଳୟର ୮ ଛାତ୍ରୀ ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରାତିରେ ଖାଦ୍ୟ ଖାଇ ଛାତ୍ରୀମାନେ ଶୋଇ ପଡିଥିଲେ।

ପ୍ରଭାବଶାଳୀଙ୍କ କବ୍‌ଜାରେ ରାସ୍ତା

ପ୍ରଭାବଶାଳୀଙ୍କ କବ୍‌ଜାରେ ରାସ୍ତା

କେନ୍ଦୁଝର, ୨୬।୪(ସ୍ବ.ପ୍ର.): ପଣ୍ଡାପଡା ଥାନା ପିଠାଗୋଳାର ଜଣେ ପ୍ରଭାବଶାଳୀ ଲୋକ ସର୍ବସାଧାରଣ ରାସ୍ତାକୁ ବେଆଇନ ଭାବେ ପଟ୍ଟା କରାଇ ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବ୍ୟାହତ ହୋଇଛି। ଏ ନେଇ ବାରମ୍ବାର ଅଭିଯୋଗ ଓ ଆନ୍ଦୋଳନ କରାଯାଉଥିବା ଦେଖିବାକୁ ମିଳୁଛି। ରାସ୍ତା ଜବରଦଖଲ ମୁକ୍ତ କରାଯାଉ ନ ଥିବାରୁ ଅସନ୍ତୋଷ କୁହୁଳୁଛି। ରାସ୍ତା ନ ଥିବାରୁ ଲୋକେ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି। ଏପରି କି ଆମ୍ବୁଲାନ୍‌ସ ଉକ୍ତ ସାହିକୁ ଯାଇ ପାରୁ ନ ଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ କୌଣସି ଉପାୟ ନ ପାଇ ମଙ୍ଗଳବାର ସ୍ଥାନୀୟ ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନ୍ୟାୟ ମାଗିଛନ୍ତି।