ରାଜ୍ୟ |

ପଦାରେ ପଡିଲା ଗୋଷ୍ଠୀ କନ୍ଦଳ: ଭାଜପା ମିଶ୍ରଣ ପର୍ବରେ ଉତ୍ତେଜନା

ପଦାରେ ପଡିଲା ଗୋଷ୍ଠୀ କନ୍ଦଳ: ଭାଜପା ମିଶ୍ରଣ ପର୍ବରେ ଉତ୍ତେଜନା
ପାଟକୁରା/ଭୁବନେଶ୍ୱର,୨୧।୧୨(ଡି.ଏନ୍‌.ଏ.)- ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିଟିଆ ଠାକୁରାଣୀ ପଡିଆରେ ଆୟୋଜିତ ଭାଜପା ମିଶ୍ରଣ ପର୍ବରେ ଗୁରୁବାର ଉତ୍ତେଜନା ସୃଷ୍ଟି ହୋଇଛି। ଫଳରେ ଭାଜପାର ମିଶ୍ରଣପର୍ବ ବାଧାପ୍ରାପ୍ତ ହୋଇଛି। ଏହି ମିଶ୍ରଣ ପର୍ବରେ ବିଜୟ ମହାପାତ୍ରଙ୍କୁ ଡକାଯାଇ ନ ଥିବାରୁ ତାଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିଲେ। ସୂଚନା ଅନୁଯାୟୀ, ଭାଜପାର ଉତ୍କଳ କେଶରୀ ପରିଡାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଏହି ସଭାର ଆୟୋଜନ କରିଥିଲେ। ଏଥିରେ ବିଜୟଙ୍କୁ ଅଣଦେଖା କରାଯାଇଥିବାରୁ ବ୍ଲକ ଛକଠାରେ ଆୟୋଜିତ ରାଲିରେ ପ୍ରଥମେ ବିଜୟଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିଲେ। ପରେ ସଭାସ୍ଥଳକୁ ଯାଇ ସଭାକୁ ଭାଙ୍ଗିଦେଇଥିଲେ। ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ପରେ ହିିସାବ ନିଆଯିବ ବୋଲି ପୂର୍ବତନ ଜିଲା ଭାଜପା ସଭାପତି ଦୁର୍ଯ୍ୟୋଧନ ସାହୁ କହିଛନ୍ତି।
All Right Reserved By

ରାଜ୍ୟ |

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ଗୋପ, ୧୮।୧୨(ଡି.ଏନ୍‌.ଏ.)-ଗୋପ ଥାନା ଅଧୀନ ଏକ ଗ୍ରାମରେ ଜନୈକ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଗୋପ ଥାନାରେ ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗୋପ ପୋଲିସ ୧୯୧/୧୮ରେ ଏକ ମାମଲା ରୁଜୁ କରି ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

 ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପ୍ୟାକ୍ସ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି।  ନିଜସ୍ବ ଗୋଦାମ ଘର ନ ଥିବାରୁ ପେଥେଇ ପ୍ରଭାବ ଜନିତ ଲଗାଣ ବର୍ଷାରେ ମଙ୍ଗଳବାର ମଣ୍ଡିକୁ ଆସିଥିବା ୭ଶହ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନବସ୍ତା ପାଣିରେ ଭିଜି ଯାଇଛି ।

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

 ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚକଡା ରୋଗରେ ଧାନଚାଷ କ୍ଷତି ପରେ ଏବେ ପେଥେଇ ଚାଷୀଙ୍କୁ ଦାଉ ସାଜିଛି ା ଗତ ଦୁଇଦିନ ହେଲା ପେଥାଇ ପ୍ରଭାବରେ  ଲଗାଣ ବର୍ଷାରେ ଦେଓଗାଁ ବ୍ଲକର ଅନେକ ଚାଷୀଙ୍କ ପାଚିଲା ଧାନ ସାଙ୍ଗକୁ କପା, ପନିପରିବା ଓ ଡାଲିଜାତୀୟ ଶସ୍ୟ ନଷ୍ଟ ହୋଇଛି ଚାଷୀ ଏବେ ବିଲରେ ବର୍ଷା ପାଣିରେ ବୁଡି ରହିଥିବା ପାଚିଲା ଧାନକୁ ଦେଖି ଦୁଃଖରେ ଭାଙ୍ଗିପଡିଛିି । 

ଏଏସ୍‌ଆଇ ଡିଜିଙ୍କ ସତ୍ୟପାଠ ଦାଖଲ: ସୂର୍ଯ୍ୟମନ୍ଦିର ପ୍ରତି ସାମାନ୍ୟତମ ବିପଦ ନାହିଁ

ଏଏସ୍‌ଆଇ ଡିଜିଙ୍କ ସତ୍ୟପାଠ ଦାଖଲ: ସୂର୍ଯ୍ୟମନ୍ଦିର ପ୍ରତି ସାମାନ୍ୟତମ ବିପଦ ନାହିଁ

କଟକ ଅଫିସ, ୧୮।୧୨- ସୂର୍ଯ୍ୟମନ୍ଦିର ମରାମତି ଓ ରକ୍ଷଣାବେକ୍ଷଣକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ମଙ୍ଗଳବାର  ହାଇକୋର୍ଟରେ ହୋଇଥିଲା। ଏଥିରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଉଷା ଶର୍ମା ସତ୍ୟପାଠ ଦାଖଲ କରିଛନ୍ତି। କୋଣାର୍କ ମନ୍ଦିରର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଦାୟିତ୍ୱ ୧୯୩୮ରୁ ଏଏସ୍‌ଆଇ ହାତରେ ନ୍ୟସ୍ତ ରହିଛି। 

ମହାନଦୀ ଜଳ ବିବାଦ ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ମହାନଦୀ ଜଳ ବିବାଦ ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ଛତିଶଗଡ଼ ଶାସନରେ ପରିବର୍ତ୍ତନ ହୋଇ ଛି। ଭାଜପା କ୍ଷମତାଚ୍ୟୁତ ହୋଇଛି ଏବଂ କଂଗ୍ରେସ ଶାସନକୁ ଫେରିଛି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବଘେଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ନୂତନ ମୁଖ୍ୟମନ୍ତ୍ରୀ ବଘେଲଙ୍କୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସ୍ବାଗତ କରିବା ସହିତ ଶୁଭେଚ୍ଛା ଜଣାଇଛି।

ସିଡିଏମ୍‌ଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ: ସ୍ବାସ୍ଥ୍ୟସେବାରେ ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ

ସିଡିଏମ୍‌ଓଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ: ସ୍ବାସ୍ଥ୍ୟସେବାରେ ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ସ୍ବାସ୍ଥ୍ୟସେବା ଏକ ମୌଳିକ ଅତ୍ୟାବଶ୍ୟକ ସେବା। ଏଥିରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭଲକାମ କରି ଆମେ ସର୍ବଭାରତୀୟ ସ୍ତରରେ ପ୍ରଶଂସନୀୟ ହୋଇଛେ। ତଥାପି ଆମକୁ ଆହୁରି ଅଧିକ ଭଲକାର୍ଯ୍ୟ କରିବାକୁ ପଡ଼ିବ। ସେ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମ୍‌ଓ)ମାନଙ୍କ ସହିତ ସମସ୍ତ ଡାକ୍ତର ଏବଂ ଅନ୍ୟ ପଦାଧିକାରୀମାନେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତିି। 

ଜାଲ କାଗଜପତ୍ର ଦେଇ ବ୍ୟାଙ୍କ୍‌ରୁ ୧କୋଟି ୪୫ଲକ୍ଷ ଋଣ: ଅଭିଯୁକ୍ତ  ଗିରଫ

ଜାଲ କାଗଜପତ୍ର ଦେଇ ବ୍ୟାଙ୍କ୍‌ରୁ ୧କୋଟି ୪୫ଲକ୍ଷ ଋଣ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୮ା୧୨ (ବ୍ୟୁରୋ)-ବ୍ୟାଙ୍କ୍‌କୁ  ଜାଲ କାଗଜପତ୍ର ଦେଇ ଋଣ ନେବା ଠକେଇ କରିବା ଘଟଣାରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆ ପାଟନାସାହିର  ନାରାୟଣ ସେନାପତି(୪୩)।ସେ ବିସାଲ ପଲିମରସ୍‌ କମ୍ପାନୀରେ ମ୍ୟାନେଜିଙ୍ଗ ପାଟର୍ନର ଅଛନ୍ତି। 

ଜବରଦଖଲ ମୁକ୍ତ କର

ଜବରଦଖଲ ମୁକ୍ତ କର

ଝୁମ୍ପୁରା, ୧୮।୧୨(ଡି.ଏନ.ଏ.): ଝୁମ୍ପୁରା ତହସିଲ ଅନ୍ତର୍ଗତ ୬ ରାଜସ୍ବ ସର୍କଲରେ ସରକାରୀ ଜମି ଜବରଦଖଲରେ ରହିଛି। ଗ୍ରାମାଞ୍ଚଳରେ ଜମି ଜବରଦଖଲ ନେଇ ଗ୍ରାମ୍ୟ ବିବାଦ ଦେଖା ଦେଉଛି। ଗୋଚର, ଶ୍ମଶାନ, କେନାଲ ହୁଡା ଜବରଦଖଲରୁ ବାଦ ପଡୁନାହିଁ। ସରକାରୀ ଜାଗା ଅଭାବରୁ ସ୍କୁଲ, ବୈଷୟିକ ବିଦ୍ୟାଳୟ, କର୍ମଚାରୀଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇପାରୁନାହିଁ। 

ସୁନୀଲଙ୍କୁ ମିଳିଲା ଚିକିତ୍ସାସେବା

ସୁନୀଲଙ୍କୁ ମିଳିଲା ଚିକିତ୍ସାସେବା

ଝୁମ୍ପୁରା, ୧୮।୧୨(ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର ପଞ୍ଚାୟତ ବାସିନ୍ଦା ସୁନୀଲ ମୁଣ୍ଡା (୧୨)ଙ୍କୁ ଚିକିତ୍ସା ସୁବିଧା ମିଳିଛି। ସୁନୀଲର ଗୋଡରେ ଘା’ ବଢୁଥିଲା। ଚିକିତ୍ସା ସୁବିଧା ପାଇପାରୁ ନ ଥିଲେ। ଅସହାୟ ହୋଇ ପଡିଥିଲେ ସୁନୀଲ। ଏ ନେଇ ‘ଚିକିତ୍ସାରେ ଅର୍ଥ ସାଜିଛି ବାଧକ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ପ୍ରଶାସନିକ କର୍ତ୍ତୃପକ୍ଷ ସୁନୀଲଙ୍କ ଚିକିତ୍ସା ସୁବିଧା କରାଇଛନ୍ତି।

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ଝରିଗାଁ, ୧୮।୧୨(ସ୍ବ.ପ୍ର)- ଅଭିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବି ନେଇ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ଝରିଗାଁ ବ୍ଲକ ସଦର ମହକୁମାଠାରେ ସ୍ଥାନୀୟ ଆଇନଜୀବୀମାନଙ୍କ ଦ୍ୱାରା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି।