ରାଜ୍ୟ |

ଆଖି ବୁଜିଲା ‘ରେବତୀ’

ଆଖି ବୁଜିଲା ‘ରେବତୀ’

ବାରଙ୍ଗ,୨୦।୧୨(ଡି.ଏନ୍‌.ଏ.)-ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ ଦୁଇମାସ ଧରି ଅସୁସ୍ଥ ଥିବା ୧୮ବର୍ଷୀୟ ବାଘୁଣୀ ‘ରେବତୀ’ ଶେଷରେ ଆଖି ବୁଜିଛି। ପରିସରସ୍ଥ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତା’ର ମୃତ୍ୟୁ ଘଟିଛି। ବୟସାଧିକ୍ୟ ଯୋଗୁ ଯକୃତ ଏବଂ ହୃତ୍‌ପିଣ୍ଡ ନଷ୍ଟ ହୋଇଯିବାରୁ ରେବତୀର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଏହି ବାଘୁଣୀର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୪କୁ ହ୍ରାସ ପାଇଛି। ନୂଆବର୍ଷ ପୂର୍ବରୁ ବାଘୁଣୀର ମୃତ୍ୟୁ କର୍ତ୍ତୃପକ୍ଷ ଏବଂ କର୍ମଚାରୀଙ୍କୁ ଗଭୀର ମର୍ମାହତ କରିଛି। ଦୁଇମାସ ତଳେ ରେବତୀର ସ୍ବାସ୍ଥ୍ୟାବସ୍ଥାରେ ହଠାତ୍‌ ଅବନତି ଦେଖାଦେଇଥିଲା। ଅଳ୍ପ ଅଳ୍ପ ଖାଦ୍ୟ ଗ୍ରହଣ କରୁଥିଲେ ମଧ୍ୟ ତାହା ଠିକ୍‌ଭାବେ ହଜମ ହେଉ ନ ଥିଲା। ଧୀରେ ଧୀରେ ସେ ଖାଦ୍ୟ ଛାଡ଼ିଦେବାରୁ ଶରୀରର ଓଜନ ହ୍ରାସ ପାଇବାକୁ ଲାଗିଲା। ୨୦ଦିନ ତଳେ ଅତ୍ୟଧିକ ଅସୁସ୍ଥ ହୋଇପଡ଼ିବାରୁ ରେବତୀକୁ ପରିସରସ୍ଥ ଡାକ୍ତରଖାନା ନିଆଯାଇ ଡାକ୍ତରଙ୍କ ହେପାଜତରେ ରଖାଯାଇଥିଲା। ଏଠାରେ ଡାକ୍ତରମାନେ ତା’ର ଚିକିତ୍ସା ଆରମ୍ଭ କରିଥିଲେ। ଖାଦ୍ୟ ଖାଉ ନ ଥିବାରୁ ତାକୁ ଭିଟାମିନ୍‌ ସାଙ୍ଗକୁ ଲିଭର୍‌ ଟନିକ୍‌ ଖାଇବାକୁ ଦିଆଯାଉଥିଲା। ଏହାସତ୍ତ୍ୱେ ବାଘୁଣୀର ସ୍ବାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ବୁଧବାର ସକାଳେ କର୍ମଚାରୀମାନେ ଡାକ୍ତରଖାନା ଆସିବା ପରେ ରେବତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ୧୯୯୯ ମସିହା ଜୁଲାଇ ୩ରେ ରୋହିତ୍‌ ଓ ଶୈଳଜା ଔରସରୁ ରେବତୀ ଜନ୍ମଗ୍ରହଣ କରିଥିଲା। ବହୁବାର ତାକୁ ମିଳନ ପ୍ରକ୍ରିୟାରେ ସାମିଲ କରାଯାଇଥିଲେ ମଧ୍ୟ ସେ ଗର୍ଭବତୀ ହୋଇପାରି ନ ଥିଲା। ରେବତୀର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ୮ଟି ଧଳା ଏବଂ ୧୬ଟି ସାଧାରଣ ବାଘ ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୨ଟି ମାଈ ଏବଂ ୧୨ଟି ଅଣ୍ଡିରା ରହିଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ କହିଛନ୍ତି।

All Right Reserved By

ରାଜ୍ୟ |

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ଜନ୍ମବେଦୀରେ ଚତୁର୍ଦ୍ଧାବିଗ୍ରହ

ପୁରୀ ଅଫିସ, ୧୬ା୭: ଘୋଷଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଜନ୍ମବେଦୀରେ। ବଡ଼ଦାଣ୍ଡରେ ତିନିଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବା ପରେ ସୋମବାର ଆଡପମଣ୍ଡପକୁ ବିଜେ କରିଛନ୍ତି ମହାପ୍ରଭୁ। ମଙ୍ଗଳବାରଠାରୁ ଜନ୍ମବେଦୀରେ ଦାରୁଦିଅଁଙ୍କ ଦର୍ଶନ ପାଇବେ ଭକ୍ତ। ମିଳିବ ଆଡପ ଅବଢ଼ା। ଏଥିସହ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ।

ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି: ରାତି ୮ଟାଠାରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୧୬ା୭: ମଙ୍ଗଳବାର ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ ରାତି ୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ଐତିହ୍ୟ ଅବହେଳିତ, ବିପଦରେ ପଞ୍ଚତୀର୍ଥ: ଭୁଶୁଡିଲା ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୭: ବିପଦରେ ପୁରୀର ପଞ୍ଚତୀର୍ଥ। ପ୍ରଶାସନର ଆନ୍ତରିକତା ଅଭାବରୁ ସହରର ତୀର୍ଥ ପୁଷ୍କରିଣୀଗୁଡ଼ିକ ଦୟନୀୟ ଅବସ୍ଥାରେ ରହିଛି। ସୋମବାର ମାର୍କଣ୍ଡେୟ ପୁଷ୍କରିଣୀ ପାଚେରି ଭୁଶୁଡି ପଡିବା ଘଟଣା ଏହାକୁ ସ୍ପଷ୍ଟ କରିଛି।

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ଶ୍ରୀମନ୍ଦିରରେ ଯୁଗ୍ମ କମିଟିର ଯାଞ୍ଚ: ମୁଖ୍ୟମନ୍ଦିର ପ୍ରଥମ ମହଲାରୁ ଗଳୁଛି ପାଣି

ପୁରୀ ଅଫିସ,୧୬ା୭: ୧୯୯୩ ମସିହାରେ ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିଥିଲା। ସେତେବେଳେ ଠାକୁରଙ୍କୁ ସ୍ଥାନାନ୍ତରିତ କରାଯାଇ ଏହାର ମରାମତି କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ଗର୍ଭଗୃହର ଯାଞ୍ଚ କରାଯାଉଛି।

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଲଘୁଚାପ ସକ୍ରିୟ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର, ୧୬।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି।

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୧୬।୭: ଶିଳ୍ପପତି ମହିମା ନନ୍ଦ ମିଶ୍ରଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ସୋମବାର ୨ଟି ମାମଲାରେ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

ଡକାୟତି ଯୋଜନା ପଣ୍ଡ, ୨ ଗିରଫ

କଟକ ଅଫିସ, ୧୬।୭: କଟକ ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ମଙ୍ଗଳାବାଗ ପୋଲିସ ଚଢ଼ାଉ କରି ସୋମବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ରେମୁଣା ଅଞ୍ଚଳର ସନ୍ତୋଷ ଦାସ ଓରଫ୍‌ ସନ୍ତୁ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଅଭିଷେକ ନାଇଡୁ ଓରଫ ରାଜା।

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

ରାସ୍ତା ମଝିରେ ଯୁବକଙ୍କୁ ହତ୍ୟା

କାଶୀନଗର,୧୬।୭(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାର ଖାଇଡ଼ା-ସୀତାପୁର ମଧ୍ୟରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଭୂପତି ଲକ୍ଷ୍ମୀପୁର ଗ୍ରାମର ଚିପୁରୁ ସଞ୍ଜୀବ ପାରଳାଖେମୁଣ୍ଡି ଯାଉଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ କାତିରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ଖଟିଆରେ ୧୦କିମି ବୁହାହେଲେ ଗର୍ଭବତୀ

ପାପଡ଼ାହାଣ୍ଡି,୧୬।୭(ଡି.ଏନ୍‌.ଏ.): ଗତ ଚାରି ଦିନ ଧରି ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲୋକେ ଘରୁ ବାହାରିପାରୁ ନାହାନ୍ତି। ସୋମବାର ସକାଳୁ ୧୦୨ ଆମ୍ବୁଲାନ୍ସ ଆସି ନ ପାରିବାରୁ ଦୀର୍ଘ ୧୦ କି.ମି. ରାସ୍ତା ଖଟିଆରେ ବୁହା ହୋଇ ଡାକ୍ତରଖାନା ଆସିଛନ୍ତି ଗର୍ଭବତୀ।

ଫେଲ୍‌ ମାରିଲା ଜଳସେଚନ ଯୋଜନା : ୨୫୦ ହେକ୍ଟର ଚାଷ ଜମି ପଡ଼ିଆ

ସମ୍ବଲପୁର,୧୬।୭(ବ୍ୟୁରୋ) ସମ୍ବଲପୁର ଜିଲା ଜୁଜୁମୁରା ବ୍ଳକ ଦେବଝରନ ଜଳପ୍ରପାତର ପ୍ରବାହିତ ପାଣିକୁ ଡ୍ୟାମ ନିର୍ମାଣ କରି ଚାଷ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ହୋଇଥିଲା ଯୋଜନା। ପ୍ରାୟ ୪୫ ବର୍ଷ ତଳେ ଡ୍ୟାମ ସହ କେନାଲ ନିର୍ମାଣ କରାଯାଇ ଜୁଜୁମୁରା ଅଞ୍ଚଳର ଚାଷୀମାନଙ୍କ ଜମିରେ ପାଣି ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପ୍ରକଳ୍ପ ଆରମ୍ଭରୁ ଲକ୍ଷ୍ୟଧାର୍ଯ୍ୟ ଜମିରେ ଚାଷ ହୋଇପାରିନାହିଁ। ବର୍ଷତମାମ୍‌ ଡ୍ୟାମରେ ପାଣି ଥିବା ବେଳେ କେନାଲଗୁଡ଼ିକ ଶୁଖିଲା ପଡ଼ିଛି। ଫଳରେ ଜୁଜୁମୁରା ଅଞ୍ଚଳରେ ୨୫୦ ହେକ୍ଟର ଜମି ପଡ଼ିଆ ପଡ଼ିଛି। ପ୍ରାୟ ୫୫୦ରୁ ଅଧିକ ଛୋଟବଡ଼ ଚାଷୀ ପ୍ରଭାବିତ ହୋଇଛନ୍ତି। ଚାଷୀମାନେ ପ୍ରତିବର୍ଷ ଜଳକର ଦେଉଛନ୍ତି ହେଲେ ଜଳ ତାଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। ଚାଷ ଜମିରେ ପାଣି ନ ମାଡ଼ିଲେ ମଧ୍ୟ ଜଳକର ଦେଉଥିବାରୁ ଅଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ସ୍ବାମୀଙ୍କ ଋଣ ବୋଝ, ୩ ପିଲାଙ୍କ ଭରଣପୋଷଣ ଚିନ୍ତା : ଅସହାୟା ସୁଜାତାଙ୍କୁ ସରକାରୀ ସହାୟତା ଲୋଡ଼ା

ପଡିଆବାହାଲ,୧୬।୭(ଡି.ଏନ.ଏ.) ଦୁହିତା ଦୁଇ କୂଳକୁ ହିତା। ଏହି ଉକ୍ତିଟି କିନ୍ତୁ ସ୍ବାମୀଙ୍କୁ ହରାଇଥିବା ଜଣେ ଅସହାୟା ମହିଳା ସୁଜାତାଙ୍କ ପକ୍ଷେ ଓଲଟା ହୋଇଛି। ସ୍ବାମୀ ଆରପାରିକୁ ଗଲାପରଠୁ ସେ ଶାଶୁଘର ଓ ବାପଘର ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ଶାଶୁଘର ଲୋକେ ଦୂର୍‌ଦୂର୍‌ ଭାଗ୍‌ଭାଗ୍‌ କରିବା ପରେ ୩ ପାଠପଢ଼ୁଆ ପିଲାଙ୍କୁ ଧରି ସୁଜାତା ବାପଘର କବରାପାଲି ପଞ୍ଚାୟତ କୁଟୁରାଜୁରୀ ଗଁ।କୁ ଚାଲିଆସିଛନ୍ତି। ସେଠାରେ ବାପା ଦେଇଥିବା ଏକ ମାଟିର କୁଡ଼ିଆ ଘରେ ମୁଣ୍ଡ ଗେଞ୍ଜିଛନ୍ତି। ବିନା କାହାର ସହାୟତାରେ ଏକୁଟିଆ ଜୀବନର ପ୍ରତିଟି ମୁହୂର୍ତ୍ତ ସହ ସଂଗ୍ରାମ ଚଳାଇଛନ୍ତି। ହତଭାଗା ସୁଜାତା ଜୟନ୍ତପୁର ପଞ୍ଚାୟତ ଫଟାବାହାଲ ଗାଁର ବିଦେଶୀ ବଢ଼େଇଙ୍କୁ ବିବାହ କରିଥିଲେ। ବୈବାହିକ ଜୀବନରେ କୌଣସି ସମସ୍ୟା ନଥିଲା। ଦୁଃଖେ କଷ୍ଟେ ଦୁହେଁ ସଂସାର ଡଙ୍ଗା ଚଳାଇଥିଲେ। ତାଙ୍କ ୩ ସନ୍ତାନ ମଧ୍ୟ ସ୍କୁଲ ଯାଉଥିଲେ। ହେଲେ ଜୀବନଯାତ୍ରାର ଝଡ଼ଝଞ୍ଜା ଭିତରେ ଅର୍ଥାଭାବ କଣ୍ଟକ ସାଜିଥିଲା। ମୁଣ୍ଡ ଉପରେ ପରିବାର ବୋଝ ଯୋଗୁ ବିଦେଶୀ ଋଣଗ୍ରସ୍ତ ହେଲେ। ଶେଷରେ ଶୁଝି ନ ପାରି କୀଟନାଶକ ଖାଇ ସୁବଦିନ ପାଇଁ ଆଖି ବୁଜିଦେଲେ। ଆଉ ସୁଜାତା ଶାଶୁଘର ପାଇଁ ଯେପରି ଅଭିଶାପ ପାଲଟିଗଲେ। ସେ ହେଲେ ନିର୍ଯାତିତା।

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ସବୁଆଡେ ଜଳାର୍ଣ୍ଣବ, ରାସ୍ତା ଉପରେ ଆଣ୍ଠୁଏ ପାଣି

ଚନ୍ଦ୍ରଶେଖରପୁର,୧୬।୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ସୋମବାର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। କଲୋନୀଠାରୁ ଆରମ୍ଭ କରି ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଛି। ଫଳରେ ଛୋଟ ଛୋଟ ପିଲାଙ୍କୁ ଧରି ପ୍ରବଳ ବର୍ଷାରେ ବାଧ୍ୟହୋଇ ଲୋକେ ରାସ୍ତା ଉପରେ ଛିଡା ହୋଇଛନ୍ତି।

Model This Week

ରୂପେଶ