Dharitri News
ରାୟଗଡା

ପୋଲ ତଳକୁ ଖସିଲା ଭ୍ୟାନ, ୧୭ ଆହତ

ପୋଲ ତଳକୁ ଖସିଲା ଭ୍ୟାନ, ୧୭ ଆହତ କୋରାପୁଟ/ଲକ୍ଷ୍ମୀପୁର,୨୦।୧୨(ସ୍ବ.ପ୍ର./ଡି.ଏନ୍‌.ଏ.)-ବୁଧବାର ସକାଳ ସାଢେ ୬ଟାରେ ୧୯୫ ବାଟାଲିୟନର ବିଏସ୍‌ଏଫ୍‌ ଯବାନଙ୍କୁ ଧରି ପାଟ୍ରୋଲିଂ ସାରି ଫେରୁଥିବା ଭ୍ୟାନ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମ ନିକଟସ୍ଥ ସିଂରିପାଇ ୩୨୬ନଂ ଜାତୀୟ ରଜପଥରେ ଏକ ପୋଲ ତଳକୁ ଭାରସାମ୍ୟ ହରାଇ ଖସି ପଡିଛି। ଫଳରେ ୧୭ ଜଣ ଯବାନ୍‌ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଯବାନମାନେ ହେଲେ ଅମ୍ରିଜ୍‌ ରାଜ୍‌,ରମେଶ ନାଗ,ଇନ୍ଦୁମତ ସିଂ, ବିନୋଦ କୁମାର, ବୀରେନ୍ଦ୍ର ସିଂ, ମହପାଲ କୁମାର, ଅନ୍ତୁରାମ ହେ ପ୍ରସାଦ, ଶିବ ଦାସ୍‌, ସୁବାସ୍‌ ଚନ୍ଦ୍ର, ରାକେଶ୍‌ ୟାଦବ୍‌ଙ୍କ ସମେତ ଅନ୍ୟମାନେ ଅଛନ୍ତି। ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆହତ ଯବାନମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଯବାନ ରାମଜି ରାଓ, ବିନୋଦ କୁମାର, ଆମଜାଦ ଖାନ ଓ ମହିପାଲ କୁମାରଙ୍କୁ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। କିଛି ଯବାନଙ୍କୁ ସାମନ୍ୟ ଚିକିତ୍ସା ପରେ ଛାଡି ଦେଇଥିବାବେଳେ ମେଡିକାଲରେ ୬ ଜଣ ଚିକିତ୍ସିତ ହେଉଛନ୍ତି। ଖବରରୁ ଜଣାପଡିଛି ଲକ୍ଷ୍ମୀପୁର ବ୍ଲକ ସୀମାକୁ ଲାଗି ରହଛି ନାରାୟଣ ପାଟଣା ବ୍ଳକ। ୨୦୦୪ରେ ଲକ୍ଷ୍ମୀପୁର ଥାନାକୁ ମାଓବାଦୀମାନେ ଉଡ଼ାଇ ଦେଇଥିଲେ। ସେବେଠାରୁ ଲକ୍ଷ୍ମୀପୁର ସବ୍‌ଜେଲ୍‌ଠାରେ ପ୍ରଥମେ ସିଆର୍‌ପିଏଫ୍‌ ଯବାନ୍‌ମାନଙ୍କୁ ପରବର୍ତ୍ତୀ ସମୟରେ ବିଏସ୍‌ଏଫ୍‌ଙ୍କୁ ନିୟୋଜିତ କରାଯାଇଥିଲା। କିଛି ଦିନ ତଳେ ଏଠାରେ ଦୀର୍ଘ ଦିନ ହେଲା ଅବସ୍ଥାପିତ ହୋଇଥିବା ୧୨୦ ବିଏସ୍‌ଏଫ୍‌ ବାଟାଲିୟନ୍‌ଙ୍କୁ ବଦଳାଇ ତାଙ୍କ ସ୍ଥାନରେ ୧୯୫ ବିଏସ୍‌ଏଫ୍‌ ବାଟାଲିୟନ୍‌ଙ୍କୁ ନିୟୋଜିତ କରାଯାଇଥିଲା। ଏହି ବାଟାଲିୟନ୍‌ର କିଛି ଯବାନ୍‌ ମଙ୍ଗଳବାର ରାତିରେ ଲକ୍ଷ୍ମୀପୁର ଥାନା ଧାମନ୍‌ଗଣ୍ଡା ଓ ପିପଳପଦର ଅଞ୍ଚଳକୁ କୋମ୍ବିଂ କରିବାକୁ ଯାଇ ବୁଧବାର ସକାଳ ସାଢେ ୬ଟାରେ ଫେରୁଥିବାବେଳେ ଉପରୋକ୍ତ ସ୍ଥାନରେ ଭ୍ୟାନଟି ପୋଲ ତଳକୁ ଖସିପଡିଥିଲା। ଖବରପାଇ ଥାନା ଅଧିକାରୀ ଜଗନ୍ନାଥ ଆଚାର୍ଯ୍ୟ ଘଟଣା ସ୍ଥଲରେ ପହଞ୍ଚତ୍ ଆହତ ଯବାନମାନଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଟାଲିୟନ୍‌ର କମାଣ୍ଡାଣ୍ଟ ବି.କେ.ମାନଧାତା, ବିଏସ୍‌ଏଫ୍‌ ଡିଆଇଜି ଏ.ରାମୁଲୁ ପହଞ୍ଚତ୍ ଯବାନମାନଙ୍କୁ ଦେଖିବା ସହ ସେମାନଙ୍କୁ କୋରାପୁଟ ନେବା ବ୍ୟବସ୍ଥା କରିଥିଲେ। ଏ ସମ୍ପର୍କରେ ଜାଣିବା ପରେ ଯବାନ ମାନଙ୍କୁ ଦେଖିବା ଲାଗି ଲକ୍ଷ୍ମୀପୁର ବଧାୟକ କୈଲାସ ଚନ୍ଦ୍ର କୁଲେସିକା,ତସିଲଦାର ସୁବସ ଚନ୍ଦ୍ର ରହିତ,ଅତିରିକ୍ତ ତସିଲଦାର ରଞ୍ଜନ କୁମାର ମାନସେଟ୍‌, ବ୍ଲକ ଅଧ୍ୟକ୍ଷା ସୁୱାଇ କୁଲେସିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ଥିଲେ।

ରାୟଗଡା

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ବୋଟ୍‌ ଚାଳକଙ୍କ ଦିନିକିଆ ଧର୍ମଘଟ

ମାଲକାନଗିରି,୨୨।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ବୋଟ୍‌ ଚାଳକମାନେ ସୋମବାର ଦିନିକିଆ ଧର୍ମଘଟ କରିଛନ୍ତି। ଫଳରେ ବିଛିନ୍ନାଞ୍ଚଳର ସମସ୍ତ ଅଞ୍ଚଳକୁ ବୋଟ୍‌ ସେବା ବାଧାପ୍ରାପ୍ତ ହୋଇଛି।

ଟ୍ରେନ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୨୧।୧(ଡି.ଏନ.ଏ)- ଦାଦନ ଖଟିବାକୁ ଯାଇଥିବା ରାୟଗଡା ଜିଲା ଗୁଣପୁର ବ୍ଲକ ପୁଟାସିଂ ପଞ୍ଚାୟତ ପୁଟା ଗ୍ରାମର ଜଣେ ଯୁବକଙ୍କ ବିଶାଖାପାଟଣା ଷ୍ଟେଶନଠାରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି ।

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ଜିଲାପାଳଙ୍କ ଅଚାନକ ଡାକ୍ତରଖାନା ପରିଦର୍ଶନ

ନବରଙ୍ଗପୁର,୨୧।୧ (ବି.ପ୍ର.)- ବିଷାକ୍ତ ଖାଦ୍ୟ ଖାଇ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ଅଧିନ ମାଳିଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁବନ୍ଧୁ ଭତ୍ରାଙ୍କ ମୃତ୍ୟ ସହ ୧୪ ଛାତ୍ରୀଛାତ୍ର ଗୁରୁତର ହୋଇଥିଲେ ।

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ

ନବରଙ୍ଗପୁର,୨୧।୧ (ଡି.ଏନ.ଏ.)- ନବରଙ୍ଗପୁର ଜିଲା ମାଝିଗୁଡା ଛକ ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକଲ ଓ ସ୍କୁଟି ମୁହାମୁହିଁ ଧକ୍କା ହୋଇ ବାଇକ ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

୮ ଏକର ଜମିରେ ଗଞ୍ଜେଇ ଚାଷ ପୋଡ଼ାଗଲା

ମାଲକାନଗିରି,୨୧।୧(ଡି.ଏନ୍‌.ଏ.) -ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଆର.ଏସ୍‌.ଇ-୪, ବଡ଼ପୁଟ ଓ ଡାଇକ-୨ ଗ୍ରାମରେ ଚାଷ କରାଯାଇଥିବା ପ୍ରାୟ ୧୮ ହଜାର ଗଞ୍ଜେଇ ଗଛ ରବିବାର ନଷ୍ଟ କରାଯାଇଛି।

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ଝିଅକୁ ଦେଖିବାକୁ ଯାଇ ଆଉ ଫେରିଲେନି

ରାୟଗଡ଼ା ଅଫିସ୍‌ ,୨୧।୧-ଏ ବେବି ମନେପଡ଼ିଲେ ସେ ଦିନର କଥା ଲୁହ ସମ୍ଭାଳି ପାରେନି। ଆଖିରୁ ପାଣି ଗଡ଼ିଆସେ। ଏଭଳି କୋହ ଭରା କଣ୍ଠରେ କହିଛନ୍ତି ବର୍ଷେ ତଳେ ହୀରାଖଣ୍ଡ ଟ୍ରେନ ଦୁର୍ଘଟଣାରେ ନିଜ ସ୍ବାମୀଙ୍କୁ ହରାଇଥିବା ରାୟଗଡ଼ାରେ ରହୁଥିବା ସୁକାନ୍ତୀ ମହାପାତ୍ର। ସନ୍ଧ୍ୟା ବେଳେ ଘରେ ପୂଜା ହୋଇଥିଲା।

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ହୀରାଖଣ୍ଡ ଟ୍ରେନ ଦୁର୍ଘଟଣା ଘଟଣା, ବର୍ଷେ ପରେ ବି କାରଣ ଅସ୍ପଷ୍ଟ

ରାୟଗଡ଼ା ଅଫିସ୍‌,୨୧।୧- ଗୋଟିଏ ବର୍ଷ ବିତିଗଲା। କିନ୍ତୁ ଆଜିବି ମନେପଡ଼େ ସେଇ କାଳ ରାତିର କଥା। ୨୦୧୭ ଜାନୁୟାରୀ ୨୧ ତାରିଖ ରାତି ୧୧ଟା ସମୟରେ କୁନେର ଷ୍ଟେସନଠାରେ ଘଟିଥିବା ରେଳ ଦୁର୍ଘଟଣା ଆଜି ବି ମନେପଡ଼େ।

ଜଳିଗଲା ୪ଟି ଧାନ ଗଦା

ଜଳିଗଲା ୪ଟି ଧାନ ଗଦା

ଡାବୁଗାଁ,୨୧।୧(ଡ.ଏନ.ଏ.)- ଡାବୁଗାଁ ବ୍ଲକ ଜୁନାପାଣି ପଞ୍ଚାୟତ ଅଧୀନ ରାବଣାଗୁଡା ଗ୍ରାମରେ ରବିବାର ଅପରାହ୍ନ ୨ଟା ସମୟରେ ନିଆଁ ଲାଗି ୪ ଟି ଧାନ ଗଦା ପୋଡିଯାଇଛି । ସୂଚନାଯୋଗ୍ୟ, ରାବନାଗୁଡା ଗ୍ରାମର ପର୍ଶୁ ଭତ୍ରା,ଧବଳୁ ଭତ୍ରା,ମନୁରାମ ଭତ୍ରା ଓ ଧନସିଂ ଭତ୍ରାଙ୍କ ଖଳାରେ ଥିବା ଧାନ ଗଦାରେ ହଠାତ ନିଆଁ ଲାଗିଯାଇଥିଲା ।

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜାନୁଆରୀ ୨୬କୁ କଳା ଦିବସ ପାଳନ ପାଇଁ ମାଓବାଦୀଙ୍କ ଆହ୍ବାନ

ଜୟପୁର ୨୧। ୧ (ନି.ପ୍ର.)- ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କ, ନାରାୟଣପାଟଣା ଠାରେ ମାଓବାଦୀମାନେ ପୋଷ୍ଟର ମାଧ୍ୟମରେ ୨୬ ଜାନୁଆରୀ ସାଧାରଣତନ୍ତ୍ର ଦିବସକୁ କଳା ଦିବସଭାବେ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ନୂତନ ରୂପରେ ସଜ୍ଜିତ ହେବ ପ୍ରେମ ପାହାଡ଼

ରାୟଗଡା ଅଫିସ୍‌, ୨୧।୧- ରାୟଗଡା ଜିଲାର ବିଭିନ୍ନ ଅଞ୍ଚଳ ଏବଂ ରାୟଗଡା ସହରର ଉପକଣ୍ଠରେ ଅନେକ ପର୍ଯ୍ୟଟନସ୍ଥଳ ରହିଛି ା ଉକ୍ତ ପର୍ଯ୍ୟଟନସ୍ଥଳିଗୁଡିକ ମଧ୍ୟରୁ ରାୟଗଡା ସହରର ଉପକଣ୍ଠରେ ରହିଛି ପ୍ରେମପାହାଡ।

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ମହେନ୍ଦ୍ରତନୟା ପାଣି ନେବାକୁ ଆନ୍ଧ୍ରର ଚକ୍ରାନ୍ତ

ପାରଳାଖେମୁଣ୍ଡି, ୨୧।୧(ସ୍ବ.ପ୍ର.)-ପୂର୍ବରୁ ବିଭିନ୍ନ ସମୟରେ ଓଡ଼ିଶାର ବାଲି, ନଦୀ, ଜଙ୍ଗଲ ଓ ଖଣିଜ ସମ୍ପଦ ଉପରେ ଲୋଲୁପ ଦୃଷ୍ଟି ରଖିଆସିଥିବା ଆନ୍ଧ୍ର ସରକାର ଏବେ ପୁଣି ମହେନ୍ଦ୍ରତନୟା ଉପରେ ଆଖି ପକାଇଛନ୍ତି।

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ଅପହରଣ ପରେ ପ୍ରଜାକୋର୍ଟରେ ୪ଜଣଙ୍କୁ ମାଡ଼ମାରି ଛାଡ଼ିଲେ ମାଓବାଦୀ

ମାଥିଲି,୨୧।୧(ଡି.ଏନ.ଏ.)- କିଛି ଦିନର ନିରବତା ପରେ ପୁଣି ମାଓବାଦୀ ସଂଗଠନ ସକ୍ରିୟ ହୋଇପଡିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଅତ୍ୟାଚାରର ଶିକାର ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳିଯାଇଛି।