ରାୟଗଡା

ଚଇତି କ୍ରୀଡା ମହୋତ୍ସବ ଆରମ୍ଭ

ଚଇତି କ୍ରୀଡା ମହୋତ୍ସବ ଆରମ୍ଭ
ରାୟଗଡା ଅଫିସ୍‌, ୨୦।୧୨-ରାୟଗଡା ଜିଲାସ୍ତରୀୟ ଚଇତି କ୍ରୀଡା ମହୋତ୍ସବ ବୁଦବାରଠାରୁ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ରାୟଗଡା ସହରର ଗଜପତି ଛକରେ ଆୟୋଜିତ ଗଣଦୌଡକୁ ଜିଲାପାଳ ତଥା ଚଇତି କମିଟି ଅଧ୍ୟକ୍ଷ ଗୁହା ପୁନମ ତାପସ କୁମାର ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଜିଲା ଆରକ୍ଷୀ ଅଧୀକ୍ଷକ ତଥା ଚଇତି କ୍ରୀଡା କମିଟି ଅଧ୍ୟକ୍ଷ ରାହୁଲ ପିଆର୍‌, ଅତିରିକ୍ତ ଏସ୍‌ପି ୱାଇ.ଜଗନ୍ନାଥ ରାଓ, ଉପଜିଲାପାଳ ପ୍ରବୀର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗଣଦୌଡରେ ୨୧୬ଜଣ ପ୍ରତିଯୋଗୀ ଭାଗନେଇ ସ୍ଥାନୀୟ ଗଜପତି ଛକଠାରୁ କୋତାପେଟା ପର୍ଯ୍ୟନ୍ତ ଦୌଡିଥିଲେ । ବାଳକ ବର୍ଗରେ ସିକୁ ବିଡିକା ୧ମ, ଇ.ସୁରଜ ୨ୟ, ସୁଣ୍ଡଇ କନ୍ତା ୩ୟ, ସୁଣ୍ଡଇ ସୁରଜ ୪ର୍ଥ ଏବଂ ସୁରେନ୍ଦ୍ର ନାଗ ୫ମ ସ୍ଥାନ ହାସଲ କରିଥିଲେ। ସେହିପରି ବାଳିକା ବର୍ଗରେ ଅଞ୍ଜଳି ନାୟକ ୧ମ, ଭାନୁ ମାଝୀ ୨ୟ, ମନିଷା ନାୟକ ୩ୟ, କୁମୁଦିନୀ ନାୟକ ୪ର୍ଥ, ପୂର୍ଣ୍ଣମା ଶବର ୫ମ ସ୍ଥାନ ହାସଲ କରିଥିଲେ ା ଜିସିଡି ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ କବାଡି ପ୍ରତିଯୋଗିତାକୁ ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ପିଆର୍‌ ଉଦ୍‌ଘାଟନ କରିଥିଲେ । ବାଳକ ବର୍ଗରେ ୧୨ଟି ଓ ବାଳିକା ବର୍ଗରେ ୬ଟି ଦଳ ଭାଗନେଇଥିଲେ । ମଦର ଟେରେସା ଓ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ବାଳକ ବର୍ଗରେ ପ୍ରଥମ ମ୍ୟାଚ୍‌ ହୋଇଥିଲା। ସେଣ୍ଟ ଜାଭିୟର୍ସ ଦଳ ୬୦ପଏଣ୍ଟ ପାଇ ଜିତିଥିବା ବେଳେ ମଦର ଟେରେସା ଦଳ ମାତ୍ର ୯ପଏଣ୍ଟ ପାଇଥିଲା। କନ୍ଧମାଲିଗଁ। ଏବଂ ଗାୟତ୍ରୀ ମଡେଲ ସ୍କୁଲ ମଧ୍ୟରେ ବାଳିକା ବର୍ଗର ପ୍ରଥମ ମ୍ୟାଚ୍‌ ହୋଇଥିଲା । ଜୁନିୟର ଓ ସିନିୟରବର୍ଗରେ ୪୫ଜଣ ପ୍ରତିଯୋଗୀ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ବିଚାରକ ଭାବେ ଦୋରା କଣ୍ଡାଗରୀ, ଆପଲସ୍ବାମୀ କାଡ୍ରାକା, ରମେଶ ଚନ୍ଦ୍ର ବିଡିକା, ମନୋଜ ସ୍ବାଇଁ ପ୍ରମୁଖ ଦାୟିତ୍ୱ ତୁଲାଇ ଥିଲେ। ସହରର ଇଣ୍ଡୋର ଷ୍ଟାଡିୟମ୍‌ ପରିସରରେ ସନ୍ଧ୍ୟାରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ୨୩ତାରିଖ ପର୍ଯ୍ୟନ୍ତ ଚାଲିବ ।
All Right Reserved By

ରାୟଗଡା

‘ବିପନ୍ନଙ୍କୁ  ଗୃହ ଯୋଗାଇ ଦିଆଯିବ’

‘ବିପନ୍ନଙ୍କୁ ଗୃହ ଯୋଗାଇ ଦିଆଯିବ’

ରାମନାଗୁଡା, ୧୮।୧୦ (ଡି.ଏନ୍‌.ଏ.)- ବିପନ୍ନ ପରିବାରଙ୍କୁ  ସରକାରୀ ଆବାସ ଯୋଜନାରେ ଗୃହ ମିଳିବ ବୋଲି ଜିଲାପାଳ ଗୁହାପୁନମ ତାପସ କୁମାର କହିଛନ୍ତି। ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରୀ ଗ୍ରାମ ପଞ୍ଚାୟତର ଗାଜିଲିଗୁଡ଼ା ଗ୍ରାମର ଗତ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ବିଧାୟକ ସଞ୍ଜୟ ଦାସବର୍ମା, ରାଜ୍ୟସଭା ଏମ୍‌ପି ଏନ୍‌. ଭାସ୍କର ରାଓ, ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାସଙ୍କ ସମେତ ଜିଲାପାଳ ଗୁହାପୁନମ ତାପସ କୁମାର, ଗୁଣପୁର ଉପଜିଲାପାଳ ଅମ୍ରିତ ରୁତୁରାଜ ଭେଟିଛନ୍ତି। ଗ୍ରାମବାସୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ କରିବାକୁ ଦାବି କରିଥିଲେ।

କୋଲାବନଗର ଦୁର୍ଗାପୂଜା

କୋଲାବନଗର ଦୁର୍ଗାପୂଜା


କୋଲାବନଗର,୧୮।୧୦(ଡି.ଏନ.ଏ)- କୋଲାବନଗର ନିକଟସ୍ଥ ବିମାନଘାଟି ଓ କଫି ବୋର୍ଡସ୍ଥିତ ପ୍ରଥମ ଭାରତୀୟ ରିଜର୍ଭ ବାଟାଲିଅନ୍‌ ପକ୍ଷରୁ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି।  ବାଟାଲିଅନ୍‌ର ଦୁର୍ଗପତି ପିକେ ସୁବୁଦ୍ଧିଙ୍କ ତତ୍ତ୍ୱାବଧାନରେ ଏହି ପୂଜା ପାଳନ କରାଯାଉଛି। ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ପୂଜା ଦେଖିବା ପାଇଁ ଭିଡ଼ ଜମାଉଛନ୍ତି।

ତିତ୍‌ଲି କ୍ଷୟକ୍ଷତି ସମୀକ୍ଷା : ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ତିତ୍‌ଲି କ୍ଷୟକ୍ଷତି ସମୀକ୍ଷା : ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଗୁଣପୁର,୧୮।୧୦(ଡି.ଏନ.ଏ)-ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ତିତ୍‌ଲି କ୍ଷୟକ୍ଷତି ଅନୁଧ୍ୟାନ କରିଛି ଏଷ୍ଟିମେଟ କମିଟି। କମିଟି ଅଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛି। ପ୍ରଥମେ ରାମନାଗୁଡ଼ା ବ୍ଲକ ଗାଜିଲିଗୁଡ଼ାଠାରେ ଦିଆଯାଉଥିବା ମାଗଣା ରନ୍ଧା ଖାଦ୍ୟ ନେଇ କରିଥିଲେ। ଏହାପରେ ଗୁଣପୁର ଆସି ଗୁଣପୁର ବ୍ଲକର ରେଗେଡ଼ାରେ କ୍ଷତିଗ୍ରସ୍ତ ହୋଇଥିବା କଦଳୀ ଚାଷ ଏବଂ ନାଉଡାଠାରେ ବିଦ୍ୟୁତ୍‌ ସେବା ବ୍ୟାହାତ ହୋଇଥିବା ନେଇ ସ୍ଥିତି ପରିଖି ଥିଲେ।  ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଗୁଣପୁର ବ୍ଲକ ସମ୍ମିଳନୀ କକ୍ଷଠାରେ ସମୀକ୍ଷା ବୈଠକ ବସିଥିଲା।

୩୫ ବର୍ଷରେ ପଦାର୍ପଣ କଲା କାଶୀପୁର ଦୁର୍ଗାପୂଜା

୩୫ ବର୍ଷରେ ପଦାର୍ପଣ କଲା କାଶୀପୁର ଦୁର୍ଗାପୂଜା

କାଶୀପୁର,୧୮।୧୦(ଡି.ଏନ୍‌.ଏ.)- ୩୫ ବର୍ଷରେ ପଦାର୍ପଣ କରିଛି କାଶୀପୁର ଦୁର୍ଗାପୂଜା। ମା’ ଦୁର୍ଗାଙ୍କ ଆବାହନରେ ସଜେଇ ହୋଇଛି ଗଁ।ଠୁ  ସହର। ସବୁଠି ଉତ୍ସବ ମୁଖର। ମା’ ମାଣିକେଶ୍ବରୀ ପୀଠରେ ଧୁମ୍‌ଧାମ୍‌ରେ ଚାଲିଛି ନବରାତ୍ରୀ ପୂଜା। ଦୁର୍ଗାପୂଜା କମିଟିର କାର୍ଯ୍ୟକାଳ ୩୫ ବର୍ଷରେ ପହଞ୍ଚିଛି। ତୋରଣ,ମେଢ ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକ ସଜ୍ଜାରେ ଝଲକୁଛି କାଶୀପୁର।

ଆସନ୍ତା ୨୧ ସୁଦ୍ଧା ସରିବ ନୂଆପଡ଼ା-ଗୁଣପୁର ସେକ୍ସନ ଟ୍ରାକ୍‌ ମରାମତି କାମ

ଆସନ୍ତା ୨୧ ସୁଦ୍ଧା ସରିବ ନୂଆପଡ଼ା-ଗୁଣପୁର ସେକ୍ସନ ଟ୍ରାକ୍‌ ମରାମତି କାମ

ରାୟଗଡ଼ା,୧୮।୧୦ (ଡ଼ି.ଏନ.ଏ)- ଓ୍ବାଲ୍‌ଟିଅର ଡିଭିଜନର ନୂଆପଡ଼ା-ଗୁଣପୁର ସେକ୍ସନ ରେଲଓ୍ବେ ଟ୍ରାକ୍‌ ମରାମତି କାମ ଆସନ୍ତା ୨୧ ତାରିଖ ସୁଦ୍ଧା ଶେଷ ହେବ ବୋଲି ଡିଭିଜିନାଲ ରେଲଓ୍ବେ ମ୍ୟାନେଜର ମୁକୁଲ ସରଣ ମାଥୁର କହିଛନ୍ତି।

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ଗଜପତି, ୧୮।୧୦ (ଡ଼ି.ଏନ.ଏ)- ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଆତଙ୍କପୁରରେ ଏକ ଅଭାବନୀୟ ଘଟଣା ଘଟଛି। ପୋଲିସ୍‌ ବ୍ୟବଚ୍ଛେଦ ପାଇଁ ମୃତଦେହ ନ ହେବାରୁ ବାପା ମୁକୁନ୍ଦ ଦୋରା ନାବାଳିକା ଝିଅର ଗଳିତ ମୃତଦେହ କାନ୍ଧରେ ୮ କି.ମି ବୋହିଛନ୍ତି।

ଜୟପୁର ରଥ ପଡ଼ିଆ ଛକ ଗୁଳିକାଣ୍ଡ ମାମଲା:  ଆଉ ୩ ଗିରଫ

ଜୟପୁର ରଥ ପଡ଼ିଆ ଛକ ଗୁଳିକାଣ୍ଡ ମାମଲା: ଆଉ ୩ ଗିରଫ

ଜୟପୁର, ୧୮।୧୦ (ଡ଼ି.ଏନ.ଏ)-  ଜୟପୁର ରଥ ପଡ଼ିିଆ ଛକ ଗୁଳିକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଗୋଡ଼ିଆ ଧୋବା ସାହିର ସନ୍ତୋଷ ନାୟକ ଓରଫ ମୁନା, ସୁରି ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ । ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିଲେ । କିନ୍ତୁ ମୁଖ୍ୟ ଅଭିଯୁକ୍ତ ବିକାଶ ପାତ୍ର ବର୍ତ୍ତମାନ ସୁଧା ଫେରାର ଅଛନ୍ତି।

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମନ୍ଦିର ପରିସରରୁ ୭ ଜୁଆଡ଼ି ଗିରଫ

ମାଥିଲି, ୧୮।୧୦ (ଡି.ଏନ.ଏ.)- ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ମାଉଁଲି ମା’ ମନ୍ଦିର ପରିସରରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୭ ଜୁଆଡିଙ୍କୁ ଗିରଫ କରିଛି । 

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ଟ୍ରକ-ବାଇକ୍‌ ଧକ୍କା, ଜଣେ ମୃତ

ରାୟଗଡା ଅଫିସ, ୧୭।୧୦-ରାୟଗଡା ସହର ସାଇ ଇଣ୍ଟରନ୍ୟାସନାଲ ଟାଫିକ ଛକ ନିକଟରେ ଏକ ଟ୍ରକ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଏଥିରେ ବାଇକ ଚାଳକଙ୍କ   ମୃତ୍ୟୁ ହୋଇଛି। ସେ  ହେଲେ ଜେକେପୁର ଥାନା ଅଧୀନ ନେହେରୁ ନଗରର ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ। ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। 

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ଚିକ୍‌ମିକ୍‌ ଆଲୁଅରେ ଝଲସୁଛି ମାଲକାନଗିରି

ମାଲକାନଗିରି, ୧୭।୧୦(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ସଦର ମହକୁମା ଏବଂ ବିଭିନ୍ନ ବ୍ଲକରେ  ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଏହାଛଡା ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ମଧ୍ୟ ଅନୁଷ୍ଠିତ ହେଉଛି। ଷଷ୍ଠୀଠାରୁ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ବେଲ ବରଣ ପୂଜା ସହ   ଶକ୍ତିପୀଠଗୁଡ଼ିକରେ ଚଣ୍ଡୀପାଠ, ହୋମଯଜ୍ଞ  ଆଦି କରାଯାଉଛି। 

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ସରକାରୀ ବ୍ୟବସ୍ଥାର ବିଚିତ୍ର ରୂପ: ଜଙ୍ଗଲ ହୁଡାରେ ଗୋବିନ୍ଦପାଲି ଯାତ୍ରୀ ପ୍ରତୀକ୍ଷାଳୟ

ମାଥିଲି, ୧୭।୧୦(ଡି.ଏନ୍‌.ଏ.) - ସରକାରୀ ବ୍ୟବସ୍ଥାରେ ବିଚିତ୍ର ରୂପ। ଯିବାକୁ ହୋଇନି ରାସ୍ତା। ଜଙ୍ଗଲ ହୁଡାରେ ଖୋଲାପଡିଛି ଯାତ୍ରୀ ପ୍ରତୀକ୍ଷାଳୟ। ମାଲକାନଗିରି ଜିଲା ଖଇରପୁଟ ବ୍ଲକ  ଗୋବିନ୍ଦପାଲି ସଦର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ଦିନରୁ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନୂତନ ଭାବେ ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ବ୍ୟବହାର ହୋଇନାହିଁ।