ରାୟଗଡା

ପୋଲିସ ଇନ୍‌ଫର୍ମରଙ୍କୁ ମାଓବାଦୀଙ୍କ ଚେତାବନୀ

ପୋଲିସ ଇନ୍‌ଫର୍ମରଙ୍କୁ ମାଓବାଦୀଙ୍କ ଚେତାବନୀ

ମାଲକାନଗିରି,୨୦।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି ୩୫ ଗ୍ରାମରେ ବୁଧବାର ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସେଥିରେ ପୋଲିସକୁ ଇନ୍‌ଫର୍ମେସନ୍‌ ନ ଦେବା ସହ ଗୁଣିଆମାନଙ୍କୁ କାମ ଛାଡ଼ିବାକୁ ସେମାନେ ଚେତାବନୀ ଦେଇଛନ୍ତି। କଥା ନ ମାନିଲେ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଛି। ପୋଲିସ କ୍ୟାମ୍ପ ବିରୋଧରେ ଲଢ଼େଇ କରିବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

All Right Reserved By

ରାୟଗଡା

ଦିଲ୍ଲୀରେ ସମ୍ମାନିତ ହେଲେ ସାଇ ଅନିଶ

ଦିଲ୍ଲୀରେ ସମ୍ମାନିତ ହେଲେ ସାଇ ଅନିଶ

ସୁନାବେଡ଼ା,୨୩ା୬(ଡି.ଏନ.ଏ.): ଅନେକ ପ୍ରତିଭାର ଅଧିକାରୀ ବିସ୍ମୟ ବାଳକ ସାଇ ଅନିଶ କୁମାର ପଟ୍ଟନାୟକ ଦିଲ୍ଳୀ ଦରବାରରେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ା କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଭାରତୀ ପ୍ରତିଭା ସମ୍ମାନ ଏବଂ ହିରୋ ମୋଟୋକର୍ପର ଓ୍ବଣ୍ଡର ବୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସାଇ ା

ପରିତ୍ୟକ୍ତ ଅବସ୍ଥାରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଶୌଚାଳୟ

ପରିତ୍ୟକ୍ତ ଅବସ୍ଥାରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଶୌଚାଳୟ

ପାରଳାଖେମୁଣ୍ଡି,୨୩ା୬(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ସବ୍‌ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଶୌଚାଳୟଗୁଡିକ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଫଳରେ କର୍ମଚାରୀଙ୍କ ସମେତ ଏଠାକୁ ଆସୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏବେ ବି  କମିନି ଫୁଲଝାଡୁର ଚାହିଦା

ଏବେ ବି କମିନି ଫୁଲଝାଡୁର ଚାହିଦା

ନବରଙ୍ଗପୁର,୨୩ା୬ (ବି.ପ୍ର.)- ପ୍ଲାଷ୍ଟିକ ଯୁଗରେ ବି ଫୁଲଝାଡୁର ଚାହିଦା କିଛି କମ୍‌ ନାହିଁ ା ଏଯାଏଁ ଫୁଲ ଝାଡୁର ସ୍ଥାନ ନେଇପାରିନି ସାଧାରଣ ଝାଡୁ ା ଆଧୁନିକ ଯୁଗରେ ବି ଜଙ୍ଗଲଜାତ ସାମଗ୍ରୀରେ ପ୍ରସ୍ତୁତ ଫୁଲ ଝାଡୁର ଚାହିଦା ରହିଛି ା ଏହାସହ ଜଙ୍ଗଲରୁ ସଂଗ୍ରହ ହେଉଥିବା ଝାଡୁ ଅନେକଙ୍କୁ ଗୁଜୁରାଣ ମଧ୍ୟ ଯୋଗାଉଛି ା

ପାଠ ଛାଡ଼ି ପରିବାର ବୋଝ ମୁଣ୍ଡାଇଲେ ଫୁଲନ୍ତୀ

ପାଠ ଛାଡ଼ି ପରିବାର ବୋଝ ମୁଣ୍ଡାଇଲେ ଫୁଲନ୍ତୀ

କଲ୍ୟାଣସିଂହପୁର, ୨୩ା୬(ଡ଼ି.ଏନ.ଏ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଆମଣିପଙ୍ଗା ପଞ୍ଚାୟତ ଅଡ଼ାବାଡ଼ିି ଗ୍ରାମରେ ରୁହନ୍ତି ଫୁଲନ୍ତି ମହାନନ୍ଦିଆ । ବୟସ ୨୨ ା ପରିବାର କହିଲେ ମା’ ଧୋଡି ମହାନନ୍ଦିଆ (୪୮) ଏବଂ ଭଉଣୀ ନିରୁପମା (୧୬)।

ବିମୁଖ କରୁଛି ସରକାରୀ ବିହନ: ବର୍ଷଓ୍ବାରି କମୁଛି ଚାଷୀଙ୍କ କ୍ରୟ ପରିମାଣ

ବିମୁଖ କରୁଛି ସରକାରୀ ବିହନ: ବର୍ଷଓ୍ବାରି କମୁଛି ଚାଷୀଙ୍କ କ୍ରୟ ପରିମାଣ

ଜୟପୁର,୨୩ା୬(ନି.ପ୍ର.): ରାଜ୍ୟବ୍ୟାପୀ ଯେଉଁଠି ଧାନ ବିହନର ଅଭାବ ଦେଖାଦେଇଛି, ସେହି ସମୟରେ ଅବିଭକ୍ତ କୋରାପୁଟ ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣର ଧାନ ବିହନ ମହଜୁଦ୍‌ ଥିଲେ ମଧ୍ୟ ଚାଷୀ ସେଥିପ୍ରତି ବିମୁଖ ହେଉଛନ୍ତି।

ହତ୍ୟାକାଣ୍ଡ ମାମଲାରେ ୨ ମାଓବାଦୀ ଗିରଫ, ଡିଟୋନେଟର ଜବତ

ହତ୍ୟାକାଣ୍ଡ ମାମଲାରେ ୨ ମାଓବାଦୀ ଗିରଫ, ଡିଟୋନେଟର ଜବତ

ମାଲକାନଗିରି,୨୨।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୁଧାକୋଣ୍ଡାରେ ଗୁରୁବାର ହୋଇଥିବା ଗଙ୍ଗା ମାଡକାମୀଙ୍କ ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ମାଓବାଦୀଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି । ପୋଲିସ ଇନଫର୍ମର ସନ୍ଦେହରେ ଗଙ୍ଗାଙ୍କୁ ଗୁରୁବାର ୨୦ରୁ ଊଦ୍ଧର୍‌ବ ମାଓବାଦୀ ଆସି ଗୁଳିକରି ହତ୍ୟା କରିଥିଲେ । ଏହାର ୨୪ ଘଣ୍ଟା ମଧ୍ୟରେ କାଲିମେଳା ପୋଲିସ ତଦନ୍ତ କରି ୨ ଜଣ ମାଓବାଦୀଙ୍କୁ ଗିରଫ କରିଥିବା ମାଲକାନଗିରି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ନିକଟରେ ଡିଟୋନେଟର ଠାବ କରାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଏହି ଡିଟୋନେଟର ମିଳିଛି।

କୋଇଲା ବୋଝେଇ ଟ୍ରକ୍‌ ଓଲଟିଲା, ଚାଳକ ଗୁରୁତର

କୋଇଲା ବୋଝେଇ ଟ୍ରକ୍‌ ଓଲଟିଲା, ଚାଳକ ଗୁରୁତର

ମୁନିଗୁଡ଼ା,୨୨।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଖୁଣ୍ଟାବାଡ଼ିରେ ଶୁକ୍ରବାର ଏକ କୋଇଲା ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଛି। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମୁନିଗୁଡ଼ା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତା ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠାଇଥିବାବେଳେ ଗୁରୁତର ଅବସ୍ଥାରେ ଡ୍ରାଇଭର ବକ୍ସାରାମ ଝାଡ଼ଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

ଡାଇରିଆ ପ୍ରତିଷେଧକ, ନିରାକରଣ କର୍ମଶାଳା

କୋରାପୁଟ, ୨୨।୬(ସ୍ବ.ପ୍ର.): କୋରାପୁଟ ମେଡିକାଲ କଲେଜର ସମ୍ମିଳନୀ କକ୍ଷରେ ଡାଇରିଆର ପ୍ରତିଷେଧକ ଓ ନିରାକରଣ ବ୍ୟବସ୍ଥା ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି। କୋରାପୁଟ ମେଡିକାଲ କଲେଜ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ କରାଯାଇଥିବା ଏହି କର୍ମଶାଳାରେ ଜିଲାର ସ୍ବାସ୍ଥ୍ୟ ବିଭାଗ, ଜିଲା ପାନୀୟ ଜଳ ଓ ପରିମଳ ବିଭାଗ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧିକାରୀ ଓ ଜିଲାର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ଯୋଗ ଦେଇଥିଲେ।

ପଞ୍ଚାୟତ କାର୍ଯ୍ୟାଳୟରେ ବେଆଇନ ନିର୍ମାଣ: ଉପଜିଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ

ପଞ୍ଚାୟତ କାର୍ଯ୍ୟାଳୟରେ ବେଆଇନ ନିର୍ମାଣ: ଉପଜିଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ

କୋରାପୁଟ,୨୨।୬(ସ୍ବ.ପ୍ର.): ଦଶମନ୍ତପୁର ବ୍ଲକ ନନ୍ଦିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଭାଙ୍ଗି ନିଜସ୍ବ ଗୃହ ନିର୍ମାଣକୁ ବିରୋଧ କରି ସରପଞ୍ଚ ତିଳ ଗାଦବା କୋରାପୁଟ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବଳରାମ ଗୌଡ଼ ନାମକ ଜଣେ ବ୍ୟକ୍ତି ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗି ସେଠାରେ ନୂତନ ଗୃହ ପାଇଁ ପୁନାଦି ପକାଉଥିବାରୁ ତିଳ କାର୍ଯ୍ୟ ବନ୍ଦ କରିବା ଲାଗି ତାଙ୍କୁ ତାଗିଦ କରିଥିଲେ। ସେ ନ ଶୁଣିବାରୁ ବାଧ୍ୟହୋଇ ଉପଜିଲାପାଳ ଲଳିତ କୁମାର କହଁରଙ୍କୁ ଅଭିଯୋଗପତ୍ର ଦେଇଛନ୍ତି।

ଦିବ୍ୟାଙ୍ଗଙ୍କୁ ଦ୍ରବ୍ୟ ବଜାରୀକରଣ ତାଲିମ

ଦିବ୍ୟାଙ୍ଗଙ୍କୁ ଦ୍ରବ୍ୟ ବଜାରୀକରଣ ତାଲିମ

ପାରଳାଖେମୁଣ୍ଡି,୨୨।୬(ସ୍ବ.ପ୍ର.): ଗଜପତି ଜିଲା ଆର.ଉଦୟଗିରି ବ୍ଲକର ରାମଗିରିସ୍ଥିତ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସେଣ୍ଟର ଫର କମ୍ୟୁନିଟି ଡେଭଲପମେଣ୍ଟ ଆନୁକୂଲ୍ୟରେ ତଥା ସାଇଟ ସେଭର୍ସ ସହାୟତାରେ ଦିବ୍ୟାଙ୍ଗଙ୍କ ପାଇଁ ବଜାରୀକରଣ ତାଲିମ ଶିବିର ଆୟୋଜିତ ହୋଇଥିଲା। ଏଥିରେ ୪୮ଜଣ ଦିବ୍ୟାଙ୍ଗ ଯୋଗଦେଇଥିଲେ।

କିଷାନ କଲ୍ୟାଣ ଅଭିଯାନ ପ୍ରହସନ: ୧୫୦୦ ପ୍ୟାକେଟ ଚିନାବାଦାମ ବିହନ ଫେରିଗଲା

କିଷାନ କଲ୍ୟାଣ ଅଭିଯାନ ପ୍ରହସନ: ୧୫୦୦ ପ୍ୟାକେଟ ଚିନାବାଦାମ ବିହନ ଫେରିଗଲା

ଚନ୍ଦାହାଣ୍ଡି, ୨୨।୬(ଡି.ଏନ.ଏ.): ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ପ୍ରଧାନମନ୍ତ୍ରୀ କିଷାନ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ନବରଙ୍ଗପୁର ଜିଲା ପଛୁଆ ଜିଲାରେ ସାମିଲ ପରେ ଜିଲାକୁ ୨୫୦୦ ପ୍ୟାକେଟ ଚିନାବାଦାମ ବିହନ ପହଞ୍ଚିଥିଲା। ନବରଙ୍ଗପୁର ଜିଲାରେ ସବୁଠାରୁ ଅଧିକ ଚିନାବାଦାମ ଚାଷ ଚନ୍ଦାହାଣ୍ଡି ବ୍ଲକରେ ହେଉଥିବାବେଳେ ଜିଲା କୃଷି ଅଧିକାରୀ ଚନ୍ଦାହାଣ୍ଡିକୁ ୧୫୦୦ ପ୍ୟାକେଟ ଚିନାବାଦାମ ବିହନ ଚାଷୀଙ୍କୁ ମାଗଣାରେ ଦେବା ପାଇଁ ଯୋଗାଇ ଦେଇଥିଲେ। କିନ୍ତୁ ଉମରକୋଟ କତ୍ୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ନବରଙ୍ଗପୁର ଜିଲାର ୨୫ଟି ଗ୍ରାମକୁ ଚିହ୍ନଟ କରି ଚନ୍ଦାହାଣ୍ଡିକୁ ବାଦ୍‌ ଦିଆଯାଇଥିଲା । ଏଥିରେ ଝରିଗାଁ ବ୍ଲକର ୧୨, ଉମରକୋଟ ବ୍ଲକର ୧୦ ଗାଁ, ଡାବୁଗାଁ ବ୍ଲକର ୨ଟି ଗାଁ ଏବଂ ରାଇଘର ବ୍ଲକର ଗୋଟିଏ ଗାଁକୁ ଚିହ୍ନଟ କରାଯାଇଛି । ଯେଉଁ ବ୍ଲକମାନଙ୍କୁ ଚିହ୍ନଟ କରାଯାଇଛି ସେହି ବ୍ଲକରେ ଚିନାବାଦାମ ଚାଷ କରାଯାଉନାହିଁ । ଏଥିପାଇଁ ଚନ୍ଦାହାଣ୍ଡିକୁ ଦିଆଯାଇଥିବା ୧୫୦୦ ପ୍ୟାକେଟ ଚିନାବାଦାମ ବିହନକୁ ଫେରାଇ ନିଆଯାଇଛି । ବ୍ଲକରେ ଚାଷୀଙ୍କୁ ମାଗଣାରେ ବିହନ ଦିଆଯିବ ବୋଲି ଘୋଷଣା କରାଯାଇଥିବାବେଳେ ଚାଷୀ ନିଜ ଜମିକୁ ହଳ କରି ବିହନ ପାଇଁ ଜଗିଥିଲେ। ଏବେ ବିହନ ଫେରିଯାଇଥିବାବେଳେ ଚାଷୀ କଣ କରିବେ ବୁଝିପାରୁନାହାନ୍ତି ।

ମଣ୍ଡଳସ୍ତରୀୟ ବ୍ରାହ୍ମଣ ସମାଜ ବୈଠକ: ଯୋଗଦେଲେ ୭ ପଞ୍ଚାୟତର ବ୍ରାହ୍ମଣ

ମଣ୍ଡଳସ୍ତରୀୟ ବ୍ରାହ୍ମଣ ସମାଜ ବୈଠକ: ଯୋଗଦେଲେ ୭ ପଞ୍ଚାୟତର ବ୍ରାହ୍ମଣ

କୁନ୍ଦୁରା,୨୨।୬(ଡି.ଏନ୍‌.ଏ.): କୁନ୍ଦୁରା ବ୍ଲକ ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପରେ ଅପରାହ୍ନରେ ମଣ୍ଡଳସ୍ତରୀୟ ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ ହୋଇଛି। କୁନ୍ଦୁରା ବ୍ଲକ ବ୍ରାହ୍ମଣ ପରିବାର ବରିଷ୍ଠ ସଦସ୍ୟ ରାଧା ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଏଥିରେ ବ୍ରାହ୍ମଣ ସମାଜର ପୁରୋଧା ରାଧାନାଥ ଭଟ୍ଟ, ମଦନ ମୋହନ ସାନ୍ତା, ବିଜୟ କୁମାର ଭଟ୍ଟ, ଭବାନୀ ଶଙ୍କର ରଥ ଏବଂ ରାମକୃଷ୍ଣ ସାବତ ଯୋଗ ଦେଇଥିଲେ। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ସମାଜ ସଦସ୍ୟ ଏକତ୍ରିତ ହେବା ସହ ସମସ୍ତେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Model This Week

ପ୍ରଭାତ