Dharitri News
ଅନଗୁଳ-ଢେଙ୍କାନାଳ

ଅନ୍ଧାରରୁ ଆଲୋକର ମାର୍ଗ ଦେଖାଏ ବିଦ୍ୟା

ଅନ୍ଧାରରୁ ଆଲୋକର ମାର୍ଗ ଦେଖାଏ ବିଦ୍ୟା ଢେଙ୍କାନାଳ ଅଫିସ, ୨୦।୧୨-ଆଜିର ସ୍ଥିତିରେ ସରକାରୀ ନିୟମାବଳୀ ମଧ୍ୟରେ ବିଦ୍ୟାଳୟଟିଏ ପ୍ରତିଷ୍ଠା କରିବା କଷ୍ଟସାଧ୍ୟ। ଆଗରୁ ଏପରି କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ ସବୁବେଳେ ପୂଜ୍ୟ। ଉତ୍ତମ ଶିକ୍ଷା ଓ ସହଚର୍ଯ୍ୟା ମନୁଷ୍ୟ ମଧ୍ୟରେ ସଂସ୍କାର, ପରିବର୍ତ୍ତନ ଆଣିଥାଏ। ଅନ୍ଧାରରୁ ଆଲୋକର ମାର୍ଗ ଦେଖାଏ ବିଦ୍ୟା। ଶିକ୍ଷା ବିନା ସମାଜରେ ବିକାଶ ଅସମ୍ଭବ। ସମସ୍ତେ ଶିକ୍ଷିତ ହୋଇ ଆଗକୁ ବଢ଼ିଲେ ମାନବ ସମ୍ବଳର ଉନ୍ନତ ହେବ ଏବଂ ସାମଗ୍ରିକ ବିକାଶ ହୋଇପାରିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ବୁଧବାର ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ କାମାକ୍ଷାପ୍ରସାଦ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଏହି ବକ୍ତବ୍ୟ ରଖିଛନ୍ତି। ସମ୍ମାନିତ ଅତିଥି ବିଧାୟକ ସରୋଜ କୁମାର ସାମଲ ସୁସ୍ଥ ସମାଜ ଗଠନ, ଭଲ ମଣିଷ ତିଆରି କରିବା କରିବାରେ ଶିକ୍ଷାୟତନର ଭୂମିକା ଅନସ୍ବୀକାର୍ଯ୍ୟ ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ସାହିତି୍ୟକ ଶଙ୍କର୍ଷଣ ପରିଡ଼ା ଯୋଗଦେଇ ଆଗାମୀ ଭବିଷ୍ୟତକୁ ଗଢ଼ି ତୋଳିବାରେ ଶିକ୍ଷକମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ୍‌ ସ୍ବାମୀ ଶ୍ରୀନିବାସାନନ୍ଦ ସରସ୍ବତୀ, ସରପଞ୍ଚ ସୁନୀତା ସାହୁ ମଞ୍ଚାସୀନ ଥିଲେ। ଜିଲା ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଭାପତି ସୁବାସ ମହାନ୍ତି, ପ୍ରଧାନ ଶିକ୍ଷକ ଅକ୍ଷୟ ପତି, ପୁରାତନ ଛାତ୍ର ସମୀର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସ୍କୁଲ ପାଇଁ ସୁନାମ ଆଣିଥିବା ବ୍ୟକ୍ତି, ପୁରାତନ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଂସ୍କୃତି ପରିଷଦ ସଂଯୋଜକ ଅବନୀ ମିଶ୍ର ସଂଯୋଜନା କରିଥିଲେ। କ୍ରୀଡ଼ା ଶିକ୍ଷକ ନରେଶ ମହାରଣା ଧନ୍ୟବାଦ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଅନଗୁଳ-ଢେଙ୍କାନାଳ

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ସୌର ଶକ୍ତି ବ୍ୟବହାରରେ ତାପମାତ୍ରା କମିବ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ସଦର ବ୍ଲକ ବଣସିଂହଠାରେ ସ୍ବେଚ୍ଛାସେବୀ ସଂଗଠନ ଇଡିଅଟ୍‌ ଏବଂ ଓନର୍ଜିି ପକ୍ଷରୁ ମଙ୍ଗଳବାର ସୌର ଆଲୋକ ବ୍ୟବହାର ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କ୍ଲିନ୍‌ ଏନର୍ଜୀର ପରାମର୍ଶଦାତା ସାମାଜିକକର୍ମୀ ବନମାଳୀ ଦାଶ ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ବସ୍‌ରେ ଲାଗିଲା ବିଦ୍ୟୁତ୍‌ ତାର

ଭୁବନ, ୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି କାଳୀବଜାରଠାରେ ମଙ୍ଗଳବାର ସନ୍ଧ୍ୟା ୬ଟା ୨୦ରେ ଏକ ବସ୍‌ରେ ବିଦ୍ୟୁତ୍‌ ତାର ଲାଗି ଯାଇଥିଲା। ଫଳରେ ତାରଟି ଛିଣ୍ଡି ବସ୍‌ରେ ଲାଗି ରହିଥିଲା। ତେବେ ସୂଚନାପାଇ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଲାଇନ ସଂଯୋଗ କଟାଯିବାରୁ ଏଥିରେ ଥିବା ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଶାଳ କାଠ ଜବତ, ୩ ଗିରଫ

କଣିହାଁ, ୨୩।୧ (ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବନାଞ୍ଚଳରେ ବେଆଇନ ଭାବେ ଶାଳ କାଠ କାଟିବା ଅଭିଯୋଗରେ ବିଭାଗ ପକ୍ଷରୁ ମଙ୍ଗଳବାର ୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।

ଟିପ୍ପରରେ ପିଟିହେଲା ବାଇକ୍‌

ଟିପ୍ପରରେ ପିଟିହେଲା ବାଇକ୍‌

ପରଜଙ୍ଗ, ୨୩।୧ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବଡ଼କମର- ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର ଆଶ୍ରମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଟିପ୍ପରକୁ ପଛପଟୁ ଧକ୍କା ଦେଇ ଏକ ବାଇକ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଭୁବନ ସେମିରେ

ଭୁବନ,୨୩।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିଙ୍ଗଳୋ ଅସୁରବନ୍ଧ ଖେଳ ପଡିଆଠାରେ ଚାଲିଥିବା ଅଭିମନ୍ୟୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ମ୍ୟାଚ ସୁକିନ୍ଦ ଓ ଭୁବନ ଟିମ୍‌ ମଧ୍ୟରେ ଖେଳା ଯାଇଥିଲା।

ବାଇକ୍‌କୁ ଧକ୍କା ଦେଲା ଟ୍ରକ, ୨ ଗୁରୁତର

ଛେଣ୍ଡିପଦା,୨୩।୧ (ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ୬୩ ନଂ. ରାଜ୍ୟ ରାଜପଥର କୋଶଳା ଚନ୍ଦନନଗର ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ୍‌କୁ ଏକ ଲୁହା ପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଛି।

 ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଶୋଷଣରୁ ମୁକ୍ତି ଥିଲା ନେତାଜୀଙ୍କ ସ୍ବପ୍ନ

ଢେଙ୍କାନାଳ ଅଫିସ,୨୩।୧- ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ସଭା ଗୃହରେ ମଙ୍ଗଳବାର ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟ୍‌ ଅର୍ଗାନାଇଜେଶନ ଢେଙ୍କାନାଳ ଜିଲା କମିଟି ପକ୍ଷରୁ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

୨ ବଖରା ଜଳିଗଲା

୨ ବଖରା ଜଳିଗଲା

ପାଲଲହଡ଼ା,୨୩।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଝାରବେଡ଼ା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ସଦା ନାଏକଙ୍କ ୨ ବଖରା ଘର ଜଳିଯାଇଛି।

ମଦ ଜବତ, ଜଣେ ଗିରଫ

ବଇଣ୍ଡା, ୨୩ା୧(ଡି.ଏନ.ଏ.)- ହଣ୍ଡପା ପୋଲିସ ମଙ୍ଗଳବାର ରାଣୀଭୂଇଁ ଗ୍ରାମରେ ଚଢ଼ାଉ କରି କିଶୋରୀ ବେହେରାଙ୍କ ଘରୁ ୬ ଲିଟର ଦେଶୀମଦ ଜବତ କରିଛି।

୨ଟ୍ରକ ମୁହାଁମୁହିଁ ଧକ୍କା

୨ଟ୍ରକ ମୁହାଁମୁହିଁ ଧକ୍କା

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଶାଳଗଡ଼ିଆ ଛକ ନିକଟରେ ମଙ୍ଗଳବାର ସକାଳେ ୨ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଟ୍ରକର ଚାଳକ ଗୁରୁତର ଆହତ ହୋଇଛନ୍ତି।

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବୋଲେରୋ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

ବଅଁରପାଳ,୨୩।୧(ଡି.ଏନ୍‌.ଏ.): ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଛକ ନିକଟରେ ମଙ୍ଗଳବାର ଭୋର ସମୟରେ ଅଜଣା ଗାଡ଼ି ଧକ୍କାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ଉଠାଜଳସେଚନ ପାଇପ୍‌ ଫାଟି ରାସ୍ତାରେ ଗର୍ତ୍ତ

ବନ୍ତଳା,୨୨।୧(ଡି.ଏନ.ଏ.)- କଟକ-ସମ୍ବଲପୁର ପୂର୍ତ୍ତ ବିଭାଗ ପୁରୁଣା ରାସ୍ତାର ଲାଛବନ୍ଧ ନିକଟରେ ଉଠା ଜଳସେଚନ ବିଭାଗର ପାଇପ୍‌ ଫାଟି ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି।