Dharitri News
ଅନଗୁଳ-ଢେଙ୍କାନାଳ

ପରୀକ୍ଷା ଦେଇପାରିଲେନି ୧୬ ପିଲା

ପରୀକ୍ଷା ଦେଇପାରିଲେନି ୧୬ ପିଲା କାମାକ୍ଷାନଗର, ୨୦।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ମହାବିଦ୍ୟାଳୟ ଯୁକ୍ତ୩ ଦ୍ୱିତୀୟ ବର୍ଷର ୧୬ ଛାତ୍ରୀଛାତ୍ର ତୃତୀୟ ସେମିଷ୍ଟର ପରୀକ୍ଷାରୁ ବଞ୍ଚତ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ପିଲାମାନେ ପରୀକ୍ଷା ଦେଉଥିଲେ। ହେଲେ ନିର୍ଦ୍ଧାରିତ ସମୟରେ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ଆସି ନ ଥିଲା। ବୁଧବାର ପରୀକ୍ଷା ଦେବାକୁ ଆସିଥିବାବେଳେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ଅନୁମତି ଦେଇ ନ ଥିଲେ। ପରୀକ୍ଷାରୁ ବଞ୍ଚତ୍ତ ଛାତ୍ରୀଛାତ୍ର ଏହାର ପ୍ରତିବାଦରେ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଥମ ବର୍ଷର ଦୁଇଟି ସେମିଷ୍ଟର ଦେଇଥିବା ସମ୍ପୃକ୍ତ ପିଲାମାନେ ଦ୍ୱିତୀୟ ବର୍ଷ ପରୀକ୍ଷାରୁ ବଞ୍ଚତ୍ତ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରୀକ୍ଷା ପାଇଁ ମାତ୍ରାଧିକ ଟଙ୍କା ଦିଆଯାଇଥିଲା। ଏହାସତ୍ତ୍ୱେ କଲେଜ କର୍ତ୍ତୃପକ୍ଷ ଜାଣିଶୁଣି ଏଭଳି କରିଥିବା ମୁନି ମହାନ୍ତ, ଇନ୍ଦୁମତୀ ଦେହୁରି, ହାଇମତି ଦେହୁରି, ସନ୍ତୋଷ ମହାରଣା, ଚୁନୁରାମ ଟୁଡୁ, ଜେନା ମୁଣ୍ଡା, ଦିଲୀପ ତିରିଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ଉପଜିଲାପାଳ କଳ୍ପତରୁ ବେହେରା ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେବା ସହିତ ଘଟଣାର ତୁରନ୍ତ ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏପରି ଅନିୟମିତତାରେ ସମ୍ପୃକ୍ତ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଅନଗୁଳ-ଢେଙ୍କାନାଳ

ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣା: ଶିକ୍ଷୟିତ୍ରୀଙ୍କୁ ଗ୍ରହଣ କରୁନାହାଁନ୍ତି ଛାତ୍ରୀଛାତ୍ର

ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣା: ଶିକ୍ଷୟିତ୍ରୀଙ୍କୁ ଗ୍ରହଣ କରୁନାହାଁନ୍ତି ଛାତ୍ରୀଛାତ୍ର

ଅନୁଗୋଳ ଅଫିସ,୧୮।୧: ବରିଷ୍ଠ କିରାଣିଙ୍କୁ ଚପଲରେ ପିଟିବା ଘଟଣାରେ ଗିରଫ ଓ ନିଲମ୍ବିତ ହୋଇଥିବା ଜନୈକ ଶିକ୍ଷୟିତ୍ରୀଙ୍କୁ ଅନୁଗୋଳ ସହର ହାତୀସାଳପଡ଼ା ସରକାରୀ ଟାଉନ ଉପ୍ରା ବିଦ୍ୟାଳୟର ଅଭିଭାବକ ଓ ଛାତ୍ରୀଛାତ୍ର ଗ୍ରହଣ କରି ନାହାଁନ୍ତି।

୨ ଟ୍ରକ ମୁହାଁମୁହିଁ: ଜଣେ ମୃତ

୨ ଟ୍ରକ ମୁହାଁମୁହିଁ: ଜଣେ ମୃତ

ଅନୁଗୋଳ ଅଫିସ୍‌,୧୮।୧: ଅନୁଗୋଳ ଜିଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ମରାତିରାଠାରେ ଗୁରୁବାର ସକାଳେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଗଡ଼ ରକ୍ଷା କଲା ବିଜେଡି: ଉପନିର୍ବାଚନରେ ଜିତିଲେ ଅଜିତ

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ପୌରପରିଷଦ ୧୦ନଂ. ୱାର୍ଡ ଉପନିର୍ବାଚନରେ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଜିତ କୁମାର ପ୍ରଧାନ। ସେ ୧୮୫ ଭୋଟରେ ଭାଜପାର ପାର୍ଥସାରଥି ରାୟଙ୍କୁ ପରାସ୍ତ କରିଛନ୍ତି। ଅଜିତ ୪୭୬ ଖଣ୍ଡ ଭୋଟ ପାଇଥିବା ବେଳେ ପାର୍ଥସାରଥି ୨୯୧ ଭୋଟ ପାଇଥିଲେ।

ମାମଲା ବଢ଼ିଛି, ଅପରାଧ କମିଛି

ମାମଲା ବଢ଼ିଛି, ଅପରାଧ କମିଛି

ଅନୁଗୋଳ ଅଫିସ,୧୭।୧- ଅନୁଗୋଳ ଜିଲାରେ ଅପରାଧ ହ୍ରାସ ପାଇଛି। ବୁଧବାର ଏକ ଖବରଦାତା ସମ୍ମିଳନୀରେ ଅନୁଗୋଳ ଏସ୍‌ପି ବ୍ରିଜେଶ କୁମାର ରାୟ ଏହି ସୂଚନା ଦେଇଛନ୍ତି। ଏହି ଅବସରରେ ଏସ୍‌ପି ଗତ ୨୦୧୬-୧୭ ବର୍ଷରେ ହୋଇଥିବା ବିଭିନ୍ନ ଅପରାଧର ବିବରଣୀ ପ୍ରଦାନ କରିଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଅକ୍ଳାନ୍ତ ପରିଶ୍ରମ ସଫଳତାର ଚାବିକାଠି

ଛେଣ୍ଡିପଦା,୧୭।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବୁଧବାର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହୃଦାନନ୍ଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ।

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ଟ୍ରକ୍‌ ଧକ୍କାରେ ଜଳିଗଲା ବାଇକ୍‌, ୩ ଗୁରୁତର

ପାଲଲହଡ଼ା,୧୭।୧(ଡି.ଏନ.ଏ.)- ପାଲଲହଡ଼ା ବ୍ଲକ ଖମାର ଥାନା ନୁଥୁରିପଶି ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ବାଇକ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ୩ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ୮ ବର୍ଷର ବାଳିକା ରହିଛି। ଏହି ଦୁର୍ଘଟଣାରେ ବାଇକ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି।

କଣିହାଁ ବ୍ଲକ: ୧୯ରେ ଉପନିର୍ବାଚନ

କଣିହାଁ,୧୭।୧(ଡି.ଏନ.ଏ.)- କଣିହାଁ ବ୍ଲକରେ ଖାଲିପଡ଼ିଥିବା ଓ୍ବାର୍ଡ଼ସଭ୍ୟ ପଦବୀ ପାଇଁ ଆସନ୍ତା ୧୯ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ।

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ହାତୀ ଆକ୍ରମଣରେ ବାପା ମୃତ, ପୁଅ ଆହତ: ମୃତଦେହ ରଖି ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ସଦର ଥାନା ଗେଙ୍ଗୁଟିଆ ଗ୍ରାମରେ ହାତୀ ଆକ୍ରମଣରେ ଚାଷୀ ପୂର୍ଣ୍ଣଚନ୍ଦ୍ର ସାହୁ(୬୨)ଙ୍କ ବୁଧବାର ଅପରାହ୍ନ ସାଢେ ୫ଟାରେ ମୃତ୍ୟୁ ହୋଇଛି। ଏହାସହ ତାଙ୍କ ପୁଅ ଯୁଧିଷ୍ଠିର ସାହୁ(୩୮) ଆହତ ହୋଇଛନ୍ତି। ଘଟଣାରେ ଉତ୍ତେଜିତ ହୋଇ ମୃତକଙ୍କ ସମ୍ପର୍କୀୟ ଓ ଅଞ୍ଚଳବାସୀ ମୃତଦେହକୁ ରଖି ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଫଳରେ ଢେଙ୍କାନାଳ-କାମାକ୍ଷାନଗର ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା।

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

‘ଦେଶର ବିକାଶରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଅଞ୍ଚଳର ରୟାଲ କ୍ଲବ ପରିସରରେ ବୁଧବାର ଶିଶିର ମହୋତ୍ସବ ଉଦଘାଟିତ ହୋଇଯାଇଛି।

ଦାୟିତ୍ୱ ନେଲେ ନୂତନ ଜିଲାପାଳ:‘କୃଷିକୁ ଅଗ୍ରାଧିକାର ଦିଆଯିବ’

ଦାୟିତ୍ୱ ନେଲେ ନୂତନ ଜିଲାପାଳ:‘କୃଷିକୁ ଅଗ୍ରାଧିକାର ଦିଆଯିବ’

ଢେଙ୍କାନାଳ ଅଫିସ,୧୭।୧- ଢେଙ୍କାନାଳ ଜିଲାର ନୂତନ ଜିଲାପାଳ ଭାବେ ନିଖିଲ ପବନ କଲ୍ୟାଣ ବୁଧବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ କରିଛନ୍ତି। ଜିଲାସ୍ତରୀୟ ଅଧିକାରୀ ଏବଂ ଜିଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

ଘରଡିହ ପଟ୍ଟା ପାଇଁ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଘରଡିହ ପଟ୍ଟା ପାଇଁ ଉପଜିଲାପାଳଙ୍କ ଦ୍ୱାରସ୍ଥ

କାମାକ୍ଷାନଗର,୧୭।୧(ଡି.ଏନ.ଏ)- ଢେଙ୍କାନାଳ ଜିଲା କାମାକ୍ଷାନଗର ପଞ୍ଚାୟତ ଭାଲୁମୁଣ୍ଡା ଗ୍ରାମର ମହିଳାମାନେ ଘରଡିହ ପଟ୍ଟା ପ୍ରଦାନ ଦାବିରେ ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାସୋପଯୋଗୀ ଜାଗା ନ ଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଗୁଣ୍ଠିକିଆ ଜାଗା ଯୋଗାଇ ଦେବାର ବ୍ୟବସ୍ଥା ରହିଛି।