Dharitri News
ଉପକୂଳ ଓଡିଶା

ପୁରୁଣା କମ୍ପାନୀ ବନ୍ଦ, ନୂଆ ପାଇଁ ପ୍ରତିଯୋଗିତା

ପୁରୁଣା କମ୍ପାନୀ ବନ୍ଦ, ନୂଆ ପାଇଁ ପ୍ରତିଯୋଗିତା ପାରାଦୀପ,୨୦।୧୨(ସ୍ବ.ପ୍ର.) ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପ ନିର୍ମାଣ ଆରମ୍ଭ ହେବା ପରେ ଅଞ୍ଚଳର ସାମାଜିକ ପରିବେଶ ବିଗିଡିଯାଇଛି। ଅର୍ଥାତ୍‌ ପ୍ରକଳ୍ପ ନିର୍ମାଣ କାମରେ ଠିକାଦାରି ଓ ୟୁନିୟନ କରି ଚାକିରି ବାଣ୍ଟିବା ନଁାରେ କେତେକ ପ୍ରତିପତ୍ତିଶାଳୀ ହୋଇଯାଇଛନ୍ତି। ସେହିଧାରା ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏବେ ଏକ ବନ୍ଦ ହୋଇ ପଡିଥିବା କମ୍ପାନୀକୁ ନେଇ ଅଘୋଷିତ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେହି କମ୍ପାନୀ ହେଲା ଖାଇବା ତେଲ କାରଖାନା ‘କାର୍ଗିଲ୍‌ ଇଣ୍ଡିଆ’ ଲିମିଟେଡ୍‌। ୨୨.୭ ଏକର ବିଶିଷ୍ଟ ବନ୍ଦର ଜାଗାରେ ୧୫ ବର୍ଷ ହେଲା ହୋଇଥିବା ଏହି ୧୫୦ କୋଟି ଟଙ୍କାର କାରଖାନା ୨୦୧୫ ଜୁଲାଇରୁ ବନ୍ଦ ରହିଛି। ବନ୍ଦ ହେବାର ପ୍ରମୁଖ କାରଣ ଉକ୍ତ କମ୍ପାନୀର ପାମ୍‌ ଜାହାଜକୁ ପାରାଦୀପ ବନ୍ଦର ପ୍ରାଥମିକତା ଆଧାରରେ ଅପେକ୍ଷା ନ କରାଇ ବର୍ଥିଂ କରାଉଥିଲା। ୨୦୧୪ରେ କମ୍ପାନୀ ଜାହାଜକୁ ତତ୍କାଳୀନ ବନ୍ଦର ଅଧ୍ୟକ୍ଷ ଲାଇନରେ ଆସିବାକୁ କହିଥିଲେ। ଜାହାଜ ଆଙ୍କରେଜ ଏରିଆରେ ସପ୍ତାହବ୍ୟାପୀ ଅଟକିବା ଫଳରେ ଅଶୋଧିତ କଞ୍ଚାମାଲର ମୂଲ୍ୟ ଅଧିକ ହେଲା। ଫଳରେ କ୍ଷତି ହେବାରୁ କମ୍ପାନୀ ବନ୍ଦ ହୋଇଗଲା। କମ୍ପାନୀର ଶେଷ ଜାହାଜ ଲାଗିଥିଲା ୨୦୧୪ ଅକ୍ଟୋବରରେ। ଏହାପରେ କମ୍ପାନୀ ୧୫୨ଜଣ ଠିକା ଶ୍ରମିକଙ୍କୁ ବର୍ଷକ ପରେ ଫୁଲ ଆଣ୍ଡ ଫାଇନାଲ ଅର୍ଥ ଦେଇ ବାହାର କରିଦେଲା। ଏବେ କମ୍ପାନୀରେ ସିକ୍ୟୁରିଟି ଗାର୍ଡଙ୍କୁ ମିଶାଇ ୫୦ଜଣ କର୍ମଚାରୀ ଅଛନ୍ତି। କମ୍ପାନୀର ଲାଇସେନ୍ସ ଏବେ ବି ବଳବତ୍ତର ରହିଛି। ଏହି କମ୍ପାନୀକୁ ଚଳିତବର୍ଷ ଆଦାନୀ ଗ୍ରୁପ୍‌ କିଣିବ ବୋଲି ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛି। କାରଣ ଯେଉଁ ଜାଗାରେ ଉକ୍ତ କାରଖାନା ରହିଛି ତାହା ବନ୍ଦର କର୍ତ୍ତୃପକ୍ଷଙ୍କର। ଏହାର ଲିଜ୍‌ ଅବଧି ୩୦ ବର୍ଷ ପର୍ଯ୍ୟନ୍ତ ଚୁକ୍ତି ହୋଇଛି। ଅଥାତ୍‌ ୨୦୩୨ ପର୍ଯ୍ୟନ୍ତ ରହିଛି। ଆଦାନୀ ଗ୍ରୁପ୍‌ର ଏହି ପ୍ରାରମ୍ଭିକ ଆଲୋଚନା କେତେକ ଶ୍ରମିକ ନେତା ଓ ଏକ ଜାତୀୟ ଦଳର କର୍ମୀଙ୍କ ପାଇଁ ଖୋରାକ ଯୋଗାଇଛି। ଅର୍ଥାତ୍‌ କମ୍ପାନୀରେ ଚାକିରି ଓ ଠିକାଦାରି କରିବା ପାଇଁ ଦଳୀୟ କର୍ମୀମାନେ ଅଘୋଷିତ କାରବାର କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ବିକାଶ ଆଳରେ ପାରାଦୀପକୁ ଏହି ବର୍ଷ ୪ଟି କମ୍ପାନୀ ଆସିବେ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଅଥଚ ଭିନ୍ନ କାରଣ ଯୋଗୁ ବନ୍ଦ ଥିବା କମ୍ପାନୀକୁ ଚଳାଇବା ପାଇଁ ସାମାନ୍ୟତମ ଉଦ୍ୟମ ହେଉନାହିଁ। ଏଭଳି ଅବସ୍ଥା ଆଉ ୨ଟି କମ୍ପାନୀର ହେବାକୁ ଯାଉଛି। ବିଅରଫ୍ୟାକ୍ଟ୍ରି ଓ ଏସାର ଷ୍ଟିଲ ଏବେ ଏହି ୨ କମ୍ପାନୀ ମାସକୁ ସପ୍ତାହ ପର୍ଯ୍ୟନ୍ତ ଉତ୍ପାଦନ କରିବା କାଠିକାର ପାଠ ହେଲାଣି। ଏପରିସ୍ଥଳେ ଏହି ଜାତୀୟ ଦଳ କିପରି ଆଧିପତ୍ୟ ବିସ୍ତାର କରିବ ସେ ଦିଗରେ ଯତ୍‌ପରୋନାସ୍ତି ଚେଷ୍ଟାରେ ଅଛି। କାର୍ଗିଲ୍‌ କମ୍ପାନୀ ବିକ୍ରି ହେବା ପ୍ରସଙ୍ଗରେ କମ୍ପାନୀର ମୁଖ୍ୟ ପରିଚାଳକ ଭାନୁପ୍ରତାପ ରାଉତ କୁହନ୍ତି, ଏହି କଥା ମୁଁ ବାହାରୁ ଶୁଣିଛି। କିନ୍ତୁ କମ୍ପାନୀ ବିକ୍ରି ହୋଇନାହିଁ। ବାହାରେ କିଏ କ’ଣ କହୁଛି ସେଥିରେ କମ୍ପାନୀ ମୁଣ୍ଡ ପୂରାଇବ ନାହିଁ ବୋଲି ସେ କହିଛନ୍ତି।

ଉପକୂଳ ଓଡିଶା

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଅଗ୍ନିକାଣ୍ଡରେ ୨ ବଖରା ଜଳିଗଲା

ଗଣିଆ,୨୨।୧(ଡି.ଏନ.ଏ.)- ଗଣିଆ ତହସିଲ ଅନ୍ତର୍ଗତ ଛାମୁଣ୍ଡିଆ ରାଜସ୍ବ ସର୍କଲର ଈଶ୍ୱରପୁର ଗ୍ରାମରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୨ ପରିବାରର ୨ ବଖରା ଜଳିଯାଇଛି। ଏଥିରେ ଗ୍ରାମର ଶରତ ଦଳେଇ, ନିରତ ଦଳେଇଙ୍କ ୧ ବଖରା ଲେଖାଏ ପୋଡିଯାଇଛି।

ଡମ୍ପର ଧକ୍କାରେ ବାଳକଙ୍କ ମୃତ୍ୟୁ

ଡମ୍ପର ଧକ୍କାରେ ବାଳକଙ୍କ ମୃତ୍ୟୁ

କଳିଙ୍ଗନଗର,୨୨।୧(ସ୍ବ.ପ୍ର.)- ଯାଜପୁର ଜିଲା କଳିଙ୍ଗନଗର ଥାନା ରାଇଟିକରଠାରେ ସୋମବାର ଏକ ଦୁର୍ଘଟଣା ଘଟି ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସ୍ଥାନୀୟ ଢୋଲପଥର ଗ୍ରାମର ସୁରେଶ ଓଝାଙ୍କ ପୁଅ କୃପାସିନ୍ଧୁ (୧୩)।

ଭାଜପା ସମର୍ଥିତ ମହିଳାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ଭାଜପା ସମର୍ଥିତ ମହିଳାଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ

ରଣପୁର,୨୨।୧(ସ୍ବ.ପ୍ର.)- ରଣପୁର ଥାନା କାଣ୍ଡପଡା ପଞ୍ଚାୟତର କରଡାପଲ୍ଲୀ ଗ୍ରାମରେ ଜଣେ ଭାଜପା ସମର୍ଥିତ ମହିଳାଙ୍କୁ ସେହି ଗ୍ରାମର ବିଜେଡି କର୍ମୀ ରବିବାର ରାତିରେ ଆକ୍ରମଣ କରିଛନ୍ତି। ଆହତ ଅବସ୍ଥାରେ ମହିଳାଙ୍କୁ ରଣପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

୫୦ ବସ୍ତା ଧାନ ଜଳିଗଲା

୫୦ ବସ୍ତା ଧାନ ଜଳିଗଲା

ମହାକାଳପଡା, ୨୨।୧(ଡି.ଏନ.ଏ.)- କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ବଳିପାଳ ପଞ୍ଚାୟତ ବଳିପାଳ ଗ୍ରାମରେ ସୋମବାର ଅଗ୍ନିକାଣ୍ଡ ଘଟି ୫୦ ବସ୍ତା ଅମଳ ଧାନ ଜଳି ଯାଇଛି। ଏଥିରେ ଗ୍ରାମର ୩ ପରିବାର ନିରଞ୍ଜନ ସେଠୀ, କ୍ଷୀରୋଦ ସେଠୀ ଓ ଅକ୍ଷୟ ସେଠୀ କ୍ଷତିଗ୍ରସ୍ତ ହୋଇଛନ୍ତି।

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଯାଜପୁର ଅଫିସ,୨୨।୧: ଯାଜପୁର ଜିଲା ସଦର ବ୍ଲକ ବୁଢ଼ାଘାଟ ନିକଟରୁ ସୋମବାର ସକାଳେ ପୋଲିସ ଏକ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି। ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି।

ଖଣି ଅଞ୍ଚଳରୁ ମହିଳାଙ୍କୁ ରାଜ୍ୟ ବାହାରକୁ ଚାଲାଣ ଅଭିଯୋଗ

କାଳିଆପାଣି,୨୨।୧(ଡି.ଏନ୍‌.ଏ) ଯାଜପୁର ଜିଲା କ୍ରୋମାଇଟ ଖଣି ଅଞ୍ଚଳକୁ ରତ୍ନଗର୍ଭା ବୋଲି କୁହାଯାଉଥିବାବେଳେ ଏହି ଅଞ୍ଚଳରୁ ମହିଳାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ପରିବାର ଲୋକଙ୍କ ଅନୁପସ୍ଥତିରେ ଜଣେ ବିବାହିତା ମହିଳାଙ୍କୁ ଅନ୍ୟଜଣେ ସମ୍ପର୍କିୟା ମହିଳା ଦଲାଲଙ୍କ ମାଧ୍ୟମରେ ଶୁକ୍ରବାର ବାହାର ରାଜ୍ୟକୁ କାମ କରିବାକୁ ନେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ସୁକିନ୍ଦା ବ୍ଲକର ରାଁସୋଳ ଗ୍ରାମରେ ରାଜାରାମ ମହାନ୍ତ ସ୍ତ୍ରୀ ମାମିନାଙ୍କ ସହ ବାସ କରନ୍ତି। ଶୁକ୍ରବାର ମଧ୍ୟାହ୍ନରେ ସେ ୪ବର୍ଷର ପୁଅକୁ ନେଇ ଟାଟା କାରଖାନାସ୍ଥିତ ବ୍ୟାଙ୍କକୁ ଯାଇଥିଲେ। ବ୍ୟାଙ୍କରୁ ଫେରି ସ୍ତ୍ରୀ ମାମିନା ଘରେ ନ ଥିବା ରାଜାରାମ ଜାଣିବାକୁ ପାଇଥିଲେ। ଏନେଇ ସେ ପଡ଼ୋଶୀଙ୍କୁ ପଚାରିବାରେ ସେମାନେ ମାମିନା କୁଆଡ଼େ ଯାଇଥିବା ସମ୍ପର୍କରେ ଜାଣି ନ ଥିବା କହିଥିଲେ।

ତତ୍‌କ୍ଷଣାତ କ୍ଷତିପୂରଣ ପ୍ରଦାନ କରିବାକୁ ପରାମର୍ଶ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୨୨।୧ ବ୍ୟବସାୟକୁ ଗୁରୁତ୍ୱ ଦେଇ କଳିଙ୍ଗନଗରରେ ଗଢି ଉଠିଥିବା ଟାଟା ଷ୍ଟିଲ କାରଖାନା କର୍ତ୍ତୃପକ୍ଷ ମାନବିକତାକୁ ଭୁଲି ଯାଇଛନ୍ତି। ଜଣେ କର୍ତ୍ତବ୍ୟରତ ଜବାନ ଓ ତାଙ୍କ ପରିବାରବର୍ଗଙ୍କ ଆଖିରେ ଲୁହ ଦେଇ ଜିଲା ପ୍ରଶାସନକୁ ନ ଜଣାଇ ଜୋର ଜବରଦସ୍ତ ବିସ୍ଥାପନ କରିବା ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଦୁର୍ବଳତାର ସୁଯୋଗ ନେଇ ଆଦିବାସୀ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ପନତ୍ୀଙ୍କୁ ଅଶାଳୀନ ବ୍ୟବହାର କରି ମାଡ଼ ମାରିବା ଘଟଣାର ଅଭିଯୋଗ ହୋଇଥିଲେ ହେଁ ଅନୁସୂଚିତ ଜନଜାତି ଓ ଜାତି ନିର୍ଯାତନା ନିରାକରଣ ଆଇନରେ କୌଣସି ମାମଲା ଏଯାଏ ରୁଜୁ ହୋଇନାହିଁ ।

ବିପଦରେ ବୌଦ୍ଧପୀଠ ଉଦୟଗିରି

ବିପଦରେ ବୌଦ୍ଧପୀଠ ଉଦୟଗିରି

ଚଣ୍ଡିଖୋଲ,୨୨।୧(ଡି.ଏନ୍‌.ଏ.) ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଜାତୀୟସ୍ତରରେ ଏକ କୀର୍ତ୍ତିରାଜୀ ଭାବେ ପରିଗଣିତ ହୋଇଥିବାବେଳେ ଏଠାରେ ୩ଥର ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇସାରିଲାଣି। ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ କରିବା ପାଇଁ ଉଦ୍ୟମ ଚାଲିଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ପଥର ମାଫିଆଙ୍କ ଯୋଗୁ ଏହି ବୌଦ୍ଧପୀଠ ପାହାଡ଼ର ପାଚେରି କଡ଼ରୁ ବେଆଇନ ଖନନ କରାଯାଇ ଚାଲାଣ କରାଯାଉଅଛି। ଫଳରେ ଖୁବ୍‌ଶୀଘ୍ର ଏହି ପାଚେରି ଭୁଶୁଡ଼ି ପଡ଼ିବ ବୋଲି ସମ୍ଭାବନା ରହିଛି।

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଦଳ ଭିତରେ ଚାଲିଛି ଛାୟାଯୁଦ୍ଧ

ଯାଜପୁର ଅଫିସ,୨୨।୧ ଯାଜପୁର ଜିଲାରେ ଏବେ କୌଣସି ରାଜନୈତିକ ଉଷ୍ମତା ନ ଥିଲେ ହେଁ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ନିର୍ବାଚନକୁ ନେଇ ଚର୍ଚ୍ଚା ଥମୁନି। ଅନ୍ୟସ୍ଥାନର ଫଳାଫଳ ସହିତ ନିଜ ନିର୍ବାଚନ ମଣ୍ଡଳୀକୁ ଯୋଡି ରାଜନୈତିକ ବିଶ୍ଲେଷକମାନେ ବିଭିନ୍ନ ମତପୋଷଣ କରି ଚାଲିଛନ୍ତି। ଏହି କ୍ରମରେ ଜିଲାର ଗୋଟିଏ ସ୍ବତନ୍ତ୍ର ବ୍ଲକକୁ ନେଇ ଗଠିତ ବଡ଼ଚଣା ନିର୍ବାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ଏହି ନିର୍ବାଚନ ମଣ୍ଡଳୀରେ ଗତ ୩୫ବର୍ଷ ମଧ୍ୟରେ କଂଗ୍ରେସ ୧୫ବର୍ଷ ଏବଂ ବିଜେଡି ଓ ଏନ୍‌ସିପି ମିଳିତ ଭାବେ ୨୦ବର୍ଷ ସଫଳତା ପାଇଛନ୍ତି । ତେବେ ୨୦୧୪ ନିର୍ବାଚନ ପରେ ଏବେ ବିଜେଡି ସାମ୍ନାରେ ଏକ ନୂଆ ବିକଳ୍ପ ଭାବେ କଂଗ୍ରେସ ଲେଉଟୁ ଥିବାବେଳେ ଭାଜପା ଛିଡ଼ା ହେବାକୁ ଉଦ୍ୟମ କରୁଛି। ହେଲେ କଂଗ୍ରେସ ଓ ଭାଜପା ଦଳ ଭିତରେ କର୍ମୀଙ୍କ ଅପେକ୍ଷା ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଏବେଠୁ ଛାୟାଯୁଦ୍ଧ ଦେଖା ଦେଉଛି। ବିଭିନ୍ନ ସାମଗ୍ରୀ ସହ ଗ୍ୟାସ, ଡିଜେଲ ଓ ପେଟ୍ରୋଲର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ କେନ୍ଦ୍ରରେ ଶାସିତ ଭାଜପାର ହାୱା କ୍ରମଶଃ ହ୍ରାସ ପାଉଥିବା ପରିଲ୍ଲକ୍ଷିତ ହୋଇଛି। କଳାଧନ ଫେରାଇ ଆଣିବାରେ ବିଫଳ ଭାଜପାର ଦମ୍ଭ ଆଉ ପୂର୍ବବତ ଦେଖିବାକୁ ମିଳୁ ନାହିଁ। ଅନ୍ୟପକ୍ଷେ ବିଜେଡି ନିର୍ବିକାର ଭାବେ ଜଣେ ନେତାଙ୍କୁ ନେଇ ବିବିଧ ରଣନୀତି ଆପଣାଇ ଚାଲିଛି।

ବୈଜୟନ୍ତଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ

ବୈଜୟନ୍ତଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ

ନିଶ୍ଚନ୍ତକୋଇଲି,୨୧।୧(ସ୍ବ.ପ୍ର)- ଏମ୍‌ପି ବୈଜୟନ୍ତ ପଣ୍ଡା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛନ୍ତି ବୋଲି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିକଟରେ କର୍ମକର୍ତ୍ତାମାନେ ବାରମ୍ବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗର ତଦନ୍ତ ପାଇଁ ପଟ୍ଟନାୟକ ବିଜେଡି କଟକ ଜିଲା ପର୍ଯ୍ୟବେକ୍ଷକ ଉଷାଦେବୀଙ୍କୁ ଦାୟିତ୍ୱ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉଷାଦେବୀ ରବିବାର ପୂର୍ବାହ୍ନରେ ମାହାଙ୍ଗା ବ୍ଲକ ଓ ଅପରାହ୍ନରେ ନିଶ୍ଚନ୍ତକୋଇଲି ବ୍ଲକ ଗସ୍ତ କରି କର୍ମକର୍ତ୍ତା ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତ ସଂଗ୍ରହ କରିଛନ୍ତି।

୨ ବାଇକ୍‌ ମୁହଁ।ମୁହିଁ ଧକ୍କା: ଜଣେ ମୃତ

ବାଲିକୁଦା,୨୧।୧- ବାଲିକୁଦା ବ୍ଲକ ଅନ୍ତର୍ଗତ ଗୋପାଳପୁର ଛକରେ ୨ ବାଇକ୍‌ ମୁହଁ।ମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏରୋସୀମା ଥାନା ଅନ୍ତର୍ଗତ ଗଡବିଷୁନୀପୁର ଅଞ୍ଚଳର ଝାଟି ସାହୁ। ଜଗତସିଂହପୁର ଟାଉନ୍‌ରୁ ବାଇକ୍‌ରେ ଝାଟି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗୋପାଳପୁର ଛକ ନିକଟରେ ଅନ୍ୟ ଏକ ବାଇକ ସହ ତାଙ୍କର ଧକ୍କା ହୋଇଥିଲା।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଘଟଣା: ରାଜ୍ୟ ଗୃହ ବିଭାଗକୁ ତଦନ୍ତ ନିର୍ଦ୍ଦେଶ

କଳିଙ୍ଗନଗର,୨୧।୧(ଡି.ଏନ୍‌.ଏ.) ଟାଟା କାରଖାନା ସମ୍ପ୍ରସାରଣ ପାଇଁ ଜଣେ କର୍ତ୍ତବ୍ୟରତ ଯବାନଙ୍କ ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି।