Dharitri News
ଉପକୂଳ ଓଡିଶା

ସନ୍ଦିଗ୍ଧଙ୍କ ଫଟୋଦେଖି ଚିହ୍ନିଲେ ପୁପୁନ

ସନ୍ଦିଗ୍ଧଙ୍କ ଫଟୋଦେଖି ଚିହ୍ନିଲେ ପୁପୁନ ରାହାମା/ତିର୍ତ୍ତୋଲ, ୨୦।୧୨(ଡି.ଏନ.ଏ.) ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତ ସିନ୍ଦୋଳ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ବୁଧବାର ପୋଲିସ ଆଉ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପୋଲିସ ଏହି ଘଟଣାରେ ମଙ୍ଗଳବାର ୨ଜଣଙ୍କୁ ଅଟକ ରଖିଥିଲା। ଅପରପକ୍ଷରେ ଏହି ଘଟଣାରେ ଆହତ ହୋଇ କଟକରେ ଚିକିତ୍ସିତ ହେଉଥିତ୍ବା ବିଶ୍ୱପ୍ରେମୀ ଖୁଣ୍ଟିଆ ଓ ପୁପୁନ୍‌ ସାମନ୍ୟ ସୁସ୍ଥ ହୋଇ ବୁଧବାର ଘରକୁ ଫେରିଛନ୍ତି। ଆହତ ପୁପୁନ ସନ୍ଦୀଗ୍ଧଙ୍କ ଫଟୋ ଦେଖି ଚିହ୍ନିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୧.୩୦ରେ ୩ଜଣ ଦୁର୍ବୃତ୍ତ ଏରସମା-ମଣିଜଙ୍ଗା ରାସ୍ତା ପାଶର୍‌ବ ସିନ୍ଦୋଳ ଗ୍ରାମର ଧନେଶ୍ୱର ଖୁଣ୍ଟିଆଙ୍କ ଘରେ ପଶିଥିଲେ। ଶବ୍ଦଶୁଣି ଧନେଶ୍ୱରଙ୍କ ବଡ଼ପୁଅ ଅନ୍ତର୍ଯ୍ୟାମୀ ଉଠିପଡ଼ି ଜଣେ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଅନ୍ତର୍ଯ୍ୟାମୀଙ୍କ କବଳରୁ ରକ୍ଷା ପାଇବା ପାଇଁ ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଗୁଳି ଅନ୍ତର୍ଯ୍ୟାମୀଙ୍କ ଛାତିରେ ବାଜିଥିଲା। ଶବ୍ଦ ଶୁଣି ଅନ୍ତର୍ଯ୍ୟାମୀଙ୍କ ଭାଇ ବିଶ୍ୱପ୍ରେମୀ ଓ ପୁତୁରା ପୁପୁନୁ ଉଠିପଡ଼ିଥିଲେ। ଦୁର୍ବୃତ୍ତଙ୍କ ସହ ସେମାନଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା। ଦୁର୍ବୃତ୍ତମାନେ ବିଶ୍ୱପ୍ରେମୀ ଓ ପୁପୁନୁଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ବିଶ୍ୱପ୍ରେମୀଙ୍କ ଅଣ୍ଟା ଓ ମୁଣ୍ଡରେ ଗୁଳି ବାଜିଥିବାବେଳେ ପୁପୁନୁଙ୍କ ଜଙ୍ଘରେ ଗୁଳି ବାଜିଥିଲା। ସ୍ଥାନୀୟ ଲୋକେ ୩ଜଣଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅନ୍ତର୍ଯ୍ୟାମୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତିର୍ତ୍ତୋଲ ଏସଡିପିଓ ଶିବ ଚରଣ ମଲ୍ଲିକ, ଆଇଆଇସି ବଳରାମ ନାୟକ, ଏରସମା ଆଇଆଇସି ବିଚିତ୍ରାନନ୍ଦ ସେଠୀ, କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଧିକାରୀ ଅନିରୁଦ୍ଧ ରାଉତ ପ୍ରମୁଖ ସାଇଣ୍ଟିଫିକ ଟିମ୍‌, ଫରେନସିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ପହଞ୍ଚତ୍ ତଦନ୍ତ କରିଥିଲେ। ଘଟଣାସ୍ଥଳରୁ ୪ଟି ଫୁଟା ଗୁଳି, ୧ଟି ଜୀବନ୍ତ ଗୁଳି, ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଏକ ଜ୍ୟାକେଟ ଓ ଚପଲ ପୋଲିସ ଜବତ କରିଛି। ଅଟକ ରଖାଯାଇଥିବା ୩ଜଣ ସନ୍ଦିଗ୍ଧ ଲିପୁନି ସ୍ବାଇଁ, ଅଭିଷେକ ବେଉରା(ଜିପୁନା) ଓ ଅନ୍ୟଜଣେ ପ୍ରିୟବ୍ରତ ଖୁଣ୍ଟିଆଙ୍କୁ ନେଇ ପୋଲିସ ତଦନ୍ତ ଚଳାଇଛି। ଅପରପକ୍ଷରେ ତିର୍ତ୍ତୋଲ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୬ ମସିହାରେ ଧନେଶ୍ୱରଙ୍କ ଘରୁ ୨ଥର ଚୋରି ହୋଇଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ତାହାର କୌଣସି ସୁରାକ ପାଇ ନ ଥିବା ଧନେଶ୍ୱରଙ୍କ ସାନ ପୁଅ କହିଛନ୍ତି। ଗତ କିଛି ମାସତଳେ ସିଡ଼ିଘର ଦେଇ ଦୁର୍ବୃତ୍ତ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଏବଂ ମୋବାଇଲ୍‌ ନେଇ ଯାଇଥିଲେ। ଏହି ୨ଟି କେସ୍‌ରେ ପୋଲିସ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାବେଳେ ବର୍ତ୍ତମାନର ଘଟଣାରେ ପୋଲିସ କଠୋର ପଦକ୍ଷେପ ନେବ କି ନାହିଁ ତାକୁ ନେଇ ସନ୍ଦେହ ଜାତ ହୋଇଛି। ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଏହି ଗ୍ରାମରେ ଥିବା ଏକ ଟୁଙ୍ଗିରେ ଘଟଣାଦିନ ମଦ୍ୟପାନ କରିବା ପରେ ଧନେଶ୍ୱରଙ୍କ ଘରେ ପଶି ଡକାୟତ ଉଦ୍ୟମ କରିଥିଲେ। ପୁପୁନୁ ବୁଧବାର ସନ୍ଦିଗ୍ଧଙ୍କ ଫଟୋଦେଖି ଚିହ୍ନଟ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅପରପକ୍ଷରେ ତିର୍ତ୍ତୋଲ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଏହି ପରିବାରକୁ ରେଡ୍‌କ୍ରସ ପକ୍ଷରୁ ୧୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପରିବାର ପକ୍ଷରୁ ମୃତ ଅନ୍ତର୍ଯ୍ୟାମୀଙ୍କ ସ୍ତ୍ରୀ ସୁଜାତାଙ୍କୁ ତାଙ୍କରି ଚାକିରିରେ ଅବସ୍ଥାପିତ କରିବା ସହିତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାପାଇଁ ଦାବି କରିଥିଲେ। ଘଟଣାଦିନ ଏହି ରାସ୍ତାରେ ପାଟ୍ରେଲିଂ କରୁଥିବାବେଳେ ଦୁର୍ବୃତ୍ତମାନେ ଏତେବଡ଼ କାଣ୍ଡ ଘଟାଇଥିଲେ ମଧ୍ୟ ପୋଲିସ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉପକୂଳ ଓଡିଶା

ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ନେଇ ପ୍ରଶ୍ନବାଚୀ

ଧାର୍ଯ୍ୟ ଲକ୍ଷ୍ୟ ସ୍ଥିର ନେଇ ପ୍ରଶ୍ନବାଚୀ

ଯାଜପୁର ଅଫିସ,୧୮।୧ ସମଗ୍ର ରାଜ୍ୟରେ ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାଜସ୍ବ ଆଦାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ଏହି କାର୍ଯ୍ୟାଳୟରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୫୬ କୋଟି ୩୩ ଲକ୍ଷ ଟଙ୍କା ଆଦାୟ ଧାର୍ଯ୍ୟଲକ୍ଷ୍ୟ କରାଯାଇଛି । ତେବେ ଜିଲାରେ ଡାଲା ସଂପ୍ରସାରଣ କରି ଓଭରଲୋଡିଂ ଗାଡି ଚଳାଚଳ ସଂଖ୍ୟା ଅନୁପାତରେ ଧାର୍ଯ୍ୟଲକ୍ଷ୍ୟ ଅତି କମ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଧାର୍ଯ୍ୟଲକ୍ଷ୍ୟକୁ ଆଖିଆଗରେ ରଖି ରାଜସ୍ବ ଆଦାୟ ପରେ ବିଭାଗୀୟ ଅଧିକାରୀମାନେ ମାଲାମାଲ ହେଉଛନ୍ତି। କେଉଁ ଆଧାରରେ ଧାର୍ଯ୍ୟଲକ୍ଷ୍ୟ ସ୍ଥିର କରାଯାଉଛି ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ନୂତନ ଛାତ୍ରୀନିବାସରେ ମିଳୁନି ଖାଦ୍ୟ

ନୂତନ ଛାତ୍ରୀନିବାସରେ ମିଳୁନି ଖାଦ୍ୟ

ବିରଜାକ୍ଷେତ୍ର,୧୮।୧(ଡି.ଏନ୍‌.ଏ) ଯାଜପୁରର ସର୍ବପୁରାତନ ନରସିଂହ ଚୌଧୁରୀ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ଖାଦ୍ୟ ଦିଆଯାଉ ନ ଥିବା ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ମହାବିଦ୍ୟାଳୟରେ ଦୁଇଟି ଛାତ୍ରୀ ନିବାସ ରହିଛି। ଗୋଟିଏ ପୁରାତନ ହୋଇଥିବାବେଳେ ନୂତନ ଛାତ୍ରୀ ନିବାସଟି ୨୦୧୭ ମସିହାରେ ଖୋଲାଯାଇଛି। ଏହି ନୂତନ ଛାତ୍ରୀ ନିବାସରେ ୬୮ ଛାତ୍ରୀ ରହୁଛନ୍ତି। ଏହା କାର୍ଯ୍ୟକ୍ଷମ ହେବା ଦିନଠାରୁ ବିଭିନ୍ନ ସମସ୍ୟା ଘେରରେ ଛାତ୍ରୀମାନେ ରହୁଥିବା କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଭାବକମାନେ ଅଭିଯୋଗ କରିଆସୁଛନ୍ତି। ଏହା ସତ୍ତ୍ୱେ ମଧ୍ୟ କଲେଜ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରୁ ନ ଥିବା ଅଭିଭାବକମାନେ ଅଭିଯୋଗ କରୁଛନ୍ତି। ଏହିସବୁ ସମସ୍ୟା ଭିତରେ ନୂତନ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ଖାଇବାକୁ ଦିଆ ନ ଯାଇ ଖାଦ୍ୟର ଅର୍ଥ ନିଆଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ରଙ୍ଗ ପ୍ରସ୍ତୁତ କାରଖାନାକୁ କାରଣ ଦର୍ଶାଅ ନୋଟିସ

ରଙ୍ଗ ପ୍ରସ୍ତୁତ କାରଖାନାକୁ କାରଣ ଦର୍ଶାଅ ନୋଟିସ

ଯାଜପୁର ଅଫିସ,୧୮।୧ ଶିଳ୍ପ କାରଖାନା ପରିସର ବାହାରେ ଜଳ ଓ ବାୟୁ ପ୍ରଦୂଷଣ କରୁଥିବା ଅଭିଯୋଗରେ ଯାଜପୁର ଜିଲା କୋରେଇ ଥାନା ଅର୍ନ୍ତଗତ ପତରଙ୍ଗସ୍ଥିତ ଏରିଜ ମିନେରାଲ୍ସ ନାମକ ଏକ ରଙ୍ଗ ପ୍ରସ୍ତୁତକାରୀ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

 ପୁଣି ଏକ ଅଭିଯୋଗ କଲେ ପୀଡ଼ିତା

ପୁଣି ଏକ ଅଭିଯୋଗ କଲେ ପୀଡ଼ିତା

ଦଶରଥପୁର,୧୮।୧(ଡିଏନ୍‌ଏ)- ବିଜୁ ପକ୍କାଘର ଏବଂ ୨ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ଦେବାକୁ ଡାକି ଜଣେ ସ୍ବାମୀ ପରିତ୍ୟକ୍ତାଙ୍କୁ ବିଜେଡି କାର୍ଯ୍ୟାଳୟରେ ବଳାକତ୍ାର ହୋଇଥିବା ନେଇ ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ବିଜେଡି ଜିଲା ସଭାପତିଙ୍କ ସମ୍ପର୍କୀୟ ଭାଇ ଦଶରଥପୁର ଗ୍ରାମର ଚନ୍ଦ୍ରକାନ୍ତ ମହାପାତ୍ର ଏହି ବଳକତ୍ାର କରିଥିବା ନେଇ ପୀଡିତା ଏତାଲାରେ ଦର୍ଶାଇଥିଲେ। ପୋଲିସ ଏ ନେଇ ମାମଲା ରୁଜୁକରି ପୀଡିତାଙ୍କର ଡାକ୍ତରୀ ମାଇନା କରାଇବା ସହ ଏସ୍‌ଡିଜେଏମ୍‌ଙ୍କ ଇଜିଲାସ୍‌ରେ ବୟାନ ରେକର୍ଡ କରାଇ ସାରିଛି। ତେବେ ଘଟଣାକୁ ଇତିମଧ୍ୟରେ ୩ଦିନ ବିତିସାରିଥିଲେ ମଧ୍ୟ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହଁି । ତେବେ ବୁଧବାର ପୁଣିଥରେ ଭାଜପାର ୭ନଂ ଜୋନ୍‌ସଭ୍ୟା ମାମିନା ମଲ୍ଲିକଙ୍କ ସହ ପୀଡିତା ମଙ୍ଗଳପୁର ଥାନାକୁ ଆସି ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି। ସେ ମାମଲା ପ୍ରତ୍ୟାହାର ନ କଲେ ତାଙ୍କ ପିଲାଙ୍କୁ ଉଠାଇ ନିଆଯିବ ବୋଲି ଧମକ ଦିଆଯାଉଥିବା ସେ ତାଙ୍କ ଦ୍ୱିତୀୟ ଏତଲାରେ ଦର୍ଶାଇଛନ୍ତି। ଏହା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ପୋଲିସ୍‌ ସୁରକ୍ଷା ଯୋଗାଇ ଦେବାକୁ ସେ ନିବେଦନ କରିଥିଲେ। ତେବେ ଥାନା ଆଇଆଇସି ପୀଡିତାଙ୍କୁ କିଏ ଧମକ ଦେଇଛି ଓ ତାଙ୍କ ଫୋନ ନମ୍ବର ଦେବାକୁ ପାଲଟା ପ୍ରଶ୍ନ କରିବାରୁ ପୀଡ଼ିତା ଏହି କଥାକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଇ ତାଙ୍କୁ ଡିଲର ରାଶନ ଦେବାକୁ ମନା କରୁଛନ୍ତି ବୋଲି ଆଉ ଏକ ଅଭିଯୋଗ କରିଥିଲେ।

ନିମ୍ନମାନର ଚାଉଳ ଯୋଗାଣ ଉପରେ ତଦନ୍ତ ଆରମ୍ଭ

ନିମ୍ନମାନର ଚାଉଳ ଯୋଗାଣ ଉପରେ ତଦନ୍ତ ଆରମ୍ଭ

ବିରଜାକ୍ଷେତ୍ର,୧୮।୧(ଡି.ଏନ୍‌.ଏ) କେନ୍ଦ୍ର ଓ ରାଜ୍ୟ ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ଚାଉଳ ଯୋଗାଇ ଦେଉଛନ୍ତି। ଉନ୍ନତମାନର ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ରାଜ୍ୟ ସରକାର ଜିଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଏହି ନିର୍ଦ୍ଦେଶ ଯାଜପୁର ଜିଲାରେ ପାଳନ ହେଉ ନ ଥିବା ଅଭିଯୋଗ ହେଉଛି। ଜିଲାର ବିଭିନ୍ନ ଅଞ୍ଚଳରେ ନିମ୍ନମାନର ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି ବୋଲି ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଛି। ଅଭିଯୋଗ ଅନୁଯାୟୀ, ଜିଲା ପ୍ରଶାସନ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଅଫିସରଙ୍କ ଉପରେ ଚଢ଼ାଉ କରିବା ଓ କଡ଼ା ନିର୍ଦ୍ଦେଶ ଦେବା ଭଳି ଘଟଣା ନଜିର ଅଛି । ଜିଲା ପ୍ରଶାସନ ଏସବୁ କରୁଥିଲେ ମଧ୍ୟ ଯୋଗାଣ ବିଭାଗର କିଛି ଅସାଧୁ ଅଫିସର ଏହି ଘଟଣାର ପୁନରାବୃତ୍ତି କରୁଛନ୍ତି ।ଚଳିତମାସ ଏହି ଘଟଣାର ପୁନରାବୃତ୍ତି ହୋଇଥିବା ଅଭିଯୋଗ ହୋଇଛି ।

ଯବାନଙ୍କ ସ୍ତ୍ରୀଙ୍କୁ ମାଡ଼ ମାରି ବିସ୍ଥାପନ ଉଦ୍ୟମ

କଳିଙ୍ଗନଗର,୧୮।୧(ଡି.ଏନ୍‌.ଏ)- କାରଖାନା ସଂପ୍ରସାରଣ ପାଇଁ ଟାଟା କର୍ମଚାରୀ ଜଣେ ମହିଳାଙ୍କୁ ତାଙ୍କ ଭିଟାମାଟିରୁ ଜବରଦସ୍ତ ମାଡ଼ ମାରି ତଡ଼ିଦେବା ଭଳି ଅଭାବନୀୟ ଘଟଣା ସୋମବାର ଯାଜପୁର ଜିଲା କଳିଙ୍ଗନଗରରେ ଦେଖିବାକୁ ମିଳିଛି। ଅପରପକ୍ଷରେ ଏହି ଘଟଣାରେ ଭାଙ୍ଗି ପଡ଼ିଛନ୍ତି ସମ୍ପୃକ୍ତା ମହିଳା। ନ୍ୟାୟ ଦେଇ ନ ପାରିଲେ ସରକାର ଫାଶୀ ଦିଅନ୍ତୁ ବୋଲି ମହିଳା ଜଣକ କୋହଭରା କଣ୍ଠରେ କହିଛନ୍ତି।

ଛାତ୍ରୀଛାତ୍ରଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଛାତ୍ରୀଛାତ୍ରଙ୍କ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଯାଜପୁର ରୋଡ , ୧୭।୧ (ନି.ପ୍ର.)- ଯାଜପୁର ରୋଡସ୍ଥିତ ଦଳାଛକଠାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହେଇଥିଲା।

ଫୋପଡ଼ା ହେଇଛି ଏକ୍ସପାଏରି ଡେଟ୍‌ ଯାଇ ନଥିବା ମେଡିସିନ୍‌

ଫୋପଡ଼ା ହେଇଛି ଏକ୍ସପାଏରି ଡେଟ୍‌ ଯାଇ ନଥିବା ମେଡିସିନ୍‌

ମହାକାଳପଡ଼ା, ୧୭।୧ (ଡି.ଏନ୍‌.ଏ.)- ମହାକାଳପଡ଼ା ବ୍ଲକ ଅଧୀନ କୋରଟାପଙ୍ଗ ପୋଲ ନିକଟରେ ଏକ୍ସପାଏରି ଡେଟ୍‌ ଯାଇ ନଥିବା ବହୁ ଔଷଧ ଫୋପଡ଼ା ଯାଇଥିବା ବୁଧବାର ଦେଖିବାକୁ ମିଳିଛି।

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ନିମ୍ବ ଗଛରୁ ବାହାରୁଛି କ୍ଷୀର: ଚାଲିଛି ପୂଜାର୍ଚ୍ଚନା

ମହାକାଳପଡ଼ା, ୧୭।୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଅଧୀନ ଲୁଣିମାଠିଆ ଆଦିବାସୀ ପଡ଼ା ଗ୍ରାମର ସୁକୁଲ ମାଝିଙ୍କ ବାଡ଼ିରେ ଥିବା ଏକ ନିମ୍ବ ଗଛରୁ କ୍ଷୀର ବାହାରୁଛି।

ପାରାଦୀପ ପୌର ଉପନିର୍ବାଚନ: ବିଜେଡି ପ୍ରାର୍ଥିନୀ ବିଜୟୀ

ପାରାଦୀପ ପୌର ଉପନିର୍ବାଚନ: ବିଜେଡି ପ୍ରାର୍ଥିନୀ ବିଜୟୀ

ପାରାଦୀପ, ୧୭।୧(ସ୍ବ.ପ୍ର.): ପାରାଦୀପ ପୌର ପରିଷଦର ୬ ନମ୍ବର ଓ୍ବାର୍ଡ ପାଇଁ ମଙ୍ଗଳବାର ହୋଇଥିବା ଉପନିର୍ବାଚନର ଫଳାଫଳ ବୁଧବାର ଘୋଷଣା ହୋଇଛି।

ଷ୍ଟିଭେଡର୍ସ ଶ୍ରମିକଙ୍କ କାର୍ଯବନ୍ଦ ଆନ୍ଦୋଳନ

ଷ୍ଟିଭେଡର୍ସ ଶ୍ରମିକଙ୍କ କାର୍ଯବନ୍ଦ ଆନ୍ଦୋଳନ

ପାରାଦୀପ,୧୭।୧(ସ୍ବ.ପ୍ର.): ପାରାଦୀପ ବନ୍ଦରରେ କାର୍ଯ୍ୟରତ ଷ୍ଟିଭେଡର୍ସ ଶ୍ରମିକମାନେ ବୁଧବାର ପୂର୍ବାହ୍ନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟା କରିବା ଦାବି ନେଇ ଶ୍ରମିକମାନେ ବନ୍ଦରର ୩ ନମ୍ବର ଗେଟ୍‌ ସମ୍ମୁଖ ପଡ଼ିଆରେ ଧାରଣାରେ ବସିଛନ୍ତି।

ମତ ବଦଳାଉଛନ୍ତି ପୀଡ଼ିତା

ମତ ବଦଳାଉଛନ୍ତି ପୀଡ଼ିତା

ଦଶରଥପୁର,୧୬।୧(ଡିଏନ୍‌ଏ) ବିଜୁ ପକ୍କାଘର ଏବଂ ଭତ୍ତା ବାବଦକୁ ୨ଲକ୍ଷ ଟଙ୍କାର ଆର୍ଥତ୍କ ସହାୟତା ଦେବାକୁ ଡାକି ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ବିଜେଡି କାର୍ଯ୍ୟାଳୟରେ ବଳାତ୍କାର ହୋଇଥିବା ନେଇ ସୋମବାର ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ବିଜେଡି ଜିଲା ସଭାପତିଙ୍କ ସାନଭାଇ ଚନ୍ଦ୍ରକାନ୍ତ ମହାପାତ୍ର ସମ୍ପୃକ୍ତା ମହିଳାଙ୍କୁ ବଳାତ୍କାର କରିଥିବା ଏତଲାରେ ଦର୍ଶାଯାଇଥିଲା। ଏତଲା ପାଇବାର କିଛି ସମୟ ମଧ୍ୟରେ ପୋଲିସ ମାମଲା ରୁଜୁ କରିଥିଲା ବେଳେ ମଙ୍ଗଳବାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୋପାଳକୃଷ୍ଣ ପଟ୍ଟନାୟକ ଓ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଘଟଣାସ୍ଥଳ ପରିଦର୍ଶନ କରି ପୀଡିତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି।